ଫୁରସତ |

ଦୁବାଇ ପୋଲିସର ଉଡ଼ନ୍ତା ବାଇକ୍‌

ଦୁବାଇ ପୋଲିସର ଉଡ଼ନ୍ତା ବାଇକ୍‌

ଦୁବାଇ:
ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ର ଦୁବାଇ ସହରରେ ଫେରାର ଉଦ୍ୟମ କରୁଥିବା ଚୋରଙ୍କୁ ଏଣିକି କିଛି ଅଭିନବ ଉପାୟ ପାଞ୍ଚିବାକୁ ହେବ। କାରଣ ଚୋର ତଥା ଅପରାଧୀଙ୍କୁ ଧରିବା ଲାଗି ଦୁବାଇ ପୋଲିସ ମୋଟର ସାଇକେଲ୍‌ କିମ୍ବା ଚାରିଚକିଆ ଯାନ ପରିବର୍ତ୍ତେ ଉଡ଼ନ୍ତା ମୋଟର ସାଇକେଲ ବ୍ୟବହାର କରିବାକୁ ଯାଉଛି। ଦୁବାଇ ପୋଲିସ ପକ୍ଷରୁ ଏହି ଉଡ଼ନ୍ତା ମୋଟର ସାଇକେଲ ବା ‘ହୋଭର୍‌ ବାଇକ୍‌’ର ପରୀକ୍ଷା ମଧ୍ୟ ହୋଇଯାଇଛି।
‘ହୋଭର୍‌ ବାଇକ୍‌’ର ପରୀକ୍ଷଣ ବେଳର ଏକ ଭିଡିଓ ଏବେ ପ୍ରକାଶ ପାଇଛି। ଜଣେ ପୋଲିସ ଅଧିକାରୀ ଏଥିରେ ବସି ଉଡ଼ିଥିଲେ। ଏହି ବାଇକ୍‌ରେ ଚକ ପରିବର୍ତ୍ତେ ରୋଟର ବ୍ୟବହାର କରାଯାଇଛି। ‘ହୋଭର୍‌ ବାଇକ୍‌’ ଭୂପୃଷ୍ଠରୁ ୧୬ ଫୁଟ୍‌ ଉଚ୍ଚରେ ଉଡ଼ିବାରେ ସମର୍ଥ ହୋଇଛି। ଘଣ୍ଟାପ୍ରତି ୪୩ କି.ମି. ବେଗରେ ଏହା ଉଡ଼ିପାରିବ। ଏଥିରେ ଦୁବାଇ ପୋଲିସର ପ୍ରତୀକ ରହିଛି। ଉଡ଼ନ୍ତା ବାଇକ୍‌କୁ ସାଧାରଣ ବାଇକ୍‌ ଭଳି ପୋଲିସ ବାହିନୀର ପାର୍କିଂ ଏରିଆରେ ପାର୍କ କରିବା ମଧ୍ୟ ସମ୍ଭବ। ଏହା ମାନବବିହୀନ ଡ୍ରୋନ୍‌ ଭଳି ଦୁଇଗୁଣ ବଡ଼ ଏବଂ ଏହାକୁ ରୁଷିଆର ହୋଭର୍‌ସର୍ଫ ନାମକ ଏକ କମ୍ପାନୀ ନିର୍ମାଣ କରିଛି। ଏହାକୁ ‘ଗଲ୍‌ଫ ଇନ୍‌ଫର୍ମେଶନ୍‌ ଟେକ୍ନୋଲୋଜି ଏକ୍‌ଜିବିଶନ୍‌(ଜିଟେକ୍ସ)’ ପ୍ରଦର୍ଶନୀରେ ପ୍ରଦର୍ଶିତ କରାଯାଇଛି।

All Right Reserved By

ଫୁରସତ |

ପ୍ରତିଷ୍ଠା ହେବ ସନ୍ନି ଲିଓନଙ୍କ ମନ୍ଦିର

ପ୍ରତିଷ୍ଠା ହେବ ସନ୍ନି ଲିଓନଙ୍କ ମନ୍ଦିର

ଅନେକ ସମୟରେ ଦେଖାଯାଇଛି ଭାରତର କିଛି କଳାକାରଙ୍କୁ ତାଙ୍କ ପ୍ରଶଂସକମାନେ ଭଗବାନର ମାନ୍ୟତା ଦେଇଛନ୍ତି। ଏମିତିକି ଏମାନଙ୍କ ଉଦ୍ଦେଶ୍ୟରେ ମନ୍ଦିର ବି ପ୍ରତିଷ୍ଠା କରାଯାଇଛି।

ଫ୍ୟାଶନରେ ‘ଓଲଟା ଜିନ୍ସ’

ଫ୍ୟାଶନରେ ‘ଓଲଟା ଜିନ୍ସ’

ଭାରତୀୟ ମହିଳାମାନେ ପାଶ୍ଚାତ୍ୟ ବେଶଭୂଷା ତଥା ପୋଷାକ ପିନ୍ଧିବାକୁ ଭଲ ପାଆନ୍ତି। ଏସବୁ ମଧ୍ୟରେ ଜିନ୍ସ ସର୍ବୋଚ୍ଚ ସ୍ଥାନରେ ବୋଲି କହିପାରିବା। ଏହା ଭଳିକି ଭଳି ଡିଜାଇନ୍‌ରେ ଉପଲବ୍ଧ ହେଉଥିବାରୁ ଯୁବପୀଢ଼ୀଙ୍କ ମଧ୍ୟରେ ବହୁଳ ବ୍ୟବହାର ହୋଇଥାଏ। ବିଶେଷକରି ମହିଳାମାନଙ୍କ ପାଇଁ ଡିଜାଇନର୍‌ମାନେ ନୁଆ ନୂଆ ଫର୍ମୁଲା ଆପଣାଇଥାନ୍ତି। ନିକଟରେ ଏହି ଟ୍ରେଣ୍ଡରେ ସାମିଲ ହୋଇଛି ଓଲଟା ଜିନ୍ସ।

ସୈନ୍ୟଙ୍କ ସାଥୀ ହେବ ରୋବୋ

ସୈନ୍ୟଙ୍କ ସାଥୀ ହେବ ରୋବୋ

ଓ୍ବାଶିଂଟନ୍‌: ବୈଜ୍ଞାନିକମାନେ ନୂତନ ଜ୍ଞାନକୌଶଳ ପ୍ରୟୋଗକରି ଏକ ରୋବୋ ବିକଶିତ କରିଛନ୍ତି। ଏହା ବିଭିନ୍ନ ପରିସ୍ଥିତିରେ ସ୍ବୟଂକ୍ରିୟ ଭାବରେ କାର୍ଯ୍ୟ କରିବା ସହିତ ଯୁଦ୍ଧକ୍ଷେତ୍ରରେ ମଧ୍ୟ ଜଣେ ସୈନ୍ୟ ଭଳି ଭଙ୍ଗିମା ପ୍ରଦର୍ଶନ କରିପାରିବ। ଆମେରିକୀୟ ଆର୍ମି ରିସର୍ଚ୍ଚ ଲାବୋରେଟରି (ଏଆରଏଲ୍‌) ଏବଂ କାର୍ନିଏଜ୍‌ ମେଲନ୍‌ ୟୁନିଭର୍ସିଟିର ଗବେଷକଙ୍କ ଦ୍ୱାରା ଏଭଳି ପ୍ରଯୁକ୍ତିବିଦ୍ୟା ବିକାଶ କରାଯାଇଛି।

ଗୀତକୁ ନେଇ ଯୁଦ୍ଧ

ଗୀତକୁ ନେଇ ଯୁଦ୍ଧ

ମୁମ୍ବାଇ: ଭିନ୍ନ ଏକ ଅବତାରରେ ପୁଣିଥରେ ପ୍ରଶଂସକଙ୍କୁ ମତୁଆଲା କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ତଥା ଅପୂର୍ବ ସୌନ୍ଦର୍ଯ୍ୟର ରାଣୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ନିଜର ଅପ୍‌କମିଂ ଫିଲ୍ମ ‘ଫନି ଖାନ୍‌’ରେ ଐଶ୍ୱର୍ଯ୍ୟାଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିବ। ଅନିଲ କପୁର, ରାଜକୁମାର ରାଓ ଏବଂ ଐଶ୍ୱର୍ଯ୍ୟାଙ୍କ ଅଭିନୀତ ‘ଫନି ଖାନ୍‌’ର ଟ୍ରେଲର୍‌ ଆସିସାରିଛି।

ଶହୀଦ ବାପାଙ୍କ କଫିନ୍‌ ଉପରେ ବସିଲେ ପାଞ୍ଚମାସର ଝିଅ

ଶହୀଦ ବାପାଙ୍କ କଫିନ୍‌ ଉପରେ ବସିଲେ ପାଞ୍ଚମାସର ଝିଅ

ଜୟପୁର: କଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିବା ସେନା ଯବାନ ମୁକୁତ୍‌ ବିହାରୀ ମୀନାଙ୍କ ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଶହୀଦ ମୁକୁତ୍‌ଙ୍କ ମରଶରୀର ଜନ୍ମମାଟି ଲଦାନିଆରେ ପହଞ୍ଚିବା ପରେ ଶେଷକୃତ୍ୟ ପାଇଁ ପ୍ରସ୍ତୁତି ଚାଲିଥାଏ।

ପ୍ରତିବର୍ଷ ଦିବ୍ୟାଙ୍ଗ ସାଜୁଛନ୍ତି ୨୦୦ ଯବାନ

ପ୍ରତିବର୍ଷ ଦିବ୍ୟାଙ୍ଗ ସାଜୁଛନ୍ତି ୨୦୦ ଯବାନ

ନୂଆଦିଲ୍ଲୀ: ସୁରକ୍ଷା ବଳରେ କାର୍ଯ୍ୟରତ ଯବାନମାନେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସାମ୍ନା କରନ୍ତି। କେତେବେଳେ ସୀମାରେ ଶତ୍ରୁପକ୍ଷ ସହ ଲଢ଼ନ୍ତି ତ ଆଉ କେତେବେଳେ ଆତଙ୍କବାଦୀ ଓ ମାଓବାଦୀଙ୍କ ସହ ମୁକାବିଲା କରନ୍ତି। ହିମସ୍ଖଳନ ଓ ଭୂସ୍ଖଳନ ଆଦି ଦୁର୍ଘଟଣାର ସାମ୍ନା ମଧ୍ୟ କରନ୍ତି।

ସୌଭାଗ୍ୟ ଲାଗି ମଙ୍ଗଳବାର କରନ୍ତୁ ଏହି ବ୍ରତ

ସୌଭାଗ୍ୟ ଲାଗି ମଙ୍ଗଳବାର କରନ୍ତୁ ଏହି ବ୍ରତ

ସୌଭାଗ୍ୟ ବୃଦ୍ଧି ଲାଗି ମଙ୍ଗଳବାର କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଳେଖ ରହିଛି।

ସମୁଦ୍ରରେ ଶୋଇ ପଢିପାରିବେ ଖବର କାଗଜ

ସମୁଦ୍ରରେ ଶୋଇ ପଢିପାରିବେ ଖବର କାଗଜ

ଇସ୍ରାଏଲର ‘ଡେଡ୍‌ ସି’ ବା ମୃତ ସାଗର ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ। ଖୁବ୍‌କମ୍‌ ସ୍ଥାନରେ ବ୍ୟାପ୍ତ ହୋଇଥିବା ଏହି ସମୁଦ୍ରର ବୈଚିତ୍ର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।

ଲମ୍ବା ପୋଷାକ ପିନ୍ଧିବା ମନା

ଲମ୍ବା ପୋଷାକ ପିନ୍ଧିବା ମନା

ସଧାରଣତଃ ମୁସଲମାନ୍‌ ମହିଳାମାନେ ଅଧିକାଂଶ ସମୟରେ ଲମ୍ବା ପୋଷାକ ପିନ୍ଧିବାର ଦେଖାଯାଇଥାଏ। ହେଲେ ଚାଇନାରେ ଏହା ସମ୍ପୂର୍ଣ୍ଣ ଭିନ୍ନ। ଚାଇନାର ଶିନଜିଆଙ୍ଗ ଅଞ୍ଚଳରେ ରହୁଥିବା ମୁସଲମାନ ମହିଳାଙ୍କ ପାଇଁ ରହିଛି କିଛି ଭିନ୍ନ ନିୟମ।

ପର୍ନ ଷ୍ଟାରଙ୍କ ପ୍ରେମରେ ଯୁବପିଢି

ପର୍ନ ଷ୍ଟାରଙ୍କ ପ୍ରେମରେ ଯୁବପିଢି

ଓ୍ବାରଶ: ପୋଲାଣ୍ଡର ନାମୀଦାମୀ ପର୍ନଷ୍ଟାର ନାଟାଲିଆ ଷ୍ଟାର ଏବେ ସମସ୍ତଙ୍କ ମୁଣ୍ଡ ବିଗାଡିଛନ୍ତି। ତାଙ୍କ ସୌନ୍ଦର୍ଯ୍ୟ ଦେଖି ଏବେ ପାଗଳ ଯୁବପିଢି। ୨୦୧୮ର ଟପ୍‌ ପର୍ନଷ୍ଟାର ତାଲିକାରେ ନାଟାଲିଆ ସ୍ଥାନ ପାଇଛନ୍ତି।

ସ୍ମାର୍ଟ ରୋବୋ

ସ୍ମାର୍ଟ ରୋବୋ

ଆପଣ କୌଣସି ସମସ୍ୟାକୁ ନେଇ ଚିନ୍ତିତ କି ? ଏହାକୁ କିପରି ସମାଧାନ କରିବେ ବାଟ ପାଉ ନାହାନ୍ତି? ତେବେ ଏ ନେଇ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। କାରଣ ଏପରି କ୍ଷେତ୍ରରେ ଆପଣଙ୍କୁ ସହଯୋଗର ହାତ ବଢ଼ାଇବ ସ୍ମାର୍ଟ ରୋବୋ। ହେଲେ କିପରି ?

ଓଡ଼ିଶାରେ ଦେଖାଯାଉଥିବା ସାପ

ଓଡ଼ିଶାରେ ଦେଖାଯାଉଥିବା ସାପ

ଓଡ଼ିଶାରେ ସାଧାରଣ ଯେତିକି ସାପ ଦେଖାଯାନ୍ତି ତନ୍ମଧ୍ୟରୁ ନାଗ, ତମ୍ପ, ଚିତି, ରଣା, ଚନ୍ଦନ ବୋଡ଼ା(ରସଲ ଭାଇପର), ଧୂଳିଆ ବୋଡ଼ା(ସ’ ସ୍କେଲ୍‌ଡ ଭାଇପର), ଡାଳୁଆ ବୋଡ଼ା(ବାମ୍ବୋ ପିଟ୍‌ ଭାଇପର), ଅହିରାଜ(କିଙ୍ଗ୍‌ କୋବ୍ରା) ଆଦି ବିଷଧର ଅଟନ୍ତି।

Model This Week

ରୂପେଶ