ଫୁରସତ |

ହ୍ୟୁମାନ ଲାଇବ୍ରେରୀ

ହ୍ୟୁମାନ ଲାଇବ୍ରେରୀ
ଅବସର ସମୟକୁ ସୁବିନିଯୋଗ କରିବା ପାଇଁ ଆମ ଭିତରୁ ଅନେକେ ବହି ପଢିବା ପାଇଁ ପସନ୍ଦ କରନ୍ତି।  କିଏ ବହିଟିଏ କିଣି ପଢିବା ପାଇଁ ପସନ୍ଦ କରନ୍ତି ତ ଆଉ କେହି ଲାଇବ୍ରେରୀରୁ ବହି ଆଣି ପଢିବା ପାଇଁ ପସନ୍ଦ କରନ୍ତି। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ପୁସ୍ତକ ଲାଇବ୍ରେରୀ ଭଳି ଏବେ ହ୍ୟୁମାନ ଲାଇବ୍ରେରୀର କନ୍‌ସେପ୍ଟ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି। ୨୦୦୦ ମସିହାରେ ଡେନ୍‌ମାର୍କର କୋପେନହେଗେନ୍‌ଠାରେ ସର୍ବପ୍ରଥମେ ଆରମ୍ଭ ହୋଇଥିବା ଏହି ନିଆରା କନ୍‌ସେପ୍ଟ ବର୍ତ୍ତମାନ ପୃଥିବୀର ପ୍ରାୟ ୮୦ ଦେଶରେ କାର୍ଯ୍ୟକରୁଛି। ଏହି କନ୍‌ସେପ୍ଟ ଅନୁଯାୟୀ ଆପଣ ବହି ଭଳି ମଣିଷମାନଙ୍କୁ ଧାର ନେଇ ସେମାନଙ୍କ ମୁହଁରୁ ତାଙ୍କ ଜୀବନ କାହାଣୀ ଶୁଣିପାରିବେ। ଏହା ବ୍ୟତୀତ ଆପଣ ସେମାନଙ୍କୁ ଏହି ଜନିତ ପ୍ରଶ୍ନ ପଚାରି ତାହାର ଉତ୍ତର ମଧ୍ୟ ପାଇପାରିବେ। ଏହି ଲାଇବ୍ରେରୀରେ ବିଭିନ୍ନ ବିଭାଗ ରହିଥାଏ। ଆପଣଙ୍କ ପସନ୍ଦ ମୁତାବକ ଯେକୌଣସି ବିଭାଗର ବ୍ୟକ୍ତିଙ୍କୁ ଚୟନ କରି ତାଙ୍କ ମୁହଁରୁ  ଆଲୋଚ୍ୟ ବିଷୟ ଶୁଣି ପାରିବେ। ଭାରତରେ ଏହି ହ୍ୟୁମାନ ଲାଇବ୍ରେରୀର ଏକ ଇଭେଣ୍ଟ ସର୍ବପ୍ରଥମେ ଇନ୍ଦୋର ଏବଂ ଏହା ପରେ ହାଇଦ୍ରାବାଦ, ଦିଲ୍ଲୀ ଏବଂ ମୁମ୍ବାଇଠାରେ ଅନୁଷ୍ଠିତ ହୋଇଛି। ଏହି ସଂସ୍ଥାର ମୂଳ ଲକ୍ଷ୍ୟ ହେଉଛି ଲୋକଙ୍କ ମଧ୍ୟରେ ହିଂସା, ଦ୍ୱେଶ ଆଦିକୁ ଦୂରେଇ ସ୍ନେହ ସୌହାର୍ଦ୍ଦ୍ୟ, ଭାଇଚାରାର ସମ୍ପର୍କ ସ୍ଥାପନ କରିବା।
All Right Reserved By

ଫୁରସତ |

ପ୍ରାକୃତିକ ବିପର୍ଯ୍ୟୟରେ ସହାୟକ ହେବ ହାମ୍‌ ରେଡିଓ

ପ୍ରାକୃତିକ ବିପର୍ଯ୍ୟୟରେ ସହାୟକ ହେବ ହାମ୍‌ ରେଡିଓ

ବ୍ରହ୍ମପୁର ଅଫିସ୍‌,୧୯ା୨-ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେତେବେଳେ ଲ୍ୟାଣ୍ଡ ଫୋନ୍‌ କାମ କରେ ନାହିଁ, ମୋବାଇଲ୍‌ ଫୋନ୍‌ ଅଚଳ ହୋଇଥାଏ ସେତେବେଳେ ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ ହୁଏ ରେଡିଓ ଫ୍ରିକ୍ୟୁଏନ୍ସି।

ନାଗା ଜାତିର ଅଜବ ପରମ୍ପରା

ନାଗା ଜାତିର ଅଜବ ପରମ୍ପରା

ସାଧାରଣତଃ ଯୁବତୀ ଯୁବକମାନଙ୍କୁ ଅନେକ କାଇଦା କଟକଣା ଭିତରେ ରହିବାକୁ ପଡିଥାଏ। ବିଶେଷ କରି ଆମ ଦେଶ ଭାରତରେ ଏହା ପ୍ରଚଳିତ  ଅଛି। ଏଠାରେ ବିନା ଅନୁମତିରେ ଶାରୀରିକ ସମ୍ପର୍କ ରଖିବା ଅପରାଧ। 

ଆଳୁ ଛାଣିଲା ପରେ ହୁଏ କ’ଣ...

ଆଳୁ ଛାଣିଲା ପରେ ହୁଏ କ’ଣ...

ଆଳୁ ଏକ ଲୋକପ୍ରିୟ ପରିବା। ଏହାକୁ କେହି କେହି ସିଝାଇ ଖାଉଥିବାବେଳେ କେତେକ ଭାଜି ଅବା ଛାଣି ଖାଇଥାନ୍ତି। ଆଳୁରୁ ନାନା ପ୍ରକାର ସ୍ବାଦିଷ୍ଟ ତରକାରୀ ପ୍ରସ୍ତୁତ କରାଯାଇଥାଏ। ତେବେ ଏହାକୁ ସିଝାଇ ଖାଇଲେ ଶରୀରକୁ ସମନ୍ବିତ ପରିମାଣରେ ବିଭିନ୍ନ ପୋଷକ ତତ୍ତ୍ୱ ଆସିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

ଏସବୁ ପାଇଁ ହୋଇଥିଲା ବିବାହର ଆରମ୍ଭ...

ଏସବୁ ପାଇଁ ହୋଇଥିଲା ବିବାହର ଆରମ୍ଭ...

ନାରୀ-ପୁରୁଷ ମଧ୍ୟରେ ବିବାହ ପରମ୍ପରା ପୂର୍ବରୁ ନ ଥିଲା। ପୁରାତନ କାଳରେ ମଣିଷ ପ୍ରାଣୀଙ୍କ ପରି ଶାରୀରିକ ସମ୍ପର୍କ ରକ୍ଷାକରୁଥିଲା। ସେତେବେଳେ ନାରୀମାନେ ସ୍ବତନ୍ତ୍ର ତଥା ଉନ୍ମୁକ୍ତ ଥିଲେ। ଯେ କୌଣସି ପୁରୁଷ ସହିତ ସେମାନେ ଶାରୀରିକ ସମ୍ପର୍କ ରଖୁଥିଲେ। 

କୁକିଂ ଏକ୍ସପର୍ଟ ରୋବୋ

କୁକିଂ ଏକ୍ସପର୍ଟ ରୋବୋ

ଆଜିକାଲି ରୋବୋକୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଛି। 

ଗୋଟିଏ ଦିନ ଘର ଛାଡି ଜଙ୍ଗଲରେ ରୁହନ୍ତି ଏହି ଗାଁର ଲୋକେ...

ଗୋଟିଏ ଦିନ ଘର ଛାଡି ଜଙ୍ଗଲରେ ରୁହନ୍ତି ଏହି ଗାଁର ଲୋକେ...

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ ହୋଇଥାଏ। ଏସବୁ ପରମ୍ପରା ପଛରେ ଅନେକ କାହାଣୀ ରହିଥାଏ। 

ମହିଳାମାନେ ଅଧିକ ଚାପଗସ୍ତ ହୋଇଥାନ୍ତି କାହିଁକି...

ମହିଳାମାନେ ଅଧିକ ଚାପଗସ୍ତ ହୋଇଥାନ୍ତି କାହିଁକି...

ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ଚାପଗ୍ରସ୍ତ ହୋଇଥାନ୍ତି ବୋଲି ଟରଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଗବେଷଣାରୁ ଜାଣିବାକୁ ମିଳିଛି। 

ଯେଉଁ ଶାସକଙ୍କର ଥିଲା ୧୩ ହଜାର ମହିଳାଙ୍କ ସହ ଶାରୀରିକ ସମ୍ପର୍କ

ଯେଉଁ ଶାସକଙ୍କର ଥିଲା ୧୩ ହଜାର ମହିଳାଙ୍କ ସହ ଶାରୀରିକ ସମ୍ପର୍କ

ଚାଇନାର ଏକଛତ୍ରବାଦୀ ଶାସକ ଶି ହୁଆଙ୍ଗ ୧୩ ହଜାର ମହିଳାଙ୍କ ସହିତ ରଖିଥିଲେ ଶାରୀରିକ ସମ୍ପର୍କ। ତାଙ୍କ ସନ୍ତାନ ସଂଖ୍ୟା ୨୮ ଶହ ଥିଲା। ପ୍ରତିଦିନ ରାତିରେ ସେ ନୂଆ କୋଠରୀରେ ଜଣେ ନୂଆ ମହିଳାଙ୍କ ସହିତ କରୁଥିଲେ ରାତ୍ରଯାପନ। 

ଯେଉଁଠି ପୁରୁଷଙ୍କୁ ଶାରୀରିକ ସମ୍ପର୍କ ପାଇଁ ପ୍ରସ୍ତାବ ଦିଅନ୍ତି ମହିଳା

ଯେଉଁଠି ପୁରୁଷଙ୍କୁ ଶାରୀରିକ ସମ୍ପର୍କ ପାଇଁ ପ୍ରସ୍ତାବ ଦିଅନ୍ତି ମହିଳା

ଭିନ୍ନ ଭିନ୍ନ ଦେଶରେ ମହିଳାଙ୍କ ପାଇଁ ରହିଛି ଅଲଗା ନିୟମ। ସାଧାରଣତଃ ମହିଳାଙ୍କୁ ଅନେକ କାଇଦା କଟକଣାରେ ରହିବାକୁ ପଡିଥାଏ। ହେଲେ ପପୁଆ ନିଉଗିନିରେ ମହିଳାଙ୍କ ପାଇଁ ଯେଉଁ ନିୟମ ରହିଛି ତାହା ଶୁଣିବା ପରେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। 

ପ୍ରଥମ ରୋଜଗାର: ପ୍ରଥମ ଦରମାରେ ବାକି ଶୁଝିଥିଲି

ପ୍ରଥମ ରୋଜଗାର: ପ୍ରଥମ ଦରମାରେ ବାକି ଶୁଝିଥିଲି

ଶିକ୍ଷାବିତ୍‌ ତଥା ସାହିତି୍ୟକ ଡ. କୈଳାସ ଚନ୍ଦ୍ର ଟିକାୟତରାୟ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ଲାସ୍ୟମୟୀ ମାମା

ଲାସ୍ୟମୟୀ ମାମା

ମଧୁସ୍ମିତା ରାଉତ କହିଲେ ହୁଏତ କେହି ଜାଣି ନ ପାରନ୍ତି। ମାତ୍ର ମାମା ବୋଲି କହିଲେ ସମସ୍ତେ ତାଙ୍କୁ ଚିହ୍ନିଦେବେ। ଜଣେ ଶିଶୁ କଳାକାର ଭାବରେ ମାମା ‘ରୁକ୍ମିଣୀ ଗଣନାଟ୍ୟ’ରେ ଯୋଗଦେଇ ତାଙ୍କର ଯାତ୍ରା ଜୀବନ ଆରମ୍ଭ କରିଥିଲେ। 

‘ମୁଁ କୌଣସି କମ୍ପ୍ରମାଇଜ୍‌ରେ ନାହିଁ’

‘ମୁଁ କୌଣସି କମ୍ପ୍ରମାଇଜ୍‌ରେ ନାହିଁ’

‘ସଙ୍ଗୀତ ମୋର ବନ୍ଧୁ। ସଙ୍ଗୀତ ମୋର ପ୍ରାଣ। ସଙ୍ଗୀତକୁ ମୁଁ ପୂଜା କରେ। ସଙ୍ଗୀତକୁ ମୁଁ ପ୍ରାଣ ଦେଇ ଭଲପାଏ।’ ଏକଥା କହନ୍ତି ଯାତ୍ରା ଇଣ୍ଡଷ୍ଟ୍ରିର ସବୁଠୁ ବ୍ୟସ୍ତ ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଶୁକ୍ଳା।