ବାଣିଜ୍ୟ |

ନୋକିଆ ଆଣିଲା ୩ ନୂଆ ମଡେଲ

ନୋକିଆ ଆଣିଲା ୩ ନୂଆ ମଡେଲ
ମୁମ୍ବାଇ,  ୧୯-୮: ପ୍ରମୁଖ ସ୍ମାର୍ଟଫୋନ ନିର୍ମାତା ଏଚ୍‌ଏମ୍‌ଡି ଗ୍ଲୋବାଲ ପକ୍ଷରୁ ଏହାର ପ୍ରମୁଖ ମଡେଲ ନୋକିଆର ୩ ନୂଆ ଆଣ୍ଡ୍ରଏଡ ଫୋନ ବଜାରକୁ ଆସିଛି। ଉକ୍ତ ମଡେଲଗୁଡିକ ମଧ୍ୟରେ ନୋକିଆ ୫.୧, ନୋକିଆ ୩.୧, ନୋକିଆ ୨.୧ ରହିଛି। ଉକ୍ତ ମଡେଲଗୁଡିକ ଉଭୟ ଅନଲାଇନ ଏବଂ ଅଫଲାଇନରେ ଉପଲବ୍ଧ ହେବ। ମଡେଲଗୁଡିକ ୬ ହଜାରରୁ ୧୫ ହଜାର ମଧ୍ୟରେ ଉପଲବ୍ଧ ହେଉଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି।
All Right Reserved By

ବାଣିଜ୍ୟ |

ରଦ୍ଦ ହେଲା ୫୫ ହଜାର ଭୂତ କମ୍ପାନୀଙ୍କ ପଞ୍ଜୀକରଣ

ରଦ୍ଦ ହେଲା ୫୫ ହଜାର ଭୂତ କମ୍ପାନୀଙ୍କ ପଞ୍ଜୀକରଣ

ନୂଆଦିଲ୍ଲୀ,୨୨।୯:ଅବୈଧ ନେଣଦେଣକୁ ରୋକିବା ଲାଗି ଦ୍ୱିତୀୟ ପର୍ଯ୍ୟାୟରେ ଆହୁରି ୫୫ ହଜାର ଭୂତ କମ୍ପାନୀଙ୍କ ପଞ୍ଜୀକରଣକୁ ରଦ୍ଦ କରିଦିଆଯାଇଛି।

୪ ଦିନରେ ବୁଡ଼ିଗଲା ୫.୬୬ ଲକ୍ଷ କୋଟି

୪ ଦିନରେ ବୁଡ଼ିଗଲା ୫.୬୬ ଲକ୍ଷ କୋଟି

ମୁମ୍ବାଇ,୨୨।୯: ଷ୍ଟକ ବଜାରରେ କ୍ରମାଗତ ୪ ଦିନ ହେଲା ନିବେଶକଙ୍କ ପୁଞ୍ଜି ବୁଡ଼ିଛି। ଶୁକ୍ରବାର ସୁଦ୍ଧା ସେମାନେ ୫,୬୬,୧୮୭ କୋଟି ଟଙ୍କା ହରାଇ ସାରିଲେଣି। 

ଫିଲିପ୍ସର ଟ୍ରେଡ ପାର୍ଟନର ମିଟ୍‌

ଫିଲିପ୍ସର ଟ୍ରେଡ ପାର୍ଟନର ମିଟ୍‌

ଭୁବନେଶ୍ୱର,୨୨।୯:ପ୍ରମୁଖ କମ୍ପାନୀ ଫିଲିପ୍ସ ଇଣ୍ଡିଆ ଲିମିଟେଡ୍‌ ଓ ଏହାର ପାର୍ଟନର ଆର୍‌ଡି ଏଣ୍ଟରପ୍ରାଇଜେସ୍‌ ପକ୍ଷରୁ ‘ଟ୍ରେଡ ପାର୍ଟନର ମିଟ୍‌ ୨୦୧୮’ ଭୁବନେଶ୍ୱରର ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି।

ଓଡିଶାର ନଂ.୧ ବାଇକ୍‌  ଭାବେ ଗ୍ଲାମରର ସଫଳତା ପାଳିଲା ହିରୋ ମୋଟୋକର୍ପ

ଓଡିଶାର ନଂ.୧ ବାଇକ୍‌ ଭାବେ ଗ୍ଲାମରର ସଫଳତା ପାଳିଲା ହିରୋ ମୋଟୋକର୍ପ

ଭୁବନେଶ୍ୱର,୨୨।୯: ହିରୋ ମୋଟୋ କର୍ପ ଲିମିଟେଡର ଅନ୍ୟତମ ଲୋକପ୍ରିୟ ମଡେଲ ଗ୍ଲାମର ଓଡିଶାରେ ନମ୍ବର ଓ୍ବାନ ମୋଟରସାଇକେଲ ହେବାର ଗୌରବ ଅର୍ଜନ କରିଛି। କମ୍ପାନୀ ରାଜ୍ୟରେ ଥିବା ଏହାର ଡିଲରଶିପଗୁଡିକରେ ଏହି ସଫଳତାକୁ ନେଇ ଉତ୍ସବ ପାଳନ କରୁଛି।

ସ୍କୋଡା ଅଟୋ ଇଣ୍ଡିଆର ନୂଆ  ରାପିଡ୍‌ ଓନିକ୍ସ ମଡେଲ

ସ୍କୋଡା ଅଟୋ ଇଣ୍ଡିଆର ନୂଆ ରାପିଡ୍‌ ଓନିକ୍ସ ମଡେଲ

ନୂଆଦିଲ୍ଲୀ,୨୨।୯: ସ୍କୋଡା ଅଟୋ ଇଣ୍ଡିଆ ପକ୍ଷରୁ ରାପିଡ୍‌ ଓନିକ୍ସ ମଡେଲ ବଜାରକୁ ଆସିଛି। ଏହାର ବଜାର ଦର ୯.୭୫ ଲକ୍ଷ ଟଙ୍କା ରହିଛି। ଲାପିଜ ବ୍ଲୁ ଏବଂ କ୍ୟାଣ୍ଡି ହ୍ବାଇଟ୍‌ ଭଳି ଦୁଇଟି ରଙ୍ଗରେ ଏହା ଉପଲବ୍ଧ।

ଦୁଇ ଗୁଣ ବଢ଼ିଛି ନେତା, ମ୍ୟାନେଜରଙ୍କ ଦରମା

ଦୁଇ ଗୁଣ ବଢ଼ିଛି ନେତା, ମ୍ୟାନେଜରଙ୍କ ଦରମା

ନୂଆଦିଲ୍ଲୀ, ୨୨।୯:   ଅନ୍ତର୍ଜାତୀୟ ଶ୍ରମ ସଂଗଠନ(ଆଇଏଲ୍‌ଓ) ଇଣ୍ଡିଆ ଓ୍ବେଜ ରିପୋର୍ଟ ଅନୁଯାୟୀ ୧୯୯୩-୯୪ରୁ ୨୦୧୧-୧୨ ମଧ୍ୟରେ ଦେଶରେ ନେତା ଓ ମ୍ୟାନେଜରଙ୍କ ଦରମା ଦୁଇଗୁଣା ବଢ଼ିଛି।

ପିଏମ୍‌ଜେଏଓ୍ବାଇ ଯୋଜନା ଲାଗୁ କରିବେ ୨୭ ରାଜ୍ୟ

ପିଏମ୍‌ଜେଏଓ୍ବାଇ ଯୋଜନା ଲାଗୁ କରିବେ ୨୭ ରାଜ୍ୟ

ନୂଆଦିଲ୍ଲୀ,୨୧-୯: ଆସନ୍ତା ୨୫ରୁ ଦେଶର ସର୍ବବୃହତ ସ୍ବାସ୍ଥ୍ୟ ବୀମା ଯୋଜନା ଲାଗୁ ହୋଇଯିବ। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ପିଏମ୍‌ଜେଏଓ୍ବାଇ) ନାମରେ ଏହା ପ୍ରଚଳିତ ହେବାକୁ ଯାଉଥିବା ବେଳେ ୨୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହାକୁ ଲାଗୁ କରିବାକୁ ଯାଉଛନ୍ତି। ନୀତି ଆୟୋଗ ସଦସ୍ୟ ତଥା ଏହି ଯୋଜନାର ରୂପକାର  ଭି.କେ. ପଲ୍‌ କହିଛନ୍ତି। ଏହି ଯୋଜନାରେ ସାମିଲ ହେବାକୁ ପ୍ରାୟ ୧ ଲକ୍ଷ ୫୦ ହଜାର ସରକାରୀ ଓ ଘରୋଇ ହସ୍ପିଟାଲ ରାଜି ହୋଇଛନ୍ତି। ଏହି ଯୋଜନାରେ ପ୍ରାୟ ୧୦ କୋଟି ହିତାଧିକାରୀ ଉପକୃତ ହେବେ ବୋଲି ସେ କହିଛନ୍ତି।

ଏୟାରସେଲ-ମ୍ୟାକ୍ସିସ୍‌ ଚୁକ୍ତି;ଯାଞ୍ଚ ସାରିବାକୁ ୩ ମାସ ଅଧିକ ସମୟ

ଏୟାରସେଲ-ମ୍ୟାକ୍ସିସ୍‌ ଚୁକ୍ତି;ଯାଞ୍ଚ ସାରିବାକୁ ୩ ମାସ ଅଧିକ ସମୟ

ନୂଆଦିଲ୍ଲୀ,୨୧-୯: ସୁପ୍ରିମକୋର୍ଟ ଗୁରୁବାର ଏୟାରସେଲ-ମ୍ୟାକ୍ସିସ ଚୁକ୍ତିରେ ହୋଇଥିବା କଥିତ ଦୁର୍ନୀତିର ତଦନ୍ତ ସମୟସୀମାକୁ ଆହୁରି ୩ ମାସ ବଢ଼ାଇ ଦେଇଛନ୍ତି। ଏହି ସମୟ ମଧ୍ୟରେ ତଦନ୍ତ ସାରିବାକୁ ବିଚାରପତି ଏ.କେ.ସିକ୍ରି ଓ ବିଚାରପତି ଅଶୋକ ଭୂଷଣଙ୍କୁ ନେଇ ଗଠିତ ସର୍ବୋଚ୍ଚ ଅଦାଲତ ଖଣ୍ଡପୀଠ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ଙ୍କୁୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପୂର୍ବରୁ ଖଣ୍ଡପୀଠ ମାର୍ଚ୍ଚ ୧୨ରେ ତାଙ୍କ ନିର୍ଦ୍ଦେଶରେ ସେପ୍ଟେମ୍ବର ୧୨ ସୁଦ୍ଧା ତଦନ୍ତ ସାରିବାକୁ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟଙ୍କୁ କହିଥିଲେ। ଗୁରୁବାର ଇଡି ପକ୍ଷରୁ ହାଜର ହୋଇ ଅତିରିକ୍ତ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ତଦନ୍ତ ସାରିବାକୁ ଆହୁରି ୨-୩ ମାସ ସମୟ ଆବଶ୍ୟକ ବୋଲି କହିଥିଲେ। କାରଣ କିଛି ଅଭିଯୁକ୍ତଙ୍କ ସହ ଇ-ମେଲ୍‌ ଜରିଆରେ ଯୋଗାଯୋଗ କରିବାକୁ ପଡିବ। ଉଲ୍ଲେଖଥାଉ କି, ୨ଜି ସ୍ପେକ୍ଟ୍ରମ ମାମଲାରେ ଏୟାରସେଲ-ମ୍ୟାକ୍ସିସ୍‌ ବିରୋଧରେ ଆସିଥିବା ମନି ଲଣ୍ଡରିଂ ଅଭିଯୋଗର ଇଡି ତଦନ୍ତ କରୁଛି।

୨୮ରେ ଜିଏସ୍‌ଟି କାଉନସିଲ ବୈଠକ; ସିମେଣ୍ଟ,ଏସି, ବଡ଼ ପରଦା ଟିଭି ଦାମ କମିପାରେ

୨୮ରେ ଜିଏସ୍‌ଟି କାଉନସିଲ ବୈଠକ; ସିମେଣ୍ଟ,ଏସି, ବଡ଼ ପରଦା ଟିଭି ଦାମ କମିପାରେ

ନୂଆଦିଲ୍ଲୀ,୨୧-୯: ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି)ର ୩୦ ତମ ବୈଠକ ଆସନ୍ତା ୨୮ରେ ଏଠାରେ ବସିବାକୁ ଯାଉଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବାକୁ ଥିବା ଏହି ବୈଠକରେ ସିମେଣ୍ଟ, ଏସି ଏବଂ ବଡ଼ ପରଦାର ଟିଭି ଉପରୁ ଟିକସ ହ୍ରାସ କରାଯାଇପାରେ। ଜୁଲାଇରେ ଅନୁଷ୍ଠିତ ବୈଠକରେ ଜିଏସ୍‌ଟି କାଉନସିଲ ୧୦୦ରୁ ଊର୍ଦ୍ଧ୍ୱ ସାମଗ୍ରୀ ଉପରୁ ଟିକସ ହ୍ରାସ କରିଥିଲେ। ସେହିଭଳି ୨୮% ସ୍ଲାବରେ ଥିବା ଫ୍ରିଜ୍‌, ଛୋଟ ପରଦାର ଟିଭି, ଓ୍ବାଶିଂ ମେଶିନର ଟିକସ ହ୍ରାସ କରାଯାଇଥିଲା। ଅନାବଶ୍ୟକ ତଥା ସାମଗ୍ରୀଗୁଡିକୁ ଛାଡି ଦେଲେ ଅବଶିଷ୍ଟ ସାମଗ୍ରୀଗୁଡିକର ଟିକସ ହ୍ରାସ କରାଯିବ ବୋଲି ପୂର୍ବରୁ କେନ୍ଦ୍ର ସରକାର କହିଥିଲେ। କେରଳ ବନ୍ୟାକୁ ଦୃଷ୍ଟିରେ ରଖି ବନ୍ୟା ପିଡିତଙ୍କ କଲ୍ୟାଣାର୍ଥେ ସେସ୍‌ ଲାଗୁ କରିବାକୁ କେରଳ ଅର୍ଥ ମନ୍ତ୍ରୀ ଥୋମାସ ଇସାକ୍‌ କାଉନସିଲରେ ପ୍ରସ୍ତାବ ଦେଇପାରନ୍ତି। ସେହିପରି ଏସ୍‌ଏମଇ ସେକ୍ଟରକୁ ଆଶ୍ୱସ୍ତ କରିବା ନେଇ କାଉନସିଲ ବୈଠକରେ ନିଷ୍ପତ୍ତି ନିଆଯାଇପାରେ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। 

ସ୍ବଳ୍ପ ସଞ୍ଚୟ ସୁଧ ବଢ଼ିଲା

ସ୍ବଳ୍ପ ସଞ୍ଚୟ ସୁଧ ବଢ଼ିଲା

ନୂଆଦିଲ୍ଲୀ,୨୧-୯: ସ୍ବଳ୍ପ ସଞ୍ଚୟ ନିବେଶକାରୀଙ୍କ ଲାଗି ଖୁସି ଖବର। କେନ୍ଦ୍ର ସରକାର ରାଷ୍ଟ୍ରୀୟ ସଞ୍ଚୟ ପ୍ରମାଣପତ୍ର(ଏନ୍‌ଏସ୍‌ସି), ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ(ପିପିଏଫ୍‌),ସୁକନ୍ୟା ଯୋଜନା ସମେତ ସମସ୍ତ ପ୍ରକାର ସ୍ବଳ୍ପ ସଞ୍ଚୟ ଯୋଜନାର ସୁଧ ହାରକୁ ବଢ଼ାଇ ଦେଇଛନ୍ତି। ଅକ୍ଟୋବର-ଡିସେମ୍ବର ତ୍ରୈମାସ ପାଇଁ ସୁଧରେ ୦.୪% ପର୍ଯ୍ୟନ୍ତ ସୁଧ ହାର ବଢ଼ାଯାଇଛି। ସୂଚନାଥାଉକି, ତୈମାସ ଆଧାରରେ ସ୍ବଳ୍ପ ସଞ୍ଚୟ ଯୋଜନାର ସୁଧ ହାର ସଂଶୋଧିତ ହୋଇଥାଏ। ସ୍ଥାୟୀ ଆୟ ଲାଗି ଏଭଳି ଯୋଜନାରେ ନିବେଶ ପ୍ରତି କ୍ଷୁଦ୍ର ନିବେଶକାରୀଙ୍କ ଆଗ୍ରହ ରହିଛି। ଦୀର୍ଘ ଦିନ ହେଲା ଏହି ସମସ୍ତ ଯୋଜନାର ସୁଧ ହାର ବଢ଼ି ନ ଥିଲା।

ଜେଟ୍‌ ଏୟାରଓ୍ବେଜ ବିମାନରେ ଅସ୍ବାଭାବିକ ଘଟଣା;ଯାତ୍ରୀଙ୍କ ନାକ-କାନରୁ ରକ୍ତସ୍ରାବ

ଜେଟ୍‌ ଏୟାରଓ୍ବେଜ ବିମାନରେ ଅସ୍ବାଭାବିକ ଘଟଣା;ଯାତ୍ରୀଙ୍କ ନାକ-କାନରୁ ରକ୍ତସ୍ରାବ

ନୂଆଦିଲ୍ଲୀ,୨୧-୯: ୧୪ ହଜାର ଫୁଟ୍‌ ଉପରେ ବିମାନରେ ଉଡୁଥିବା ବେଳେ ଅକ୍ସିଜେନର ଅଭାବ ହେଲେ କ’ଣ ହୋଇପାରେ ଜେଟ୍‌ ଏୟାରଓ୍ବେଜର ୧୬୬ ଯାତ୍ରୀ ଗୁରୁବାର ତାହା ମର୍ମେ ମର୍ମେ ଅନୁଭବ କରିଛନ୍ତି। ଗୁରୁବାର ଜେଟ୍‌ ଏୟାରଓ୍ବେଜର ମୁମ୍ବାଇ-ଜୟପୁର ବିମାନର ଉଡାଣ ବେଳେ ବିମାନ କର୍ମଚାରୀଙ୍କ ଗୋଟିଏ ଭୁଲ୍‌ରୁ ସମସ୍ତ ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଥିଲା। ଆକାଶକୁ ଉଠିବା ମାତ୍ରେ ବିମାନର ଅକ୍ସିଜେନ ଚାପ ବଜାୟ ରଖୁଥିବା ସୁଇଚ୍‌ ମାରିବାକୁ କର୍ମଚାରୀ ଭୁଲି ଯାଇଥିଲେ। ଫଳରେ ଅକ୍ସିଜେନ ଅଭାବରୁ ବିମାନରେ ଥିବା ସମସ୍ତ ଯାତ୍ରୀ ଏକ ସମୟରେ ଅଣନିଶ୍ୱାସୀ ହୋଇ ପଡିଥିଲେ। ତେବେ ତୁରନ୍ତ ପଦକ୍ଷେପ ନିଆଯିବା ଯୋଗୁ କିଛି ସମୟ ମଧ୍ୟରେ ସ୍ଥିତି ସ୍ବାଭାବିକ ହୋଇଥିଲା ସତ ଏହି ସ୍ବଳ୍ପ ସମୟର ଅବଧି ଭିତରେ ୩୦ ଜଣ ଯାତ୍ରୀଙ୍କ ନାକ ଓ କାନରୁ ରକ୍ତସ୍ରାବ ଆରମ୍ଭ ହୋଇଯାଇଥିଲା। 

ସିଏଚ୍‌. ଏସ୍‌.ଏସ୍‌ ମଲ୍ଲିକାର୍ଜୁନ ରାଓ ଆଲ୍ଲାହାବାଦ ବ୍ୟାଙ୍କ ଏମ୍‌ଡି, ସିଇଓ

ସିଏଚ୍‌. ଏସ୍‌.ଏସ୍‌ ମଲ୍ଲିକାର୍ଜୁନ ରାଓ ଆଲ୍ଲାହାବାଦ ବ୍ୟାଙ୍କ ଏମ୍‌ଡି, ସିଇଓ

ନୂଆଦିଲ୍ଲୀ,୨୧-୯: ଆଲ୍ଲାହାବାଦ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ତଥା ସିଇଓ ଭାବେ ସିଏଚ୍‌. ଏସ୍‌.ଏସ୍‌. ମଲ୍କିକାର୍ଜୁନ ରାଓ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ସିଣ୍ଡିକେଟ ବ୍ୟାଙ୍କର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ବ୍ୟାଙ୍କିଙ୍ଗ ଶିଳ୍ପରେ ତାଙ୍କର ଦୀର୍ଘ ୩୩ ବର୍ଷର ଅଭିଜ୍ଞତା ରହିଛି। ସେ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସର ଜେନେରାଲ ମ୍ୟାନେଜର ଏବଂ ସିଏଫ୍‌ଓ, ଗ୍ଲୋବାଲ ଟ୍ରଷ୍ଟ ବ୍ୟାଙ୍କର ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ ଭାବେ କାର୍ଯ୍ୟ କରିଛନ୍ତି। ୧୯୮୫ରେ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରରେ ପ୍ରୋବେଶନାରୀ ଅଫିସର କାର୍ଯ୍ୟ ଆରମ୍ଭ କରିଥିଲେ। ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସରେ ସେ ଆଞ୍ଚଳିକ ମୁଖ୍ୟ ରହିିବା ସହ ବ୍ୟାଙ୍କର ବିଭିନ୍ନ ବିଭାଗ ତଥା ଜେନେରାଲ ମ୍ୟାନେଜର ଦାୟିତ୍ୱରେ କାର୍ଯ୍ୟ କରିଛନ୍ତି। କ୍ରେଡିଟ, ରିକଭରି, ଟ୍ରେଜେରୀ, ରିସ୍କ ପରିଚାଳନା, ଇନଫରମେଶନ ଟେକ୍ନୋଲୋଜି, ଇନଫରମେଶନ ସିଷ୍ଟମ ମ୍ୟାନେଜମେମଣ୍ଟ, ରିଟେଲ ବ୍ୟାଙ୍କିଙ୍ଗ, ମାର୍କେଟିଂ, ପବ୍ଲିସିଟି ଏବଂ ଅଲଟରନେଟିଭ୍‌ ଡେଲିଭରି ଚ୍ୟାନେଲ୍‌  ଭଳି କ୍ଷେତ୍ରରେ ତାଙ୍କର କାର୍ଯ୍ୟ ଅଭିଜ୍ଞତା ରହିଛି।