ଫୁରସତ |

ସାଥୀ: ଅଳପ ଛାଇକୁ ଅଳପ ଖରା, ଫୁଲେଇ ରାଧିକା ନ ଦିଏ ଧରା

ସାଥୀ: ଅଳପ ଛାଇକୁ ଅଳପ ଖରା, ଫୁଲେଇ ରାଧିକା ନ ଦିଏ ଧରା
ପ୍ରଶ୍ନ-ମୋ ପ୍ରେମିକାକୁ ଯେତେ ବୁଝାଇଲେ ଆଦୌ ବୁଝୁନି। ଯେତେବେଳେ ଦେଖା ଦେଉଛି କଣେଇ କଣେଇ ହସି ଚାଲି ଯାଉଛି। କ’ଣ କରିବି ?
-ତନ୍ମୟ ସାହୁ, ରାଉରକେଲା
ଉତ୍ତର : ଆପଣଙ୍କ ପ୍ରେମିକା ଟିକେ ଫୁଲେଇ। ସେ ସବୁ କଥା ବୁଝି ନ ବୁଝିଲା ପରି ଅଭିନୟ କରୁଛନ୍ତି। ପ୍ରେମରେ ଅନେକ ସମୟରେ ଏମିତି ହୁଏ। ତାକୁ ନେଇ ଟେନସନ ନେଲେ କିଛି ଲାଭ ନାହିଁ। ‘ଅଳପ ଛାଇକୁ ଅଳପ ଖରା, ଫୁଲେଇ ରାଧିକା ନ ଦିଏ ଧରା।’ ବାସ୍‌, ପ୍ରେମିକା ସହ ଏହି ଲୁଚକାଳି ଖେଳର ମଜା ନିଅନ୍ତୁ। କାରଣ ଆପଣଙ୍କ ପ୍ରେମିକା ଯେଉଁ ଅଭିମାନ କରିଛନ୍ତି ତାହା କ୍ଷଣିକ ନ ହେଲେ ଏମିତି ହସି ଦେଇ ଚାଲିଯାଆନ୍ତେ ନାହିଁ।

ପ୍ରଶ୍ନ-କହିବେ କି ସାଥୀ, ଆଜିର ସମାଜରେ ଅନେକ ଶିକ୍ଷିତା ଯୁବତୀ ଅର୍ଦ୍ଧନଗ୍ନ ପୋଷାକ ପରିଧାନ କରିଥାଆନ୍ତି କାହିଁକି ?
-ବିଜୁ ସାହୁ, ଭୂମିକା ଭେରାଇଟି ଷ୍ଟୋର,ନାଗବାଲି ବଜାର, କଟକ
ଉତ୍ତର : ଏଭଳି କଥାରେ ମୁଣ୍ଡ ଖେଳାଇଲେ କିଛି ଲାଭ ହେବନି। କାରଣ ଯୁଗ ବଦଳୁଛି। ତାହା ସହ ପାଦ ମିଳାଇ ଚାଲିବାକୁ କେହି ମନା କରୁନାହାନ୍ତି। ହେଲେ ସବୁ ଜିନିଷ ଅତି ହେଲେ ତାହାର ପରିଣାମ ଖରାପ ହୋଇଥାଏ। ଅନ୍ୟମାନେ ଯେତେ ଚାହିଁଲେ ବି ସେମାନଙ୍କର ଏଭଳି ମାନସିକତାକୁ ବଦଳାଇବା କ’ଣ ସମ୍ଭବ ? ତେଣୁ ଆଜିର ସମାଜରେ କେଉଁ ଜିନିଷର କେତେ ମହତ୍ତ୍ୱ ରହିଛି ତାହା ନିଜେ ଉପଲବ୍ଧି କରିବା ଦରକାର। କାହା କଥାରେ ଯେ ସବୁ ବଦଳିଯିବ-ଏହା ଭାବିବା ଭୁଲ।

ପ୍ରଶ୍ନ-କେତେକ ପ୍ରେମିକ-ପ୍ରେମିକା ଭଲ ପାଇବାକୁ ଟଙ୍କାରେ ତଉଲି ଥାଆନ୍ତି। ଏହା ଠିକ୍‌ କି ?
-ସତ୍ୟସିଂହ ଶତପଥୀ, ହାଉସିଂ ବୋର୍ଡ କଲୋନୀ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର
ଉତ୍ତର : ଭଲ ପାଇବା ସବୁବେଳେ ଶାଶ୍ୱତ। ଏହାକୁ ଅନ୍ୟ କାହା ସହ ତଉଲିବା ଠିକ୍‌ ନୁହେଁ। ଆଜିକାଲି କେତେକ ପ୍ରେମିକ ପ୍ରେମିକା ଭଲ ପାଇବାକୁ ଟଙ୍କାର ନିକିତିରେ ତଉଲୁଛନ୍ତି। ସେମାନଙ୍କର ଲକ୍ଷ୍ୟ ଟଙ୍କା। ଭଲ ପାଇବାକୁ ମାଧ୍ୟମ କରି ସେମାନେ ନିଜର ଲକ୍ଷ୍ୟ ହାସଲ କରିବାକୁ ଚାହାନ୍ତି। ହେଲେ ଏଭଳି ପ୍ରେମ କ୍ଷଣସ୍ଥାୟୀ। କାରଣ ସେହି ଟଙ୍କା ହିଁ ସେମାନଙ୍କ ପ୍ରେମରେ ବାଧକ ସାଜିଥାଏ। ତେଣୁ ପ୍ରେମ ସବୁବେଳେ ନିର୍ମଳ ହେବା ଦରକାର, ତେବେ ସେଥିରେ ସକ୍‌ସେସ ହେବାର ଚାନ୍ସ ରହିଛି।

ପ୍ରଶ୍ନ-ମୋର ବାହାଘର ଦୁଇବର୍ଷ ହୋଇଛି। ଏବେ ଜାଣିବାକୁ ପାଉଛି ଯେ ମୋ ସ୍ତ୍ରୀ ପୂର୍ବରୁ ଜଣେ ପୁଅକୁ ଭଲ ପାଉଥିଲା। ବର୍ତ୍ତମାନ ମୁଁ କ’ଣ କରିବି ଜାଣିପାରୁନାହିଁ। 
-ବି.କେ., କେନ୍ଦ୍ରାପଡା
ଉତ୍ତର : ଯେଉଁ କଥା ଆପଣ ଶୁଣୁଛନ୍ତି ତାହାର ସତ୍ୟତା ପ୍ରଥମେ ପରଖନ୍ତୁ। ବାକି ରହିଲା ନିଷ୍ପତ୍ତି କଥା। ଯାହା ଘଟିଯାଇଛି ତାହାକୁ ଯଦି ଆପଣ ଧରି ବସିବେ ତେବେ ଆପଣଙ୍କ ବୈବାହିକ ଜୀବନ ନଷ୍ଟ ହୋଇଯିବ। ଯଦି ଘଟଣାଟି ସତ ହୋଇଥାଏ ତେବେ କ’ଣ ନିଷ୍ପତ୍ତି ନେବେ ନିଜେ ଠିକ୍‌ କରନ୍ତୁ। କାରଣ ଆପଣଙ୍କ ନିଷ୍ପତ୍ତି ଉପରେ ଆପଣଙ୍କର ଏବଂ ନିଜ ପତ୍ନୀଙ୍କ ଭବିଷ୍ୟତ ନିର୍ଭର କରେ। ଏପରି ପରିସ୍ଥିତିରେ ତରତର ହୋଇ ଆଦୌ ନିଷ୍ପତ୍ତି ନିଅନ୍ତୁ ନାହିଁ। 

All Right Reserved By

ଫୁରସତ |

ପ୍ରାକୃତିକ ବିପର୍ଯ୍ୟୟରେ ସହାୟକ ହେବ ହାମ୍‌ ରେଡିଓ

ପ୍ରାକୃତିକ ବିପର୍ଯ୍ୟୟରେ ସହାୟକ ହେବ ହାମ୍‌ ରେଡିଓ

ବ୍ରହ୍ମପୁର ଅଫିସ୍‌,୧୯ା୨-ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେତେବେଳେ ଲ୍ୟାଣ୍ଡ ଫୋନ୍‌ କାମ କରେ ନାହିଁ, ମୋବାଇଲ୍‌ ଫୋନ୍‌ ଅଚଳ ହୋଇଥାଏ ସେତେବେଳେ ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ ହୁଏ ରେଡିଓ ଫ୍ରିକ୍ୟୁଏନ୍ସି।

ନାଗା ଜାତିର ଅଜବ ପରମ୍ପରା

ନାଗା ଜାତିର ଅଜବ ପରମ୍ପରା

ସାଧାରଣତଃ ଯୁବତୀ ଯୁବକମାନଙ୍କୁ ଅନେକ କାଇଦା କଟକଣା ଭିତରେ ରହିବାକୁ ପଡିଥାଏ। ବିଶେଷ କରି ଆମ ଦେଶ ଭାରତରେ ଏହା ପ୍ରଚଳିତ  ଅଛି। ଏଠାରେ ବିନା ଅନୁମତିରେ ଶାରୀରିକ ସମ୍ପର୍କ ରଖିବା ଅପରାଧ। 

ଆଳୁ ଛାଣିଲା ପରେ ହୁଏ କ’ଣ...

ଆଳୁ ଛାଣିଲା ପରେ ହୁଏ କ’ଣ...

ଆଳୁ ଏକ ଲୋକପ୍ରିୟ ପରିବା। ଏହାକୁ କେହି କେହି ସିଝାଇ ଖାଉଥିବାବେଳେ କେତେକ ଭାଜି ଅବା ଛାଣି ଖାଇଥାନ୍ତି। ଆଳୁରୁ ନାନା ପ୍ରକାର ସ୍ବାଦିଷ୍ଟ ତରକାରୀ ପ୍ରସ୍ତୁତ କରାଯାଇଥାଏ। ତେବେ ଏହାକୁ ସିଝାଇ ଖାଇଲେ ଶରୀରକୁ ସମନ୍ବିତ ପରିମାଣରେ ବିଭିନ୍ନ ପୋଷକ ତତ୍ତ୍ୱ ଆସିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

ଏସବୁ ପାଇଁ ହୋଇଥିଲା ବିବାହର ଆରମ୍ଭ...

ଏସବୁ ପାଇଁ ହୋଇଥିଲା ବିବାହର ଆରମ୍ଭ...

ନାରୀ-ପୁରୁଷ ମଧ୍ୟରେ ବିବାହ ପରମ୍ପରା ପୂର୍ବରୁ ନ ଥିଲା। ପୁରାତନ କାଳରେ ମଣିଷ ପ୍ରାଣୀଙ୍କ ପରି ଶାରୀରିକ ସମ୍ପର୍କ ରକ୍ଷାକରୁଥିଲା। ସେତେବେଳେ ନାରୀମାନେ ସ୍ବତନ୍ତ୍ର ତଥା ଉନ୍ମୁକ୍ତ ଥିଲେ। ଯେ କୌଣସି ପୁରୁଷ ସହିତ ସେମାନେ ଶାରୀରିକ ସମ୍ପର୍କ ରଖୁଥିଲେ। 

କୁକିଂ ଏକ୍ସପର୍ଟ ରୋବୋ

କୁକିଂ ଏକ୍ସପର୍ଟ ରୋବୋ

ଆଜିକାଲି ରୋବୋକୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଛି। 

ଗୋଟିଏ ଦିନ ଘର ଛାଡି ଜଙ୍ଗଲରେ ରୁହନ୍ତି ଏହି ଗାଁର ଲୋକେ...

ଗୋଟିଏ ଦିନ ଘର ଛାଡି ଜଙ୍ଗଲରେ ରୁହନ୍ତି ଏହି ଗାଁର ଲୋକେ...

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ ହୋଇଥାଏ। ଏସବୁ ପରମ୍ପରା ପଛରେ ଅନେକ କାହାଣୀ ରହିଥାଏ। 

ମହିଳାମାନେ ଅଧିକ ଚାପଗସ୍ତ ହୋଇଥାନ୍ତି କାହିଁକି...

ମହିଳାମାନେ ଅଧିକ ଚାପଗସ୍ତ ହୋଇଥାନ୍ତି କାହିଁକି...

ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ଚାପଗ୍ରସ୍ତ ହୋଇଥାନ୍ତି ବୋଲି ଟରଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଗବେଷଣାରୁ ଜାଣିବାକୁ ମିଳିଛି। 

ଯେଉଁ ଶାସକଙ୍କର ଥିଲା ୧୩ ହଜାର ମହିଳାଙ୍କ ସହ ଶାରୀରିକ ସମ୍ପର୍କ

ଯେଉଁ ଶାସକଙ୍କର ଥିଲା ୧୩ ହଜାର ମହିଳାଙ୍କ ସହ ଶାରୀରିକ ସମ୍ପର୍କ

ଚାଇନାର ଏକଛତ୍ରବାଦୀ ଶାସକ ଶି ହୁଆଙ୍ଗ ୧୩ ହଜାର ମହିଳାଙ୍କ ସହିତ ରଖିଥିଲେ ଶାରୀରିକ ସମ୍ପର୍କ। ତାଙ୍କ ସନ୍ତାନ ସଂଖ୍ୟା ୨୮ ଶହ ଥିଲା। ପ୍ରତିଦିନ ରାତିରେ ସେ ନୂଆ କୋଠରୀରେ ଜଣେ ନୂଆ ମହିଳାଙ୍କ ସହିତ କରୁଥିଲେ ରାତ୍ରଯାପନ। 

ଯେଉଁଠି ପୁରୁଷଙ୍କୁ ଶାରୀରିକ ସମ୍ପର୍କ ପାଇଁ ପ୍ରସ୍ତାବ ଦିଅନ୍ତି ମହିଳା

ଯେଉଁଠି ପୁରୁଷଙ୍କୁ ଶାରୀରିକ ସମ୍ପର୍କ ପାଇଁ ପ୍ରସ୍ତାବ ଦିଅନ୍ତି ମହିଳା

ଭିନ୍ନ ଭିନ୍ନ ଦେଶରେ ମହିଳାଙ୍କ ପାଇଁ ରହିଛି ଅଲଗା ନିୟମ। ସାଧାରଣତଃ ମହିଳାଙ୍କୁ ଅନେକ କାଇଦା କଟକଣାରେ ରହିବାକୁ ପଡିଥାଏ। ହେଲେ ପପୁଆ ନିଉଗିନିରେ ମହିଳାଙ୍କ ପାଇଁ ଯେଉଁ ନିୟମ ରହିଛି ତାହା ଶୁଣିବା ପରେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। 

ପ୍ରଥମ ରୋଜଗାର: ପ୍ରଥମ ଦରମାରେ ବାକି ଶୁଝିଥିଲି

ପ୍ରଥମ ରୋଜଗାର: ପ୍ରଥମ ଦରମାରେ ବାକି ଶୁଝିଥିଲି

ଶିକ୍ଷାବିତ୍‌ ତଥା ସାହିତି୍ୟକ ଡ. କୈଳାସ ଚନ୍ଦ୍ର ଟିକାୟତରାୟ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ଲାସ୍ୟମୟୀ ମାମା

ଲାସ୍ୟମୟୀ ମାମା

ମଧୁସ୍ମିତା ରାଉତ କହିଲେ ହୁଏତ କେହି ଜାଣି ନ ପାରନ୍ତି। ମାତ୍ର ମାମା ବୋଲି କହିଲେ ସମସ୍ତେ ତାଙ୍କୁ ଚିହ୍ନିଦେବେ। ଜଣେ ଶିଶୁ କଳାକାର ଭାବରେ ମାମା ‘ରୁକ୍ମିଣୀ ଗଣନାଟ୍ୟ’ରେ ଯୋଗଦେଇ ତାଙ୍କର ଯାତ୍ରା ଜୀବନ ଆରମ୍ଭ କରିଥିଲେ। 

‘ମୁଁ କୌଣସି କମ୍ପ୍ରମାଇଜ୍‌ରେ ନାହିଁ’

‘ମୁଁ କୌଣସି କମ୍ପ୍ରମାଇଜ୍‌ରେ ନାହିଁ’

‘ସଙ୍ଗୀତ ମୋର ବନ୍ଧୁ। ସଙ୍ଗୀତ ମୋର ପ୍ରାଣ। ସଙ୍ଗୀତକୁ ମୁଁ ପୂଜା କରେ। ସଙ୍ଗୀତକୁ ମୁଁ ପ୍ରାଣ ଦେଇ ଭଲପାଏ।’ ଏକଥା କହନ୍ତି ଯାତ୍ରା ଇଣ୍ଡଷ୍ଟ୍ରିର ସବୁଠୁ ବ୍ୟସ୍ତ ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଶୁକ୍ଳା।