ଜାତୀୟ |

କ୍ୟାନସର ଚିକିତ୍ସା ନାଁ ରେ ୯୦ ଲକ୍ଷ ଠକି ମହିଳା ଫେରାର

କ୍ୟାନସର ଚିକିତ୍ସା ନାଁ ରେ ୯୦ ଲକ୍ଷ ଠକି ମହିଳା ଫେରାର
ନୂଆଦିଲ୍ଲୀ,୧୦।୮: ନୋଏଡା ସେକ୍ଟର ୩୬ରେ ରହୁଥିବା ଜଣେ ମହିଳାଙ୍କ ଅଭିନବ ଢଙ୍ଗରେ ଠକେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପାଖାପାଖି କୋଟିଏ ଟଙ୍କା ଠକି ନେଇଥିବା ମହିଳା ଏବେ ସମସ୍ତଙ୍କର ନିଦ ହଜାଇ ଦେଇଛନ୍ତି। ସୂଚନାଯୋଗ୍ୟ, ସ୍ତନ କର୍କଟରେ ଆକ୍ରାନ୍ତ ଥିବାରୁ ଏହାର ଚିକିତ୍ସା କରିବା ଲାଗି ସେ ତାଙ୍କ ପାଖ ପଡୋଶୀ ପ୍ରାୟ ୨୫ ଜଣଙ୍କ ଠାରୁ ଆନୁମାନିକ ୯୦ ଲକ୍ଷ ଟଙ୍କା ଉଧାର ଆଣିଥିଲେ। ଏତେ ପରିମାଣର ଟଙ୍କା ଯୋଗାଡ ହେବା ପରେ ସେକ୍ଟର ୩୬ରେ ଥିବା ତାଙ୍କର ଘର ବିକ୍ରି କରି ପରିବାର ସହ ସେ ଏବେ ଫେରାର ହୋଇଯାଇଥିବା ଜଣାପଡିଛି। ତେବେ ମହିଳା ଜଣଙ୍କ ଫେରାର ଥିବା ଜାଣିବା ପରେ ଟଙ୍କା ଉଧାର ଦେଇଥିବା ଉକ୍ତ ୨୫ ଜଣ ବ୍ୟକ୍ତି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି।
All Right Reserved By

ଜାତୀୟ |

ଫ୍ରାନ୍ସ ବିଦେଶ ମନ୍ତ୍ରୀଙ୍କୁ ଭେଟିଲେ ମୋଦି

ଫ୍ରାନ୍ସ ବିଦେଶ ମନ୍ତ୍ରୀଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ, ୧୫।୧୨: ଦେଶରେ ଏବେ  ରାଫାଲ ଡିଲ୍‌କୁ ନେଇ ରାଜନୈତିକ ଝଡ ସୃଷ୍ଟି ହୋଇଥିବାବେଳେ ଫ୍ରାନ୍ସ ବିଦେଶ ମନ୍ତ୍ରୀଙ୍କୁ ଭେଟିଛନ୍ତି ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି।

କୈଳାସ ବିଜୟବର୍ଗୀୟଙ୍କ ବିବାଦୀୟ ମନ୍ତବ୍ୟ: ବିଦେଶୀ ମହିଳାଙ୍କ ସନ୍ତାନ ଦେଶପ୍ରେମୀ ହୋଇପାରିବେ ନାହିଁ

କୈଳାସ ବିଜୟବର୍ଗୀୟଙ୍କ ବିବାଦୀୟ ମନ୍ତବ୍ୟ: ବିଦେଶୀ ମହିଳାଙ୍କ ସନ୍ତାନ ଦେଶପ୍ରେମୀ ହୋଇପାରିବେ ନାହିଁ

ନୂଆଦିଲ୍ଲୀ, ୧୫।୧୨: ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଭାଜପା ଶିବିରରେ ବିଷାଦର ଛାୟା ଖେଳିଯାଇଛି। ଏହାକୁ ନେଇ ଭାଜପା ନେତାମାନେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ତାଙ୍କ ମା’ ସୋନିଆ ଗାନ୍ଧୀଙ୍କୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି।

ଆସୁଛି ବାତ୍ୟା

ଆସୁଛି ବାତ୍ୟା

ଚେନାଇ/ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): ‘ତିତଲି’ ଓ ‘ଗଜ’ ବାତ୍ୟା ପରେ ଚଳିତ ସିଜିନର ତୃତୀୟ ଘୂର୍ଣ୍ଣିବାତ୍ୟା ମାଡି ଆସୁଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଏହି ବାତ୍ୟା ଆସନ୍ତା ସୋମବାର ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।  

ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜୋରାମଥାଙ୍ଗା

ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜୋରାମଥାଙ୍ଗା

ଆଇଜଲ,୧୫।୧୨: ମିଜୋ ନ୍ୟାଶନାଲ ଫ୍ରଣ୍ଟ(ଏମ୍‌ଏନ୍‌ଏଫ୍‌)ର ଅଧ୍ୟକ୍ଷ ଜୋରାମଥାଙ୍ଗା ମିଜୋରାମର ମୁଖ୍ୟମନ୍ତ୍ରୀ ଭାବେ ଶନିବାର ଶପଥ ଗ୍ରହଣ କରିଛନ୍ତି। ଜୋରାମଥାଙ୍ଗା ଦ୍ୱିତୀୟ ଥର ଲାଗି ମିଜୋରାମ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

ନୂଆଦିଲ୍ଲୀ,୧୫।୧୨: ଇଣ୍ଡିଗୋ ଏୟାର ଲାଇନ୍ସର ଏକ ବିମାନ ଶନିବାର ସକାଳେ ମୁମ୍ବାଇରୁ ଦିଲ୍ଲୀ ଦେଇ ଲକ୍ଷ୍ନୌ ଯିବାବେଳେ ଏଥିରେ ବୋମା ଥିବା ଖବର ମିଳବା ପରେ ଲୋଙ୍କ ମଧ୍ୟରେ ଭୟ ସଂଚାର ହୋଇଥିଲା। 

ପାକିସ୍ତାନ ହାଇ କମିଶନଙ୍କ ପାଖରୁ ହଜିଲା ୨୩ ଭାରତୀୟଙ୍କ ପାସପୋର୍ଟ

ପାକିସ୍ତାନ ହାଇ କମିଶନଙ୍କ ପାଖରୁ ହଜିଲା ୨୩ ଭାରତୀୟଙ୍କ ପାସପୋର୍ଟ

ନୂଆଦିଲ୍ଲୀ/ଇସ୍‌ଲାମାବାଦ,୧୫।୧୨: ପାକିସ୍ତାନସ୍ଥିତ ଗୁରୁଦ୍ୱାର ଯାତ୍ରା କରିବାକୁ ଥିବା ୨୩ଜଣ ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀଙ୍କ ପାସପୋର୍ଟ ହଜିଯିବା ଖବର ମିଳିବା ପରେ ୨ଦେଶର ଚିନ୍ତା ବଢି ଯାଇଛି।

ପୁଲଓ୍ବାମାରେ ସୁରକ୍ଷାବଳ-ଆତଙ୍କବାଦୀ ମୁହାଁମୁହିଁ

ପୁଲଓ୍ବାମାରେ ସୁରକ୍ଷାବଳ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୧୫।୧୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ଶନିବାର ସକାଳୁ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ଏଥିରେ ସୁରକ୍ଷାବଳଙ୍କ ଆକ୍ରମଣରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି।

ଛିଣ୍ଡୁନି ଛତିଶଗଡ଼ର ଅଙ୍କକଷା

ଛିଣ୍ଡୁନି ଛତିଶଗଡ଼ର ଅଙ୍କକଷା

ନୂଆଦିଲ୍ଲୀ,୧୫।୧୨: ମଧ୍ୟ ପ୍ରଦଶ ଓ ରାଜସ୍ଥାନକୁ ମୁଖ୍ୟମନ୍ତ୍ରୀ ପଦ ମିଳିଥିବା ବେଳେ ଏବେ ସମସ୍ତଙ୍କ ନଜର ଛତିଶଗଡ଼ ଉପରେ।  ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ସହ ଏ ସମ୍ପର୍କରେ ଆଲୋଚନା ହୋଇଥିଲେ ମଧ୍ୟ ଏ ନେଇ କାହାର ନାଁ ଚୁଡାନ୍ତ କରାଯାଇ ନାହିଁ।

୩ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ କରିବ ଶକ୍ତି ପ୍ରଦର୍ଶନ

୩ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ କରିବ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ,୧୫।୧୨: ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ୧୭ ତାରିରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ କଂଗ୍ରେସ ତା’ର ଶକ୍ତି ପ୍ରଦର୍ଶନ କରିବ ବୋଲି ଆଲୋଚନା ହେଉଛି। 

ନେପାଳରେ ଚଳିବନି ଭାରତର ବଡ଼ ନୋଟ୍‌

ନେପାଳରେ ଚଳିବନି ଭାରତର ବଡ଼ ନୋଟ୍‌

କାଠମାଣ୍ଡୁ,୧୫।୧୨:  ପଡ଼ୋଶୀ ଦେଶ ନେପାଳରେ ୨୦୦, ୫୦୦ ଓ ୨୦୦୦ ଟଙ୍କିଆ ଭାରତୀୟ ନୋଟ୍‌କୁ ତତ୍କାଳ ନିଷିଦ୍ଧ କରାଯାଇଛି। ଶୁକ୍ରବାର କ୍ୟାବିନେଟ୍‌ରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି।

ଗେହଲଟଙ୍କ ଘର ସାମ୍ନାରେ ଉତ୍ସବର ମାହୋଲ

ଗେହଲଟଙ୍କ ଘର ସାମ୍ନାରେ ଉତ୍ସବର ମାହୋଲ

ଜୟପୁର,୧୪।୧୨: କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଅଶୋକ ଗେହେଲଟଙ୍କ ନାମ ଘୋଷଣା କରିବା ପରେ ରାଜ୍ୟରେ ଦେଖାଦେଇଛି ଉତ୍ସବର ମାହୋଲ।

ଅଶୋକ ଗେହଲଟ ହେଲେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ

ଅଶୋକ ଗେହଲଟ ହେଲେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୪।୧୨: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ। ଏହି ଦୌଡରେ ଥିବା ସଚିନ ପାଇଲଟଙ୍କୁ ମିଳିଛି ଉପମୁଖ୍ୟମନ୍ତ୍ରୀ ପଦ।