ଅନ୍ତର୍ଜାତୀୟ |

ଜାପାନ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଜାପାନ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ଟୋକିଓ,୧୦।୮: ଉଦ୍ଧାର କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଜାପାନର ଏକ ହେଲିକପ୍ଟର ଶୁକ୍ରବାର ପ୍ରଶିକ୍ଷଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ୯ ଜଣଙ୍କ ମଧ୍ୟରୁ ୮ ଜଣ ଦୁର୍ଘଟଣା ସ୍ଥଳ ନିକଟରେ ନଜର ଆସୁଥିଲେ ସୁଦ୍ଧା ଏମାନଙ୍କ ଅବସ୍ଥା କ’ଣ ଅଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଜାପାନ ଟେଲିଭିଜନ ଚ୍ୟାନେଲର ସୂଚନା ଅନୁଯାୟୀ, ଶୁକ୍ରବାର ମଧ୍ୟ ଜାପାନର ଏକ ପାହାଡିଆ ଅଞ୍ଚଳରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଜାପାନରେ ହେଲିକପ୍ଟର ଦୁର୍ଘଟଣା କିଛି ନୂଆ କଥାନୁହେଁ। କାରଣ ଗତ ଫେବୃୟାରୀରେ ଏମିତି ଏକ ଦୁର୍ଘଟଣାରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିଲା।
All Right Reserved By

ଅନ୍ତର୍ଜାତୀୟ |

ପ୍ରିୟଙ୍କା-ନିକ୍‌ଙ୍କ ହନିମୁନ୍‌ ଫଟୋ ଭାଇରାଲ

ପ୍ରିୟଙ୍କା-ନିକ୍‌ଙ୍କ ହନିମୁନ୍‌ ଫଟୋ ଭାଇରାଲ

ନୂଆଦିଲ୍ଲୀ/ମ୍ୟୁସକାଟ୍‌,୧୧।୧୨: ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନସ୍‌ଙ୍କ ବିବାହ ପରେ ମଧ୍ୟ ସେମାନଙ୍କୁ ନେଇ ଚର୍ଚ୍ଚା ଥମିନି। ଏବେ ଶଟ୍‌ ବ୍ରେକ୍‌ ନେଇ ହନିମୁନ୍‌ ପାଇଁ ପ୍ରିୟଙ୍କା-ନିକ୍‌ ଓମାନ ଯାଇଛନ୍ତି। 

 ଫିଫା ଅଧ୍ୟକ୍ଷ ମୋଦିଙ୍କୁ ଦେଇଥିବା ଜର୍ସି ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଫିଫା ଅଧ୍ୟକ୍ଷ ମୋଦିଙ୍କୁ ଦେଇଥିବା ଜର୍ସି ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ/ଆର୍ଜେଣ୍ଟିନା,୧୧।୧୨: କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଆର୍ଜେଣ୍ଟିନା ଯାଇଥିଲେ। ଏହି ଅବସରରେ ଫିଫା ଅଧ୍ୟକ୍ଷ ଜିୟାନୀ ଇନଫେଣ୍ଟିନୋ ଜି-୨୦ ତଥା ପ୍ରଧାନମନ୍ତ୍ରୀଙ୍କ ନାମ ଲେଖାଥିବା ଏକ ଜର୍ସି ଉପହାର ଦେଇଥିଲେ। 

ସରକାର କହୁଛନ୍ତି ବିଳମ୍ବ ନ କରି ସନ୍ତାନ ପ୍ରସବ କର

ସରକାର କହୁଛନ୍ତି ବିଳମ୍ବ ନ କରି ସନ୍ତାନ ପ୍ରସବ କର

ବେଲଗ୍ରେଡ,୧୧।୧୨: ୟୁରୋପର ସର୍ବିୟାରେ ଦିନକୁ ଦିନ ଜସସଂଖ୍ୟା ଏତେ ପରିମାଣରେ କମି ଯାଉଛି ଯେ ଏବେ ଏହା ସରକାରଙ୍କୁ ଚିନ୍ତାରେ ପକାଇଛି। ଭାରତ ଓ ଚାଇନାରେ ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ଯୋଜନା ପ୍ରଚଳିତ ହେବା ବେଳେ ସର୍ବିୟାରେ କିନ୍ତୁ ଏହାର ଓଲଟା ଛବି ଦେଖିବାକୁ ମିଳିଛି।

ଆଣ୍ଟାର୍କଟିକାରେ ଭୂକମ୍ପ

ଆଣ୍ଟାର୍କଟିକାରେ ଭୂକମ୍ପ

ଓ୍ବାଶିଂଟନ,୧୧।୧୨: ଆଣ୍ଟାର୍କଟିକାରେ ମଙ୍ଗଳବାର ଭୂକମ୍ପ ଅନୁଭୁତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୫ ଥିଲା ବୋଲି ଆମେରିକା ଭୂବିଜ୍ଞାନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

ବୃହତ୍‌ ଡାଇନୋସର କଙ୍କାଳ ଠାବ

ବୃହତ୍‌ ଡାଇନୋସର କଙ୍କାଳ ଠାବ

ମସ୍କୋ,୧୧।୧୨:ରୁଷୀୟ ବୈଜ୍ଞାନିକମାନେ ନୂତନକରି ଏକ ତୃଣଭୋଜୀ ପ୍ରଜାତିର ବୃହତ୍‌ ଡାଇନୋସର୍‌ କଙ୍କାଳ ଠାବ କରିଛନ୍ତି। ଏହାର ବେକ ଓ ଲାଞ୍ଜ  ଲମ୍ବା। ୧୩୦ ନିୟୁତ ବର୍ଷ ତଳେ ଏଭଳି ପ୍ରକାଣ୍ଡ ଜୀବ ପୃଥିବୀରେ ତିଷ୍ଠି ରହିଥିଲେ ବୋଲି ବୈଜ୍ଞାନିକମାନେ ବିଶ୍ୱାସ କରୁଛନ୍ତି। 

ମୁକ୍ୱେଜ୍‌, ମୁରାଦ୍‌ଙ୍କୁ ନୋବେଲ ଶାନ୍ତି

ମୁକ୍ୱେଜ୍‌, ମୁରାଦ୍‌ଙ୍କୁ ନୋବେଲ ଶାନ୍ତି

ଓସ୍‌ଲୋ,୧୧।୧୨:କଙ୍ଗୋ ଡାକ୍ତର ଡେନିସ ମୁକ୍ୱେଜ ଏବଂ ୟାଜିଦିର ବିଶିଷ୍ଟ ସାମାଜିକ କର୍ମୀ ନାଦିଆ ମୁରାଦ୍‌ଙ୍କୁ ସୋମବାର ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ମୁକ୍ୱେଜ୍‌ ଯୌନ ହିଂସା ପ୍ରପୀଡିତ ମହିଳାଙ୍କ ଚିକିତ୍ସା କରି ‘ଡକ୍ଟର ମିରାକଲ୍‌’ ଆଖ୍ୟା ଅର୍ଜନ କରିଥିବା ବେଳେ ମୁରାଦ କୁଖ୍ୟାତ ଆତଙ୍କବାଦୀ ଗୋଷ୍ଠୀ ଆଇଏସ୍‌ର ଯୌନଦାସତ୍ୱରୁ ମୁକ୍ତିପାଇ ନିଜକୁ ସମାଜସେବାରେ ନିୟୋଜିତ କରିଥିଲେ। ସେ ଅତି ସନ୍ତର୍ପଣରେ ଆଇଏସ୍‌ କବଳରୁ ଖସିଆସି ନିଜ ଜନ୍ମଭୂମି ୟାଜିଦି ବାସୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିଆସୁଛନ୍ତି।

ମୃତ୍ୟୁ ପୂର୍ବରୁ ଖାସୋଗିଙ୍କ ଶେଷ ବାକ୍ୟ:‘ମୁଁ ନିଃଶ୍ୱାସ ନେଇପାରୁନାହିଁ’

ମୃତ୍ୟୁ ପୂର୍ବରୁ ଖାସୋଗିଙ୍କ ଶେଷ ବାକ୍ୟ:‘ମୁଁ ନିଃଶ୍ୱାସ ନେଇପାରୁନାହିଁ’

ଓ୍ବାଶିଂଟନ,୧୧।୧୨: ଓ୍ବାଶିଂଟନ ପୋଷ୍ଟର ସାଉଦୀଆରବ ପ୍ରତିନିଧି ସାମ୍ବାଦିକ ଜାମାଲ୍‌ ଖାସୋଗିଙ୍କ ହତ୍ୟା ରହସ୍ୟରୁ ପରଦା ହଟିଛି। ଏହି ହତ୍ୟାକାଣ୍ଡ ଯୋଜନାବଦ୍ଧ ଥିଲା ବୋଲି ପ୍ରମାଣ ମିଳିଛି। ଘଟଣା ଘଟିବା ସମୟର ଅଡିଓ-ଟେପ୍‌ ରେକର୍ଡିଂ ଯାଞ୍ଚ୍‌ରୁ ଏହା ସ୍ପଷ୍ଟ ହୋଇଛି।

ମାଲ୍ୟାଙ୍କୁ ଝଟକା:

ମାଲ୍ୟାଙ୍କୁ ଝଟକା:

ଲଣ୍ଡନ, ୧୧।୧୨ (ପି.ଟି.): ବହୁଚର୍ଚ୍ଚିତ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଭାରତ ଫେରିବା ସମ୍ଭାବନା ଉଜ୍ଜ୍ୱଳ ହୋଇଛି। ବ୍ରିଟେନ୍‌ର ଏକ କୋର୍ଟ ସୋମବାର ତାଙ୍କ ପ୍ରତ୍ୟର୍ପଣ ନେଇ ଅନୁମତି ଦେଇଛନ୍ତି। ୯,୦୦୦ କୋଟି ଟଙ୍କା ଠକେଇ ଓ ମନିଲଣ୍ଡରିଂ କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଛି। ଏଥିରୁ ବର୍ତ୍ତିବା ଲାଗି ସେ ବିଦେଶ ପଳାୟନ କରିଥିଲେ। ବ୍ରିଟେନ୍‌ କୋର୍ଟଙ୍କ ନିର୍ଦ୍ଦେଶ ପରେ ମାଲ୍ୟାଙ୍କୁ ବଡ଼ ଝଟକା ଲାଗିଛି। 

ଆଧ୍ୟାତ୍ମିକ ଗୁରୁଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଲେ ୧୨ ମହିଳା

ଆଧ୍ୟାତ୍ମିକ ଗୁରୁଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଲେ ୧୨ ମହିଳା

ବ୍ରାସିଲିଆ,୧୦।୧୨: ବ୍ରାଜିଲର ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ଉପରେ ୧୨ ଜଣ ମହିଳା ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି। ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଏହି ମହିଳାମାନେ ଏହି ସମସ୍ୟାରୁ ମୁକ୍ତି ପାଇବା ଉଦ୍ଦେଶ୍ୟରେ ଆଧ୍ୟାତ୍ମିକ ଗୁରୁ ଜୋଆଓ ଟେକ୍ଜିରିଆ ଡି ଫାରିଆଙ୍କ ଶରଣ ନେଇଥିଲେ। 

ଆତଙ୍କବାଦୀ ସୃଷ୍ଟି କରୁଛି ପାକିସ୍ତାନ: ନିକ୍କି ହେଲି

ଆତଙ୍କବାଦୀ ସୃଷ୍ଟି କରୁଛି ପାକିସ୍ତାନ: ନିକ୍କି ହେଲି

ଓ୍ବାଶିଂଟନ,୧୦।୧୨: ପାକିସ୍ତାନ ସବୁବେଳେ ଆତଙ୍କବାଦୀ ସୃଷ୍ଟି କରୁଛି ଆଉ ସେହି ଆତଙ୍କବାଦୀ ଆସି ଆମେରିକା ସେନାଙ୍କୁ ହତ୍ୟା କରୁଛନ୍ତି ବୋଲି କହିଛନ୍ତି ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ନିକ୍କି ହେଲି।

ଆମେରିକାରେ ରାଜନୈତିକ ସଙ୍କଟ: ଟ୍ରମ୍ଫଙ୍କ ମୁଣ୍ଡରେ ଶଟ୍‌ ଡାଉନ୍‌ ଚଡ଼କ

ଆମେରିକାରେ ରାଜନୈତିକ ସଙ୍କଟ: ଟ୍ରମ୍ଫଙ୍କ ମୁଣ୍ଡରେ ଶଟ୍‌ ଡାଉନ୍‌ ଚଡ଼କ

ଓ୍ବାଶିଂଟନ,୧୦।୧୨: ଆମେରିକାରେ ରାଜନୈତିକ ସଙ୍କଟ ଧୀରେ ଧୀରେ ଘନୀଭୁତ ହେବାରେ ଲାଗିଛି। ଫଳରେ ଦେଖାଦେଇଥିବା ଆର୍ଥିକ ସମସ୍ୟାର ମୁକାବିଲା ପାଇଁ ଆଣ୍ଟି ଡେଫିସିଏନ୍ସି ଆକ୍ଟ ଅନ୍ତର୍ଗତ ସଙ୍ଘୀୟ କର୍ମଚାରୀଙ୍କୁ ବିନା ଦରମାରେ ଛୁଟିରେ ପଠାଯିବା ଭଳି ଅବସ୍ଥା ସୃଷ୍ଟି ହୋଇଛି। 

ଭାରତ-ଚାଇନା ୧୩ ଦିନିଆ ମିଳିତ ସମରାଭ୍ୟାସ ମଙ୍ଗଳବାରଠାରୁ ଆରମ୍ଭ

ଭାରତ-ଚାଇନା ୧୩ ଦିନିଆ ମିଳିତ ସମରାଭ୍ୟାସ ମଙ୍ଗଳବାରଠାରୁ ଆରମ୍ଭ

ନୂଆଦିଲ୍ଲୀ/ବେଜିଂ,୧୦।୧୨: ଭାରତ ଚାଇନା ମଧ୍ୟରେ ୧୩ ଦିନିଆ ମିଳିତ ସମରାଭ୍ୟାସ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହା ଡିସେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ।