ଜାତୀୟ |

ମହିଳାଙ୍କୁ ଅଶାଳୀନ ଇଙ୍ଗିତ କରି ଅଡୁଆରେ କନଷ୍ଟେବଳ

ମହିଳାଙ୍କୁ ଅଶାଳୀନ ଇଙ୍ଗିତ କରି ଅଡୁଆରେ କନଷ୍ଟେବଳ
ଲକ୍ଷ୍ନୌ,୧୯।୮: ଉତ୍ତର ପ୍ରଦେଶ ଲକ୍ଷ୍ନୌର ଅଲମବାଗ ଥାନାରେ କାର୍ଯ୍ୟରତ ଜଣେ କନଷ୍ଟେବଳଙ୍କ ଅଶାଳୀନ ଇଙ୍ଗିତରେ ଅତିଷ୍ଠ ହୋଇ ପଡିଛନ୍ତି କେତେଜଣ ସ୍ଥାନୀୟ ମହିଳା। ଏହାକୁ ନେଇ ଉକ୍ତ ମହିଳାମାନେ ସ୍ଥାନୀୟ ଏସ୍‌ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ମହିଳାଙ୍କ ଅଭିଯୋଗ ଅନୁଯାୟୀ କନଷ୍ଟେବଳ ଜଣକ ସ୍ଥାନୀୟ ଅଞ୍ଚଳର କିଛି ମହିଳାଙ୍କ ଫୋନ୍‌ ନମ୍ବର ନେଇ ବିଳମ୍ବିତ ରାତିରେ ସେମାନଙ୍କୁ ଫୋନ୍‌ କରୁଥିଲେ। କେବଳ ସେତିକି ନୁହେଁ ଫୋନରେ ସେ ଅଶ୍ଳୀତ କଥା କହୁଥିବା ଅଭିଯୋଗ ମଧ୍ୟ ହୋଇଛି। ଏଥିପାଇଁ ତାଙ୍କୁ ଜଣେ ସ୍ଥାନୀୟ ଯୁବକ ମଧ୍ୟ ସାହାଯ୍ୟ କରୁଥିବା ଜଣାପଡିଛି। ଏହାବ୍ୟତୀତ ପୋଲିସରେ ଅଭିଯୋଗ କଲେ ମହିଳାଙ୍କ ପରିବାର ଲୋକଙ୍କୁ ମିଛ ମାମଲାରେ ଫଶାଇବାକୁ ମଧ୍ୟ ଧମକ ଦେଉଥିଲେ କନଷ୍ଟେବଳ। ଏମିତି ଅଭିଯୋଗ ଶୁଣିବା ପରେ ଏସ୍‌ଏସ୍‌ପିଙ୍କ ନିକଟରେ କନଷ୍ଟେବଳ ପାଲଟା ଅଭିଯୋଗ କରିଥିଲେ କି ମହିଳାମାନେ ତାଙ୍କ ନାଁରେ ମିଛ ଅଭିଯୋଗ କରିଛନ୍ତି। ହେଲେ ମହିଳାମାନଙ୍କଠାରୁ କିଛି ଫୋନ୍‌କଲ୍‌ର ରେକର୍ଡିଂ ଶୁଣିବା ପରେ ଏସ୍‌ଏସ୍‌ପି ଘଟଣାର ଯାଞ୍ଚ ଆରମ୍ଭ କରିଥିବା ଜଣାପଡିଛି। 
All Right Reserved By

ଜାତୀୟ |

ଭୁଶୁଡିଲା ୪ ମହଲା କୋଠା: ୫ ମୃତ

ଭୁଶୁଡିଲା ୪ ମହଲା କୋଠା: ୫ ମୃତ

ନୂଆଦିଲ୍ଲୀ, ୨୬।୯: ଦିଲ୍ଲୀର ଭାରତ ନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ଏକ ୪ ମହଲା ବିଶିଷ୍ଟ କୋଠା ଭୁଶୁଡି ୫ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି।

ଦେଶହିତ ମାମଲାର  ବିଚାରବେଳେ ହେବ ସିଧାପ୍ରସାରଣ

ଦେଶହିତ ମାମଲାର ବିଚାରବେଳେ ହେବ ସିଧାପ୍ରସାରଣ

ନୂଆଦିଲ୍ଲୀ, ୨୬।୯: ଦେଶହିତ ମାମଲାଗୁଡିକ ଅଦାଲତରେ ଶୁଣାଣି ବେଳେ ଏଣିକି ସିଧାପ୍ରସାରଣ କରାଯିବ ବୋଲି ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି।

୭ ବର୍ଷରେ ଯୌନ ଶୋଷଣ ଏବଂ ୧୬ ବର୍ଷରେ ବଳାତ୍କାରର ଶିକାର ହୋଇଥିଲେ ପଦ୍ମାଲକ୍ଷ୍ମୀ

୭ ବର୍ଷରେ ଯୌନ ଶୋଷଣ ଏବଂ ୧୬ ବର୍ଷରେ ବଳାତ୍କାରର ଶିକାର ହୋଇଥିଲେ ପଦ୍ମାଲକ୍ଷ୍ମୀ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୬।୯: ଚର୍ଚ୍ଚିତ ଆମେରିକା ଟିଭି ତାରକା ତଥା ଲେଖକ ସଲମାନ୍‌ ରୁଶିଦ୍‌ଙ୍କ ପୂର୍ବତନ ସ୍ତ୍ରୀ ପଦ୍ମାଲକ୍ଷ୍ମୀ ତାଙ୍କ ଜୀବନର କେତେକ ଅକୁହା କଥା ସମ୍ପର୍କରେ ପ୍ରକାଶ କରିଛନ୍ତି। 

ଆଧାର ବୈଧ ଓ ସୁରକ୍ଷିତ, ଏହା ଯୋଗୁ ଗରିବଙ୍କୁ ମିଳିଛି ପରିଚୟ: ସର୍ବୋଚ୍ଚ ନ୍ୟାୟାଳୟ

ଆଧାର ବୈଧ ଓ ସୁରକ୍ଷିତ, ଏହା ଯୋଗୁ ଗରିବଙ୍କୁ ମିଳିଛି ପରିଚୟ: ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ,୨୬।୯: ଆଧାର ବୈଧତା ନେଇ ସୁପ୍ରିମକୋର୍ଟ ବୁଧବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହାର ବିଚାରକରି ୫ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ଏହା ବୈଧ ଓ ସମ୍ପୂର୍ଣ୍ଣ ସୁରକ୍ଷିତ। 

ଏସ୍‌ସି/ଏସ୍‌ଟି ପଦୋନ୍ନତିରେ  ସଂରକ୍ଷଣ ନୁହେଁ ଜରୁରୀ: ରାୟ ଦେଲେ ସୁପ୍ରିମ୍‌କୋର୍ଟ

ଏସ୍‌ସି/ଏସ୍‌ଟି ପଦୋନ୍ନତିରେ ସଂରକ୍ଷଣ ନୁହେଁ ଜରୁରୀ: ରାୟ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୬।୯: ଏସ୍‌ସି/ଏସ୍‌ଟି ପଦୋନ୍ନତିରେ ସଂରକ୍ଷଣ  ଜରୁରୀ ନୁହେଁ ବୋଲି ବୁଧବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

ମଝି ଆକାଶରେ ଯାତ୍ରୀଙ୍କୁ ହାର୍ଟ ଆଟାକ୍‌: ଇଣ୍ଡିଗୋ ବିମାନ କଲା ଜରୁରୀ ଅବତରଣ

ମଝି ଆକାଶରେ ଯାତ୍ରୀଙ୍କୁ ହାର୍ଟ ଆଟାକ୍‌: ଇଣ୍ଡିଗୋ ବିମାନ କଲା ଜରୁରୀ ଅବତରଣ

ଇନ୍ଦୋର,୨୬।୯: ମଝି ଆକାଶରେ ଜଣେ ଯାତ୍ରୀଙ୍କୁ ହାର୍ଟ ଆଟାକ୍‌ ହେବାରୁ ଇଣ୍ଡିଗୋ ଏୟାରଲାଇନ୍ସ୍‌ର ଏକ ବିମାନ ଇନ୍ଦୋର ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି। ବିମାନଟି ତ୍ରିଭେନ୍ଦମ୍‌ରୁ ଦିଲ୍ଲୀ ଯାଉଥିଲା। 

୮୬ ବର୍ଷରେ ମନମୋହନ

୮୬ ବର୍ଷରେ ମନମୋହନ

ନୂଆଦିଲ୍ଲୀ,୨୬।୯: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ବୁଧବାର ୮୬ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧିଙ୍କ ସମେତ ଅନେକ ରାଜନେତା ମନମୋହନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 

୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ: ବ୍ୟାପକ ଭଙ୍ଗାରୁଜା, ବସ୍‌ ପୋଡ଼ିଲେ ଭାଜପା କର୍ମୀ

୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ: ବ୍ୟାପକ ଭଙ୍ଗାରୁଜା, ବସ୍‌ ପୋଡ଼ିଲେ ଭାଜପା କର୍ମୀ

କୋଲକତା,୨୬।୯: ଭାଜପା ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ କରାଯାଇଛି। କେତେକ ସ୍ଥାନରେ ଭାଜପା କର୍ମୀ ଭଙ୍ଗାରୁଜା କରିବା ସହିତ କୁଚବିହାରରେ ଏକ ସରକାରୀ ବସ୍‌ରେ ନିଆଁ ଲଗାଇ ଦେଇଛନ୍ତି।

ପିତୃପକ୍ଷରେ କରନାହିଁ ଅପରାଧ: ସୁଶୀଲ ମୋଦି

ପିତୃପକ୍ଷରେ କରନାହିଁ ଅପରାଧ: ସୁଶୀଲ ମୋଦି

ପାଟନା,୨୫।୯: ବିହାରରେ ଆୟୋଜିତ ଏକ ପିତୃପକ୍ଷ ମେଳାରେ ଉଦ୍‌ବୋଧନ ଦେବା ସମୟରେ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କହିଛନ୍ତି ହାତ ଯୋଡିଲେ ଅପରାଧ ହେବନାହିଁ।

ଧନ ଲୋଭରେ ଗର୍ଭବତୀ ସ୍ତ୍ରୀଙ୍କୁ ବଳି ଦେଲେ ସ୍ବାମୀ

ଧନ ଲୋଭରେ ଗର୍ଭବତୀ ସ୍ତ୍ରୀଙ୍କୁ ବଳି ଦେଲେ ସ୍ବାମୀ

ପୁଡୁଚେରୀ,୨୫।୯: ପୁଡୁଚେରୀରେ ଧନ ଲୋଭରେ ଜଣେ ବ୍ୟକ୍ତି  ଗର୍ଭବତୀ ସ୍ତ୍ରୀଙ୍କୁ ବଳି ଦେଇଛନ୍ତି। ତାନ୍ତ୍ରିକ କଥା ଅନୁସାରେ ସେ ଏପରି କରିଥିବା କହିଛନ୍ତି। 

ଲୋକ ପ୍ରତିନିଧିମାନେ ଓକିଲ ହୋଇ କୋର୍ଟରେ ମାମଲା ପରିଚାଳନା କରିପାରିବେ: ସର୍ବୋଚ୍ଚ ଅଦାଲତ

ଲୋକ ପ୍ରତିନିଧିମାନେ ଓକିଲ ହୋଇ କୋର୍ଟରେ ମାମଲା ପରିଚାଳନା କରିପାରିବେ: ସର୍ବୋଚ୍ଚ ଅଦାଲତ

ନୂଆଦିଲ୍ଲୀ,୨୫।୯: ଲୋକ ପ୍ରତିନିଧିମାନେ ଓକିଲ ହୋଇ କୋର୍ଟରେ କୌଣସି ମାମଲା ପରିଚାଳନା କରିପାରିବେ ନା ନାହିଁ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଦେଇଛନ୍ତି ସବୁଜ ସଙ୍କେତ। ସର୍ବୋଚ୍ଚ ନ୍ୟାୟାଳୟ ସୂଚିତ କରିଛନ୍ତି ଯେ, ଜନ ପ୍ରତିନିଧି ସରକାରୀ ଚାକିରି କରି ନାହାନ୍ତି।

ମଧ୍ୟପ୍ରଦେଶରେ ଭାଜପା ଫୁଙ୍କିଲା ନିର୍ବାଚନୀ ବିଗୁଲ୍‌

ମଧ୍ୟପ୍ରଦେଶରେ ଭାଜପା ଫୁଙ୍କିଲା ନିର୍ବାଚନୀ ବିଗୁଲ୍‌

ଭୋପାଳ,୨୫।୯: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ଫୁଙ୍କିଛି ନିର୍ବାଚନୀ ବିଗୁଲ୍‌। ମଙ୍ଗଳବାର ଭୋପାଳରେ ଆୟୋଜିତ ଭାଜପା ମହାକୁମ୍ଭରେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି।