ରାଜ୍ୟ |

ଫସିଲେ ହିତାଧିକାରୀ

ଫସିଲେ ହିତାଧିକାରୀ
ଭୁବନେଶ୍ୱର,୧୯।୮(ବ୍ୟୁରୋ)(ଅନିଲ ଦାସ) ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା (ଏନ୍‌ଏଫ୍‌ଏସ୍‌ଏ) ଏବଂ ଓଡ଼ିଶା ଖାଦ୍ୟ ସୁରକ୍ଷା ଯୋଜନା ମଝିରେ ଫସିଯାଇଛନ୍ତି ଗରିବ ହିତାଧିକାରୀ।  ଆସନ୍ତା ଅକ୍ଟୋବର ୨ ଯାଏ କେନ୍ଦ୍ରୀୟ ଯୋଜନା ଏନ୍‌ଏଫ୍‌ଏସ୍‌ଏରେ ଆଉ କୌଣସି ହିତାଧିକାରୀ ନୂତନ କାର୍ଡ ପାଇବେ ନାହିଁ। ରାଜ୍ୟ ସରକାର ରାଜ୍ୟରେ ଥିବା ସମସ୍ତ ରାଶନ କାର୍ଡ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍‌ ସେଣ୍ଟର(ଆର୍‌ସିଏମ୍‌ଏସ୍‌ସି)ରେ ନୂତନ ଆବେଦନ ଗ୍ରହଣକୁ ବନ୍ଦ କରିଦେଇଛନ୍ତି। ଏ ନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ଭି.ଭି. ଯାଦବ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ଜଣାଇଦେଇଛନ୍ତି। ଏହି ସମୟରେ ରାଜ୍ୟ ସରକାରଙ୍କ ଓଡ଼ିଶା ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ହିତାଧିକାରୀ ଚୟନ କରାଯିବ ବୋଲି ଜଣାପଡିଛି। 
ଦେଶରେ କୌଣସି ଲୋକ ଭୋକରେ ରହିବେ ନାହିଁ। ଏଭଳି ଉଦ୍ଦେଶ୍ୟ ରଖି କେନ୍ଦ୍ର ସରକାର ଏନ୍‌ଏଫ୍‌ଏସ୍‌ଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କେଉଁ ପରିବାର ଏହା ଭିତରେ ଆସିବେ ସେନେଇ କେନ୍ଦ୍ର ସରକାର ମାନଦଣ୍ଡ ମଧ୍ୟ ଧାର୍ଯ୍ୟ କରିଛନ୍ତି। ସେହି ଆଧାରରେ ହିତାଧିକାରୀ ଚୟନ କରି ରାଜ୍ୟ ସରକାର ରାଶନ କାର୍ଡ ବାଣ୍ଟୁଛନ୍ତି। ୨୦୧୧ ଜନଗଣନାକୁ ଦେଖି କେନ୍ଦ୍ର ସରକାର ରାଜ୍ୟରେ ୩ କୋଟି ୨୬ ଲକ୍ଷ ୪୧ ହଜାର ୮୦୦ ଲୋକଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ସେହି ଟାର୍ଗେଟକୁ ଛୁଇଁପାରୁ ନାହାନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ୩୦ଟି ଜିଲାରେ ଏ ପର୍ଯ୍ୟନ୍ତ ୩ କୋଟି ୨୨ ଲକ୍ଷ ୮୧ ହଜାର ୨୫୪ ଜଣଙ୍କୁ ଏନ୍‌ଏଫ୍‌ଏସ୍‌ଏ ଯୋଜନାରେ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରୁ ୨, ୧୪,୮୬୩ ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନା(ଏଏଓ୍ବାଇ) ହିତାଧିକାରୀ ଥିବା ବେଳେ ୨,୮୦,୬୬,୩୯୧ ହେଉଛନ୍ତି ପ୍ରାୟରିଟି ହାଉସ୍‌ହୋଲ୍ଡ(ପିଏଚ୍‌ଏସ୍‌)। କେନ୍ଦ୍ର ସରକାରଙ୍କ ଟାର୍ଗେଟ ପୂରଣ କରିବାକୁ ହେଲେ ଆହୁରି ପ୍ରାୟ ୪ ଲକ୍ଷ ଲୋକଙ୍କୁ ଏଥିରେ ସାମିଲ କରାଯିବା କଥା।  କୋଟା ପୂରଣ କରିବାକୁ ହିତାଧିକାରୀ ମିଳୁନାହାନ୍ତି କିମ୍ବା ହିତାଧିକାରୀ ଚୟନରେ ପାତର ଅନ୍ତର ଯୋଗୁ ଏଭଳି ପରିସ୍ଥିତି ହୋଇଛି, ତାହା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଉନାହିଁ।  
ଅନ୍ୟପକ୍ଷରେ ୨୦୧୧ ପରେ ରାଜ୍ୟରେ ଜନସଂଖ୍ୟା ବଢ଼ିଛି। ଏବେ ବି ୨୫ ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ରାଜ୍ୟ ସରକାର ହିସାବ ଦେଉଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ଏତେ ସଂଖ୍ୟାରେ ଯଦି ଗରିବ ଅଛନ୍ତି ତେବେ ରାଜ୍ୟ ସରକାର କୋଟା ପୂରଣ କରି ପାରୁନାହାନ୍ତି କାହିିଁକି। ଏଭଳି ସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ଚକ୍ରବୂ୍ୟହରେ ଫସି ଯାଇଛନ୍ତି ଗରିବ ହିତାଧିକାରୀ। କାର୍ଡ ଖଣ୍ଡେ ପାଇବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଆର୍‌ସିଏମ୍‌ଏସ୍‌ସିକୁ ଦୌଡୁଥିଲେ ମଧ୍ୟ ସେମାନଙ୍କୁ ସାମିଲ କରାଯାଉନାହିଁ। କୁହାଯାଉଛି, କୋଟା ପୂରଣ ହୋଇଗଲାଣି ଆଉ ଏନ୍‌ଏଫ୍‌ଏସ୍‌ଏ କାର୍ଡ ଦିଆଯିବ ନାହିଁ। ଏନ୍‌ଏଫ୍‌ଏସ୍‌ଏ କାର୍ଡ ପାଇବା ଆଶାରେ ଆର୍‌ସିଏମ୍‌ଏସ୍‌ସିକୁ  ଦୌଡୁଥିବା ଲୋକଙ୍କୁ ଅକ୍ଟୋବର ୨ତାରିଖ ଯାଏ ନିରାଶ ହେବାକୁ ପଡିବ।
ରାଜ୍ୟ ସରକାର ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଓଡିଶା ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏହି ନୂଆ ଯୋଜନା ରାଜ୍ୟ କ୍ୟାବିନେଟରେ ମଧ୍ୟ ଅନୁମୋଦନ ପାଇସାରିଛି। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ସେଥିପାଇଁ ଯୋଗାଣ ବିଭାଗ ପକ୍ଷରୁ ହିତାଧିକାରୀ ସାଉଁଟିବା ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ନୂତନ କାର୍ଡରେ ହିତାଧିକାରୀଙ୍କୁ କିଲୋ ପିଛା ୧ ଟଙ୍କାରେ ଚାଉଳ ଯୋଗାଇ ଦିଆଯିବ।  ଏଥିରେ କେବଳ ଚାଉଳ ମିଳିବ। ସମସ୍ତ ହିତାଧିକାରୀ ଚାଉଳ ନେବାକୁ ବାଧ୍ୟ। ଯେଉଁମାନେ ଏନଏଫଏସଏ କାର୍ଡ ନେବେ, ସେମାନଙ୍କୁ ଆଉ ପାଖାପାଖି ୪୫ ଦିନ ଅପେକ୍ଷା କରିବାକୁ ପଡିବ। ରାଜ୍ୟ ସରକାର ସମସ୍ତ ହିତାଧିକାରୀଙ୍କୁ ନିଜ ଯୋଜନାରେ ସାମିଲ କରିବା ପାଇଁ ଜୋର୍‌ଦାର ପ୍ରୟାସ ଚଳାଇଛନ୍ତି।  ଏ ସମ୍ପର୍କରେ ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ପଚାରିବାରୁ ସେ କହିଲେ ଯେ, ରାଜ୍ୟ ସରକାରଙ୍କ ନୂଆ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ଚୟନ କରିବାରେ ସମସ୍ୟା ହେବାରୁ ଅକ୍ଟୋବର ୨ ତାରିଖ ଯାଏ ଏନ୍‌ଏଫ୍‌ଏସ୍‌ଏ ପାଇଁ ନୂତନ କାର୍ଡ ସକାଶେ ଆବେଦନ ଗ୍ରହଣ କରାଯିବ ନାହିଁ। ଏ ନେଇ ସମସ୍ତ ଆର୍‌ସିଏମ୍‌ଏସ୍‌ସିକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସମସ୍ତ ହିତାଧିକାରୀ ଚାଉଳ ନେବେ। ଗ୍ରାମାଞ୍ଚଳରେ ଗହମର ଆବଶ୍ୟକତା ନାହିଁ। ଯେଉଁମାନେ ଖାଇବାକୁ ପାଉନାହାନ୍ତି ସେମାନଙ୍କର ଚାଉଳ ଦରକାର ବୋଲି ସେ କହିଛନ୍ତି।
All Right Reserved By

ରାଜ୍ୟ |

ଆନ୍ଦୋଳନ ପରେ ମାନିଲେ କର୍ତ୍ତୃପକ୍ଷ: ଘୁଞ୍ଚିଲା ଯୁକ୍ତ ୩ ଚତୁର୍ଥ ସେମିଷ୍ଟର ପରୀକ୍ଷା ,ମେ’ ୪ ପରିବର୍ତ୍ତେ ଜୁନ୍‌ ୧୭ରୁ ହେବ ଥିଓରୀ ପରୀକ୍ଷା

ଆନ୍ଦୋଳନ ପରେ ମାନିଲେ କର୍ତ୍ତୃପକ୍ଷ: ଘୁଞ୍ଚିଲା ଯୁକ୍ତ ୩ ଚତୁର୍ଥ ସେମିଷ୍ଟର ପରୀକ୍ଷା ,ମେ’ ୪ ପରିବର୍ତ୍ତେ ଜୁନ୍‌ ୧୭ରୁ ହେବ ଥିଓରୀ ପରୀକ୍ଷା

ଭୁବନେଶ୍ୱର,୨୫ା୪(ବ୍ୟୁରୋ)- ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ସ୍ନାତକ କଲେଜଗୁଡିକରେ ହେବାକୁ ଥିବା ଯୁକ୍ତ୩ ଚତୁର୍ଥ ସେମିଷ୍ଟର ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆନ୍ଦୋଳନ ପରେ ଶେଷରେ ବିଶ୍ୱବିଦଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀଛାତ୍ରଙ୍କ ସମସ୍ୟାକୁ ମାନିବା ସହ ପରୀକ୍ଷା ଘୁଞ୍ଚାଇବାକୁ ବାଧ୍ୟ ହୋଇଛନ୍ତି।

ରାହୁଲଙ୍କୁ ଶ୍ରୀକାନ୍ତଙ୍କ ୫ ପ୍ରଶ୍ନ

ରାହୁଲଙ୍କୁ ଶ୍ରୀକାନ୍ତଙ୍କ ୫ ପ୍ରଶ୍ନ

ଭୁବନେଶ୍ୱର,୨୫।୪(ବ୍ୟୁରୋ)- କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ବାଲେଶ୍ୱର ଜିଲାରେ ନିର୍ବାଚନୀ ସଭା କରିବାର କାର୍ଯ୍ୟକ୍ରମ ରହିଛି। ରାହୁଲଙ୍କ ଗସ୍ତ ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ୫ଟି ପ୍ରଶ୍ନ ସର୍ବସାଧାରଣରେ ପଚାରିଛନ୍ତି। 

କାକଟପୁରରେ ଭାଜପାର ରୋଡ୍‌ ଶୋ’: ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ସମ୍ବିତ୍‌

କାକଟପୁରରେ ଭାଜପାର ରୋଡ୍‌ ଶୋ’: ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ସମ୍ବିତ୍‌

କାକଟପୁର, ୨୫।୪(ଡି.ଏନ୍‌.ଏ.)-କାକଟପୁର ନିର୍ବାଚନ ମଣ୍ଡଳୀରେ ଭାଜପ ପକ୍ଷରୁ ଗୁରୁବାର ଅପରାହ୍ନରେ ରୋଡ ଶୋ’ କରାଯିବା ସହିତ ଅସ୍ତରଙ୍ଗ ବ୍ଳକ ପର୍ଯ୍ୟନ୍ତ ବାଇକ୍‌ ରାଲି ହୋଇଥିଲା।

ମାଲକାନଗିରିରେ  ତାପମାତ୍ରା ୪୩ ଡିଗ୍ରୀ ଛୁଇଁଲା

ମାଲକାନଗିରିରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁଲା

ମାଲକାନଗିର,୨୫ା୪(ଡି.ଏନ୍‌.ଏ.)-ମାଲକାନଗିରି ଜିଲାରେ ଗତ କିଛିଦିନ ହେବ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।  ଏନେଇ ଲୋକେ ନାହିଁ ନ ଥିବା ହିନସ୍ତା ହେଉଛନ୍ତି। ଗୁରୁବାର ଜିଲାରେ ତାପମାତ୍ରା  ୪୩ ଡିଗ୍ରୀରେ ପହଞ୍ଚତ୍ଛି।  

ଆସୁଛି ବାତ୍ୟା ଫନି, ୩୦ରେ ଛୁଇଁପାରେ ସ୍ଥଳଭାଗ

ଆସୁଛି ବାତ୍ୟା ଫନି, ୩୦ରେ ଛୁଇଁପାରେ ସ୍ଥଳଭାଗ

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଶ୍ରୀଲଙ୍କା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଚଳିତ ମାସ ଶେଷ ଭାଗ ବେଳକୁଏହା ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବ। 

ଡାକ୍ତରଖାନା ପରିସରରେ ଧର୍ମେନ୍ଦ୍ରଙ୍କ ସଭାକୁ ବିରୋଧ, ଏହା ବିଜେଡିର ହୀନ ଚକ୍ରାନ୍ତ ବୋଲି କହିଲା ଭାଜପା

ଡାକ୍ତରଖାନା ପରିସରରେ ଧର୍ମେନ୍ଦ୍ରଙ୍କ ସଭାକୁ ବିରୋଧ, ଏହା ବିଜେଡିର ହୀନ ଚକ୍ରାନ୍ତ ବୋଲି କହିଲା ଭାଜପା

ନିଶ୍ଚିନ୍ତକୋଇଲି, ୨୫।୪(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କୋରିଲୋ ପଞ୍ଚାୟତ ହାଣ୍ଡିଭଙ୍ଗା ମେଡିକାଲ ନିକଟରେ ଗୁରୁବାର ଭାଜପାର ଏକ ନିର୍ବାଚନୀ ସଭା ଆୟୋଜନ ହେବାରଥିଲା। 

ପ୍ରଥମ ବୀମାଗ୍ରାମ ଭାବେ ମାନ୍ୟତା ପାଇଲା କଳାହାଣ୍ଡି ଜିଲାର ଲକଟାଖମନ

ଭବାନୀପାଟଣା, ୨୫।୪ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନପୁର ପଞ୍ଚାୟତର ଏକ ଛୋଟିଆ ଗାଁ ଲକଟାଖମନ। ଏହି ଗାଁର ଜନସଂଖ୍ୟା ମାତ୍ର ୨୭୮ ଥିବା ବେଳେ ଗାଁର ସମସ୍ତେ ଅନୁସୂଚିତ ଜନଜାତି ବର୍ଗର। ତେବେ ଗାଁର ୧୦୩ ଜଣ ବ୍ୟକ୍ତି ଭାରତୀୟ ଜୀବନ ବୀମା ନିଗମ ଦ୍ୱାରା ବୀମାଭୁକ୍ତ ହୋଇଛନ୍ତି।

ବରଗଡ଼ ଜିଲାପାଳଙ୍କ ଅଫିସ ପରିସରରେ ଆତ୍ମହତ୍ୟା ଉଦ୍ୟମ: ଉଠାଇନେଲା ପୋଲିସ

ବରଗଡ଼ ଜିଲାପାଳଙ୍କ ଅଫିସ ପରିସରରେ ଆତ୍ମହତ୍ୟା ଉଦ୍ୟମ: ଉଠାଇନେଲା ପୋଲିସ

ବରଗଡ଼ ଅଫିସ,୨୫।୪-ବରଗଡ଼ ଜିଲାପାଳଙ୍କ ଅଫିସ ପରିସରରେ ଗୁରୁବାର ସକାଳ ପ୍ରାୟ ୧୦ଟାରେ ଜନୈକ ଯୁବକ ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି।  ଯୁବକଜଣକ ସ୍ଥାନୀୟ କେନାଲପଡ଼ାର ନିବାସୀ ବୋଲି ସୂଚନା ମିଳିଛି ।

କାଲିଠୁ କଂଗ୍ରେସର ପ୍ରଚାର ମଙ୍ଗ ଧରିବେ କେନ୍ଦ୍ରୀୟ ହେଭିଓ୍ବେଟ୍‌ ନେତା: ଶୁକ୍ରବାର ଆସୁଛନ୍ତି ରାହୁଲ

କାଲିଠୁ କଂଗ୍ରେସର ପ୍ରଚାର ମଙ୍ଗ ଧରିବେ କେନ୍ଦ୍ରୀୟ ହେଭିଓ୍ବେଟ୍‌ ନେତା: ଶୁକ୍ରବାର ଆସୁଛନ୍ତି ରାହୁଲ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ଆସନ୍ତା ୨୯ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ଏଥିଲାଗି ବିଭିନ୍ନ ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଉଛି। ବିଜେଡି ପକ୍ଷରୁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଙ୍ଗ ଧରିଥିବା ବେଳେ ଭାଜପା ପକ୍ଷରୁ କେନ୍ଦ୍ରୀୟ ନେତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଥିବା ଦେଖାଯାଇଛି।

୨ଟି ବୁଥ୍‌ରେ ସାନି ମତଦାନ

୨ଟି ବୁଥ୍‌ରେ ସାନି ମତଦାନ

ସୁନ୍ଦରଗଡ଼,୨୫ା୪(ଡି.ଏନ୍‌.ଏ.) : ସୁନ୍ଦରଗଡ଼ ଜିଲାର ୨ଟି ବୁଥ୍‌ରେ ଇଭିଏମ୍‌ରେ ତୃଟି ଯୋଗୁ ମତଦାନ ବାତିଲ ହୋଇଥିଲା। ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଗୁରୁବାର ଏହି ୨ଟି ବୁଥ୍‌ରେ ସାନି ମତଦାନ ହେଉଛି। 

ତିହିଡ଼ିରେ ବିଜେଡିର ରୋଡ ଶୋ: କୁନା ତ୍ରିପାଠୀ କହିଲେ ନବୀନଙ୍କ ଯୋଗୁ ଓଡ଼ିଶା ଏବେ ନଂ-୧, ତାଙ୍କ ହାତମୁଠାକୁ ଟାଣ କରନ୍ତୁ

ତିହିଡ଼ିରେ ବିଜେଡିର ରୋଡ ଶୋ: କୁନା ତ୍ରିପାଠୀ କହିଲେ ନବୀନଙ୍କ ଯୋଗୁ ଓଡ଼ିଶା ଏବେ ନଂ-୧, ତାଙ୍କ ହାତମୁଠାକୁ ଟାଣ କରନ୍ତୁ

ତିହଡ଼ି,୨୫।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ନିର୍ବାଚନମଣ୍ତଳୀ ଅଧୀନ ତିହିଡ଼ି ବ୍ଲକର ୧୩ ପଞ୍ଚାୟତରେ ଗୁରୁବାର ବିଜେଡିର ରୋଡ୍‌ ଶୋ’ ଓ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। 

ଭୋଟ ପରେ ଅଙ୍କ କଷୁଛନ୍ତି ନେତା ଓ କର୍ମୀ

ଭୋଟ ପରେ ଅଙ୍କ କଷୁଛନ୍ତି ନେତା ଓ କର୍ମୀ

ହାଟଡ଼ିହି,୨୫ା୪(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ପରେ ନେତା ଓ କର୍ମୀମାନେ ଏବେ ଅଙ୍କ କଷୁଛନ୍ତି। କେଉଁ ବୁଥ୍‌ରୁ କେତେ ଭୋଟ ମିଳିବ ତାହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ହିସାବନିକାଶ ଚାଲିଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri