ଖେଳ |

ଏସିଆନ୍‌ ଗେମ୍ସ: ଚାଇନାର ସୁନଙ୍କ ପ୍ରଥମ ସ୍ବର୍ଣ୍ଣ

ଏସିଆନ୍‌ ଗେମ୍ସ: ଚାଇନାର ସୁନଙ୍କ ପ୍ରଥମ ସ୍ବର୍ଣ୍ଣ
ଜାକର୍ତ୍ତା,୧୯।୮(ଏଏଫ୍‌ପି)- ଚାଇନିଜ୍‌ ଉଷୁ ଆଥ୍‌ଲେଟ୍‌ ସୁନ ପେୟୁଆନ ଚଳିତ ଏସିଆନ୍‌ ଗେମ୍ସର ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୨୮ ବର୍ଷୀୟ ସୁନ ଚାଙ୍ଗକୁଆନ କାଟଗୋରୀରେ  ଆୟୋଜକ ଇଣ୍ଡୋନେସିଆ ଚାଭିଅର ମାର୍ଭେଲୋଙ୍କୁ ହରାଇ ଏହି ସଫଳତା ପାଇଛନ୍ତି। ଚାଇନିଜ୍‌ ଆଥ୍‌ଲେଟ ସର୍ବାଧିକ ୯.୭୫ ସ୍କୋର କରିଥିଲେ। ଏହି ଇଭେଣ୍ଟରେ ଚାଇନିଜ୍‌ ତାଇପେ ସାଇ ସେମିନ ପ୍ରଥମ ବ୍ରୋଞ୍ଜ ପଦକ ନେଇଛନ୍ତି। ଉଲ୍ଲେଖଥାଉ କି, ଇଞ୍ଚନଠାରେ ଅନୁଷ୍ଠିତ  ୨୦୧୪ ଏସିଆନ୍‌ ଗେମ୍ସରେ ଚାଇନା ସର୍ବାଧିକ ୧୫୧ ସ୍ବର୍ଣ୍ଣ ପଦକ ଜିତିଥିଲା। ଆଞ୍ଚଳିକ ତଥା ଏସିଆନ ଅଲିମ୍ପିକ୍ସ ଭାବେ ପରିଚିତ ଏସିଆନ୍‌ ଗେମ୍ସରେ ୧୯୮୨ଠାରୁ ଚାଇନା ପଦକ  ତାଲିକାର ଶୀର୍ଷରେ ରହି ଆସୁଛି।
All Right Reserved By

ଖେଳ |

ଧୋନୀଙ୍କ ଦ୍ୱିଶତକ

ଧୋନୀଙ୍କ ଦ୍ୱିଶତକ

ଦୁବାଇ, ୨୫।୯- ଏସିଆ କପ୍‌ ସୁପର୍‌ ଫୋର୍‌ରେ ଭାରତ ତା’ର ଅନ୍ତିମ ମ୍ୟାଚ୍‌ରେ ମଙ୍ଗଳବାର ଆଫଗାନିସ୍ତାନକୁ ଭେଟିଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଭାବେ ମହେନ୍ଦ୍ର ସିଂ ଧୋନୀଙ୍କୁ ଏହି ମ୍ୟାଚ୍‌ରେ ଭାରତୀୟ ଦଳର ନେତୃତ୍ୱ ଭାର ପ୍ରଦାନ କରାଯାଇଛି। 

ଫାଇନାଲ ଲକ୍ଷ୍ୟରେ ପାକିସ୍ତାନ, ବାଂଲାଦେଶ

ଫାଇନାଲ ଲକ୍ଷ୍ୟରେ ପାକିସ୍ତାନ, ବାଂଲାଦେଶ

ଆବୁଧାବି, ୨୫।୯(ପି.ଟି.)- ଚଳିତ ଏସିଆ କପ୍‌ ସୁପର୍‌ ଫୋର୍‌ ପର୍ଯ୍ୟାୟର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବୁଧବାର ପାକିସ୍ତାନ ଓ ବାଂଲାଦେଶ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ପୂର୍ବରୁ ଫାଇନାଲରେ ଭାରତୀୟ ଦଳ ସ୍ଥାନ ପକ୍କା କରିସାରିଥିବାରୁ ଦ୍ୱିତୀୟ ଦଳ ଭାବେ କିଏ ଫାଇନାଲରେ ପ୍ରବେଶ କରିବ ଏବେ ତାହା ଉପରେ ସମସ୍ତଙ୍କ ନଜର।

୪-୦ରେ ସିରିଜ ଜିତିଲା ଭାରତ

୪-୦ରେ ସିରିଜ ଜିତିଲା ଭାରତ

କଲମ୍ବୋ, ୨୫।୯- ଘରୋଇ ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ତଥା ୫ମ ଟି୨୦ ମ୍ୟାଚ୍‌କୁ ଭାରତୀୟ ମହିଳା କ୍ରିକେଟ ଦଳ ୫୧ ରନରେ ଜିତିନେଇଛି। ଭାରତ ପକ୍ଷରୁ ଧାର୍ଯ୍ୟ ୧୫୭ ରନର ଟାର୍ଗେଟ୍‌କୁ ପିଛା କରିଥିବା ଶ୍ରୀଲଙ୍କା ମହିଳା କ୍ରିକେଟ ଦଳ ୧୭.୪ ଓଭରରେ ୧୦୫ ରନ କରି ଅଲ୍‌ଆଉଟ୍‌ ହୋଇଥିଲା। 

କୋରିଆ ଓପନ୍‌ ମୁଖ୍ୟ ପର୍ଯ୍ୟାୟରୁ ଜୟରାମ ବଞ୍ଚିତ

କୋରିଆ ଓପନ୍‌ ମୁଖ୍ୟ ପର୍ଯ୍ୟାୟରୁ ଜୟରାମ ବଞ୍ଚିତ

ସିଅଲ, ୨୫।୯(ପି.ଟି.)- ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ଅଜୟ ଜୟରାମ ୬ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ କୋରିଆ ଓପନ୍‌ ମୁଖ୍ୟ ପର୍ଯ୍ୟାୟକୁ ପ୍ରବେଶ କରିବାରେ ବିଫଳ ହୋଇଛନ୍ତି। 

 ଫିଫା ଓ୍ବାଲର୍‌ଡ ଟିମ୍‌ ଅଫ୍‌ ଦି ଇୟର

ଫିଫା ଓ୍ବାଲର୍‌ଡ ଟିମ୍‌ ଅଫ୍‌ ଦି ଇୟର

ଲଣ୍ଡନ, ୨୫।୯(ଏଏଫ୍‌ପି)- ଫୁଟ୍‌ବଲର ସର୍ବୋଚ୍ଚ ସଂସ୍ଥା ଫିଫା ପକ୍ଷରୁ ଫିଫା ଓ୍ବାଲର୍‌ଡ ଟିମ୍‌ ଅଫ୍‌ ଦି ଇୟର ଚୟନ କରାଯାଇଛି। ଆଶ୍ଚର୍ଯ୍ୟଜନକ ଭାବେ ‘ପ୍ଲେୟାର ଅଫ୍‌ ଦି ଇୟର’ ପୁରସ୍କାର ଦୌଡ଼ରେ ରହିଥିବା ମହମ୍ମଦ ସଲାହ ଏବଂ ବର୍ଷର ଶ୍ରେଷ୍ଠ ଗୋଲକିପର ଟ୍ରଫି ଜିତିଥିବା ବେଲଜିୟମର ଥିବାଉଟ୍‌ କର୍ଟୋଇଜଙ୍କୁ ଫିଫା ଓ୍ବାଲର୍‌ଡ ଟିମ୍‌ରେ ସ୍ଥାନ ମିଳିନାହିଁ। 

ମୋଡ୍ରିକ୍‌ ଜିତିଲେ ଫିଫା ଶ୍ରେଷ୍ଠ ଖେଳାଳି ପୁରସ୍କାର

ମୋଡ୍ରିକ୍‌ ଜିତିଲେ ଫିଫା ଶ୍ରେଷ୍ଠ ଖେଳାଳି ପୁରସ୍କାର

ଲଣ୍ଡନ, ୨୫।୯(ଏଏଫ୍‌ପି)- ଗତ ଦଶନ୍ଧି ଧରି ଫୁଟ୍‌ବଲର ସର୍ବୋଚ୍ଚ ପୁରସ୍କାର ‘ଫିଫା ବେଷ୍ଟ ଫ୍ଲେୟାର ଅଫ୍‌ ଦି ଇୟର’ ଟ୍ରଫି ଜିତି ଆସୁଥିବା ଦୁଇ ମହାନ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଲିଓନେଲ ମେସିଙ୍କ ଯୁଗର ଅନ୍ତ ଘଟିଛି। 

ଓ୍ବେଷ୍ଟଇଣ୍ଡିଜ କୋଚ୍‌ ପଦରୁ ଲ’ଙ୍କ ଇସ୍ତଫା

ଓ୍ବେଷ୍ଟଇଣ୍ଡିଜ କୋଚ୍‌ ପଦରୁ ଲ’ଙ୍କ ଇସ୍ତଫା

ଲଣ୍ଡନ, ୨୫।୯(ଏଏଫ୍‌ପି)- ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ପଦରୁ ଷ୍ଟୁଆର୍ଟ ଲ’ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ତେବେ ଅକ୍ଟୋବରରେ ଭାରତ ଏବଂ ନଭେମ୍ବରରେ ବାଂଲାଦେଶ ବିପକ୍ଷରେ ହେବାକୁ ଥିବା ଦ୍ୱିପାକ୍ଷିକ ସିରିଜ ପର୍ଯ୍ୟନ୍ତ ସେ ଓ୍ବେଷ୍ଟଇଣ୍ଡିଜ ଦଳର ପ୍ରଶିକ୍ଷକ ଦାୟିତ୍ୱ ସମ୍ଭାଳିବେ ବୋଲି ଜଣାପଡ଼ିଛି। 

ଜାତୀୟ ଶକ୍ତିଉତ୍ତୋଳନରେ ଭାଗନେବ ଓଡ଼ିଶା

ଜାତୀୟ ଶକ୍ତିଉତ୍ତୋଳନରେ ଭାଗନେବ ଓଡ଼ିଶା

ଭୁବନେଶ୍ୱର, ୨୫ା୯(ସ୍ପୋଟର୍‌ସ ବ୍ୟୁରୋ)- ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଆସନ୍ତା ୨୯ରୁ ଅନ୍‌ଇକ୍ୟୁପଟ ବିଭାଗର ଶକ୍ତିଉତ୍ତୋଳନ ପ୍ରତିଯୋଗିତା (ମହିଳା/ପୁରୁଷ) ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ଦଳ ଅଂଶଗ୍ରହଣ କରିବ। 

ଏଣିକି ମହିଳାଙ୍କୁ ବାଲନ ଡି’ଅର ପୁରସ୍କାର

ଏଣିକି ମହିଳାଙ୍କୁ ବାଲନ ଡି’ଅର ପୁରସ୍କାର

ପ୍ୟାରିସ, ୨୫ା୯ (ଏଏଫ୍‌ପି)- ଏଣିକି  ବିଶ୍ୱର ଶ୍ରେଷ୍ଠ ମହିଳା ଖେଳାଳି  ଏବଂ ୨୧ ବର୍ଷରୁ କମ୍‌ ଖେଳାଳିଙ୍କୁ ପୁରସ୍କୃତ କରିବା ଲାଗି  ବାଲନ ଡି’ଅର ପୁରସ୍କାର ଆୟୋଜକଗଣ ସ୍ଥିର କରିଛନ୍ତି। 

ସ୍ପଟ୍‌ ଫିକ୍ସିଂ: ଶେହଜାଦଙ୍କୁ ପ୍ରଲୋଭିତ କରାଯାଇଥିଲା

ସ୍ପଟ୍‌ ଫିକ୍ସିଂ: ଶେହଜାଦଙ୍କୁ ପ୍ରଲୋଭିତ କରାଯାଇଥିଲା

ଦୁବାଇ, ୨୫ା୯ (ପି.ଟି.)-ଆସନ୍ତା ଆଫଗାନ ଟି୨୦ ପ୍ରିମିୟର ଲିଗ୍‌ରେ ଏକ ସ୍ପଟ ଫିକ୍ସିଂ ପାଇଁ ଆଫଗାନିସ୍ତାନ ଉଇକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ଶେହଜାଦ ପ୍ରଲୋଭନର ଶିକାର ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି।

ସହଜ ବିଜୟ ସହ କ୍ବାର୍ଟରରେ ତାମିଲନାଡୁ

ସହଜ ବିଜୟ ସହ କ୍ବାର୍ଟରରେ ତାମିଲନାଡୁ

କଟକ ଅଫିସ,୨୫ା୯- କଟକରେ ଚାଲିଥିବା ୨୪ତମ ଜାତୀୟ ସିନିୟର ମହିଳା ଫୁଟବଲ ଚାମ୍ପିୟନଶିପରେ ସୋମବାର ଗୋଟିଏ ମ୍ୟାଚ୍‌ ଖେଳାଯାଇଥିଲା । ଏଥିରେ ତାମିଲନାଡୁ ୯-୦ ଗୋଲରେ ମହାରାଷ୍ଟ୍ରକୁ ପରାସ୍ତ କରି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି । 

ପ୍ରେସିଡେଣ୍ଟ୍‌ସ କପ୍‌ ଗଲ୍ଫ: ଲଖି ଚାମ୍ପିୟନ

ପ୍ରେସିଡେଣ୍ଟ୍‌ସ କପ୍‌ ଗଲ୍ଫ: ଲଖି ଚାମ୍ପିୟନ

ଭୁବନେଶ୍ୱର, ୨୫ା୯(ସ୍ପୋଟର୍‌ସ ବ୍ୟୁରୋ)- ଭୁବନେଶ୍ୱର ଗଲ୍ଫ କ୍ଲବ୍‌ (ବିଜିସି) ନୂଆ ସିଜନର ପ୍ରଥମ ପ୍ରତିଯୋଗିତା ପ୍ରେସିଡେଣ୍ଟ୍‌ସ କପ୍‌ରେ ଲଖି ସ୍ବାଇଁ ଚାମ୍ପିୟନ ହୋଇଛନ୍ତି। ୧୯-୨୪ ବର୍ଗରେ ଲଖି ବିଜୟିନୀ ହୋଇଥିବାବେଳେ ଏ.ସି. ବେହେରା ରନର୍ସଅପ୍‌ ହୋଇଛନ୍ତି। ମୁଖ୍ୟ ବର୍ଗ ୦-୧୮ରେ ଅଜୟ ନେଗି ଚାମ୍ପିୟନ ଏବଂ ହକି ଅଲିମ୍ପିଆନ୍‌ ଦିଲ୍ଲୀପ ତିର୍କି ରନର୍ସଅପ୍‌ ହୋଇଥିଲେ।