ଜୀବନଚର୍ଯ୍ୟା |

କିପରି ହୁଏ କିନ୍ନରଙ୍କ ସୃଷ୍ଟି

କିପରି ହୁଏ କିନ୍ନରଙ୍କ ସୃଷ୍ଟି
କିନ୍ନରଙ୍କୁ ତୃତୀୟ ଲିଙ୍ଗ ଭାବେ ଗ୍ରହଣ କରାଯାଇଥାଏ। ଏମାନଙ୍କର ସୃଷ୍ଟି ଅବିକଶିତ ଭ୍ରୂଣରୁ ହୋଇଥାଏ। ଏଭଳି ଭ୍ରୂଣରେ ଏକ୍ସ ଓ ଓ୍ବାଇ କ୍ରୋମୋଜମ୍‌ ମଧ୍ୟରେ ସମନ୍ବୟ ରହି ନ ଥାଏ। ଫଳରେ ଯୌନାଙ୍ଗର ବିକାଶରେ ସୃଷ୍ଟି ହୋଇଥାଏ ବାଧା। ପରବର୍ତ୍ତୀ ସମୟରେ ସେମାନଙ୍କଠାରେ ସେକ୍ସ୍‌ ହରମୋନ୍‌ କ୍ଷରଣରେ ଅନିୟମିତତା ଦେଖାଯାଏ। ଟେଷ୍ଟୋଷ୍ଟରନ୍‌ ହରମୋନ୍‌ କମ୍‌ କ୍ଷରଣ ହେବା ଯୋଗୁ ଏହାର ପ୍ରଭାବରେ ଶରୀରରେ ପୁରୁଷ ଉପଯୋଗୀ ଅଙ୍ଗର ବିକାଶ ସମ୍ଭବ ହୋଇପାରି ନ ଥାଏ। କିନ୍ତୁ ନାରୀ ସୁଲଭ ଚାଲିଚଲଣ ବ୍ୟକ୍ତିଠାରେ ଦୃଷ୍ଟି ଗୋଚର ହୁଏ ବୋଲି ଚିକିତ୍ସା ବିଜ୍ଞାନୀ କୁହନ୍ତି। ଏହାକୁ ଏକ ଜୈବ ବିକୃତି ଭାବେ ଚିକିତ୍ସା ବିଜ୍ଞାନ ଗ୍ରହଣ କରିଥାଏ। ଏହା ଶୁକ୍ରାଣୁ ଡିମ୍ବାଣୁ ସହିତ ମିଳନ ହେବା ସମୟରେ ହିଁ ସ୍ଥିରୀକୃତ ହୋଇଥାଏ। କେତେକ ଏହାକୁ ଏକ ମାନସିକ ଭାବନା କହୁଥିଲେ ମଧ୍ୟ ତାହା ଠିକ ନୁହେଁ। କାରଣ କିନ୍ନରଙ୍କ ଶରୀରରେ ପ୍ରଜନନ ପାଇଁ ଆବଶ୍ୟକ ଯୌନାଙ୍ଗ ହିଁ ଅଣବିକଶିତ ଅବସ୍ଥାରେ ଥାଏ। ସେମାନଙ୍କଠାରେ ଫେନୋଟାଇପ୍‌ ଏବଂ ଜେନୋଟାଇପ୍‌ ଉଭୟ ପରିପ୍ରକାଶରେ ଭିନ୍ନତା ଦୃଷ୍ଟିଗୋଚର ହୋଇଥାଏ। କିନ୍ନର ସୃଷ୍ଟି ପାଇଁ ମାତା ପିତାଙ୍କ ଜିନ୍‌ଗତ ତ୍ରୁଟି ହଁିଁ ଦାୟୀ ରହିଥାଏ। ଏହାର ପ୍ରଭାବରେ ସନ୍ତାନଠାରେ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥାଏ ବୋଲି ଚିକିତ୍ସା ବିଜ୍ଞାନୀ କୁହନ୍ତି।
All Right Reserved By

ଜୀବନଚର୍ଯ୍ୟା |

ଶୀତଦିନେ ମାଲିସ କରନ୍ତୁ ସୋରିଷ ତେଲ ମିଳିବ ଏସବୁ ଲାଭ...

ଶୀତଦିନେ ମାଲିସ କରନ୍ତୁ ସୋରିଷ ତେଲ ମିଳିବ ଏସବୁ ଲାଭ...

ଶୀତଦିନେ ସୋରିଷ ତେଲ ମାଲିସ ହେଲେ ଶରୀର ସୁସ୍ଥ ରହିଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି। ଏଥିରେ ରହିଛି ଆଇରନ୍‌, କ୍ୟାଲସିୟମ, ଫ୍ୟାଟି ଏସିଡ୍‌ ଓ ବିଟାକେରୋଟିନ୍‌। ତେଣୁ ପ୍ରତିଦିନ ସକାଳେ ଏହି ତେଲ ମାଲିସ କରିବା ଭଲ।

ନିଦ୍ରାହୀନତାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଏହି  ଜୁସ୍‌...

ନିଦ୍ରାହୀନତାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଏହି ଜୁସ୍‌...

ବ୍ୟସ୍ତବହୁଳ ଜୀବନରେ କ୍ଲାନ୍ତି ଆସିବା ସ୍ବାଭାବିକ କଥା। ଏହା ସହିତ ବିଭିନ୍ନ ଚିନ୍ତାରେ ଯୋଗୁ କେତେକଙ୍କୁ ରାତିରେ ନିଦ ଆସେନାହିଁ। 

ସକାଳେ ପିଅନ୍ତୁ ଡାଳଚିନି ମିଶା କ୍ଷୀର; ମିଳିବ ଏସବୁ  ଫାଇଦା...

ସକାଳେ ପିଅନ୍ତୁ ଡାଳଚିନି ମିଶା କ୍ଷୀର; ମିଳିବ ଏସବୁ ଫାଇଦା...

କ୍ଷୀର ସହିତ ଡାଳଚିନି ଗୁଣ୍ଡ ମିଶାଇ ପିଇଲେ କଲେ ଅନେକ ଫାଇଦା ମିଳିଥାଏ। ଏହାଦ୍ୱାରା କୋଲେଷ୍ଟରଲସ୍ତର ନିୟନ୍ତ୍ରିତ ହେବା ସହିତ ହାର୍ଟ ଆଟାକ୍‌ରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଳେଖ ରହିଛି।

ହାତ ପାଆନ୍ତାରେ ଏସିଡିଟି ସମସ୍ୟା ସମାଧାନର ସହଜ ଉପାୟ...

ହାତ ପାଆନ୍ତାରେ ଏସିଡିଟି ସମସ୍ୟା ସମାଧାନର ସହଜ ଉପାୟ...

ପରିବର୍ତ୍ତିତ ଜୀବନ ଶୈଳୀର ପ୍ରଭାବ ଖାଦ୍ୟଭ୍ୟାସ ଉପରେ ପଡ଼ିଥାଏ। ଫଳରେ କେତେକଙ୍କ କ୍ଷେତ୍ରରେ ଏସିଡ଼ିଟି ସମସ୍ୟା ଦେଖାଯାଇଥାଏ। ତେବେ ହାତ ପାଆନ୍ତାରେ ଏହି ସମସ୍ୟାର ସମାଧାନ ରହିଛି। 

ସୁନ୍ଦର ଦେଖାଯିବାକୁ ଚାହୁଁଥିଲେ

ସୁନ୍ଦର ଦେଖାଯିବାକୁ ଚାହୁଁଥିଲେ

ଯଦି ଆପଣ ପର୍ଯ୍ୟାପ୍ତ ପରିମାଣରେ ଶୋଇବେ ତେବେ ଫ୍ରେଶ ଲାଗିିବେ । ଏମିତି କିଛି ଟିପ୍ସ ରହିଛି ଯାହା ଆପଣଙ୍କୁ ସୁନ୍ଦର ଦେଖାଯିବାରେ ସାହାଯ୍ୟ କରିବ...

ଶୀତଦିନେ ଫ୍ୟାଶନ

ଶୀତଦିନେ ଫ୍ୟାଶନ

ଶୀତଦିନ ଆସିଗଲାଣି । ଶୀତଦିନେ ସମସ୍ତେ ସ୍ମାର୍ଟ  ଏବଂ ଆକର୍ଷକ ଦେଖାଯିବାକୁ ଚାହାନ୍ତି । ଏଥିପାଇଁ  ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି..

ସକାଳେ ପିଅନ୍ତୁ ଗ୍ରୀନ୍‌ ଟି’; ମେଦବହୁଳତାରୁ  ରହିବେ ଦୂରେଇ

ସକାଳେ ପିଅନ୍ତୁ ଗ୍ରୀନ୍‌ ଟି’; ମେଦବହୁଳତାରୁ ରହିବେ ଦୂରେଇ

ସକାଳ ଚା’ ଦେହରେ ଫୁର୍ତ୍ତି ଆଣିଥାଏ। ଫଳରେ ମର୍ଣ୍ଣିଂୱାକ୍‌ କରିବାକୁ ଭଲ ଲାଗିଥାଏ। ଗ୍ରୀନ୍‌ ଟି’ ପିଇବା ଦ୍ୱାରା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ। 

ମାଂସପେଶୀ ବଢ଼ାଇବ  ଷ୍ଟେମ୍‌ ସେଲ୍‌

ମାଂସପେଶୀ ବଢ଼ାଇବ ଷ୍ଟେମ୍‌ ସେଲ୍‌

ଆଜିକାଲି ବିଭିନ୍ନ କ୍ଷେତ୍ରରେ ଷ୍ଟେମ୍‌ ସେଲ୍‌ର ବ୍ୟବହାର କରାଯାଉଛି। ଫଳତଃ କେତେକ ଚିକିତ୍ସା ପ୍ରଣାଳୀ ଆହୁରି ସହଜ ହୋଇପାରିଛି। ଏହି ତାଲିକାରେ ନିକଟରେ ଆଉ ଏକ ଜିନିଷ ଯୋଡା ଯାଇଛି। 

କଫ ସମସ୍ୟାର ଘରୋଇ ଉପଚାର

କଫ ସମସ୍ୟାର ଘରୋଇ ଉପଚାର

ଅଧା କପ ଉଷୁମ ପାଣିରେ ଏକ ଚାମଚ ହଳଦୀ ଗୁଣ୍ଡ ଭଲ ଭାବରେ ମିଶାଇ ଦିଅନ୍ତୁ। ତା’ପରେ ଏଥିରେ ଏକ ଚାମଚ ଗୋଲମରିଚ ଗୁଣ୍ଡ ଏବଂ ଏକ ଚାମଚ ମହୁ ମିଶାନ୍ତୁ। ଏହି ମିଶ୍ରଣକୁ ୨-୩ ମିନିଟ୍‌ ପର୍ଯ୍ୟନ୍ତ ଉଷୁମ କରି ପିଅନ୍ତୁ। ନିୟମିତ କିଛିଦିନ ଏହାକୁ ପିଇଲେ କଫ ସମସ୍ୟା ଦୂର ହୋଇଥାଏ।

ପାଚନକ୍ରିୟାକୁ ସକ୍ରିୟ  କରାଇବାର ସହଜ ଉପାୟ

ପାଚନକ୍ରିୟାକୁ ସକ୍ରିୟ କରାଇବାର ସହଜ ଉପାୟ

ଯଦି ଆମର ପାଚନ କ୍ରିୟା ଠିକ୍‌ ରହିଲା ତେବେ ଆମେ କେତେକ ରୋଗଠାରୁ ନିଜକୁ ଦୂରେଇ ରଖିଥାଉ। ଏହା ଅସନ୍ତୁଳିତ ରହିଲେ ପେଟଜନିତ ସମସ୍ୟା ଦେଖାଦେଇଥାଏ। ତେବେ ପାଚନ କ୍ରିୟାକୁ ଆହୁରି ଦୃଢ଼ କରିବାର ଏକ ସହଜ ଉପାୟ ରହିଛି। 

ଆକ୍ୟୁପେସନାଲ ଥେରାପି

ଆକ୍ୟୁପେସନାଲ ଥେରାପି

ବର୍ତ୍ତମାନର ଆଧୁନିକ ଚିକିସତ୍ା ବିଜ୍ଞାନର ଅବିଭକ୍ତ ତଥା ଅତ୍ୟାବଶ୍ୟକ ପଦ୍ଧତି ହେଉଛି ଅକ୍ୟୁପେସନାଲ୍‌ ଥେରାପି । ସ୍ବଧ୍ୟାୟ, ଆବଶ୍ୟକ କାର୍ଯ୍ୟ ତଥା କ୍ରୀଡ଼ା ସାହାଯ୍ୟରେ ଶାରୀରିକ ତଥା ମାନସିକ ସ୍ତରରେ ପ୍ରୋସତ୍ାହନ ତଥା ଉନ୍ନତି, ଅସାମର୍ଥ୍ୟତା ଦୂରୀକରଣ, ସ୍ବୟଂ ଚଳପ୍ରଚଳତାର କ୍ଷମତା ହାସଲ, ଅକ୍ୟୁପେସନାଲ୍‌ ଥେରାପିର ମୁଖ୍ୟ ଲକ୍ଷ୍ୟ ।

ମେଦବହୁଳତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ...

ମେଦବହୁଳତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ...

ପରିବର୍ତ୍ତିତ ଜୀବନଶୈଳୀରେ ଅନେକଙ୍କୁ ମେଦବହୁଳତା ହୋଇଥାଏ। ତେବେ ଏହାର ସଫଳ ଚିକିତ୍ସା ଆମ ଘରବାଡ଼ିରେ ଥିବା ବିଭିନ୍ନ ଔଷଧୀୟ ଗଛଲତା ସହାୟତାରେ ସହଜରେ ହୋଇପାରିଥାଏ।