ସ୍ୱାଧୀନତା ଦିବସ |

ପ୍ରତିବର୍ଷ ସ୍ବାଧୀନତା ଦିବସରେ ଲାଲକିଲାରେ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରନ୍ତି କାହିଁକି...

ପ୍ରତିବର୍ଷ ସ୍ବାଧୀନତା ଦିବସରେ ଲାଲକିଲାରେ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରନ୍ତି କାହିଁକି...
ନୂଆଦିଲ୍ଲୀ: ପ୍ରତିବର୍ଷ ସ୍ବାଧୀନତା ଦିବସ ଅବସରରେ ଦିଲ୍ଲୀସ୍ଥିତ ଐତିହାସିକ ଲାଲକିଲାରେ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିଥାଆନ୍ତି। ହେଲେ କାହିଁକି ଏହି ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରନ୍ତି ତାହା ହୁଏତ ଅନେକଙ୍କୁ ଜଣା ନ ଥିବ। ଇତିହାସର ସୂଚନା ଅନୁଯାୟୀ, ଅଗଷ୍ଟ ୧୫, ୧୯୪୭ରେ ଭାରତ ସ୍ବାଧୀନ ଲାଭ କରିବା ପରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଲାଲକିଲାଠାରେ ହିଁ ଭାରତ ସ୍ବାଧୀନ ହେଲା ବୋଲି ଘୋଷଣା କରିଥିଲେ। ଏହାପରେ ଲାଲକିଲା ଭାରତୀୟ ସେନାର ଗଡ ପାଲଟିଗଲା। ତେବେ ୨୦୦୩ ମସିହାରେ ଭାରତର ଏହି ଐତିହାସିକ ସ୍ମାରକୀକୁ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗକୁ ହସ୍ତାନ୍ତର କରାଗଲା। ତେଣୁ ସେବେଠାରୁ ଆଜି ପର୍ଯ୍ୟନ୍ତ ଲାଲକିଲାରେ ହିଁ ପ୍ରତିବର୍ଷ ସ୍ବାଧୀନତା ଦିବସ ଅବସରରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥାଏ।
All Right Reserved By

ସ୍ୱାଧୀନତା ଦିବସ |

କୋରାପୁଟର ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ

କୋରାପୁଟର ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ

କୋରାପୁଟ,୧୫।୮(ସ୍ବ.ପ୍ର)- କୋରାପୁଟ ସହରର ବିଭିନ୍ନ ସ୍ଥାନରେ ୭୨ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି ।

କୋରାପୁଟର ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ

କୋରାପୁଟର ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ

କୋରାପୁଟ,୧୫।୮(ସ୍ବ.ପ୍ର)- କୋରାପୁଟ ସହରର ବିଭିନ୍ନ ସ୍ଥାନରେ ୭୨ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି ।

ହିଞ୍ଜିଳିକାଟୁରେ ସ୍ବାଧୀନତା ଦିବସ

ହିଞ୍ଜିଳିକାଟୁରେ ସ୍ବାଧୀନତା ଦିବସ

ହିଞ୍ଜିଳିକାଟୁ,୧୫।୮(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ପୌରାଞ୍ଚଳ ଓ ବ୍ଲକର ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ୱେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ ହୋଇଥିଲା। ପୌର କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷା ଗୌରୀ ପାଣିଗ୍ରାହୀ, ବ୍ଲକ କାର୍ଯ୍ୟାଳୟରେ ଅଧ୍ୟକ୍ଷ ଏନ୍‌. ରଘୁନାଥ, ତହସିଲ ଅଫିସରେ ତହସିଲଦାର ଗୋପୀନାଥ କୁଅଁର, ହିଞ୍ଜିଳିକାଟୁ କଲେଜରେ ଅଧ୍ୟକ୍ଷ ଏମ୍‌. କ୍ରିଷ୍ଣାରାଓ, ଥାନାରେ ଆଇଆଇସି ପ୍ରଶାନ୍ତ କୁମାର ସାହୁ ପତାକା ଉତ୍ତୋଳନ କରିଥିଲେ।

ବାଲିଗୁଡାରେ ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ

ବାଲିଗୁଡାରେ ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ

ବାଲିଗୁଡା,୧୫।୮(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡାଠାରେ ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ସକାଳୁ ଭଲ ପାଗ ଥିବା ସତ୍ତ୍ୱେ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଛାତ୍ରୀଛାତ୍ରଙ୍କୁ ଏଥିରେ ସାମିଲ କରା ଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା।

ତ୍ରିରଙ୍ଗା ତଳେ ସଭିଏଁ ଏକାଠି

ତ୍ରିରଙ୍ଗା ତଳେ ସଭିଏଁ ଏକାଠି

ଆଳି, ୧୫।୮ (ଡି.ଏନ୍‌.ଏ.)-ଆଳିର ବିଭିନ୍ନ ସ୍ଥାନରେ ୭୨ତମ ସ୍ବାଧୀନତା ଦିବସ ବୁଧବାର ପାଳିତ ହୋଇଛି। ଆଳି ବ୍ଲକ କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷା ଝରଣା ଦାଶ  ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ବିଡିଓ ଜୟନ୍ତ ପୃଷ୍ଟି ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। 

ସୁଶାସନ ପାଇଁ ସକ୍ରିୟ ନାଗରିକଙ୍କ ସହଯୋଗ ଆବଶ୍ୟକ

ସୁଶାସନ ପାଇଁ ସକ୍ରିୟ ନାଗରିକଙ୍କ ସହଯୋଗ ଆବଶ୍ୟକ

ବୀରମହାରାଜପୁର,୧୫।୮ (ଡି.ଏନ.ଏ.)-ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମରେ ସ୍ବାଧୀନତା ଦିବସ ପାଳିତ ହୋଇଛି। ସରକାରୀ କଟକଣା ଲାଗି ପିଲାମାନେ ପରେଡରେ ଭାଗ ନେଇ ପାରି ନ ଥିଲେ। କେବଳ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପରେଡରେ ଭାଗ ନେଇଥିଲେ। ତେବେ ସ୍ଥାନୀୟ ଉପଜିଲାପାଳ ସୁବ୍ରତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। 

ମାଓବାଦୀପ୍ରବଣ ଦାରିଙ୍ଗବାଡିରେ ସ୍ବାଧୀନତା ଦିବସ

ମାଓବାଦୀପ୍ରବଣ ଦାରିଙ୍ଗବାଡିରେ ସ୍ବାଧୀନତା ଦିବସ

ଦାରିଙ୍ଗବାଡ଼ି,୧୫।୮(ଡି.ଏନ.ଏ)- କନ୍ଧମାଳ ଜିଲା  ମାଓବାଦୀ ପ୍ରବଣ ଅଞ୍ଚଳ  ଦାରିଙ୍ଗବାଡ଼ି ସମେତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଶାନ୍ତିଶୃଙ୍ଖଳାର ସହ ୭୨ ତମ ସ୍ବାଧୀନତା ଦିବସ ପାଧିତ ହୋଇଯାଇଛି। ଦାରିଙ୍ଗବାଡ଼ି ହେଲିପ୍ୟାଡ ପଡ଼ିଆରେ ଅନୁଷ୍ଠଇତ ବ୍ଲକସ୍ତରୀୟ ସ୍ବାଧୀନତା ଦିବସରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁବେନ୍ତି ପ୍ରଧାନ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ବାଧୀନତା ଦିବସ ପାଳନ

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ବାଧୀନତା ଦିବସ ପାଳନ

କୋରାପୁଟ,୧୫।୮(ସ୍ବ.ପ୍ର): କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦାଳୟ ସୁନାବେଡା କ୍ୟାମ୍ପସ୍‌ଠାରେ ୭୨ ତମ ସ୍ବାଧୀନତା ଦିବସ ପାଳିତ ହେଇଯାଇଛି ।

ଚିତ୍ରକୋଣ୍ଡାରେ ୭୨ତମ ସ୍ବାଧୀନତା ଦିବସ ପାଳିତ

ଚିତ୍ରକୋଣ୍ଡାରେ ୭୨ତମ ସ୍ବାଧୀନତା ଦିବସ ପାଳିତ

ଚିତ୍ରକୋଣ୍ଡା,୧୫।୮: ଚିତ୍ରକୋଣ୍ଡାରେ ପ୍ରବଳ ବର୍ଷା ଭିତରେ ମିନି ଷ୍ଟାଡିୟମ ପଡିଆରେ ସ୍ବାଧୀନତା ଦିବସ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଚିତ୍ରକୋଣ୍ଡା ତହସିଲଦାର ବି ଫାଲଗୁନି ମାଝି ପତାକା ଉତ୍ତୋଳନ କରିଥିଲେ। 

ଦେଶଭକ୍ତି ପାଇଁ  ଛାତ୍ରୀଙ୍କୁ ପ୍ରଶଂସା

ଦେଶଭକ୍ତି ପାଇଁ ଛାତ୍ରୀଙ୍କୁ ପ୍ରଶଂସା

ମାଥିଲି ,୧୫।୮ (ଡି.ଏନ.ଏ) - ବୁଧବାର ପ୍ରବଳ ବର୍ଷା ସତ୍ତ୍ବେ ମାଥିଲିରେ ସ୍ବାଧୀନତା  ଦିବସ ପାଳିତ ହୋଇଛି। ସେହିପରି ବ୍ଲକ କଲୋନୀସ୍ଥିତ ଓମଫେଡ କାର୍ଯ୍ୟାଳୟରେ କର୍ମଚାରୀମାନେ ସକାଳୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପ୍ରବଳ  ବର୍ଷା ଏବଂ ପବନରେ ଜାତୀୟ ପତାକା ତଳକୁ ଖସି ପଡିଥିବା ଦେଖି ଜୟପୁର ଭିଡି କଲେଜର ଛାତ୍ରୀ  ଅଭିଲିପ୍ସା ପ୍ରହରାଜଗୁରୁ ଏହାକୁ ଉପରକୁ ଟେକି ଯଥା ସ୍ଥାନରେ ରଖିଥିଲେ। ଛାତ୍ରୀ ଜଣଙ୍କର ଏପରି ଦେଶଭକ୍ତି ଦେଖି ସ୍ଥାନୀୟ ଲୋକେ ତାଙ୍କୁ ପ୍ରଶଂସା  କରିଛନ୍ତି। 

ଦେଶର ଏକତା, ଅଖଣ୍ଡତା ବଜାୟ ରଖିବାକୁ ଆହ୍ବାନ

ଦେଶର ଏକତା, ଅଖଣ୍ଡତା ବଜାୟ ରଖିବାକୁ ଆହ୍ବାନ


ବଲାଙ୍ଗୀର ଅଫିସ, ୧୫।୮-ବଲାଙ୍ଗୀର ମନୋହରପୁରସ୍ଥିତ ପୋଲିସ ପଡିଆରେ ୭୨ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଭାବେ ପୂର୍ତ୍ତ, ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆ ଓ ଏସ୍‌ପି କେ. ଶିବା ସୁବ୍ରମଣି, ଉପଜିଲାପାଳ ଭୈରବ ସିଂ ପଟେଲଙ୍କ ସହ ଅନ୍ୟ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ା ଭାରତର ସ୍ବାଧୀନତା ସଂଗ୍ରାମରେ ଆତ୍ମ ବଳିଦାନ କରିଥିବା ମହାପୁରୁଷଙ୍କ ତ୍ୟାଗ ଓ ଆଦର୍ଶ ସମ୍ପର୍କରେ ମନ୍ତ୍ରୀ ମଲ୍‌ଲିକ ଆଲୋକପାତ କରିବା ସହ ଭାରତବର୍ଷର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ସମସ୍ତ ନାଗରିକ ସର୍ବଦା ଚେଷ୍ଟିତ ରହିବା ପାଇଁ ମନ୍ତ୍ରୀ ଆହ୍ବାନ ଦେଇଥିଲେ।