ଜୀବନଚର୍ଯ୍ୟା |

ଇବୋଲା ପ୍ରତିଷେଧକ ଟିକା ସୁରକ୍ଷିତ

ଇବୋଲା ପ୍ରତିଷେଧକ ଟିକା ସୁରକ୍ଷିତ
ଓ୍ବାଶିଂଟନ୍‌: ପଶ୍ଚିମ ଆଫ୍ରିକୀୟ ଦେଶଗୁଡ଼ିକରେ ଦୀର୍ଘ ଦିନ ଧରି ଆତଙ୍କ ଖେଳାଇ ଆସିଥିବା ମହାମାରୀ ଇବୋଲାର ନିରାକରଣ ଲାଗି ବିଶ୍ୱସ୍ତରରେ ବୈଜ୍ଞାନିକମାନେ ଲାଗିପଡ଼ିଛନ୍ତି। ଅର୍ଥାତ୍‌ ଇବୋଲା ଭଳି ଏକ ଅଜଣା ରୋଗର ନିରାକରଣ ଏବଂ ପ୍ରତିଷେଧକ ବାହାର କରିବା ଲାଗି ବର୍ଷ ବର୍ଷ ଧରି ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି। ଏହି ପରିପ୍ରେକ୍ଷୀରେ ଇବୋଲାର ମୁକାବିଲା ଲାଗି ସଦ୍ୟ ଭାବେ ପରୀକ୍ଷଣ କରାଯାଇଥିବା ‘ସିଏଡି୩-ଇବିଓଜେଡ୍‌’ ଏବଂ ଆର୍‌ଭିଏସ୍‌ଭି-ଜେଡ୍‌ଇବିଓଭି’ ନାମକ ଦୁଇଟି ଟିକା ମଣିଷଙ୍କ ପାଇଁ ସୁରକ୍ଷିତ ବୋଲି ପ୍ରମାଣିତ ହୋଇଛି। ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ଲାଇବେରିଆରେ କରାଯାଇଥିବା ଏହାର କ୍ଲିନିକାଲ୍‌ ଟେଷ୍ଟରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଏହି ଟିକା ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକରିବା ସହ ଦୀର୍ଘ ୧ ବର୍ଷ ପର୍ଯ୍ୟନ୍ତ ଇବୋଲାଠାରୁ ସୁରକ୍ଷିତ ରଖିବ ବୋଲି ଗବେଷକମାନେ ଦାବି କରିଛନ୍ତି। ଉକ୍ତ ଅଞ୍ଚଳରେ ଇବୋଲା ବ୍ୟାପିବା ପରେ ୧୫୦୦ ଲୋକଙ୍କ ଉପରେ ହୋଇଥିବା କ୍ଲିନିକାଲ୍‌ ଟେଷ୍ଟ ରିପୋର୍ଟକୁ ଆଧାର କରି ଏହି ଦାବି କରାଯାଇଛି ବୋଲି ‘ନ୍ୟୁ ଇଂଲଣ୍ଡ ଜର୍ନାଲ୍‌ ଅଫ୍‌ ମେଡିସିନ୍‌’ରେ ପ୍ରକାଶ ପାଇଛି। ଏହି ରିପୋର୍ଟ ମୁତାବକ ଏହି କ୍ଲିନିକାଲ୍‌ ଟ୍ରାଏଲ୍‌ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛି ଯାହା ଉକ୍ତ ଦୁଇ ଟିକା ଗ୍ରହଣକାରୀଙ୍କ ଶାରୀରିକ ବିକାଶ ଦିଗରେ କାର୍ଯ୍ୟକାରୀ ହେବ। ଏହାସହ ମହାମାରୀ ସମୟରେ ମଧ୍ୟ ସୁବ୍ୟବସ୍ଥିତ, ନୈତିକତାର ସହ ଉତ୍ତମ କ୍ଲିନିକାଲ ଗବେଷଣା ସମ୍ଭବପର ବୋଲି ଏଥିରୁ ପ୍ରମାଣିତ ହୋଇଥିବା ଆମେରିକା ନ୍ୟାଶ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଲର୍ଜି ଆଣ୍ଡ ଇନ୍‌ଫେକ୍‌ସିଅସ୍‌ ଡିଜିଜେସ୍‌ (ଏନ୍‌ଆଇଏଆଇଡି)ର ନିର୍ଦ୍ଦେଶକ ଆନ୍ଥୋନୀ ଏସ୍‌. ଫାଉକି ପ୍ରକାଶ କରିଛନ୍ତି। ପୂର୍ବରୁ ଇବୋଲାର ଶିକାର ହୋଇ ନ ଥିବା ୧୮ ବର୍ଷ ବୟସ୍କ ମହିଳା ଏବଂ ପୁରୁଷଙ୍କ ଉପରେ ଏହି କ୍ଲିନିକାଲ୍‌ ଟ୍ରାଏଲ୍‌ କରାଯାଇଥିଲା। ମୋନ୍‌ରୋଭିଆସ୍ଥିତ ରିଡେମ୍ପସନ୍‌ ହସ୍ପିଟାଲ୍‌ରେ ଏହି ପରୀକ୍ଷଣ ହୋଇଥିଲା। ୫୦୦ ସ୍ବେଚ୍ଛାସେବୀଙ୍କ ତିନୋଟି ଗୋଷ୍ଠୀଙ୍କୁ ପ୍ଲାସେବୋ (ସେଲାଇନ୍‌ ଇଞ୍ଜେକ୍‌ଶନ) ଦିଆଯାଇଥିଲା। ସେମାନଙ୍କୁ ‘ସିଏଡି୩-ଇବିଓଜେଡ୍‌’ ଏବଂ ଆର୍‌ଭିଏସ୍‌ଭି-ଜେଡ୍‌ଇବିଓଭି’ ପ୍ରତିଷେଧକ ଟିକା ଦିଆଯାଇଥିଲା। ଏହାପରେ ସେମାନଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ଉକ୍ତ ରକ୍ତ ନମୁନାକୁ ଦୀର୍ଘ ଏକ ବର୍ଷ ପର୍ଯ୍ୟନ୍ତ ସମୟ ସମୟରେ ପରୀକ୍ଷଣ କରାଯାଇଥିଲା। ଏହାପରେ ତାକୁ ଇବୋଲା ଭୂତାଣୁ ଆଣ୍ଟିବଡି ସହ ପରୀକ୍ଷଣ କରାଯାଇଥିଲା। ତେବେ ରକ୍ତ ନମୁନାଗୁଡ଼ିକରେ ସମୟକ୍ରମେ ଆଣ୍ଟିବଡି କ୍ଷମତା ହ୍ରାସ ପାଇ ନ ଥିବା ଦେଖିବାକୁ ମିଳିଥିଲା। ପରୀକ୍ଷଣ ଯୋଗୁ କେତେକ ଟିକା ଗ୍ରହଣକାରୀ ବ୍ୟକ୍ତିଙ୍କ ନିକଟରେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ମୁଣ୍ଡବିନ୍ଧା, ମାଂସପେଶୀରେ ଯନ୍ତ୍ରଣା, ଜ୍ୱର ଏବଂ ଥକାପଣ ଭଳି ସମସ୍ୟା ଦେଖାଦେଇଥିଲା। ମାତ୍ର ତୁରନ୍ତ ସମାଧାନ ହୋଇଯାଇଥିଲା।
All Right Reserved By

ଜୀବନଚର୍ଯ୍ୟା |

ତ୍ୱଚାର ଘରୋଇ ଉପଚାର

ତ୍ୱଚାର ଘରୋଇ ଉପଚାର

ବିଶେଷତଃ ମହିଳାମାନେ ନିଜର ସୌନ୍ଦର୍ଯ୍ୟକୁ ନେଇ ବେଶ ସଚେତନ। ଏପରିକି ଅନେକ କୃତ୍ରିମ ଉପାୟ ଅବଲମ୍ବନ ମଧ୍ୟ କରିଥାନ୍ତି। ତେବେ ରାସାୟନିକ ପଦାର୍ଥ ମିଶ୍ରଣରେ ଉତ୍ପାଦ ଗୁଡ଼ିକ ନିର୍ମିତ ହୋଇଥିବାରୁ ଏହା ତ୍ୱଚା ପାଇଁ କ୍ଷତିକାରକ ସାବ୍ୟସ୍ତ ହେବା ସହ ପ୍ରତିକ୍ରିୟା କରିଥାଏ। 

ମେଦବହୁଳତା ଦୂରେଇବାର ସହଜ ଉପାୟ...

ମେଦବହୁଳତା ଦୂରେଇବାର ସହଜ ଉପାୟ...

ପରିବର୍ତ୍ତିତ ଜୀବନଶୈଳୀଯୋଗୁ ଖାଦ୍ୟପେୟରେ ଅନିୟମିତତା ଯୋଗୁ ମେଦବହୁଳତା ସୃଷ୍ଟି ହୋଇଥାଏ। ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ଘରୋଇ ସହଜ ଉପଚାର ସମ୍ପର୍କରେ ଉଲ୍ଲେଖ ରହିଛି। 

ଟ୍ରାଡିଶନାଲ ଲୁକ୍‌

ଟ୍ରାଡିଶନାଲ ଲୁକ୍‌

ଏଥର ପୂଜାରେ ଟ୍ରାଡିଶନାଲ ସହ mଟ୍ରେଣ୍ଡି ଲୁକ୍‌ ପାଇବାକୁ ଚାହୁଁଥିଲେ ଆପଣାଇ ପାରିବେ ନିମ୍ନୋକ୍ତ ଟିପ୍ସ...

ସକାଳେ ଗ୍ଲାସେ ଉଷୁମ ପାଣି...

ସକାଳେ ଗ୍ଲାସେ ଉଷୁମ ପାଣି...

ଉଷୁମ ପାଣି ପିଇବା ଦ୍ୱାରା ଶରୀରର ଅନେକ ପ୍ରକାର ରୋଗ ଦୂର ହୋଇଥାଏ। ସକାଳେ ନଖ ଉଷୁମ ପାଣି ଗ୍ଲାସେ ପିଇଲେ ସୁଫଳ ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଳେଖ ରହିଛି। 

ଜାଣନ୍ତୁ ମଧୁମେହ ରୋଗୀ  ସାଗୁ ଖାଇବା କେତେଦୂର ଠିକ୍‌

ଜାଣନ୍ତୁ ମଧୁମେହ ରୋଗୀ ସାଗୁ ଖାଇବା କେତେଦୂର ଠିକ୍‌

ମଧୁମେହ ଏକ ଗମ୍ଭୀର ରୋଗ। ଯେଉଁ ରୋଗରେ ଖାଦ୍ୟପେୟ ଜନିତ   ଅନେକ କଟକଣା କରାଯାଇଥାଏ। କାରଣ ଏହି ରୋଗୀଙ୍କ ଖାଦ୍ୟପେୟରେ ହେଉଥିବା ଛୋଟ ପରିବର୍ତ୍ତନ ସେମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ। 
ତେବେ ଆପଣ ଯଦି ମଧୁମେହ ରୋଗୀ ହୋଇଥାନ୍ତି ଏକ୍ସରସାଇଜ କରିବା ସହ ମେଡିଶିନ ଖାଇ ବ୍ଲଡ୍‌ ସୁଗାର ମାତ୍ରା କମାଇପାରିବେ।

ଡେଙ୍ଗୁର ଘରୋଇ ଉପଚାର

ଡେଙ୍ଗୁର ଘରୋଇ ଉପଚାର

ଡେଙ୍ଗୁ ସାଧାରଣତଃ ବର୍ଷାଦିନେ ହୋଇଥାଏ। ଅନ୍ୟପକ୍ଷରେ ଅପରିଷ୍କାର ସ୍ଥାନରେ ଡେଙ୍ଗୁର ବାହକ ଏଡିସ୍‌ ମଶା ବଂଶ ବିସ୍ତାର କରିଥାଏ। ତେଣୁ ନିଜ ଘର ଚତୁଃପାର୍ଶ୍ୱ ଯେପରି ପରିଷ୍କାର ପରିଚ୍ଛନ୍ନ ରହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଘର ଚାରିପଟେ ଅଳିଆ ଆବର୍ଜନା ଜମା ହେବାକୁ ଦିଅନ୍ତୁ ନାହିଁ। 

ଅଲ୍‌ରାଉଣ୍ଡର ରୋବୋ

ଅଲ୍‌ରାଉଣ୍ଡର ରୋବୋ

ବିଭିନ୍ନ କ୍ଷେତ୍ରରେ ରୋବୋର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷଭାବରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହାର ଉପଯୋଗ ଚିକିତ୍ସା ଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।

ଖାଇବା ଶୈଳୀରୁ ଜଣାପଡ଼ିବ ବ୍ୟକ୍ତିତ୍ୱ

ଖାଇବା ଶୈଳୀରୁ ଜଣାପଡ଼ିବ ବ୍ୟକ୍ତିତ୍ୱ

ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ତାଙ୍କର ଖାଇବା ଶୈଳୀରୁ ଜଣାପଡିବ-ଏଭଳି ଏକ ମଜାଦାର ତଥ୍ୟ ସଦ୍ୟତମ ଗବେଷଣାରୁ ଜଣାପଡିଛି। ଏପରି ବିଷୟବସ୍ତୁକୁ ନେଇ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ।

ସ୍ମରଣ ଶକ୍ତି ବୃଦ୍ଧି କରିବାର ନୂଆ ଉପାୟ

ସ୍ମରଣ ଶକ୍ତି ବୃଦ୍ଧି କରିବାର ନୂଆ ଉପାୟ

ବେଳେବେଳେ କେତେକ କଥା ଆମ ହାତ ପାଆନ୍ତାରେ ଥାଏ, ହେଲେ ଆମେ ତାକୁ ସହଜରେ ଜାଣି ପାରି ନ ଥାଉ। କୌଣସି ସୂତ୍ରରୁ ସୂଚନା ପାଇବା ମାତ୍ରେ ତାକୁ ଉପଯୋଗ କରି ତାହାର ସୁଫଳ ପାଉ।

ଲେଜର ବିଜ୍ଞାନର ଅବଦାନ

ଲେଜର ବିଜ୍ଞାନର ଅବଦାନ

”ଲେଜର ହେଉଛି ତୀବ୍ର ଉଚ୍ଚ ସଂହତିଯୁକ୍ତ ଏକବର୍ଣ୍ଣୀ  ଆଲୋକ ଉତ୍ସ। ଏହା ୧୯୬୦ ମସିହାରେ ଉଦ୍ଭାବିତ ହେବା ପରେ ପରେ ବୈଜ୍ଞାନିକମାନେ ଏହାର ସଫଳ ପ୍ରୟୋଗ ଉପରେ ଗବେଷଣା କଲେ। ମାନବୋପଯୋଗୀ ଏହାର ଦୁଇଟି ପ୍ରୟୋଗ ସମ୍ବନ୍ଧୀୟ ଉଦ୍ଭାବନ କରିଥିବାରୁ ଏହି ବର୍ଷ ତିନିଜଣ ବୈଜ୍ଞାନିକ-ଯୁକ୍ତରାଷ୍ଟ୍ର ଆମେରିକାର ଆର୍ଥର ଆସ୍କିନ୍‌, ଫ୍ରାନ୍‌ସର  ଜୋରାର୍ଡ ମୋରୁ ଓ କାନାଡ଼ାର ଡୋନା ଷ୍ଟ୍ରିକ୍‌ଲାଣ୍ଡଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରିବା  ପାଇଁ ରୟାଲ୍‌ ସୁଇଡେନ୍‌ ବିଜ୍ଞାନ ଏକାଡେମୀ  ଘୋଷଣା କରିଛନ୍ତି।“

୧୦୩  ପ୍ରକାର ରୋଗ ଦୂର କରେ ପାଟିର ଲାଳ

୧୦୩ ପ୍ରକାର ରୋଗ ଦୂର କରେ ପାଟିର ଲାଳ

ମୁଖ ଭିତରେ ଏକ ଲକ୍ଷରୁ ଅଧିକ ସ୍ବେଦଗ୍ରନ୍ଥି ଲାଳ ତିଆରି କରିଥାନ୍ତି। ଏଥିରେ ଶରୀରର ୧୦୩ ପ୍ରକାର ରୋଗ ଦୂର ହୋଇଥାଏ। ଏହାକୁ ସକାଳେ ଉଠି ପୁରାତନ ଘାରେ ଲାଗାଇଲେ କିଛି ଦିନ ମଧ୍ୟରେ ଘା ଭଲ ହୋଇଥାଏ।

ପ୍ଲାଷ୍ଟିକ ବୋତଲରେ ପାଣି ପିଇବା କ୍ଷତିକାରକ

ପ୍ଲାଷ୍ଟିକ ବୋତଲରେ ପାଣି ପିଇବା କ୍ଷତିକାରକ

ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଆଜିକାଲି ସାଧାରଣ ମନେହେଉଥିଲେ ମଧ୍ୟ ଏହା ଏକ ଖରାପ ଅଭ୍ୟାସ।  ଦେଖିବାକୁ ଗଲେ ଏହା ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ସାରିଛି।  ତେବେ ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ ହୋଇଥାଏ। ପ୍ଲାଷ୍ଟିକରେ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ଓ ବ୍ୟକ୍ଟେରିଆ ଆଦି ରହିଥାଏ। ଯାହାକି ଆମ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଆସନ୍ତୁ ଜାଣିବା ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଦ୍ୱାରା ହେଉଥିବା କ୍ଷତି ବିଷୟରେ: