ଫୁରସତ |

ମୃତ୍ୟୁର ଖେଳ ବ୍ଲୁ ହ୍ବେଲ୍‌ ଚ୍ୟାଲେଞ୍ଜ

ମୃତ୍ୟୁର ଖେଳ ବ୍ଲୁ ହ୍ବେଲ୍‌ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ:ଇଣ୍ଟରନେଟ୍‌କୁ ସକାରାତ୍ମକ ଢଙ୍ଗରେ ବ୍ୟବହାର କରାଗଲେ ବ୍ୟବହାରକାରୀଙ୍କ ଲାଗି ଏହା ଜ୍ଞାନର ଗନ୍ତାଘର ପାଲଟିଯାଏ, ବିକାଶ ମାର୍ଗ ଖୋଲିଦିଏ। କିନ୍ତୁ ଏହାର ନକାରାତ୍ମକ ବ୍ୟବହାର ମଣିଷକୁ ପଥଭ୍ରଷ୍ଟ କରିବା ସହ ଜୀବନର ଅନ୍ତ ମଧ୍ୟ ଘଟାଇଥାଏ। ଠିକ୍‌ ସେହିପରି ଏହାକୁ ମନୋରଞ୍ଜନର ଗନ୍ତାଘର ମଧ୍ୟ କୁହାଯାଇପାରେ। କାରଣ ସବୁ ବର୍ଗର ଲୋକଙ୍କ ଲୋକଙ୍କ ମନୋରଞ୍ଜନ ଲାଗି ଇଣ୍ଟରନେଟ୍‌ରେ ଭରିରହିଛି ଅସଂଖ୍ୟ ଅନ୍‌ଲାଇନ୍‌ ଗେମ୍‌। ବ୍ୟବହାରକାରୀ ମଧ୍ୟ ଏହାର ବେଶ୍‌ ମଜା ନେଇଥାନ୍ତି। କିନ୍ତୁ ଇଣ୍ଟରନେଟ୍‌ରେ ଏଭଳି କିଛି ଖେଳ ଯାହାର ପରିଣାମ ବ୍ୟବହାରକାରୀଙ୍କୁ ମୃତ୍ୟୁମୁଖକୁ ନେଇଯାଇଥାଏ। ବର୍ତ୍ତମାନ ଏଭଳି ଏକ ଜୀବନହରଣକାରୀ ଅନ୍‌ଲାଇନ୍‌ ଗେମ୍‌ ‘ବ୍ଲୁ ହ୍ବେଲ୍‌ ଚ୍ୟାଲେଞ୍ଜ୍‌’କୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା। ଏହି ଅନ୍‌ଲାଇନ୍‌ ଗେମ୍‌ ବିଶ୍ୱବ୍ୟାପୀ ଶତାଧିକ ଲୋକଙ୍କ ଜୀବନ ନେଇ ସାରିଥିବାରୁ ଏହାକୁ ବନ୍ଦ କରିବା ଲାଗି ତୀବ୍ର ସ୍ବର ଉଠିଲାଣି। ଏହାର ଭୟାବହତାକୁ ଦେଖି ଭାରତ ସରକାର ଏବେ ବ୍ଲୁ ହ୍ବେଲ୍‌ର ଲିଙ୍କ୍‌ ହଟାଇବା ଲାଗି ବିଭିନ୍ନ ଇଣ୍ଟରନେଟ୍‌ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି। କାରଣ ଚଳିତବର୍ଷ ଭାରତରେ ଏହି ଖେଳ ନେଇଛି ୪ ଜଣଙ୍କ ଜୀବନ। ବ୍ଲୁ ହ୍ବେଲ୍‌ କ’ଣ ବ୍ଲୁ ହ୍ବେଲ୍‌ ବା ବ୍ଲୁ ହ୍ବେଲ୍‌ ଚ୍ୟାଲେଞ୍ଜ ହେଉଛି ଏକ ଇଣ୍ଟରନେଟ୍‌ ଗେମ୍‌। ବର୍ତ୍ତମାନ ଏହା ଭାରତ, ଚାଇନା, ଆମେରିକା ସମେତ ଏକାଧିକ ରାଷ୍ଟ୍ରରେ ନିଜର ସ୍ଥିତି ବଜାୟ ରଖିଥିବା ଦାବି କରାଯାଉଛି। ଶହ ଶହ ସଂଖ୍ୟାରେ ଖେଳାଳିଙ୍କ ଆତ୍ମହତ୍ୟା ସାଙ୍ଗକୁ ଏହାର ପ୍ରମାଣ ମଧ୍ୟ ମିଳିସାରିଛି। ଏହି ଖେଳରେ ଖେଳାଳି ଏବଂ ଜଣେ ପରିଚାଳକ ବା ଆଡ୍‌ମିନିଷ୍ଟ୍ରେଟର୍‌ ଥାଆନ୍ତି। ଖେଳାଳିଙ୍କୁ ୫୦ ଦିନ ପର୍ଯ୍ୟନ୍ତ ଖେଳ ଖେଳିବାକୁ ପଡ଼ିଥାଏ। ଦୀର୍ଘ ୫୦ ଦିନର ଖେଳ ମଧ୍ୟରେ ଆଡ୍‌ମିନିଷ୍ଟ୍ରେଟର୍‌ ପ୍ରତିଯୋଗୀମାନଙ୍କୁ ବିଭିନ୍ନ ନିର୍ଦ୍ଦେଶ ଦେଇଥାଆନ୍ତି, ଯାହା ସେମାନଙ୍କୁ ପାଳନ କରିବାକୁ ପଡ଼ିଥାଏ। ଆଡ୍‌ମିନିଷ୍ଟ୍ରେଟର୍‌ ଖେଳାଳିଙ୍କୁ ଯେ କୌଣସି ସମୟରେ ଯାହା କିଛି ନିର୍ଦ୍ଦେଶ ଦେଇପାରିବେ। ଅର୍ଥାତ୍‌ ବିଳମ୍ବିତ ରାତିରେ ରାସ୍ତାରେ ବୁଲିବା, ଟ୍ରେନ୍‌ ଲାଇନ୍‌ରେ ଚାଲିବା, ଛାତ ଉପରେ ଛିଡ଼ା ହେବା କିମ୍ବା ଡେଇଁବା, ଉଚ୍ଚ ସ୍ଥାନରୁ ଡେଇଁବା, ପାଣିରେ ବୁଡ଼ିବା ଇତ୍ୟାଦି। ଆଡ୍‌ମିନିଷ୍ଟ୍ରେଟର୍‌ଙ୍କ ନିର୍ଦ୍ଦେଶ ମାନିବାକୁ ଖେଳାଳି ବାଧ୍ୟ। ଏପରି କି ଆଡ୍‌ମିନିଷ୍ଟ୍ରେଟର୍‌ ଖେଳାଳିମାନଙ୍କୁ ଶରୀରକୁ କଷ୍ଟ ଦେବା, କ୍ଷତବିକ୍ଷତ କରିବା ଲାଗି ମଧ୍ୟ କହିଥାନ୍ତି। ଖେଳର ସମାପ୍ତିରେ ପ୍ରତିଯୋଗୀଙ୍କୁ ଆତ୍ମହତ୍ୟା କରିବାକୁ ପଡ଼ିଥାଏ, ଏହା ହେଉଛି ଖେଳର ନିୟମ। ବ୍ଲୁ ହ୍ବେଲ୍‌ ଶବ୍ଦ ସମୁଦ୍ର କୂଳରେ ପଡ଼ିଥିବା ତିମି ମାଛ ବା ‘ବିଚ୍‌ଡ ହ୍ବେଲ୍‌’ ଶବ୍ଦରୁ ଆନୀତ, ଯାହାର ଅର୍ଥ ହେଉଛି ମୃତ୍ୟୁ। ଏଣୁ ଖେଳର ଶେଷରେ ଖେଳାଳିଙ୍କ ମୃତ୍ୟୁ ସୁନିଶ୍ଚିତ। ରୁଷିଆରୁ ଆରମ୍ଭ ୨୦୧୩ରେ ପ୍ରଥରେ ରୁଷିଆରେ ଏହି ବ୍ଲୁ ହ୍ବେଲ୍‌ ଖେଳର ଆରମ୍ଭ ହୋଇଥିଲା। ସେତେବେଳେ ଏହା ‘ଏଫ୍‌୫୭’ ନାମରେ ଜଣାଥିଲା। ଏହା ଥିଲା ‘ଭିକୋନ୍‌ଟାକ୍ଟେ’ ସୋସିଆଲ୍‌ ନେଟ୍‌ଓ୍ବର୍କର ଏକ ତଥାକଥିତ ମୃତ୍ୟୁ ଗୋଷ୍ଠୀର ନାମ। ବ୍ଲୁ ହ୍ବେଲ୍‌ ଖେଳରେ ୨୦୧୫ରେ ପ୍ରଥମ ମୃତ୍ୟୁ ହୋଇଥିବା କୁହାଯାଏ। ଏହି ଖେଳକୁ ଆରମ୍ଭ କରିଥିବା ଫିଲିପ୍‌ ବୁଡେଇକିନ୍‌ ନାମକ ଦେଶର ଜଣେ ପୂର୍ବତନ ମନସ୍ତତ୍ତ୍ୱବିଜ୍ଞାନ ଛାତ୍ର ନିଜ ବିଶ୍ୱବିଦ୍ୟାଳୟରୁ ବିତାଡ଼ିତ ହୋଇଥିଲେ। ଏହି ଖେଳର ଉଦ୍ଭାବନ ପଛରେ ଫିଲିପ୍‌ ଯାହା ଉଦ୍ଦେଶ୍ୟ ଦର୍ଶାଇଥିଲେ ତାହା ସମସ୍ତଙ୍କୁ ଚକିତ କରି ଦେଇଥିଲା। ତାଙ୍କ ଅନୁଯାୟୀ ସମାଜକୁ ସଫାକରିବା ଲାଗି ଏହି ଖେଳ ବିଶେଷ ଭାବେ ଫଳପ୍ରଦ ହେବ। ଯେଉଁମାନଙ୍କର ସମାଜରେ କିଛି ମୂଲ୍ୟ ନାହିଁ ଏବଂ ଯେଉଁମାନେ ଆତ୍ମହତ୍ୟା କରିବାକୁ ଚାହାନ୍ତି ସେମାନଙ୍କୁ ଦୁନିଆରୁ ବିଦା କରିବା ଲାଗି ଏହି ଖେଳ ସହାୟକ ହେବ ବୋଲି ଫିଲିପ୍‌ ଦୃଢ଼ ଦାବି କରିଥିଲେ। ଇତିମଧ୍ୟରେ ରୁଷିଆରେ ଏକାଧିକ ଲୋକ ପ୍ରାଣ ହରାଇ ସାରିଥିଲେ। ଗଣମାଧ୍ୟମରେ ଏହା ବିଷୟରେ ଯେତେବେଳେ ତଥ୍ୟ ପ୍ରକାଶ ପାଇଲା ଏହା ଭୌଗୋଳିକ ସୀମା ଅତିକ୍ରମ କରିବାରେ ଲାଗିଲା। ରୁଷିଆରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଥିଲା। ୧୫ ଜଣ କିଶୋରୀଙ୍କ ମୃତ୍ୟୁର କାରଣ ଦର୍ଶାଇ ଫିଲିପ୍‌ଙ୍କୁ ଗିରଫ କରାଯାଇଥିଲା। ରୁଷିଆନ୍‌ ସୁଇସାଇଡ୍‌ ପ୍ରିଭେନ୍‌ଶନ୍‌ ଆକ୍ଟ ଆଧାରରେ ଦଣ୍ଡିତ କରାଯାଇଥିଲା। ୨୦୧୩ରେ ରୁଷିଆରେ ପ୍ରଥମେ ଏହି ଖେଳ ଯୋଗୁ ଜଣେ ଆତ୍ମହତ୍ୟା କରିଥିବାବେଳେ ୨୦୧୭ରେ ଭାରତରେ ପ୍ରଥମ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଥିଲା। ଚଳିତବର୍ଷ ଜୁଲାଇ ୩୦ରେ ବମ୍ବେର ଅନ୍ଧେରି ଇଷ୍ଟ୍‌ର ଜଣେ ୧୪ ବର୍ଷୀୟ ବାଳକ ସାତ ମହଲା କୋଠା ଉପରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଅଗଷ୍ଟ ୧୦ରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ନିଜ ସ୍କୁଲ୍‌ ଛାତ ଉପରୁ ଡେଇଁବାକୁ ଚେଷ୍ଟା କରୁଥିବାବେଳ ସହପାଠୀମାନେ ତାଙ୍କୁ ଟାଣି ଆଣିଥିଲେ। ଏଭଳି ଚରମ ପଦକ୍ଷେପ ନେବା ପୂର୍ବରୁ ଛାତ୍ର ଜଣକ ଖେଳର ସମସ୍ତ ୫୦ଟି ପାହାଚକୁ ନିଜ ଡାଏରୀରେ ଉଲ୍ଲେଖ କରିଥିଲେ। ୧୨ ଅଗଷ୍ଟରେ ପଶ୍ଚିମବଙ୍ଗର ଓ୍ବେଷ୍ଟ ମେଦିନୀପୁର ଜିଲାର ଜଣେ ସ୍ନାତକ ଛାତ୍ର ଆତ୍ମହତ୍ୟା କରିଥିଲେ। ରାଜ୍ୟର କୁନ୍ନୁର ଅଞ୍ଚଳର ସାଓ୍ବନ୍ତ ନାମକ ଜଣେ ୨୨ ବର୍ଷୀୟ ଆଇଟିଆଇ ଛାତ୍ର ଗତମାସ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ।
All Right Reserved By

ଫୁରସତ |

ଲକ୍ଷ୍ମୀଙ୍କ  କୃପା ପାଇବା ପାଇଁ ମନିପର୍ସରେ ରଖନ୍ତୁ ଏସବୁ...

ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ମନିପର୍ସରେ ରଖନ୍ତୁ ଏସବୁ...

ଦିନରାତି ପରିଶ୍ରମ କରି ମଧ୍ୟ  ଅର୍ଥାଭାବ ଲାଗି ରହୁଥିଲେ, ଏହି ସମସ୍ୟାର ସମାଧାନ ପାଇଁ ଜ୍ୟୋତିଷ ଶାସ୍ତ୍ରରେ କେତେକ ସହଜ ଉପାୟ ସମ୍ପର୍କରେ ଉଲ୍ଲେଖ କରାଯାଇଛି। 

ଟାଟୁ କଲେ ମାଗଣାରେ ମିଳେ ପିଜା...

ଟାଟୁ କଲେ ମାଗଣାରେ ମିଳେ ପିଜା...

କେତେକ କମ୍ପାନୀ ନିଜ ବ୍ୟବସାୟ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାର ଆକର୍ଷଣୀୟ ଯୋଜନାର ପ୍ରଚଳନ କରିଥାନ୍ତି। ଇଂଲଣ୍ଡର ଏକ ପିଜା କମ୍ପାନୀ କାରବାର ବୃଦ୍ଧି ଲାଗି ଏକ ସ୍ବତନ୍ତ୍ର ଅଫର ପ୍ରତିବର୍ଷ ଲାଗୁ କରିଥାଏ। 

ମାଟିର ନଭଶ୍ଚୁମ୍ବୀ ଅଟ୍ଟାଳିକା

ମାଟିର ନଭଶ୍ଚୁମ୍ବୀ ଅଟ୍ଟାଳିକା

ମଧ୍ୟପ୍ରାଚ୍ୟର ୟେମେନରେ ଥିବା ଶିବମ୍‌ ସହରକୁ  ମରୁଭୂମିର ପ୍ରାସାଦ ସହର କୁହାଯାଏ। ଏଠାରେ ରହିଛି ଏକାଧିକ ନଭଶ୍ଚୁମ୍ବୀ ଅଟ୍ଟାଳିକା। ଏସବୁ ମାଟିରେ ନିର୍ମିତ। 

ଯେଉଁ ଅଫିସ୍‌ରେ ଶୋଇବାକୁ ମିଳେ ଅନୁମତି

ଯେଉଁ ଅଫିସ୍‌ରେ ଶୋଇବାକୁ ମିଳେ ଅନୁମତି

ଜାପାନରେ କୌଣସି ଅଫିସରେ କାମ କରିବା ସମୟରେ ଯଦି ନିଦ ଆସିଥାଏ ତେବେ ସେହିଠାରେ ହିଁ କର୍ମଚାରୀ ନିଜର ନିଦ ପୂରା କରିପାରିବେ।

ଫିଶ୍‌ ସ୍ପା ହାତ ପାଦକୁ କରେ ସୁନ୍ଦର

ଫିଶ୍‌ ସ୍ପା ହାତ ପାଦକୁ କରେ ସୁନ୍ଦର

ହାତ ଓ ପାଦକୁ ସୁନ୍ଦର କରାଇବା ପାଇଁ ଫିଶ ସ୍ପା ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଫିଶ ସ୍ପା ଦ୍ୱାରା ହାତ ପାଦକୁ ମିଳିଥାଏ ଆରାମ। ଫିଶ୍‌ ସ୍ପାରେ ଏକ ପ୍ରକାର ସ୍ବତନ୍ତ୍ର ଧରଣର ମାଛଙ୍କ ଦ୍ୱାରା ଚିକିତ୍ସା କରାଯାଇଥାଏ। 

ଅଫିସ ସାଜୁଛି ବିବାହ ବିଚ୍ଛେଦର କାରଣ

ଅଫିସ ସାଜୁଛି ବିବାହ ବିଚ୍ଛେଦର କାରଣ

ବିବାହିତ ଦମ୍ପତିମାନଙ୍କ ମଧ୍ୟରେ ଅନେକ ଛୋଟ ବଡ଼ କାରଣକୁ ନେଇ ମନୋମାଳିନ୍ୟ ହୋଇଥାଏ। ଏଥିପାଇଁ କେତେକ ସମୟରେ ବିବାହ ବିଚ୍ଛେଦ ହୋଇଥାଏ। ତେବେ ଏହି ବିବାହ ବିଚ୍ଛେଦର କେତେକ କାରଣ ମଧ୍ୟରୁ ଅଫିସ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ବୋଲି ଜଣାପଡ଼ିଛି। ନିକଟରେ ୧୯୮୧ରୁ ୨୦୦୨ ମଧ୍ୟରେ ବିବାହ କରିଥିବା ଦମ୍ପତି ମାନଙ୍କୁ ନେଇ କରାଯାଇଥିବା ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। 

ଦାମୀ ଚକୋଲେଟ୍‌

ଦାମୀ ଚକୋଲେଟ୍‌

ଛୋଟରୁ ବଡ ସଭିଙ୍କର ପ୍ରିୟ ଚକୋଲେଟ୍‌। ଦୋକାନରେ ଦେଖିଦେବା ମାତ୍ରେ ପିଲାଟିଏ ଜିଦ୍ଦି କରେ ତାକୁ ନେବା ପାଇଁ। ହେଲେ କିଛି ଚକୋଲେଟ୍‌ ଅଛି ଯଦି ତା’ ପାଇଁ ପିଲାଟିଏ ଜିଦ୍ଦି କରେ ତେବେ ତାକୁ କିଣିବା ଅସମ୍ଭବ ମନେ ହେବ। କାରଣ ସେସବୁ ହେଉଛି ପୃଥିବୀର ସବୁଠୁ ଦାମୀ ଚକୋଲେଟ୍‌...

ଶ୍ରୁତିରୁ ପ୍ରାମାଣିକ

ଶ୍ରୁତିରୁ ପ୍ରାମାଣିକ

ବେଦକୁ ପବିତ୍ର ବୋଲି କୁହାଯାଇଥାଏ। ଏହାର ଆଉ ଏକ ନାମ ଶ୍ରୁତି। କାରଣ, ଏହାକୁ ଶୁଣିଶୁଣି ମନେ ରଖାଯାଇଥାଏ। 

ରାଶି ଅନୁଯାୟୀ ବୃତ୍ତି

ରାଶି ଅନୁଯାୟୀ ବୃତ୍ତି

ମେଷ: ଏହି ରାଶିର ବ୍ୟକ୍ତିମାନେ ସାଧାରଣତଃ ସାହସୀ ଏବଂ ବୀର ସ୍ବଭାବର ହୋଇଥାନ୍ତି। 

କୁକୁରଙ୍କ ପାଇଁ ହୁଇଲ୍‌ ଚେୟାର

କୁକୁରଙ୍କ ପାଇଁ ହୁଇଲ୍‌ ଚେୟାର

ବଡୋଦରା: ଏମ୍‌ଏସ୍‌ ୟୁନିଭର୍ସିଟି ଇଞ୍ଜିନିୟରିଂ ଛାତ୍ରଙ୍କ ଉଦ୍‌ଭାବନ ସଡକ ଦୁର୍ଘଟଣାରେ  ଗୋଡ ହରାଇଥିବା କୁକୁରଙ୍କ ପାଇଁ ସାହାରା ହେବ। ମେକାନିକାଲ୍‌ ଇଞ୍ଜିନିୟରିଂ ଷ୍ଟ୍ରିମ୍‌ ଶେଷବର୍ଷର ଦୁଇ ଛାତ୍ର କୁକୁରଙ୍କ ନିମନ୍ତେ ସ୍ବଳ୍ପ ମୂଲ୍ୟର ଆଡଜଷ୍ଟେବଲ୍‌ ହୁଇଲଚେୟାର ଡିଜାଇନ୍‌ ପ୍ରସ୍ତୁତ କରିଛନ୍ତି। 

ଆକାଶେ ହସିବ ଦ୍ୱିତୀୟ ଜହ୍ନ

ଆକାଶେ ହସିବ ଦ୍ୱିତୀୟ ଜହ୍ନ

ବେଜିଂ: ଖୁବ୍‌ଶୀଘ୍ର ଆକାଶରେ ଆଉ ଏକ ଜହ୍ନ ଝଲସିବାକୁ ଯାଉଛି। ଏହାକୁ ମଧ୍ୟ ଦ୍ୱିତୀୟ ଜହ୍ନ କୁହାଯାଇପାରେ। ଚନ୍ଦ୍ରର ଆଲୋକ ଖୁବ୍‌ ମନମତାଣିଆ ଆଉ ଆକର୍ଷଣୀୟ ହୋଇଥିବା ବେଳେ ସୂର୍ଯ୍ୟାଲୋକର ୪ଲକ୍ଷ ଭାଗରୁ ୧ଭାଗ ହିଁ ଆମେ ପାଇଥାଉ। ଚନ୍ଦ୍ର ବାସ୍ତବରେ ରାତ୍ରିର ଅନ୍ଧାର ସମ୍ପୂର୍ଣ୍ଣ ଭାବରେ ଦୂରୀଭୂତ କରିବାକୁ ସମର୍ଥ ନୁହେଁ। ଏହାକୁ ଦୃଷ୍ଟିରେ ରଖି ଚାଇନାର ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ଏକ କୃତ୍ରିମ ଜହ୍ନ ଆକାଶକୁ ଛାଡ଼ିବାକୁ ଯାଉଛନ୍ତି।