ଜୀବନଚର୍ଯ୍ୟା |

ଧର୍ମସ୍ଥାନ ପାଇଁ ପୋଷାକ ନିୟମ

ଧର୍ମସ୍ଥାନ ପାଇଁ ପୋଷାକ ନିୟମ
ପ୍ରତ୍ୟେକ ଧର୍ମସ୍ଥଳ ପବିତ୍ର। ସେଠି ସମସ୍ତଙ୍କ ମନରେ ଭରି ରହିଥାଏ ଭକ୍ତି ଓ ସମ୍ମାନ। ତେଣୁ ସେଠାକୁ ଗଲାବେଳେ ବେଶଭୂଷା ବି ସେହିଭଳି ଭଦ୍ର ହେବା ଜରୁରୀ ବୋଲି ମନେ କରାଯାଏ। ସେଇଥିପାଇଁ ତ ଅନେକ ଧର୍ମସ୍ଥଳରେ ରହିଛି ବେଶଭୂଷାକୁ ନେଇ ଅନେକ କଟକଣା। 
ଲୁଙ୍ଗି ପିନ୍ଧିବେ, ଶାର୍ଟ ଖୋଲି ପ୍ରବେଶ କରିବେ ମନ୍ଦିରକୁ- କେରଳର ଥିରୁଭାନନ୍ତପୁରମ୍‌ରେ ଅଛି ପଦ୍ମନାଭସ୍ବାମୀ ମନ୍ଦିର। ଏହି ମନ୍ଦିରରେ ଉଭୟ ତାମିଲ ଓ କେରଳ ସ୍ଥାପତ୍ୟର ଝଲକ ମିଳେ। ତାମିଲ ମନ୍ଦିର ଭଳି ଏହା ସମ୍ପୂର୍ଣ୍ଣ ରଙ୍ଗିନ ନ ହୋଇ କେରଳ ମନ୍ଦିର ପରି ଗୋଲ୍ଡେନ୍‌ ପ୍ଲେଟେଡ୍‌। ଏଠାରେ ପୂଜା ପାଆନ୍ତି ଭଗବାନ ବିଷ୍ଣୁ। ତେବେ ଉକ୍ତ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ହେଲେ କିଛିଟା ନିୟମ ପାଳନ କରିବାକୁ ପଡିବ। ଖାସ୍‌ କରି ପୁରୁଷମାନଙ୍କ ପାଇଁ ଲୁଙ୍ଗି ପିନ୍ଧିବା ଅନିବାର୍ଯ୍ୟ। ଏହାକୁ କିଣି ଅବା ଭଡାରେ ଆଣି ପିନ୍ଧିବେ। ତା ସହ ଶାର୍ଟ ବି ଖୋଲିବାକୁ ପଡିବ। ପ୍ୟାଣ୍ଟ ପିନ୍ଧିଥିଲେ ତା’ଉପରେ ଲୁଙ୍ଗି ପିନ୍ଧି ଯାଇପାରିବେ। ସେହିଭଳି ମହିଳାମାନଙ୍କୁ ଶାଢି ବା ଲଙ୍ଗ ସ୍କର୍ଟ ପିନ୍ଧିବାକୁ ହେବ। କାରଣ ଏହି ପୋଷାକ ପିନ୍ଧି ନ ଥିଲେ ମନ୍ଦିର ଭିତରକୁ ପ୍ରବେଶ ମନା।
ବିନା ଶାଢିରେ ପ୍ରବେଶ ନିଷେଧ- ଉତ୍ତରପ୍ରଦେଶ,ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର ଏକ ବହୁ ପ୍ରସିଦ୍ଧ ଶିବ ମନ୍ଦିର। ଗଙ୍ଗା ନଦୀର ପଶ୍ଚିମତଟରେ ରହିଛି ଏହି ମନ୍ଦିର। ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଏହା ଅନ୍ୟତମ। ତେବେ ମହାପ୍ରଭୁ ଶିବଙ୍କ ଦର୍ଶନ ପାଇଁ ଇଚ୍ଛା ରଖିଥିବା ଭକ୍ତଙ୍କୁ ପୋଷାକ ପ୍ରତି ସଜାଗ ରହିବାକୁ ହେବ। କାରଣ ତାଙ୍କ ଦର୍ଶନ ନିମନ୍ତେ ଖାସ୍‌ କରି ମହିଳାମାନଙ୍କୁ ଶାଢି ପିନ୍ଧିବା ଅନିବାର୍ଯ୍ୟ। ଆଣ୍ଠୁଠାରୁ ଛୋଟ ପିନ୍ଧି ଆସିଥିବା ମହିଳା ଭକ୍ତଙ୍କୁ ଏଠି ଶାଢି ପ୍ରଦାନ କରାଯାଏ। ଏଠାରେ ଥିବା ଚେଞ୍ଜିଂ ରୁମ୍‌ରେ ସେମାନେ ପୋଷାକ ବଦଳାଇ ଶାଢିି ପିନ୍ଧିବା ପରେ ହିଁ ମନ୍ଦିର ଭିତରକୁ ଯାଇପାରିବେ। ମହିଳା ପୋଲିସ୍‌ମାନେ ଶାଢି ପିନ୍ଧିବାବେଳେ ସାହାଯ୍ୟ କରିଥାଆନ୍ତି। ଉଭୟ ବିଦେଶୀ ଓ ସ୍ଥାନୀୟ ଭକ୍ତଙ୍କ ପାଇଁ ଏହି ନିୟମ ଲାଗୁ। 
ଓଦା ଶାଢିରେ କରିବେ ପୂଜା- ମହାରାଷ୍ଟ୍ର, ନାସିକ ଜିଲାର ତ୍ରିମ୍ବକ ସହରରେ ଅଛି ତ୍ରୟମ୍ବକେଶ୍ୱର ମନ୍ଦିର। ଏହି ମନ୍ଦିର ମଧ୍ୟ ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଅନ୍ୟତମ। ଏଠାରେ ବି ମହିଳାଙ୍କ ପ୍ରବେଶକୁ ନେଇ ରହିଛି  କିଛି ଅଜବ ନିୟମ। ପ୍ରତିଦିନ ସକାଳ ୬ରୁ ୭ଟା ମାତ୍ର ଏକ ଘଣ୍ଟା ପାଇଁ ମହିଳାଙ୍କୁ ଏହି ମନ୍ଦିର ଭିତରକୁ ଯିବା ପାଇଁ ଦିଆଯାଏ। ସେଠାରେ ଠାକୁରଙ୍କ ଦର୍ଶନ କରି ତାଙ୍କୁ ପୂଜା କରିବାକୁ ହେଲେ କଟନ୍‌ କିମ୍ବା ସିଲ୍କର ଓଦା ଶାଢି ପିନ୍ଧିବାକୁ ହେବ। 
ମୁଣ୍ଡକୁ ଘୋଡାଇ ରଖିବାକୁ ହେବ ଏହି ମନ୍ଦିରରେ- ଯଦି ପଞ୍ଜାବ, ଅମୃତସରରେ ଥିବା ଗୋଲ୍ଡେନ୍‌ ଟେମ୍ପୁଲ ବା ସ୍ବର୍ଣ୍ଣ ମନ୍ଦିର ଯିବାକୁ ଚାହୁଁଛନ୍ତି, ତେବେ ଉକ୍ତ ମନ୍ଦିରର ନିୟମାବଳୀ ସମ୍ପର୍କରେ ଜାଣିବା ବି ଜରୁରୀ। ଏହି ମନ୍ଦିର ଭିତରକୁ ଯିବାକୁ ହେଲେ ଶରୀର କଭର୍‌ ହେବା ଭଳି ପୋଷାକ ପିନ୍ଧିବେ। ଆଉ ସବୁଠୁ ବଡ଼ କଥା ହେଲା ମୁଣ୍ଡକୁ ସ୍କାର୍ଫ, ଦୁପଟ୍ଟା ଅବା ରୁମାଲରେ ମୁଣ୍ଡକୁ ଘୋଡେଇ ରଖିବେ। ଏହା ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଲାଗୁ। ସ୍କାର୍ଫ ସବୁ ମନ୍ଦିର ବାହାରେ ବି ବ୍ରିକି ହୋଇଥାଏ। 
ଛୋଟ ବସ୍ତ୍ର ପିନ୍ଧିଥିବା ଭକ୍ତଙ୍କୁ ଦିଆଯାଏ ଶାଲ୍‌- ପଣଜୀର ବସିଲିକା ଅଫ୍‌ ବମ୍‌ ଜିସସ୍‌ରେ ଛୋଟ ବସ୍ତ୍ର ପିନ୍ଧିଥିବା ଭକ୍ତଙ୍କୁ ପ୍ରବେଶ ନିଷେଧ। ତା’ମାନେ ନୁହେଁ ଯେ, ସେମାନେ ଭିତରକୁ ଯାଇପାରିବେ ନାହିଁ। ଏଠି ଥିବା ସ୍ବେଚ୍ଛାସେବୀ ଭକ୍ତଙ୍କୁ ଶାଲ୍‌ ପ୍ରଦାନ କରନ୍ତି। 
ଉଭୟ ପୁରୁଷ ମହିଳାଙ୍କୁ ଛୋଟବସ୍ତ୍ର ମନା- ଦିଲ୍ଲୀର ଜାମା ମସ୍‌ଜିଦ ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ଏହା ମଧ୍ୟକୁ ବିଦେଶୀଙ୍କଠୁ ଆରମ୍ଭ କରି ହିନ୍ଦୁମାନେ ବି ଯାଇପାରିବେ। ହେଲେ ଛୋଟବସ୍ତ୍ର ପିନ୍ଧି ନୁହେଁ। ଆଉ ମୁଣ୍ଡକୁ ଏକ ରୁମାଲ୍‌ରେ ବାନ୍ଧିବା ଜରୁରୀ।
All Right Reserved By

ଜୀବନଚର୍ଯ୍ୟା |

ଦାନ୍ତ ଘଷିବାର ଉପକାର

ଦାନ୍ତ ଘଷିବାର ଉପକାର

ନିୟମିତ ସକାଳୁ ଦାନ୍ତ ଘଷିବା ଦ୍ୱାରା ଆମର ଦାନ୍ତ କେବଳ ସଫା ରହେ ନାହିଁ କି ମୁହଁ ଦୁର୍ଗନ୍ଧ ଦୂର ହୁଏନାହିଁ, ଆମକୁ ହୃଦ୍‌ଘାତରୁ ରକ୍ଷାକରେ ବୋଲି ବୈଜ୍ଞାନିକମାନେ ଜଣାଇଛନ୍ତି।

ଗୁଆ ଖାଇଲେ ହୁଏନାହିଁ ମଧୁମେହ

ଗୁଆ ଖାଇଲେ ହୁଏନାହିଁ ମଧୁମେହ

ସାଧାରଣତଃ ଗୁଆ ଚୋବାଇଲେ ମୁଖ ଗହ୍ବର କର୍କଟ ଆଶଙ୍କା ଥାଏ ବୋଲି କୁହାଯାଏ। ହେଲେ ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିିଛି ଗୁଆ ଖାଇଲେ ଆହୁରି କିଛି ଲାଭ ମିଳିଥାଏ। 

କୋଲଷ୍ଟରଲ କମାଇବା ପାଇଁ ସକାଳେ ପିଅନ୍ତୁ ଏହି ପତ୍ର ରସ...

କୋଲଷ୍ଟରଲ କମାଇବା ପାଇଁ ସକାଳେ ପିଅନ୍ତୁ ଏହି ପତ୍ର ରସ...

ସକାଳୁ ଖାଲିପେଟରେ ଧନିଆ ପତ୍ର ଜୁସ୍‌ ପିଇଲେ ମିଳିଥାଏ ଅନେକ ସୁଫଳ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍‌ ବି-୧୨ ରହିଛି। ଏହା ସହିତ ଏଥିରେ ୮୯ ପ୍ରତିଶତ ଜଳ, କାର୍ବୋହାଇଡ୍ରେଟ୍‌, ତନ୍ତୁ, ପ୍ରୋଟିନ୍‌,  ଭିଟାମିନ୍‌-ଏ, ସି, କେ,  ମ୍ୟାଗ୍ନେସିୟମ୍‌, ମାଙ୍ଗାନିଜ୍‌, ପୋଟାସିୟମ୍‌ ଆଦି ଉପାଦାନ ରହିଥାଏ ବୋଲି ଗବେଷକ କହିଥାନ୍ତି।

କିଡ୍‌ନୀ ଷ୍ଟୋନରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଘରୋଇ ଚିକିତ୍ସା...

କିଡ୍‌ନୀ ଷ୍ଟୋନରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଘରୋଇ ଚିକିତ୍ସା...

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ କେତେକ ଘରୋଇ ଚିକିତ୍ସାରେ ମିଳିଥାଏ ସୁଫଳ। ପ୍ରତିଦିନ  ୨-୩ଟି ପାଚିଲା କଦଳୀ ଖାଇଲେ ଏଥିରୁ ମୁକ୍ତି ମିଳେ।

କାଶରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

କାଶରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ଶୁଖିଲା କାଶ ହେଲେ ବାରମ୍ବାର କାଶ ହୋଇଥାଏ। ଅପରପକ୍ଷରେ କଫଯୁକ୍ତ କାଶରେ ଛାତିଥିବା କଫ କାଶ ସମୟରେ ବାହାରି ଯାଇଥାଏ। କାଶ ଯୋଗୁ ଫୁସଫୁସ ଉପରେ ପ୍ରଭାବ ପଡ଼ିଥାଏ। 

ହିମୋଗ୍ଲୋବିନ ବଢ଼ାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ହିମୋଗ୍ଲୋବିନ ବଢ଼ାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ଉତ୍ତମ ସ୍ବାସ୍ଥ୍ୟ ପାଇଁ ଶାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ସାଗରେ ଭିନ୍ନ ଭିନ୍ନ ପୋଷକ ତତ୍ତ୍ୱ ରହିଥାଏ। ରକ୍ତହୀନତା ରୋଗରେ ପାଳଙ୍ଗ ଶାଗ ମହୌଷଧୀ ସଦୃଶ ସାବ୍ୟସ୍ତ ହୋଇଥାଏ। 

ଛତୁକୁ ତେଲରେ ଛାଣିଲା ପରେ ହୁଏ କ’ଣ...

ଛତୁକୁ ତେଲରେ ଛାଣିଲା ପରେ ହୁଏ କ’ଣ...

ଛତୁ ଏକ ଲୋକପ୍ରିୟ ଖାଦ୍ୟ। ଭାରତର ପ୍ରତିଟି ଅଞ୍ଚଳରେ ଏହାର ଚାହିଦା ରହିଛି। କେହି କେହି ଛତୁକୁ କଞ୍ଚା ତରକାରୀ କରି ଖାଉଥିବାବେଳେ କେତେକ ଏହାକୁ ତେଲରେ ଭାଜି ଅବା ଛାଣି ଖାଇଥାନ୍ତି। 

କମ୍‌ ଶୋଉଥିବା ବ୍ୟକ୍ତିଙ୍କୁ ହୋଇପାରେ ଡିଏନ୍‌ଏ ଡ୍ୟାମେଜ୍‌

କମ୍‌ ଶୋଉଥିବା ବ୍ୟକ୍ତିଙ୍କୁ ହୋଇପାରେ ଡିଏନ୍‌ଏ ଡ୍ୟାମେଜ୍‌

ସୁସ୍ଥ ରହିବା ପାଇଁ ନିଦର ଆବଶ୍ୟକତା ରହିଛି। ଭଲ ସ୍ବାସ୍ଥ୍ୟ ପାଇବା ଲାଗି ପ୍ରତ୍ୟେକ ବ୍ୟକ୍ତିଙ୍କୁ ୭ ଘଣ୍ଟା ଶୋଇବା ନିତାନ୍ତ ଆବଶ୍ୟକ। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ନିଦ୍ରାହୀନତା ଏକ ପ୍ରମୁଖ ରୋଗ ପାଲଟିଲାଣି।

ଉଚ୍ଚରକ୍ତଚାପରୁ ଦୂରେଇ ରହିବା ପାଇଁ ପ୍ରତିଦିନ ଖାଆନ୍ତୁ ଏହି ପରିବା...

ଉଚ୍ଚରକ୍ତଚାପରୁ ଦୂରେଇ ରହିବା ପାଇଁ ପ୍ରତିଦିନ ଖାଆନ୍ତୁ ଏହି ପରିବା...

ସ୍ବାସ୍ଥ୍ୟ ପାଇଁ ପନିପରିବା ଅତି ଉପକାରୀ। ପନିବରିବା ମଧ୍ୟରେ ବିଲାତି ବାଇଗଣ ଏକ ଘରେ ଘରେ ଏକ ମୁଖ୍ୟ ପରିବା। ଦେଖିବାକୁ ଯେତିକି ସୁନ୍ଦର,ଦେହପାଇଁ ମଧ୍ୟ ଏହା ସେତିକି ଉପକାରୀ।

ଉଚ୍ଚ ରକ୍ତଚାପରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଅଧା କପ୍‌ ଏହି ରସ...

ଉଚ୍ଚ ରକ୍ତଚାପରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଅଧା କପ୍‌ ଏହି ରସ...

ସକାଳେ କିଛି ସମୟ ଭ୍ରମଣ ପରେ ଅଧା କପ୍‌ ବିଟ୍‌ ଜୁସ୍‌ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ ।

ତ୍ୱଚା ପାଇଁ କଫି

ତ୍ୱଚା ପାଇଁ କଫି

ଉତ୍ତମ ସ୍କ୍ରବ୍‌ର କାମ କରିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ କଫି। ଜାଣନ୍ତୁ ସେ ସମ୍ପର୍କରେ କିଛି ଟିପ୍ସ...

ଗର୍ଭାବସ୍ଥାରେ  ଲୁପସ୍‌

ଗର୍ଭାବସ୍ଥାରେ ଲୁପସ୍‌

ଏସ୍‌ଏଲ୍‌ଇ ବା ସିଷ୍ଟମିକ୍‌ ଲୁପସ୍‌ ଏରିଦମେଟୋସସ୍‌ ଏକ ଗୁରୁତର ଅଟୋଇମ୍ୟୁନ୍‌ ରୋଗ, ଯାହାର ଅର୍ଥ ହେଉଛି ଶରୀରରେ ସ୍ବାଭାବିକ ଭାବେ ଥିବା ପଦାର୍ଥର ବିନାଶକ ପ୍ରତିପିଣ୍ଡ ଦ୍ୱାରା ସୃଷ୍ଟରୋଗ। ଏଥିସହ ତା’ ସାଙ୍ଗରେ ଅଟୋ ଆଣ୍ଟିବଡି ମଧ୍ୟ ଥାଏ, ଯାହା ଶରୀରରେ ପ୍ରବେଶ  କରିଥିବା ବିଷଦ୍ରବ୍ୟକୁ  ଧ୍ୱଂସ କରିବା ପାଇଁ  ରକ୍ତରେ ଗଢ଼ିଉଠିଥିବା ବିଷନାଶକ ପୁଷ୍ଟିସାର ହୋଇଥାଏ ।