ଖେଳ |

ଗଠନ ହେବ ନୂତନ ଜାତୀୟ ଚୟନ କମିଟି

ଗଠନ ହେବ ନୂତନ ଜାତୀୟ ଚୟନ କମିଟି
ନୂଆଦିଲ୍ଲୀ,୧୦।୮- ତିନି ଜଣିଆ ଚୟନ କମିଟି କାର୍ଯ୍ୟକାଳରେ କୌଣସି ପ୍ରକାର ବୃଦ୍ଧି କରାଯିବା ନାହିଁି। ଏମ୍‌. କେ. ପ୍ରସାଦଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି କେବଳ ବିସିସିଆଇ ନିର୍ବାଚନ ହେବା ପର୍ଯ୍ୟନ୍ତ ଦାୟିତ୍ୱରେ ରହିବ। ଏ ନେଇ ସୁପ୍ରିମକୋର୍ଟଙ୍କ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ସିନିୟର, ଜୁନିୟର ଓ ମହିଳା ଦଳ ଲାଗି ୫ ଜଣିଆ ଚୟନ କମିଟି ଗଠନ କରିବା ଲାଗି ସିଓଏକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କମିଟିର ସଦସ୍ୟଙ୍କ ଲାଗି ମାନଦଣ୍ଡ ଧାର୍ଯ୍ୟ କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ୭ ଟେଷ୍ଟ, ୧୦ ଦିନିକିଆ କିମ୍ବା ୩୦ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିବା ପୂର୍ବତନ କ୍ରିକେଟରଙ୍କୁ ଚୟନକର୍ତ୍ତା ପଦରେ ନିଯୁକ୍ତ କରାଯାଇପାରିବ। ବର୍ତ୍ତମାନ ଚୟନ କମିଟି ଅଧ୍ୟକ୍ଷ ପ୍ରସାଦଙ୍କ ସହାୟକ ସରନଦୀପ ସିଂ ଓ ଦେବାଙ୍ଗ ଗାନ୍ଧୀ ମାନଦଣ୍ଡ ଅତିକ୍ରମ କରିପାରିବେ ନାହିଁ। ”ବିସିସିଆଇର କାର୍ଯ୍ୟକାରଣି ବୈଠକ ଅନୁଷ୍ଠିତ ହେବା ପର୍ଯ୍ୟନ୍ତ କ୍ରିକେଟ ଉପଦେଷ୍ଟା କମିଟି (ସିଏସି)ର ପରାମର୍ଶ କ୍ରମେ ସିଓଏ ପୂର୍ବତନ ନାମୀ କ୍ରିକେଟରଙ୍କୁ ନେଇ ଚୟନ କମିଟି ଗଠନ କରିବ“ ବୋଲି ମାନ୍ୟବର ସୁପ୍ରମକୋର୍ଟଙ୍କ ପକ୍ଷରୁ କୁହାଯାଇଛି।
All Right Reserved By

ଖେଳ |

କ୍ୱିଟୋଭା ଆକ୍ରମଣକାରୀଙ୍କୁ ଜେଲ୍‌

କ୍ୱିଟୋଭା ଆକ୍ରମଣକାରୀଙ୍କୁ ଜେଲ୍‌

ପ୍ରେଗ୍‌, ୨୭ା୩ (ଏଏଫ୍‌ପି)-ଦୁଇଥର ଅଲିମ୍ପିକ ଚାମ୍ପିୟନ ପେଟ୍ରା କ୍ୱିଟୋଭାଙ୍କୁ  ଛୁରିରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ମଙ୍ଗଳବାର ୮ ବର୍ଷ ଜେଲ ଦଣ୍ଡ ହୋଇଛି। ଚେକ୍‌ ରିପବ୍ଲିକର ଦକ୍ଷିଣାଞ୍ଚଳ ସହର ବିର୍ନୋସ୍ଥିତ ଆଞ୍ଚଳିକ କୋର୍ଟର ମୁଖପାତ୍ର ଇଭା ଆଙ୍ଗ୍ୟାଲୋସି ସୂଚନା ଦେଇଛନ୍ତି। 

ବିଳାସ ରାଉତରାୟ ସ୍ମାରକୀ ଫୁଟବଲ:  ଭୁବନେଶ୍ୱର ଏକାଦଶ ବିଜୟୀ

ବିଳାସ ରାଉତରାୟ ସ୍ମାରକୀ ଫୁଟବଲ: ଭୁବନେଶ୍ୱର ଏକାଦଶ ବିଜୟୀ

ଭୁବନେଶ୍ୱର, ୨୭।୩(କ୍ରୀଡ଼ା ପ୍ରତିନିଧି)- ପୋଖରୀପୁଟ ଖେଳ ପଡ଼ିଆରେ ଚାଲିଥିବା ୪ର୍ଥ ବିଳାସ ରାଉତରାୟ ସ୍ମାରକୀ ଫୁଟବଲ ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଭୁବନେଶ୍ୱର ଏକାଦଶ ୨-୧ ଗୋଲରେ ଖୋର୍ଦ୍ଧାର ମର୍ନିଂ ଷ୍ଟାରକୁ ପରାସ୍ତ କରିଛି। 

ଏମ୍‌ଆରଏଫ୍‌ ପେସ୍‌ ଫାଉଣ୍ଡେଶନରେ ପ୍ରଶିକ୍ଷଣ ନେବେ ରାଜେଶ

ଏମ୍‌ଆରଏଫ୍‌ ପେସ୍‌ ଫାଉଣ୍ଡେଶନରେ ପ୍ରଶିକ୍ଷଣ ନେବେ ରାଜେଶ

କଟକ ଅଫିସ,୨୭ା୩-  ଚେନ୍ନାଇସ୍ଥିତ ଏମ୍‌ଆରଏଫ୍‌ ପେସ ଫାଉଣ୍ଡେଶନରେ ପ୍ରଶିକ୍ଷଣ ନେବେ ଓଡ଼ିଶାର ଉଦୀୟମାନ ମିଡିୟମ ପେସ ବୋଲର ରାଜେଶ ମହାନ୍ତି । ଫାଉଣ୍ଡେଶନ ପକ୍ଷରୁ ମଙ୍ଗଳବାର ଏ ନେଇ ଏକ ଚିଠି ଆସିଥିବା ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପକ୍ଷରୁ ସୂଚନା ଦିଆଯାଇଛି। 

ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଆମେରିକାନ୍‌ ଫୁଟବଲ ଆରମ୍ଭ: ଯାଦବପୁର, ଜୟପୁରକୁ ତୃତୀୟ ସ୍ଥାନ

ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଆମେରିକାନ୍‌ ଫୁଟବଲ ଆରମ୍ଭ: ଯାଦବପୁର, ଜୟପୁରକୁ ତୃତୀୟ ସ୍ଥାନ

ଭୁବନେଶ୍ୱର, ୨୭।୩(କ୍ରୀଡ଼ା ପ୍ରତିନିଧି)-ଆସୋସିଏଶନ ଅଫ୍‌ ଇଣ୍ଡିଆନ ୟୁନିଭର୍ସିଟିଜ୍‌ (ଏଆଇୟୁ) ସହଯୋଗରେ କିଟ୍‌ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଚାଲିଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଆମେରିକାନ୍‌ ଫୁଟବଲ (ପୁରୁଷ) ଟୁର୍ନାମେଣ୍ଟର ତୃତୀୟ ଦିବସରେ ସେମିଫାଇନାଲ ଓ ତୃତୀୟ ସ୍ଥାନ ପାଇଁ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି।

ସୁଲତାନ ଆଜଲାନଶାହ କପ୍‌ ହକି: ମାଲେସିଆକୁ ହରାଇଲା ଭାରତ

ସୁଲତାନ ଆଜଲାନଶାହ କପ୍‌ ହକି: ମାଲେସିଆକୁ ହରାଇଲା ଭାରତ

ଇପୋ (ମାଲେସିଆ), ୨୭।୩- ସୁଲତାନ ଆଜଲାନଶାହ କପ୍‌ ହକି ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ଲିଗ୍‌ ମ୍ୟାଚରେ ଭାରତ ୪-୨ ଗୋଲରେ ବିପଜ୍ଜନକ ପ୍ରତିଦ୍ୱନ୍ଦ୍ୱୀ ମାଲେସିଆକୁ ପରାସ୍ତ କରିଛି। 

କର୍ନାଟକଠାରୁ ହାରିଲା ଓଡ଼ିଶା

କର୍ନାଟକଠାରୁ ହାରିଲା ଓଡ଼ିଶା

କଟକ ଅଫିସ,୨୭ା୩-ସୁରଟର ସି.ବି. ପଟେଲ ଗ୍ରାଉଣ୍ଡରେ ମଙ୍ଗଳବାର ଖେଳାଯାଇଥିବା ୨୩ ବର୍ଷରୁ କମ୍‌ ମହିଳା ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ରେ ଓଡ଼ିଶା ୩୩ ରନରେ କର୍ନାଟକ ଠାରୁ ପରାସ୍ତ ହୋଇଛି।

ପିଲାଦିନର କୋଚ୍‌ଙ୍କୁ ଛାଡ଼ିଲେ ମନିକା

ପିଲାଦିନର କୋଚ୍‌ଙ୍କୁ ଛାଡ଼ିଲେ ମନିକା

ନୂଆଦିଲ୍ଲୀ, ୨୭ା୩ (ପି.ଟି.)- ଭାରତର ଅଗ୍ରଣୀ ଟେବୁଲ ଟେନିସ୍‌ ଖେଳାଳି ମନିକା ବାତ୍ରା ତାଙ୍କ ପିଲାଦିନର କୋଚ୍‌ ଦିଲ୍ଲୀର  ସନ୍ଦୀପ ଗୁପ୍ତାଙ୍କ ସହ ସମ୍ପର୍କ ଛିନ୍ନ କରିଛନ୍ତି। ଏଣିକି ସେ ପୁଣେଠାରେ ସନମୟ ପରଞ୍ଜପେଙ୍କ ଅଧୀନରେ ତାଲିମ ନେବେ। 

ଆଇପିଏଲ୍‌-୧୨: ଦ୍ୱିତୀୟ ବିଜୟ ଲକ୍ଷ୍ୟରେ କୋଲକାତା

ଆଇପିଏଲ୍‌-୧୨: ଦ୍ୱିତୀୟ ବିଜୟ ଲକ୍ଷ୍ୟରେ କୋଲକାତା

କୋଲକାତା,୨୭।୩ (ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଷଷ୍ଠ ମ୍ୟାଚ୍‌ରେ ବୁଧବାର ରବୀଚନ୍ଦ୍ରନ ଆଶ୍ୱିନଙ୍କ ନେତୃତ୍ୱାଧୀନ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ଘରୋଇ କୋଲକାତା ନାଇଟ୍‌ ରାଇଡର୍ସ ପରସ୍ପରକୁ ଭେଟିବେ। 

ଆଇପିଏଲ୍‌ ୧୨: ଚେନ୍ନାଇର କ୍ରମାଗତ ଦ୍ୱିତୀୟ ବିଜୟ

ଆଇପିଏଲ୍‌ ୧୨: ଚେନ୍ନାଇର କ୍ରମାଗତ ଦ୍ୱିତୀୟ ବିଜୟ

ନୂଆଦିଲ୍ଲୀ, ୨୬।୩ (ପି.ଟି.)- ଉଦ୍‌ଘାଟନୀ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ୨ଟି ବଲ ବାକି ଥାଇ ୬ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ସ୍ଥାନୀୟ ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ମଙ୍ଗଳବାର ଖେଳାଯାଇଥିବା ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର  ପଞ୍ଚମ ମ୍ୟାଚ୍‌ରେ ଦିଲ୍ଲୀ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୬ ଉଇକେଟ ହରାଇ ୧୪୭ ରନ ସଂଗ୍ରହ କରିଥିଲା। ଜବାବରେ ଚେନ୍ନାଇ୧୯.୪ ଓଭରରେ ୧୫୦ ରନ କରି ସହଜରେ ବିଜୟ ହାସଲ କରି ନେଇଥିଲା। ୪୪ ରନର ଦ୍ରୁତ ପାଳି ଖେଳିଥିବା ଚେନ୍ନାଇ ଅଭିଜ୍ଞ ଓପନର ସେନ୍‌ ଓ୍ବାଟସନ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

 ପ୍ରାରମ୍ଭିକ ପରାଜୟ ଧାରା ରୋକିବା ଅଶ୍ୱିନୀଙ୍କ ଲକ୍ଷ୍ୟ

ପ୍ରାରମ୍ଭିକ ପରାଜୟ ଧାରା ରୋକିବା ଅଶ୍ୱିନୀଙ୍କ ଲକ୍ଷ୍ୟ

ନୂଆଦିଲ୍ଲୀ, ୨୬ା୩ (ପି.ଟି.)-ଭାରତୀୟ  ବ୍ୟାଡମିଣ୍ଟନ ଡବଲ୍ସ ସ୍ପେଶାଲିଷ୍ଟ ଅଶ୍ୱିନୀ ପୋନ୍ନାପା ନୂଆ ଟ୍ରେନିଂ ବ୍ୟବସ୍ଥାର ଉଚ୍ଚ ପ୍ରଶଂସା କରିଛନ୍ତି। 

ଜୁନିୟର ଡେଭିସ୍‌ କପ୍‌ ଦଳରେ ଅଜୟ

ଜୁନିୟର ଡେଭିସ୍‌ କପ୍‌ ଦଳରେ ଅଜୟ

 
ନୂଆଦିଲ୍ଲୀ,୨୬ା୩ (ପି.ଟି.)-ହରିୟାଣା ରାଜ୍ୟ ଅନ୍ତର୍ଗତ ଗୋହାନା ଗ୍ରାମର ଅଜୟ ମଲିକଙ୍କୁ ଭାରତୀୟ ଜୁନିୟର ଡେଭିସ୍‌ କପ୍‌ ଦଳରେ ସ୍ଥାନ ମିଳିଛି।

କ୍ରିକେଟ୍‌ରେ ମଙ୍କଡିଙ୍ଗ୍‌: ଏହି ବିବାଦୀୟ ରନ୍‌ଆଉଟ୍‌କୁ ନେଇ ନିୟମ

କ୍ରିକେଟ୍‌ରେ ମଙ୍କଡିଙ୍ଗ୍‌: ଏହି ବିବାଦୀୟ ରନ୍‌ଆଉଟ୍‌କୁ ନେଇ ନିୟମ

ନୂଆଦିଲ୍ଲୀ, ୨୬।୩- ଆଇପିଏଲ୍‌ର ଚଳିତ ଦ୍ୱାଦଶ ସଂସ୍କରଣରେ ସୋମବାର କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଏକ ବିବଦୀୟ ଘଟଣା ଦେଖିବାକୁ ମିଳିଥିଲା। ରାଜସ୍ଥାନ ରୟାଲ୍ସର ଓପନର୍‌ ଜୋସ୍‌ ବଟଲର ‘ମଙ୍କଡିଙ୍ଗ୍‌’ ଆଉଟ୍‌ର ଶିକାର ହୋଇଥିଲେ। 


Model This Week

ରଶ୍ମି
Why Dharitri