ମେଟ୍ରୋ |

କୁଦିଆରୀ ବଜାରରୁ ମଦ ଦୋକାନ ଉଚ୍ଛେଦ ଦାବି: ଜିଲାପାଳଙ୍କ ନିକଟରେ ଫେରାଦ ହେଲେ ଅଞ୍ଚଳର ମହିଳା

କୁଦିଆରୀ ବଜାରରୁ ମଦ ଦୋକାନ ଉଚ୍ଛେଦ ଦାବି: ଜିଲାପାଳଙ୍କ ନିକଟରେ ଫେରାଦ ହେଲେ ଅଞ୍ଚଳର ମହିଳା
ଖୋର୍ଦ୍ଧା ଅଫିସ,୧୦।୮:ଖୋର୍ଦ୍ଧା ଜିଲା ଜଟଣୀର କୁଦିଆରୀ ବଜାରରୁ ମଦ ଦୋକାନ ଉଚ୍ଛେଦ ନେଇ ଜିଲାପାଳଙ୍କ ନିକଟରେ ଶୁକ୍ରବାର ଦାବି ହୋଇଛି। ଜଟଣୀ ଓ ଆଖପାଖ ଅଞ୍ଚଳର ମହିଳାମାନେ ନମିତା ପାଲଙ୍କ ନେତୃତ୍ୱରେ ଜିଲାପାଳଙ୍କୁ ଭେଟି ମଦ ଦୋକାନ ହଟାଇବାକୁ ଦାବି କରିଛନ୍ତି। ଅଭିଯୋଗ ଅନୁସାରେ, ଜଟଣୀ ପିପିଲିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ମଦ ଦୋକାନ ରହିଛି । ମଦ ଦୋକାନର ସମ୍ମୁଖରେ ଏକ ନର୍ସିଂହୋମ ଓ ପଛ ପାଖରେ ପୋଖରୀ ରହିଛି। ମଦ ଦୋକାନ ହେବା ପରେ ଉକ୍ତ ପୋଖରୀରେ ଝିଅବୋହୁମାନେ ଗାଧୋଇବା ନାନା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛି। ସେହିପରି ଉକ୍ତ ରାସ୍ତା ଛାତ୍ରୀଛାତ୍ରଙ୍କ ଯା’ଆସ କରିବା ରାସ୍ତା ହୋଇଥିବାରୁ ଅନୁରୂପ ଭାବେ ସମସ୍ୟା ଦେଖାଦେଇଛି। କିଛି ଛାତ୍ରୀଙ୍କୁ ମଦ୍ୟପମାନେ କମେଣ୍ଟ ମାରୁଥିବାର ଅଭିଯୋଗ ହୋଇଛି। ଏ ନେଇ ବାରମ୍ବାର ଅଭିଯୋଗ ପରେ ସୁଫଳ ମିଳୁ ନ ଥିବାରୁ ମହିଳାମାନେ ଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଜିଲାପାଳ କିଛି ପଦକ୍ଷେପ ନ ନେଲେ ରାସ୍ତାରୋକ କରାଯିବ ବୋଲି ସେମାନେ ଚେତାବନୀ ଦେିଛନ୍ତି ।
All Right Reserved By

ମେଟ୍ରୋ |

ଦେବୀ ମୁହାଁଣରେ ଓଲଟିଲା ଡଙ୍ଗା: ଜଣେ ମତ୍ସ୍ୟଜୀବୀ ନିଖୋଜ, ୯ ଉଦ୍ଧାର

ଦେବୀ ମୁହାଁଣରେ ଓଲଟିଲା ଡଙ୍ଗା: ଜଣେ ମତ୍ସ୍ୟଜୀବୀ ନିଖୋଜ, ୯ ଉଦ୍ଧାର

କାକଟପୁର, ୧୯।୮(ଡି.ଏନ୍‌.ଏ.)-ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଦେବୀ ମୁହାଁଣଠାରେ ରବିବାର ସନ୍ଧ୍ୟାରେ ଡଙ୍ଗା ଓଲଟି ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଥିବାବେଳେ ୯ଜଣ ଉଦ୍ଧାର ହୋଇଛନ୍ତି। ନିଖୋଜ ମତ୍ସ୍ୟଜୀବୀ ହେଲେ କାଳିଆକଣ ଗ୍ରାମର ନିରଞ୍ଜନ ବେହେରା।

ପ୍ରକାଶ ପାଇଲା କେରଳରେ ଫସି ରହିଥିବା ଓଡ଼ିଆଙ୍କ ତାଲିକା

ପ୍ରକାଶ ପାଇଲା କେରଳରେ ଫସି ରହିଥିବା ଓଡ଼ିଆଙ୍କ ତାଲିକା

ଭୁବନେଶ୍ୱର,୧୯।୮(ବ୍ୟୁରୋ): ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ରବିବାର କେରଳରେ ଫସି ରହିଥିବା ଓଡ଼ିଆଙ୍କ ତାଲିକା ପ୍ରକାଶ ପାଇଛି। ଏହିସବୁ  ଓଡ଼ିଆମାନଙ୍କୁ ସହାୟତା ପ୍ରଦାନ କରିବା ଲାଗି କେରଳ ସରକାରଙ୍କୁ ଅନୁରୋଧ କରାଯାଇଛି।

ପାଖେଇ ଆସୁଛି ନିର୍ବାଚନ: ୧୫ ଦିନରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ପାଖେଇ ଆସୁଛି ନିର୍ବାଚନ: ୧୫ ଦିନରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୧୯।୮(ବ୍ୟୁରୋ): ପାଖେଇ ଆସିଲାଣି ୨୦୧୯ ସାଧାରଣ ନିର୍ବାଚନ। ଏହା ପୂର୍ବରୁ ଦଳକୁ ମଜଭୂତ କରିବା ସହ ବିଧିବଦ୍ଧ ଖସଡ଼ା ପ୍ରସ୍ତୁତ କରାଯାଉଛି। ତେବେ କଂଗ୍ରେସ ପକ୍ଷରୁ ଆସନ୍ତା ୧୫ ଦିନ ମଧ୍ୟରେ ୫୦ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ଏନେଇ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛି ବୋଲି ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ରବିବାର ସୂଚନା ଦେଇଛନ୍ତି।

‘ଚାରି ଖୁରାକୁ ଜୁହାର’ ନାଟକ ମଞ୍ଚସ୍ଥ

‘ଚାରି ଖୁରାକୁ ଜୁହାର’ ନାଟକ ମଞ୍ଚସ୍ଥ

ଖୋର୍ଦ୍ଧା ଅଫିସ,୧୯।୮: ଖୋର୍ଦ୍ଧା ପ୍ରାଣନାଥ ସ୍ବୟଂ ଶାସିତ ମହାବିଦ୍ୟାଳୟର ମୈତ୍ରି ଭବନରେ ରବିବାର ‘ତୋ ଚାରି ଖୁରାକୁ ଜୁହାର ’ ନାଟକ ମଞ୍ଚସ୍ଥ ହୋଇ ଯାଇଛି। 

ପୁରୀରେ ନିର୍ମାଣ ହେବ ସାମୁଦ୍ରିକ ଆକ୍ୱାରିୟମ: ଖର୍ଚ୍ଚ ହେବ ୮ କୋଟି ୮୫ ଲକ୍ଷ

ପୁରୀରେ ନିର୍ମାଣ ହେବ ସାମୁଦ୍ରିକ ଆକ୍ୱାରିୟମ: ଖର୍ଚ୍ଚ ହେବ ୮ କୋଟି ୮୫ ଲକ୍ଷ

ପୁରୀ ଅଫିସ,୧୯ା୮: ପୁରୀର ଅର୍ବାନ ହାଟ ସମ୍ମୁଖ ପଡିଆରେ ସାମୁଦ୍ରିକ ଆକ୍ୱାରିୟମ ନିର୍ମାଣ ଲାଗି ୫କୋଟି ଟଙ୍କା ଅନୁମୋଦନ କରିଥିଲା ରାଜ୍ୟ ପର୍ଯ୍ୟଟନ ବିଭାଗ। ଏପରି କି ଜମି ଚହ୍ନଟ ହୋଇ ଦୁଇ ଦୁଇ ଥର ଶିଳନ୍ୟାସ ଦିଆଗଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ। କିନ୍ତୁ ଇତି ମଧ୍ୟରେ ଶିଳାନ୍ୟାସ ହେବାର ବହୁ ବର୍ଷ ବିତିଥିଲେ ସୁଦ୍ଧା ଉକ୍ତ ପ୍ରକଳ୍ପ ସ୍ଥଳ ଡମ୍ପିୟାର୍ଡ ପାଲଟିଥିବା ବେଳେ ଶିଳାନ୍ୟାସ ଫଳକ ଉପରେ ଗଛ ମାଡ଼ି ବସିଥିଲା। ଶେଷରେ ତାହା ଏବେ ସାକାର ହେବାକୁ ଯାଉଛି । 

ପଲିଥିନମୁକ୍ତ ଅଭିଯାନରେ ସାମିଲ ହେଲେ ସ୍ବେଚ୍ଛାସେବୀ

ପଲିଥିନମୁକ୍ତ ଅଭିଯାନରେ ସାମିଲ ହେଲେ ସ୍ବେଚ୍ଛାସେବୀ

ପୁରୀ ଅଫିସ,୧୯।୮: ଖବରକାଗଜ ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆରମ୍ଭ ହୋଇଛି ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ଅଭିଯାନ। ଏବେ ଏହି ଅଭିଯାନ ପ୍ରତି ଯୁବ ସମାଜ, କଲେଜ ଛାତ୍ରୀଛାତ୍ର ଏବଂ ସ୍ବେଚ୍ଛାସେବୀଙ୍କ ଆଗ୍ରହ ବଢିବାରେ ଲାଗୁଥିବା ଦେଖିବାକୁ ମିଳୁଛି। 

ପ୍ଲାଷ୍ଟିକ ପଲିଥିନ ମୁକ୍ତ ଅଭିଯାନରେ ଆଦିତ୍ୟ ବାହିନୀ

ପ୍ଲାଷ୍ଟିକ ପଲିଥିନ ମୁକ୍ତ ଅଭିଯାନରେ ଆଦିତ୍ୟ ବାହିନୀ

ପୁରୀ ଅଫିସ,୧୯ା୮: ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ପରିବେଶକୁ ଅଧିକମାତ୍ରାରେ ପ୍ରଦ୍ୟୁଷିତ କରୁଛି। ଏହାର କୁପ୍ରଭାବରେ ସିଧାସଳଖଭାବେ ଶିକାର ହେଉଛନ୍ତି ମଣିଷ। 

ଫସିଲେ ହିତାଧିକାରୀ

ଫସିଲେ ହିତାଧିକାରୀ

ଭୁବନେଶ୍ୱର,୧୯।୮(ବ୍ୟୁରୋ)(ଅନିଲ ଦାସ) ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା (ଏନ୍‌ଏଫ୍‌ଏସ୍‌ଏ) ଏବଂ ଓଡ଼ିଶା ଖାଦ୍ୟ ସୁରକ୍ଷା ଯୋଜନା ମଝିରେ ଫସିଯାଇଛନ୍ତି ଗରିବ ହିତାଧିକାରୀ।  ଆସନ୍ତା ଅକ୍ଟୋବର ୨ ଯାଏ କେନ୍ଦ୍ରୀୟ ଯୋଜନା ଏନ୍‌ଏଫ୍‌ଏସ୍‌ଏରେ ଆଉ କୌଣସି ହିତାଧିକାରୀ ନୂତନ କାର୍ଡ ପାଇବେ ନାହିଁ। 

ସାର୍ବଜନୀନ ହେବ ବ୍ରହ୍ମ ବିଭ୍ରାଟ ଗୁମର

ସାର୍ବଜନୀନ ହେବ ବ୍ରହ୍ମ ବିଭ୍ରାଟ ଗୁମର

ପୁରୀ ଅଫିସ,୧୯ା୮: ଦୀର୍ଘ ୩ ବର୍ଷ ପରେ ଖୋଲିବ ବହୁଚର୍ଚ୍ଚିତ ବ୍ରହ୍ମ ବିଭ୍ରାଟ ଗୁମର। ଏଥିପାଇଁ ଗଠିତ ସବ୍‌ କମିଟି ଆସନ୍ତା ସେପ୍ଟେମ୍ବର ଶେଷ ସୁଦ୍ଧା ରିପୋର୍ଟ ଦେବ। ରିପୋର୍ଟ ମିଳିବା ପରେ ଏହାକୁ ପରିଚାଳନା କମିଟି ବୈଠକରେ ଉପସ୍ଥାପନ କରାଯିବ। 

ଚାକିରି ଜୀବନ, ଅବସର ପରେ ଲକ୍ଷ୍ୟ ଗୋଟିଏ

ଚାକିରି ଜୀବନ, ଅବସର ପରେ ଲକ୍ଷ୍ୟ ଗୋଟିଏ

ଖୋର୍ଦ୍ଧା ସହରର ଜଣେ ପରିଚିତ ବ୍ୟକ୍ତିତ୍ୱ ହେଉଛନ୍ତି ଦେବ ପ୍ରସାଦ ମଜୁମଦାର। ଘର ବିଡିଏ କଲୋନୀ ସନ୍ନିକଟ କଲ୍ୟାଣୀନଗର। ଢେଙ୍କାନାଳ ଜିଲାରେ ସବଇନ୍ସପେକ୍ଟର ଭାବେ ପ୍ରଥମେ ୧୯୭୫ ମସିହାରେ କାର୍ଯ୍ୟ ଆରମ୍ଭ କରିଥିଲେ। 

ଜନ୍ମ ମାଟିରେ ଶହୀଦ୍‌ ଅଲୋଡା

ଜନ୍ମ ମାଟିରେ ଶହୀଦ୍‌ ଅଲୋଡା

ଖୋର୍ଦ୍ଧା ଅଫିସ,୧୯।୮:
ଖୋର୍ଦ୍ଧା ଜିଲା ସଦର ମହକୁମାରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉତ୍ସବ ଶେଷ ହୋଇଛି। 

ଦର୍ଶକଙ୍କ ତାଳିରୁ ଆତ୍ମତୃପ୍ତି ମିଳେ

ଦର୍ଶକଙ୍କ ତାଳିରୁ ଆତ୍ମତୃପ୍ତି ମିଳେ

ଭୁବନେଶ୍ୱର, ୧୯।୮(ବ୍ୟୁରୋ)- ”ତାରେ ଜମିନ ପର୍‌’। ଅମିର ଖାନ୍‌ଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ସବୁ ବର୍ଗର ଦର୍ଶକଙ୍କ ପସନ୍ଦ ପାଲଟିଥିଲା। ଏଥିରେ ‘ଈଶାନ’ ଭୂମିକାରେ ଅଭିନୟ କରିଥିବା ଶିଶୁ କଳାକାରଙ୍କ ପାଇଁ ଫିଲ୍ମଟି ଉଚ୍ଚକୋଟୀର ହୋଇପାରିଥିଲା।