ମେଟ୍ରୋ |

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୩୦ ପଞ୍ଚାୟତ ପାଇଁ ୭କୋଟି ୫୦ ଲକ୍ଷ ମଞ୍ଜୁର

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୩୦ ପଞ୍ଚାୟତ ପାଇଁ ୭କୋଟି ୫୦ ଲକ୍ଷ ମଞ୍ଜୁର
ପୁରୀ ଅଫିସ, ୧୦।୮: ପୁରୀ ଜିଲା ଚନ୍ଦନପୁର ଭାଗବୀ ହାଇସ୍କୁଲ ଖେଳପଡ଼ିଆ ନିକଟ ଏବଂ ବାଲିଗୁଆଳି ପଞ୍ଚାୟତର ଗୋପାଳପୁରଠାରେ ଶୁକ୍ରବାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚନ୍ଦନପୁରଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୧ଟି ପଞ୍ଚାୟତର ୧୫୨ ପ୍ରକଳ୍ପ ପାଇଁ ୨ କୋଟି ୭୫ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ସେହିପରି ଗୋପାଳପୁରଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୧୯ଟି ବ୍ଲକର ୩୭ କାର୍ଯ୍ୟ ଲାଗି ୪ କୋଟି ୭୫ ଲକ୍ଷ ଟଙ୍କାର ମଞ୍ଜୁର କରିଛନ୍ତି। ଚନ୍ଦନପୁର କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝି ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବାଲୁଗୁଆଳି ଗୋପାଳପୁର କାର୍ଯ୍ୟକ୍ରମରେ ରାଜସ୍ବମନ୍ତ୍ରୀ ମହେଶ୍ୱର ମହାନ୍ତି, ଜିଲାପାଳ ଜ୍ୟୋତିପ୍ରକାଶ ଦାସ, ଏମ୍‌ପି ପିନାକୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
All Right Reserved By

ମେଟ୍ରୋ |

‘ନିର୍ବାଚନ ଜିତିବା ପାଇଁ କାମ ହିଁ ଯଥେଷ୍ଟ’

‘ନିର୍ବାଚନ ଜିତିବା ପାଇଁ କାମ ହିଁ ଯଥେଷ୍ଟ’

ଭୁବନେଶ୍ୱର,୨୩।୨(ବ୍ୟୁରୋ)- ନିର୍ବାଚନ ଜିତିବା ପାଇଁ ଆମ କାମ ହିଁ ଯଥେଷ୍ଟ। ୨୦ ବର୍ଷ ମଧ୍ୟରେ  ରାଜ୍ୟର ୮୦ ଲକ୍ଷ ଲୋକ ଦାରିଦ୍ର୍ୟ ସୀମା ରେଖା(ବିପିଏଲ୍‌) ଉପରକୁ ଉଠିପାରିଛନ୍ତି। 

ପ୍ରଚଣ୍ଡ ତାତି, ପାରଦ ୩୯ ଡିଗ୍ରୀ ଟପିଲା: ୨୪ରୁ ବର୍ଷା

ପ୍ରଚଣ୍ଡ ତାତି, ପାରଦ ୩୯ ଡିଗ୍ରୀ ଟପିଲା: ୨୪ରୁ ବର୍ଷା

ଭୁବନେଶ୍ୱର,୨୩ା୨(ବ୍ୟୁରୋ)- ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ଫେବୃୟାରୀ ଅଧା ବେଳକୁ ପରିସ୍ଥିତି ସଙ୍ଗୀନ ହେଲାଣି। ପାରଦ ୪୦ ଡିଗ୍ରୀ ପାଖକୁ ଆସିଲାଣି। 

ବନିପାଟ ଗ୍ରାମର ରଞ୍ଜନ ପରିଡ଼ା ହତ୍ୟା ମାମଲା: ୩ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ କୁଜଙ୍ଗ ଥାନା ଘେରାଉ

ବନିପାଟ ଗ୍ରାମର ରଞ୍ଜନ ପରିଡ଼ା ହତ୍ୟା ମାମଲା: ୩ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ କୁଜଙ୍ଗ ଥାନା ଘେରାଉ

କୁଜଙ୍ଗ,୨୩।୨(ସ୍ବ.ପ୍ର.): କୁଜଙ୍ଗ ଥାନା ଅନ୍ତର୍ଗତ ବନିପାଟ ଗ୍ରାମର ରଞ୍ଜନ ପରିଡ଼ାଙ୍କୁ ଗତ ଜାନୁୟାରୀ ୨ ତାରିଖରେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ଜଣଙ୍କ ମଧ୍ୟରୁ  ଦେବାଶିଷ ରାଉତ ଓ ହିରଣ୍ୟ ରାଉତଙ୍କୁ ଗିରଫ କରାଯାଇଛି। ମାତ୍ର ଅନ୍ୟତମ ଅଭିଯୁକ୍ତ ପୁରସ୍ତମ ରାଉତ ଫେରାର ଅଛନ୍ତି।

ପୁରୀରେ ଆମିକସ୍‌ କ୍ୟୁରି: ମହାପ୍ରଭୁଙ୍କୁ ଦର୍ଶନ ପରେ ଗଜପତିଙ୍କ ସହ କଲେ ଆଲୋଚନା

ପୁରୀରେ ଆମିକସ୍‌ କ୍ୟୁରି: ମହାପ୍ରଭୁଙ୍କୁ ଦର୍ଶନ ପରେ ଗଜପତିଙ୍କ ସହ କଲେ ଆଲୋଚନା

ପୁରୀ ଅଫିସ,୨୩।୨: ଶ୍ରୀମନ୍ଦିର ସଂସ୍କାର ମାମଲା ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ଶନିବାର ଆଲୋଚନା କରିଛନ୍ତି। ପୂର୍ବାହ୍ନ ୧୧ଟାରେ ଆମିକସ୍‌ କ୍ୟୁରି ଶ୍ରୀନଅରରେ ପହଞ୍ଚିବା ପରେ ତାଙ୍କୁ ଶ୍ରୀନଅର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା।

ଓଢ଼ଣି ଫସିଯାଇଛି କହି ୧ଲକ୍ଷ ଲୁଟିନେଲେ

ଓଢ଼ଣି ଫସିଯାଇଛି କହି ୧ଲକ୍ଷ ଲୁଟିନେଲେ

ପୁରୀ ଅଫିସ,୨୩।୨: କିଛିଦିନର ନୀରବତା ପରେ ସହରରେ ଏକ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇଉଠିଛନ୍ତି। ଦୁଇଜଣ ଲୁଟେରା ପୁରୀ ସଦର ଥାନା ଅନ୍ତର୍ଗତ ମୁକୁନ୍ଦମିଶ୍ର ନଗର ଛକରେ ଜଣେ ବାଇକ ଆରୋହୀଙ୍କଠାରୁ ୧ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିବା ଜଣାପଡିିଛି। ଏ ନେଇ ଥାନାରେ ଲୁଟ୍‌ର ଶିକାର ଚାରିନଳା ଗ୍ରାମର ସୁକାନ୍ତି ପୃଷ୍ଟି ଲିଖିତ ଭାବେ ଅଭିଯୋଗ କରିଛନ୍ତି।

ଭିତରକାଠରେ ବାନ୍ତି, ମହାପ୍ରଭୁଙ୍କ ହେଲା ବଡ଼ ମହାସ୍ନାନ

ଭିତରକାଠରେ ବାନ୍ତି, ମହାପ୍ରଭୁଙ୍କ ହେଲା ବଡ଼ ମହାସ୍ନାନ

ପୁରୀ ଅଫିସ,୨୩।୨: ଶ୍ରୀମନ୍ଦିରରେ ଶୁକ୍ରବାର ବଡ଼ ମହାସ୍ନାନ ହୋଇଛି। ଭିତରକାଠ ନିକଟରେ ବାନ୍ତି ପଡିଥିବାରୁ ଠାକୁରଙ୍କ ବଡ଼ ମହାସ୍ନାନ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଚନ୍ଦନଲାଗି ପାଇଁ ପ୍ରସ୍ତୁତି ଚାଲିଥିବା ସମୟରେ ଭିତରକାଠ ନିକଟରେ ବାନ୍ତି ପଡିଥିବା ଦେଖିବାକୁ ମିଳିଥିଲା।

ପୁରୀରେ ଆମିକସ୍‌ କ୍ୟୁରି: ଅଚାନକ ଶ୍ରୀମନ୍ଦିରରେ ପହଞ୍ଚିଲେ, ଏକା ଏକା ବୁଲିଲେ

ପୁରୀରେ ଆମିକସ୍‌ କ୍ୟୁରି: ଅଚାନକ ଶ୍ରୀମନ୍ଦିରରେ ପହଞ୍ଚିଲେ, ଏକା ଏକା ବୁଲିଲେ

ପୁରୀ ଅଫିସ, ୨୩।୨: ଶ୍ରୀମନ୍ଦିର ସଂସ୍କାର ମାମଲା ନେଇ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ନୂତନ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ଶୁକ୍ରବାର ରାତିରେ ପୁରୀରେ ପହଞ୍ଚତ୍ଛନ୍ତି। ପୁରୀରେ ପହଞ୍ଚତ୍ବା କ୍ଷଣି ତାଙ୍କ ରହଣି ପାଇଁ ଉଦ୍ଦିଷ୍ଟ ହୋଟେଲକୁ ନ ଯାଇ ସିଧା ପହଞ୍ଚତ୍ଥିଲେ ଶ୍ରୀମନ୍ଦିରରେ। ଆମିକସ୍‌ କ୍ୟୁରିଙ୍କ ଅଚାନକ ଗସ୍ତକୁ ନେଇ ଅସ୍ତବ୍ୟସ୍ତ ହୋଇପଡିଥିଲେ ସମସ୍ତେ। 

ଶହୀଦ ଯବାନଙ୍କୁ ମୁସଲମାନ ସମ୍ପ୍ରଦାୟର ଶ୍ରଦ୍ଧାଞ୍ଜଳି

ଶହୀଦ ଯବାନଙ୍କୁ ମୁସଲମାନ ସମ୍ପ୍ରଦାୟର ଶ୍ରଦ୍ଧାଞ୍ଜଳି

ପୁରୀ ଅଫିସ,୨୩।୨: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଭାରତୀୟ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୁରୀ ମୁସଲମାନ ସମ୍ପ୍ରଦାୟର ଲୋକେ। ଶୁକ୍ରବାର କୁମ୍ଭାରପଡ଼ାସ୍ଥିତ ଜାମା ମସ୍‌ଜିଦ ପରିସରରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏହି ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା।

ଶ୍ରୀମନ୍ଦିର ସୁରକ୍ଷା: ଚିଠି ଆସିଲେ ମନେପଡ଼େ;  ଚତୁଃପାର୍ଶ୍ୱରୁ ହଟିଲା ଜବରଦଖଲ

ଶ୍ରୀମନ୍ଦିର ସୁରକ୍ଷା: ଚିଠି ଆସିଲେ ମନେପଡ଼େ; ଚତୁଃପାର୍ଶ୍ୱରୁ ହଟିଲା ଜବରଦଖଲ

ପୁରୀ ଅଫିସ, ୨୩।୨: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟକୁ ଚିଠି ଆସିଛି। ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏ ନେଇ ମୁଖ୍ୟ ପ୍ରଶାସକଙ୍କ ନିକଟକୁ ଚିଠି କରିବା ପରେ ଜବରଦଖଲ ଉଚ୍ଛେଦ କଥା ମନେପଡିଛି। 

ଚତୁର୍ଥ ଥର ଲାଗି ବଦଳିଲା ରାହୁଲଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ, ମାର୍ଚ୍ଚ ୮ରେ ଓଡିଶା ଆସିବେ

ଚତୁର୍ଥ ଥର ଲାଗି ବଦଳିଲା ରାହୁଲଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ, ମାର୍ଚ୍ଚ ୮ରେ ଓଡିଶା ଆସିବେ

ଭୁବନେଶ୍ୱର,୨୩।୨(ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ଚତୁର୍ଥ ଥର ଲାଗି ପରିବର୍ତ୍ତନ ହୋଇଛି। ପ୍ରଥମେ ରାହୁଲ ଆସନ୍ତା ୨୮ରେ ଓଡିଶା ଆସିବା ନେଇ ଦଳ ପକ୍ଷରୁ କୁହାଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏହି ସମୟ ବଦଳି ରାହୁଲଙ୍କ ଅଫିସ୍‌ ମାର୍ଚ୍ଚ ୨ରେ ଆସିବା ନେଇ ଖବର ଦେଇଥିବା ପିସିସି(ପ୍ରଦେଶ କଂଗ୍ରେସ କମିଟି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ। 

ଆନ୍ଦୋଳନକୁ ଓହ୍ଲାଇଲା ଶୀତଳଭଣ୍ଡାର ସଂଘ: ଆଳୁ ଦର ପ୍ରଭାବିତ ହେବା ଆଶଙ୍କା

ଆନ୍ଦୋଳନକୁ ଓହ୍ଲାଇଲା ଶୀତଳଭଣ୍ଡାର ସଂଘ: ଆଳୁ ଦର ପ୍ରଭାବିତ ହେବା ଆଶଙ୍କା

ଭୁବନେଶ୍ୱର,୨୩।୨(ବ୍ୟୁରୋ)- ଓଡ଼ିଶା ଶୀତଳଭଣ୍ଡାର ସଂଘ ପକ୍ଷରୁ ଶୁକ୍ରବାରଠାରୁ ବନ୍ଦ ଡାକରା ଦିଆଯାଇଛି। ରାଜ୍ୟରେ ଶୀତଳଭଣ୍ଡାରଗୁଡିକ ଅଚଳ ହେବା ପାଇଁ କେତେକ ପ୍ରସଙ୍ଗକୁ ଦାୟୀ କରାଯାଇଛି। ଏହି ପ୍ରସଙ୍ଗଗୁଡିକ ହେଉଛି- ଅଧିକ ପୁଞ୍ଜିନିବେଶ, ଉଚ୍ଚ ସୁଧ ବୋଝ, ବିଦ୍ୟୁତ୍‌ ଦେୟ, ଆଳୁ ମିଶନ ଫେଲ୍‌ ଏବଂ ଲୋଡିଂ ସିଜନରେ ଅଧିକ ଯାତାୟାତ ଖର୍ଚ୍ଚ ଭଳି ପ୍ରମୁଖ ଦିଗ। 

ପାରଦ ଉପରମୁହାଁ: ୩୯ ଡିଗ୍ରୀ ଟପିଲା

ପାରଦ ଉପରମୁହାଁ: ୩୯ ଡିଗ୍ରୀ ଟପିଲା

ଭୁବନେଶ୍ୱର,୨୩।୨(ବ୍ୟୁରୋ)-ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଶୁକ୍ରବାର ଭୁବନେଶ୍ୱର ଓ ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୨ ଡିଗ୍ରୀ ସେଲେସିୟସ ରେକର୍ଡ କରାଯାଇଛି।