ଫୁରସତ |

ନୂଆ ପ୍ରଜାତିର କଙ୍କି ଜୀବାଶ୍ମ

ନୂଆ ପ୍ରଜାତିର କଙ୍କି ଜୀବାଶ୍ମ
ବେଜିଂ: ଏକ ନୂଆ ପ୍ରଜାତିର କଙ୍କି ଜୀବାଶ୍ମ ମ୍ୟାନ୍‌ମାର୍‌ରେ ଆବିଷ୍କୃତ ହୋଇଛି। ବ୍ରିଟେନ୍‌ର ପ୍ରସିଦ୍ଧ ପ୍ରକୃତିବିତ୍‌ ସାର୍‌ ଡାଭିଡ ଆଟେନ୍‌ବରୋଙ୍କ ନାମାନୁସାରେ ଏହାର ନାମକରଣ କରାଯାଇଥିବା ବୈଜ୍ଞାନିକମାନେ କହିଛନ୍ତି। ଏହି କଙ୍କି ବହୁଳ ଭାବେ ପରିଚିତ ସ୍ୟାଡୋଡାମ୍‌ସେଲ୍‌ସ ଗୋଷ୍ଠୀର ଅନ୍ତର୍ଭୁକ୍ତ। ଏହାକୁ ନୂଆକରି ମେସୋଷ୍ଟିକ୍‌ଟା ଡାଭିଡାଟେନ୍‌ବରୋଘି ନାମକରଣ କରାଯାଇଛି। ଡାଭିଡ ଆଟେନ୍‌ବରୋଙ୍କ ନାମାନୁସାରେ ଏହାର ନାମକରଣ କରିବା ପାଇଁ ଗବେଷକମାନେ ସ୍ଥିର କରିବାର କାରଣ ହେଉଛି ଏହାର ଦେହ ଯେପରି ଲମ୍ବା ସେହିଭଳି ଏକ ଲମ୍ବା ଆୟୁଷ ବିଶିଷ୍ଟ ଏହି ପ୍ରକୃତିବିତ୍‌ ତାଙ୍କର ୯୦ତମ ଜନ୍ମତିଥି ପାଳନ କରିବାକୁ ଯାଉଛନ୍ତି। ସାର୍‌ ଡ୍ୟାଭିଡ ଆଟେନବରୋଙ୍କ ନାମାନୁସାରେ ଯେତେଗୁଡିଏ ପ୍ରାଣୀଙ୍କ ନାମକରଣ କରାଯାଇଛି ସେହି ପ୍ରାଣୀଙ୍କ ତାଲିକାରେ ମେସୋଷ୍ଟିକ୍‌ଟା ଡ୍ୟାଭିଡାଟେନ୍‌ବରେଘି ସାମିଲ ହୋଇଛି। ମ୍ୟାନ୍‌ମାରର କାଚିନ୍‌ ପ୍ରଦେଶର ହୁକାଓ୍ବଙ୍ଗ ଉପତ୍ୟକାରେ ଏହି କୀଟର ଜୀବାଶ୍ମ ମିଳିଥିବା ବିଷୟ ସିଷ୍ଟେମେଟିକ୍‌ ପାଲାଇଣ୍ଟୋଲୋଜି ଜର୍ନାଲ୍‌ରେ ପ୍ରକାଶ ପାଇଛି। ଏ ସମ୍ପର୍କରେ ଚାଇନାସ୍ଥିତ ନାନ୍‌ଜିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଜିଓଲୋଜି ଆଣ୍ଡ୍‌ ପାଲାଇଣ୍ଟୋଲୋଜିର ପ୍ରଫେସର ଏଡ୍‌ମଣ୍ଡ ଏ. ଜାର୍ଜିମ୍ବୋସ୍କି କହନ୍ତି, ବର୍ମାରୁ ମିଳୁଥିବା ଡ୍ରାଗନଫ୍ଲାଏଜ୍‌ (କଙ୍କି ସଦୃଶ କୀଟ) ଦେଖିବାକୁ ବିରଳ। ତେବେ ଚାଇନାରେ ତାଙ୍କ ସାଥୀଙ୍କ ଦ୍ୱାରା ନିକଟରେ ଆବିଷ୍କୃତ କୀଟ ହେଉଛି ଏକ ନୂଆ ପ୍ରଜାତି। ସାର୍‌ ଡାଭିଡ ବ୍ରିଟିଶ୍‌ ଡ୍ରାଗନ୍‌ଫ୍ଲାଏ ସୋସାଇଟିର ସଭାପତି ହିସାବରେ ଏହି ଆବିଷ୍କାର ବିଷୟ ଶୁଣି ଖୁସିବ୍ୟକ୍ତ କରିଥିଲେ। ଜୀବାଶ୍ମଟି ଅତ୍ୟନ୍ତ ରୁଚିସମ୍ପନ୍ନ ଭାବରେ ସଂରକ୍ଷିତ ହୋଇ ରହିଥିବା ଦେଖିବାକୁ ମିଳିଛି। ଏହାର ହଳଦିଆ ସ୍ବଚ୍ଛ ଡେଣା ଦୁଇଟି ମଧ୍ୟ ଅକ୍ଷତ ଅବସ୍ଥାରେ ରହିଥିବା ଗବେଷକମାନେ କହିଛନ୍ତି। ଫଟୋଚିତ୍ର ଜ୍ଞାନକୌଶଳ ସହାୟତାରେ ଗବେଷକମାନେ ଏହି ନୂଆ ପ୍ରଜାତିର ତିନିମାତ୍ରା ବିଶିଷ୍ଟ ସ୍ପଷ୍ଟ ଡିଜିଟାଲ୍‌ ଛବି ଉତ୍ତୋଳନ କରିବାକୁ ସମର୍ଥ ହୋଇପାରିଛନ୍ତି। ଏଥିରୁ ଜଣାପଡୁଛି ଯେ, ପୂର୍ବରୁ ବର୍ଣ୍ଣିତ ଜୀବାଶ୍ମ ଅପେକ୍ଷା ଏହି କୀଟର ଡେଣା ଲମ୍ବା।
All Right Reserved By

ଫୁରସତ |

ଯେଉଁଠି ୨୦ ଟଙ୍କାରେ ବିକ୍ରି ହୁଅନ୍ତି ଯୁବତୀ

ଯେଉଁଠି ୨୦ ଟଙ୍କାରେ ବିକ୍ରି ହୁଅନ୍ତି ଯୁବତୀ

ମଧ୍ୟପ୍ରଦେଶ ଶିବପୁରୀ ଦେଶର ସବୁଠାରୁ ବଡ଼ ରେଡ ଲାଇଟ୍‌ ଏରିଆ ଭାବେ ପରିଚିତି ହାସଲ କରିଛି। ଏଠାରେ ଘରେ ଘରେ ଯୁବତୀଙ୍କୁ ପରିବାର ଲୋକେ ଦେହବେପାର ପାଇଁ ଶିକ୍ଷା ଦିଅନ୍ତି। 

ପରଫ୍ୟୁମ୍‌ ,ହେୟାର ସ୍ପ୍ରେ କରୁଛି ବାୟୁ ପ୍ରଦୂଷଣ

ପରଫ୍ୟୁମ୍‌ ,ହେୟାର ସ୍ପ୍ରେ କରୁଛି ବାୟୁ ପ୍ରଦୂଷଣ

ବାୟୁ ପ୍ରଦୂଷଣ ପାଇଁ ପରଫ୍ୟୁମ୍‌, ହେୟାର ସ୍ପ୍ରେ ଏବଂ ରିଫ୍ରେସର ଦାୟୀ ବୋଲି ବେଜିଂ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। 

ସର୍ବସ୍ବାନ୍ତ କରିଛି କୋହୀନୂର...

ସର୍ବସ୍ବାନ୍ତ କରିଛି କୋହୀନୂର...

କୋହୀନୂର ହୀରା। ନୀଳ ରଙ୍ଗର ଏହି ହୀରା ସଭିଙ୍କୁ କରେ ଆକର୍ଷିତ। ଉର୍ଦ୍ଦୁ ଭାଷାରେ ଏହାର ଅର୍ଥ ଔଜ୍ଜଲ୍ୟର ପାହାଡ଼। 

ଯେଉଁ ଦ୍ୱୀପ ସେଠାକୁ ଗଲେ କେହି ଫେରନ୍ତି ନାହିଁ...

ଯେଉଁ ଦ୍ୱୀପ ସେଠାକୁ ଗଲେ କେହି ଫେରନ୍ତି ନାହିଁ...

ଇଟାଲୀରେ  ରହିଛି ଏପରି ଏକ ଦ୍ୱୀପ। ଏଠାକୁ ଯାଉଥିବା କୌଣସି ପ୍ରାଣୀ ଫେରି ଆସି ନ ଥାନ୍ତି। ଏହାକୁ ଆଇଲ୍ୟାଣ୍ଡ ଅଫ୍‌ ଡେଡ୍‌ ବା ମୃତ୍ୟୁର ଦ୍ୱୀପ କୁହାଯାଏ । 

ଶ୍ମଶାନ ଚଣ୍ଡୀ ମା’ ନାରାୟଣୀ

ଶ୍ମଶାନ ଚଣ୍ଡୀ ମା’ ନାରାୟଣୀ

କଳା, ସଂସ୍କୃତି ଓ ଭାସ୍କର୍ଯ୍ୟରେ ପୂର୍ଣ୍ଣ ଓଡ଼ିଶାରେ ସର୍ବତ୍ର ଶକ୍ତି ପୀଠମାନ ରହିଛି। ପ୍ରତ୍ୟେକ ଶକ୍ତିପୀଠର ସ୍ବତନ୍ତ୍ରତା ଭିନ୍ନ। ସ୍ବତନ୍ତ୍ର ପ୍ରତିମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଉଛି। ହେଲେ ମା’ ଓ ପୁଅଙ୍କ ପୂଜାର୍ଚ୍ଚନା ଶକ୍ତିପୀଠ ହୁଏତ ବିରଳ। ଗଞ୍ଜାମ ଜିଲା କଙ୍କୋରଡାରେ ରହିଛି ମା’ନାରାୟଣୀ ଶକ୍ତିପୀଠ, ଯେଉଁଠି ମାତା ଅମ୍ବିକା ଏବଂ ପୁତ୍ର ଗଣେଶ ରହିଛନ୍ତି।

ଷ୍ଟଣ୍ଟ୍‌ ଦେବାକୁ ଯାଇ ଶିଡିରୁ ପଡ଼ିଥିଲି: ଭୂମିକା ଦାଶ

ଷ୍ଟଣ୍ଟ୍‌ ଦେବାକୁ ଯାଇ ଶିଡିରୁ ପଡ଼ିଥିଲି: ଭୂମିକା ଦାଶ

ଅଳ୍ପ ବୟସରୁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ଷ୍ଟାଇଲିଷ୍ଟ ଆଉ ଚୁଲ୍‌ବୁଲି ନାୟିକା ଭୂମିକା ଦାଶ। 

ସେହି ମହିଳାଙ୍କ କଥା ସବୁବେଳେ ମନେପଡ଼େ: ଡାକ୍ତର ଶ୍ରୀପ୍ରସାଦ ମହାନ୍ତି

ସେହି ମହିଳାଙ୍କ କଥା ସବୁବେଳେ ମନେପଡ଼େ: ଡାକ୍ତର ଶ୍ରୀପ୍ରସାଦ ମହାନ୍ତି

୧୯୮୮-୮୯ ମସିହା ଘଟଣା। ପିଜି ପ୍ରବେଶିକା ପରୀକ୍ଷା ଦେବା ପାଇଁ ସମ୍ବଲପୁରର ବୁର୍ଲା ମେଡିକାଲ କଲେଜକୁ ଯାଇଥାଏ। ସେଠାରୁ ଫେରିଲା ବେଳକୁ ରାତି ୩ଟା ବାଜିଯାଇଥାଏ। 

ନଭେମ୍ବର ୨୩ରେ ସାଥୀ ତୁ ଫେରିଆ

ନଭେମ୍ବର ୨୩ରେ ସାଥୀ ତୁ ଫେରିଆ

ମନ ପସନ୍ଦର ସାଥୀଟିଏ ମିଳିଗଲେ ତା’ ସହ ସୁଖଦୁଃଖ ଶେୟାର କରିହୁଏ। ବେଳେବେଳେ ଠିକ୍‌ ବାଟରେ ଯିବାକୁ ସାଥୀ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ତେଣୁ ଜୀବନରେ ଭଲ ସାଥୀଟିଏ ନିହାତି ଲୋଡା। 

ପକେଟରେ ରଖନ୍ତୁ ମୟୂର ପର...

ପକେଟରେ ରଖନ୍ତୁ ମୟୂର ପର...

ପକେଟରେ ମୟୂର ପର ରଖିଲେ ଅନେକ ବାଧାବିଘ୍ନ କଟିଯାଇଥାଏ। ଏନେଇ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ମୟୂର ପର ବୁଧ ମହାଗ୍ରହଙ୍କୁ ପ୍ରତିନିଧିତ୍ୱ କରେ। 

ନବରାତ୍ରୀରେ କାହିଁକି ପିଆଜ-ରସୁଣ ମନା...

ନବରାତ୍ରୀରେ କାହିଁକି ପିଆଜ-ରସୁଣ ମନା...

ନବରାତ୍ରୀରେ ଦଶମହାବିଦ୍ୟାଙ୍କ ଉପାସନା କରାଯାଏ। ତେଣୁ ଏହି ସମୟରେ ସାଧକ ପ୍ରାୟତଃ ତାମସିକ ଭୋଜନଠାରୁ ଦୂରେଇ ରୁହନ୍ତି। ପିଆଜ ରସୁଣ ତାମସିକ ଖାଦ୍ୟ। 

ମନପସନ୍ଦ କନ୍ୟା ପାଇଁ ପରୀକ୍ଷା ଦେଲେ ୨୫୦ ଯୁବକ

ମନପସନ୍ଦ କନ୍ୟା ପାଇଁ ପରୀକ୍ଷା ଦେଲେ ୨୫୦ ଯୁବକ

ସାଧାରଣତଃ ଚାକିରି ଖଣ୍ଡେ ପାଇଁ ବାରମ୍ବାର ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କିନ୍ତୁ ବିବାହ ପୂର୍ବରୁ ମନପସନ୍ଦର କନ୍ୟା ପାଇବା ପାଇଁ କେବେ ବର ପରୀକ୍ଷା ଦେବା କଥା ଶୁଣିଛନ୍ତି କି?

୪ ବୃହତ୍‌ ଗ୍ରହ ଆବିଷ୍କାର

୪ ବୃହତ୍‌ ଗ୍ରହ ଆବିଷ୍କାର

ଲଣ୍ଡନ: ବୈଜ୍ଞାନିକମାନେ ଏକ ନୂଆ ନକ୍ଷତ୍ରମଣ୍ଡଳରେ ୪ଟି ବୃହତ୍‌ ଗ୍ରହ ଆବିଷ୍କାର କରିଛନ୍ତି। ଏଗୁଡିକର ଆକୃତି ବୃହସ୍ପତି ଓ ଶନିଗ୍ରହ ସହିତ ସମାନ। ଉକ୍ତ ନକ୍ଷତ୍ର ‘ସିଆଇ ଟାଉ’ ୫୦୦ ଆଲୋକବର୍ଷ ଦୂରତାରେ ଅବସ୍ଥିତ। ଏହା ଗାଲାକ୍ସିର ‘ନର୍ସରି’ ରିଜିୟନ୍‌ ମଧ୍ୟରେ ରହିଥିବା କେମ୍ବ୍ରିଜ ୟୁନିଭର୍ସିଟିର ଗବେଷକମାନେ ପ୍ରକାଶ କରିଛନ୍ତି।