ଅନ୍ତର୍ଜାତୀୟ |

ଭାରତ-ଆମେରିକା ଅଟଳଙ୍କ ପ୍ରଦର୍ଶିତ ପଥକୁ ଅନୁସରଣ କରୁଛନ୍ତି: ମାଇକ୍‌

ଭାରତ-ଆମେରିକା ଅଟଳଙ୍କ ପ୍ରଦର୍ଶିତ ପଥକୁ ଅନୁସରଣ କରୁଛନ୍ତି: ମାଇକ୍‌
ଓ୍ବାଶିଂଟନ,୧୭।୮: ଭାରତ-ଆମେରିକା ସବୁବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ପ୍ରଦର୍ଶିତ ପଥକୁ ଅନୁସରଣ କରୁଛନ୍ତି। ଅଟଳଙ୍କ ବିୟୋଗରେ ଶୋକବ୍ୟକ୍ତ କରି ଆମେରିକା ବିଦେଶମନ୍ତ୍ରୀ ମାଇକ୍‌ ପୋମ୍ପିୟୋ ଏହା ସୂଚିତ କରିଛନ୍ତି। ଅଟଳଙ୍କ ଦ୍ୱାରା ଦୁଇଦେଶର ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ପଡ଼ିଥିବା ମୂଳଦୁଆ ଧୀରେ ଧୀରେ ସୁଦୃଢ଼ ହେବାରେ ଲାଗିଛି। ଅଟଳ ଜଣେ ବିଶ୍ୱନେତା ଥିଲେ। ତାଙ୍କର ଚିନ୍ତାଧାରା ସବୁବେଳେ ବିଶ୍ୱ ସମାଜକୁ ଦିକ୍‌ଦର୍ଶନ ଦେବ ବୋଲି ମାଇକ୍‌ କହିଛନ୍ତି।
All Right Reserved By

ଅନ୍ତର୍ଜାତୀୟ |

ଆଧ୍ୟାତ୍ମିକ ଗୁରୁଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଲେ ୧୨ ମହିଳା

ଆଧ୍ୟାତ୍ମିକ ଗୁରୁଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଲେ ୧୨ ମହିଳା

ବ୍ରାସିଲିଆ,୧୦।୧୨: ବ୍ରାଜିଲର ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ଉପରେ ୧୨ ଜଣ ମହିଳା ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି। ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଏହି ମହିଳାମାନେ ଏହି ସମସ୍ୟାରୁ ମୁକ୍ତି ପାଇବା ଉଦ୍ଦେଶ୍ୟରେ ଆଧ୍ୟାତ୍ମିକ ଗୁରୁ ଜୋଆଓ ଟେକ୍ଜିରିଆ ଡି ଫାରିଆଙ୍କ ଶରଣ ନେଇଥିଲେ। 

ଆତଙ୍କବାଦୀ ସୃଷ୍ଟି କରୁଛି ପାକିସ୍ତାନ: ନିକ୍କି ହେଲି

ଆତଙ୍କବାଦୀ ସୃଷ୍ଟି କରୁଛି ପାକିସ୍ତାନ: ନିକ୍କି ହେଲି

ଓ୍ବାଶିଂଟନ,୧୦।୧୨: ପାକିସ୍ତାନ ସବୁବେଳେ ଆତଙ୍କବାଦୀ ସୃଷ୍ଟି କରୁଛି ଆଉ ସେହି ଆତଙ୍କବାଦୀ ଆସି ଆମେରିକା ସେନାଙ୍କୁ ହତ୍ୟା କରୁଛନ୍ତି ବୋଲି କହିଛନ୍ତି ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ନିକ୍କି ହେଲି।

ଆମେରିକାରେ ରାଜନୈତିକ ସଙ୍କଟ: ଟ୍ରମ୍ଫଙ୍କ ମୁଣ୍ଡରେ ଶଟ୍‌ ଡାଉନ୍‌ ଚଡ଼କ

ଆମେରିକାରେ ରାଜନୈତିକ ସଙ୍କଟ: ଟ୍ରମ୍ଫଙ୍କ ମୁଣ୍ଡରେ ଶଟ୍‌ ଡାଉନ୍‌ ଚଡ଼କ

ଓ୍ବାଶିଂଟନ,୧୦।୧୨: ଆମେରିକାରେ ରାଜନୈତିକ ସଙ୍କଟ ଧୀରେ ଧୀରେ ଘନୀଭୁତ ହେବାରେ ଲାଗିଛି। ଫଳରେ ଦେଖାଦେଇଥିବା ଆର୍ଥିକ ସମସ୍ୟାର ମୁକାବିଲା ପାଇଁ ଆଣ୍ଟି ଡେଫିସିଏନ୍ସି ଆକ୍ଟ ଅନ୍ତର୍ଗତ ସଙ୍ଘୀୟ କର୍ମଚାରୀଙ୍କୁ ବିନା ଦରମାରେ ଛୁଟିରେ ପଠାଯିବା ଭଳି ଅବସ୍ଥା ସୃଷ୍ଟି ହୋଇଛି। 

ଭାରତ-ଚାଇନା ୧୩ ଦିନିଆ ମିଳିତ ସମରାଭ୍ୟାସ ମଙ୍ଗଳବାରଠାରୁ ଆରମ୍ଭ

ଭାରତ-ଚାଇନା ୧୩ ଦିନିଆ ମିଳିତ ସମରାଭ୍ୟାସ ମଙ୍ଗଳବାରଠାରୁ ଆରମ୍ଭ

ନୂଆଦିଲ୍ଲୀ/ବେଜିଂ,୧୦।୧୨: ଭାରତ ଚାଇନା ମଧ୍ୟରେ ୧୩ ଦିନିଆ ମିଳିତ ସମରାଭ୍ୟାସ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହା ଡିସେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ।

ଜୋହାନ୍ସବର୍ଗରେ କବର ପାଇଁ ଜମି ଅଭାବ

ଜୋହାନ୍ସବର୍ଗରେ କବର ପାଇଁ ଜମି ଅଭାବ

ଜୋହାନ୍ସବର୍ଗ, ୧୦।୧୨: ଦକ୍ଷିଣ ଆଫ୍ରିକାର ଆର୍ଥିକ ସହର ହୋଜାନ୍ସବର୍ଗରେ ମୃତ ଦେହକୁ କବର ପାଇଁ ଜମିର ଅଭାବ ଦେଖାଦେଇଛି। 

୧୪୧ ଟଙ୍କାର ଦହି ଚୋରି: ଅପରାଧୀଙ୍କୁ ଧରିବା ପାଇଁ ଖର୍ଚ୍ଚ ହେଲା ୪୧ ହଜାର ୫ଶହ

୧୪୧ ଟଙ୍କାର ଦହି ଚୋରି: ଅପରାଧୀଙ୍କୁ ଧରିବା ପାଇଁ ଖର୍ଚ୍ଚ ହେଲା ୪୧ ହଜାର ୫ଶହ

ତାଇଓ୍ବେ,୯।୧୨: ତାଇଓ୍ବାନରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୧୪୧ ଟଙ୍କା ଦହି ଚୋରି ମାମଲାରେ ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ବିବାଗ ପକ୍ଷରୁ ଖର୍ଚ୍ଚ ହୋଇଛି ୪୧ ହଜାର ୫ଶହ ଟଙ୍କା। 

କଥା ରଖିଲେ ଇମ୍ରାନ୍‌: ଖୋଲିଲା ରାଷ୍ଟ୍ରପତି ଭବନ

କଥା ରଖିଲେ ଇମ୍ରାନ୍‌: ଖୋଲିଲା ରାଷ୍ଟ୍ରପତି ଭବନ

ଇସ୍‌ଲାମାବାଦ,୯।୧୨: ପାକିସ୍ତାନ ସରକାର କଡା ସୁରକ୍ଷା ମଧ୍ୟରେ ଶନିବାର ଆଲିସାନ୍‌ ରାଷ୍ଟ୍ରପତି ଭବନକୁ ସାଧାରଣ ଜନତାଙ୍କ ପାଇଁ ଖୋଲିଦେଇଛନ୍ତି। ରାଜଧାନୀର ଅତ୍ୟନ୍ତ ସୁରକ୍ଷା ବଳୟ ବା ରେଡ୍‌ ଜୋନ୍‌ କନଷ୍ଟିଚ୍ୟୁଏଶନ ଏଭେନ୍ୟୁରେ ଥିବା ମାରଗଲ୍ଲା ହିଲ୍ସଠାରେ ଏହା ଅବସ୍ଥିତ।

ନିର୍ବାଚନ ଲଢି ପାରିବେନି ଖାଲିଦା ଜିଆ

ନିର୍ବାଚନ ଲଢି ପାରିବେନି ଖାଲିଦା ଜିଆ

ଢାକା,୯।୧୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲିଦା ଜିଆଙ୍କୁ ଲାଗିଛି ବଡ ଝଟକା। ଡିସେମ୍ବରରେ ହେବାକୁ ଥିବା ନିର୍ବାଚନରେ ଲଢିବା ଲାଗି ଜିଆ ଯେଉଁ ଆବେଦନ କରିଥିଲେ ତାକୁ ନିର୍ବାଚନ କମିଶନ ଖାରଜ କରି ଦେଇଛନ୍ତି।

ମାନସିକ ଚାପରୁ ମୁକ୍ତି ଦେବା ଆଳରେ ଭଣ୍ଡବାବା କରୁଥିଲେ ବଳାତ୍କାର

ମାନସିକ ଚାପରୁ ମୁକ୍ତି ଦେବା ଆଳରେ ଭଣ୍ଡବାବା କରୁଥିଲେ ବଳାତ୍କାର

ରିଓ ଡି ଜିନେରୋ,୯।୧୨: ମାନସିକ ଚାପରୁ ମୁକ୍ତି ଦେବା ଆଳରେ ଜଣେ ଭଣ୍ଡବାବା ୧୨ରୁ ଅଧିକ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। 

ମଙ୍ଗଳରେ ଶୁଭୁଛି ପବନର ଆବାଜ

ମଙ୍ଗଳରେ ଶୁଭୁଛି ପବନର ଆବାଜ

ଲସ୍‌ ଏଞ୍ଜେଲସ୍‌, ୯।୧୨: ନଭେମ୍ବର ୨୬ରେ ଲୋହିତ ଗ୍ରହ ମଙ୍ଗଳ ମାଟିରେ ଅବତରଣ କରିଥିବା ନାସାର ‘ଇନ୍‌ସାଇଟ୍‌ ଲ୍ୟାଣ୍ଡର’ ପ୍ରଥମକରି ଉକ୍ତ ଗ୍ରହରେ ପବନର ଆବାଜ୍‌ ଶୁଭୁଥିବା ସୂଚନା ଦେଇଛି। ଇନ୍‌ସାଇଟ୍‌ରେ ଖଞ୍ଜାଯାଇଥିବା ସେନ୍‌ସର ଦ୍ୱାରା ପବନ ବହିବାର ଶବ୍ଦକୁ ଧରି ରଖାଯାଇ ପାରିଛି। 

ନାଇଟ୍‌ କ୍ଲବରେ ଦଳାଚକଟା : ୬ ମୃତ

ନାଇଟ୍‌ କ୍ଲବରେ ଦଳାଚକଟା : ୬ ମୃତ

କୋରିନାଲ୍‌ଡୋ (ଇଟାଲୀ),୯।୧୨: ଇଟାଲୀର ଏକ ନାଇଟ୍‌ କ୍ଲବ୍‌ରେ ଶନିବାର ଦଳାଚକଟା ଘଟି ୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ ଜଣଙ୍କ ବୟସ ୧୮ ବର୍ଷରୁ କମ୍‌ ଓ ଜଣେ ବୟସ୍କ ମହିଳା ରହିଛନ୍ତି।  

ଆର୍ମେନିଆର ପୂର୍ବତନ ରାଷ୍ଟ୍ରପତି ଗିରଫ

ଆର୍ମେନିଆର ପୂର୍ବତନ ରାଷ୍ଟ୍ରପତି ଗିରଫ

ୟେରେଭାନ୍‌,୯।୧୨(ପି.ଟି.): ଆର୍ମେନିଆର ପୂର୍ବତନ ରାଷ୍ଟ୍ରପତି ରବର୍ଟ କୋଚାରିଆନ୍‌ଙ୍କୁ ଜେଲ୍‌ ପଠାଇବାକୁ ସ୍ଥାନୀୟ ଏକ କୋର୍ଟ ନିର୍ଦ୍ଦେଶ ଦେବା ପରେ ତାଙ୍କୁ ଗିରଫ କରାଯାଇଛି।