ଖେଳ |

ପଦାର୍ପଣ ଦିନିକିଆରେ ଗୋଲ୍ଡେନ ଡକ୍‌

ପଦାର୍ପଣ ଦିନିକିଆରେ ଗୋଲ୍ଡେନ ଡକ୍‌
କ୍ରିକେଟ ଇତିହାସରେ ବହୁ ବ୍ୟାଟ୍ସମ୍ୟାନ ନିଜ ଦିନିକିଆ ପଦାର୍ପଣର ପ୍ରଥମ ବଲରେ ଆଉଟ୍‌(ଗୋଲ୍ଡେନ ଡକ୍‌) ହୋଇଛନ୍ତି। ଏହାସତ୍ତ୍ୱେ କେତେକ ବ୍ୟାଟ୍ସମ୍ୟାନ ଉଲ୍ଲେଖନୀୟ କ୍ୟାରିୟର କରବାରେ ସଫଳ ହୋଇଛନ୍ତି। ଏପରି କି ଲିଜେଣ୍ଡ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ମଧ୍ୟ କ୍ୟାରିୟରର ଦିନିକିଆ ଫର୍ମାଟର ପ୍ରଥମ ବଲରେ ଆଉଟ୍‌ ହୋଇଥିଲେ। ଏହାପରେ ସେ ବହୁ ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ତାଙ୍କ ବ୍ୟତୀତ ଭାରତର ସଫଳତମ ତଥା ବିଶ୍ୱକପ୍‌ ଚାମ୍ପିୟନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏହି ତାଲିକାରେ ରହିଛନ୍ତି। ଭାରତ ଏ’ ପକ୍ଷରୁ ଉନ୍ନତ ପ୍ରଦର୍ଶନ କରିବା ପରେ ଧୋନୀଙ୍କୁ ୨୦୦୪ରେ ବାଂଲାଦେଶ ଗସ୍ତ ଲାଗି ଜାତୀୟ ଦଳରେ ସାମିଲ କରାଯାଇଥିଲା। ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଧୋନୀ ପ୍ରଥମ ବଲ ଖେଳିବା ପରେ ରନ୍‌ଆଉଟ୍‌ ହୋଇଥିଲେ। ଏହି ଘଟଣା ତାଙ୍କ ଜୀବନ ଉପରେ ଆଧାରିତ ବଲିଉଡ୍‌ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିଥିଲା। ଏମାନଙ୍କ ଭଳି ବାମହାତୀ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ମଧ୍ୟ ପଦାର୍ପଣ ଦିନିକିଆର ପ୍ରଥମ ବଲରେ ଆଉଟ୍‌ ହୋଇଥିଲେ। ୨୦୦୫ ଶ୍ରୀଲଙ୍କା ଗସ୍ତରେ ପ୍ରଥମ ମ୍ୟାଚ୍‌ରେ ରାଇନା କ୍ଲାସିକ ସ୍ପିନର ମୁଥିଆ ମୁରଲିଧରଣଙ୍କ ବଲରେ ବୋଲ୍ଡ ଆଉଟ୍‌ ହୋଇଥିଲେ। ଭାରତୀୟ ଖେଳାଳିଙ୍କ ବ୍ୟତୀତ ପାକିସ୍ତାନର ସୋଏବ ମଲିକ, ଇଂଲଣ୍ଡର ଜାସନ ରୟ ଓ ଅଷ୍ଟ୍ରେଲିଆର କାମେରୋନ ହ୍ବାଇଟ ଏହି ତାଲିକାରେ ରହିଛନ୍ତି।
All Right Reserved By

ଖେଳ |

ଇଣ୍ଡିଜ୍‌ ଟି୨୦ ଦଳକୁ ଫେରିଲେ ଲୁଇସ

ଇଣ୍ଡିଜ୍‌ ଟି୨୦ ଦଳକୁ ଫେରିଲେ ଲୁଇସ

ସିଲହେଟ (ବାଂଲାଦେଶ),୧୫।୧୨(ଏଏଫ୍‌ପି)- ଆସନ୍ତା ସପ୍ତାହଠାରୁ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଲାଗି ଘୋଷିତ ଇଣ୍ଡିଜ୍‌ ଦଳରେ ବ୍ୟାଟ୍ସମ୍ୟାନ ଇଭିନ ଲୁଇସ ସ୍ଥାନ ପାଇଛନ୍ତି।

ଦୁଇ ବର୍ଷକୁ ଥରେ ହେବ ଜୁନିୟର ହକି ବିଶ୍ୱକପ୍‌

ଦୁଇ ବର୍ଷକୁ ଥରେ ହେବ ଜୁନିୟର ହକି ବିଶ୍ୱକପ୍‌

ଭୁବନେଶ୍ୱର,୧୫।୧୨(ପି.ଟି.)- ପ୍ରତ୍ୟେକ ଦୁଇ ବର୍ଷକୁ ଥରେ ଜୁନିୟର ହକି ବିଶ୍ୱକପ୍‌ ଖେଳାଯିବ। ଏ ନେଇ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଶନିବାର ଘୋଷଣା କରିଛି। 

ପର୍ଥ ଟେଷ୍ଟ: ଦୃଢ଼ ସ୍ଥିତିରେ ଭାରତ

ପର୍ଥ ଟେଷ୍ଟ: ଦୃଢ଼ ସ୍ଥିତିରେ ଭାରତ

ପର୍ଥ,୧୫।୧୨- ସିଡ୍‌ନୀ ଟେଷ୍ଟ ଜିତି ଅଭିଯାନ ଆରମ୍ଭ କରିିଥିବା ଭାରତୀୟ ଦଳ ପର୍ଥ ଟେଷ୍ଟରେ ମଧ୍ୟ ଦୃଢ଼ ସ୍ଥିତିରେ ରିହିଛି। 

 ନିମାପଡ଼ାରେ ପୂର୍ବାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା: ଅଂଶ ଗ୍ରହଣ କଲେ ୫ ରାଜ୍ୟର ୬ଶହ ପ୍ରତିଯୋଗୀ

ନିମାପଡ଼ାରେ ପୂର୍ବାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା: ଅଂଶ ଗ୍ରହଣ କଲେ ୫ ରାଜ୍ୟର ୬ଶହ ପ୍ରତିଯୋଗୀ

ନିମାପଡ଼ା,୧୫।୧୨(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ାଠାରେ ଭାରତର ପୂର୍ବାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି।

ସଲାହ ଶ୍ରେଷ୍ଠ ଆଫ୍ରିକାନ ଫୁଟ୍‌ବଲର

ସଲାହ ଶ୍ରେଷ୍ଠ ଆଫ୍ରିକାନ ଫୁଟ୍‌ବଲର

ଲଣ୍ଡନ,୧୫।୧୨- ଇଂଲିଶ ପ୍ରିମିୟର କ୍ଲବ ଲିଭରପୁଲ ଓ ଇଜିପ୍ଟ ଷ୍ଟ୍ରାଇକର ମହମ୍ମଦ ସଲାହଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ ବିବିସି ଆଫ୍ରିକାନ ଫୁଟ୍‌ବଲର ସମ୍ମାନ ମିଳିଛି। ସେ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଏହି ପୁରସ୍କାର ହାତେଇଛନ୍ତି।

ଇଂଲଣ୍ଡ ଦଳର ନୂଆ ମ୍ୟାନେଜିଂ ଡାଇରେକ୍ଟର ଜାଇଲ୍ସ

ଇଂଲଣ୍ଡ ଦଳର ନୂଆ ମ୍ୟାନେଜିଂ ଡାଇରେକ୍ଟର ଜାଇଲ୍ସ

ଲଣ୍ଡନ,୧୫।୧୨- ପୂର୍ବତନ ସ୍ପିନର ଆଶଲେ ଜାଇଲ୍ସଙ୍କୁ ଇଂଲଣ୍ଡ ପୁରୁଷ କ୍ରିକେଟ ଦଳର ନୂଆ ମ୍ୟାନେଜିଂ ଡାଇରେକ୍ଟର ନିଯୁକ୍ତ କରାଯାଇଛି। ଏ ନେଇ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଭିନେଶ-ସୋମବୀରଙ୍କ ବିବାହ ସମ୍ପନ

ଭିନେଶ-ସୋମବୀରଙ୍କ ବିବାହ ସମ୍ପନ

ନୂଆଦିଲ୍ଲୀ,୧୫।୧୨- ଏସିଆନ୍‌ ଗେମ୍ସ ସ୍ବର୍ଣ୍ଣ ପଦକ ବିଜୟିନୀ ମହିଳା ଯୋଦ୍ଧା ଭିନେଶ ଫୋଗତ, ସୋମବୀର ରାଠେଙ୍କ ସହ ବିବାହ ବନ୍ଧରେ ଆବଦ୍ଧ ହୋଇଛନ୍ତି। ଏହି ବିବାହ ଭିନେଶଙ୍କ ଗ୍ରାମ ଚାରଖି ଦାଦରିଠାରେ ଅନୁଷ୍ଠିତ ହୋଇଛି। 

ଫାଇନାଲରେ ସିନ୍ଧୁ

ଫାଇନାଲରେ ସିନ୍ଧୁ

ଗୌଆଙ୍ଗଝୋ,୧୫।୧୨- ଭାରତୀୟ ମହିଳା ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି. ଭି. ସିନ୍ଧୁ ଏଠାରେ ଚାଲିଥିବା ଓ୍ବାଲର୍‌ଡ ଟୁର ଫାଇନାଲ୍ସ ଟୁର୍ନାମେଣ୍ଟର ଟାଇଟଲ ମୁକାବିଲାରେ ପ୍ରବେଶ କରିଛନ୍ତି। 

‘ହକି ହେ ଜିନ୍ଦେଗୀ’ ପୁସ୍ତକ ଉନ୍ମୋଚିତ  ଓଡ଼ିଶା ଆଥଲେଟିକ୍ସର ପ୍ରାଣକେନ୍ଦ୍ର ସୁନ୍ଦରଗଡ଼: ଧର୍ମେନ୍ଦ୍ର

‘ହକି ହେ ଜିନ୍ଦେଗୀ’ ପୁସ୍ତକ ଉନ୍ମୋଚିତ ଓଡ଼ିଶା ଆଥଲେଟିକ୍ସର ପ୍ରାଣକେନ୍ଦ୍ର ସୁନ୍ଦରଗଡ଼: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୫।୧୨(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶାରେ ହକି ବିଶ୍ୱକପ ଚାଲିଥିବାବେଳେ ଓଡ଼ିଶାର ଜନଜାତୀ ହକି ଖେଳାଳିଙ୍କ କୃତି ଉପରେ ଆଧାରିତ ପୁସ୍ତକ ‘ହକି ହେ ଜିନ୍ଦେଗୀ’ ଉନ୍ମୋଚିତ ହୋଇଛି। 

ଯୋଜନାବଦ୍ଧ ଟ୍ରେନିଂ ଅଷ୍ଟ୍ରେଲିଆ ସଫଳତାର ରହସ୍ୟ

ଯୋଜନାବଦ୍ଧ ଟ୍ରେନିଂ ଅଷ୍ଟ୍ରେଲିଆ ସଫଳତାର ରହସ୍ୟ

ଭୁବନେଶ୍ୱର, ୧୫।୧୨(କ୍ରୀଡ଼ା ପ୍ରତିନିଧି)-ଚଳିତ ହକି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ରନର୍ସଅପ୍‌ ନେଦରଲାଣ୍ଡ୍ସ ମଧ୍ୟରେ ଶନିବାର  ଅନୁଷ୍ଠିତ ହେବ। ୧୯୭୮ଠାରୁ ବିଶ୍ୱକପର ପ୍ରତି ସଂସ୍କରଣରେ ଅଷ୍ଟ୍ରେଲିଆ ସେମିଫାଇନାଲ ଖେଳି ଆସିଛି। 

ବିବାହ ବନ୍ଧନରେ ସାଇନା-କାଶ୍ୟପ

ବିବାହ ବନ୍ଧନରେ ସାଇନା-କାଶ୍ୟପ

ହାଇଦ୍ରାବାଦ, ୧୫।୧୨ (ପି.ଟି.)- ଦୁଇ ଭାରତୀୟ ତାରକା ବ୍ୟାଡ୍‌ମିଣ୍ଟନ ଖେଳାଳି ସାଇନା ନେହ୍ବାଲ ଓ ପାରୁପଲ୍ଲୀ କାଶ୍ୟପ ଶୁକ୍ରବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ‘କୋର୍ଟ ନିୟମ ଅନୁଯାୟୀ, ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ସାଇନା ବିବାହ କରିଛନ୍ତି’ ବୋଲି ତାଙ୍କ ବାପା ହରବୀର ସିଂ କହିଛନ୍ତି। 

ବସନ୍ତଙ୍କୁ ୬ ଉଇକେଟ୍‌: ରାଜସ୍ଥାନକୁ ୧୩୫ରେ ରୋକିଲା ଓଡ଼ିଶା

ବସନ୍ତଙ୍କୁ ୬ ଉଇକେଟ୍‌: ରାଜସ୍ଥାନକୁ ୧୩୫ରେ ରୋକିଲା ଓଡ଼ିଶା

ଭୁବନେଶ୍ୱର, ୧୫।୧୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ରାଜସ୍ଥାନ ବିପକ୍ଷରେ ଆରମ୍ଭ ହୋଇଥିବା ରଣ୍‌ଜୀ ଟ୍ରଫି ଗ୍ରୁପ୍‌-ସି ମୁକାବିଲାରେ ଘରୋଇ ଓଡ଼ିଶା ଦମ୍‌ଦାର ପ୍ରଦର୍ଶନ କରିଛି। ଅଭିଜ୍ଞ ବସନ୍ତ ମହାନ୍ତିଙ୍କ ବୋଲିଂକୁ ସାମ୍ନା କରି ନ ପାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ମାତ୍ର ୧୩୫ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।