ଖେଳ |

କ୍ରିକେଟ ଫିଲ୍ଡକୁ ଫେରିଲେ ଶ୍ରୀସାନ୍ଥ

କ୍ରିକେଟ ଫିଲ୍ଡକୁ ଫେରିଲେ ଶ୍ରୀସାନ୍ଥ
କୋଚି,୧୦।୮- ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ସଦସ୍ୟ ଏସ. ଶ୍ରୀସାନ୍ଥ କ୍ରିକେଟ ଫିଲ୍ଡକୁ ଫେରିଛନ୍ତି। ଘରୋଇ କ୍ଲବ ଟୁର୍ନାମେଣ୍ଟରେ ସେ ଖେଳୁଛନ୍ତି। ଏଥିନେଇ ସେ ଇନ୍‌ଷ୍ଟାଗ୍ରାମରେ ଦୁଇଟି ଫଟୋ ଶେୟାର କରିଛନ୍ତି। ଗୋଟିଏ ଫଟୋରେ ସେ ବ୍ୟାଟିଂ କରୁଥିବାବେଳେ ଅନ୍ୟ ଫଟୋରେ ତାଙ୍କର ସାଧାରଣ ଷ୍ଟାଇଲରେ ବୋଲିଂ କରୁଛନ୍ତି। ଏଥିସହ ଏକ ଭିଡିଓ ମଧ୍ୟ ଅପଲୋଡ କରିିଛନ୍ତି। ଏଥିରେ ସେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ନିଜ ବୋଲିଂରେ ଧରାଶାୟୀ କରୁଥିବାର ଦେଖିବାକୁ ମିଳିଛି। ଉଲ୍ଲେଖଥାଉ କି, ଶ୍ରୀସାନ୍ଥଙ୍କ ପ୍ରତିନିଧିତ୍ୱରେ ଭାରତୀୟ ଦଳ ୨୦୦୭ ଟି୨୦ ବିଶ୍ୱକପ୍‌ ଓ ୨୦୧୧ ଆଇସିସି ବିଶ୍ୱକପ୍‌ ଜିତିଥିଲା। କିନ୍ତୁ ସ୍ପଟ୍‌ ଫିକ୍ସିଂ ମାମଲାରେ ଯଡ଼ିତ ଥିବା ସନ୍ଦେହରେ ତାଙ୍କୁ ବିସିସିଆଇ ଆଜୀବନ ବାସନ୍ଦ କରିଥିଲା। ତାଙ୍କୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦୋଶରେ ଛାଡ଼ିବା ପରେ ବିସିସିଆଇ ନିଷ୍ପତ୍ତିକୁ ବିରୋଧ କରି ସେ ପ୍ରଥମେ କେରଳ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ପରେ ତାଙ୍କୁ ଘରୋଇ କ୍ରିକେଟ ଖେଳିବାକୁ ଅନୁମତି ମିଳିଥିଲା। ମାତ୍ର ବିସିସିଆଇ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା। ଦୀର୍ଘ ଦିନ ଧରି କ୍ରିକେଟରୁ ଦୂରେଇ ରହିବା ପରେ ସେ ଏବେ ବିଲିଉଡ୍‌ ଓ କଲିଉଡ୍‌ରେ ଭାଗ୍ୟ ପରୀକ୍ଷା କରୁଛନ୍ତି।
All Right Reserved By

ଖେଳ |

ଇଣ୍ଡିଆ ରେଡ୍‌-ଇଣ୍ଡିଆ ବ୍ଲୁ ଫାଇନାଲ

ଇଣ୍ଡିଆ ରେଡ୍‌-ଇଣ୍ଡିଆ ବ୍ଲୁ ଫାଇନାଲ

ବେଙ୍ଗାଲୁରୁ, ୧୯।୮- ଇଣ୍ଡିଆ ରେଡ୍‌ ଓ ଇଣ୍ଡିଆ ବ୍ଲୁ ମଧ୍ୟରେ ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫି ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ରବିବାର ଅନୁଷ୍ଠିତ ଅନ୍ତିମ ରାଉଣ୍ଡ ରବିନ୍‌ ମ୍ୟାଚ୍‌ରେ ଇଣ୍ଡିଆ ରେଡ୍‌ ୯ ଉଇକେଟ୍‌ରେ ଇଣ୍ଡିଆ ଗ୍ରୀନକୁ ପରାସ୍ତ କରିଛି।

କ୍ରିକେଟରୁ ଜନସନଙ୍କ ଅବସର

କ୍ରିକେଟରୁ ଜନସନଙ୍କ ଅବସର

ସିଡ୍‌ନୀ, ୧୯।୮(ଏଏଫ୍‌ପି)- ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଜନସନ ରବିବାର କ୍ରିକେଟର ସମସ୍ତ ପ୍ରକାର ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ପୂର୍ବରୁ ୩୬ ବର୍ଷୀୟ ଜନସନ ୨୦୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଥିଲେ।

୩୨୯ରେ ସୀମିତ ଭାରତୀୟ ଦଳ

୩୨୯ରେ ସୀମିତ ଭାରତୀୟ ଦଳ

ନଟ୍ଟିଂହାମ,୧୯।୮(ପି.ଟି.)- ଏଠାରେ ଚାଲିଥିବା ୩ୟ ଟେଷ୍ଟର ପ୍ରଥମ ଇନଂସ୍‌ରେ ଭାରତୀୟ ଦଳ ୩୨୯ ରନ୍‌ରେ ସୀମିତ ରହିଛି। ଅସମାପ୍ତ ପ୍ରଥମ ଇନିଂସ୍‌ ସ୍କୋର ୩୦୭/୬ରୁ ଆରମ୍ଭ କରିଥିବା ଟିମ୍‌ ଇଣ୍ଡିଆ ମାତ୍ର ୨୨ ରନ୍‌ ମଧ୍ୟରେ ବଳକା ୪ ଉଇକେଟ ହରାଇ ଦେଇଛି। 

ଇତିହାସ ରଚିଲେ କେରଳ ସନ୍ତରଣକାରୀ

ଇତିହାସ ରଚିଲେ କେରଳ ସନ୍ତରଣକାରୀ

ଜାକର୍ତ୍ତା,୧୯।୮- କେରଳର ସନ୍ତରଣକାରୀ ସାଜନ ପ୍ରକାଶ ଇତିହାସ ସୃଷ୍ଟି କରିଛନ୍ତି। ଦୀର୍ଘ ୩୨ ପରେ ପ୍ରଥମ ଭାରତୀୟ ସନ୍ତରଣକାରୀ ଭାବେ ଏସିଆନ୍‌ ଗେମ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଅନୁଷ୍ଠିତ କ୍ୱାଲିଫାୟର୍ସ ୨୦୦ ମି. ବଟରଫ୍ଲାଏ ଇଭେଣ୍ଟରେ ୧:୫୮.୧୨ ସେକେଣ୍ଡରେ ଶେଷ କରି ଫାଇନାଲରେ ପ୍ରବେଶ କରିଛନ୍ତି। 

ସିନସିନାଟି ମାଷ୍ଟର୍ସ: ଫାଇନାଲରେ ଜୋକୋଭିଚ୍‌-ଫେଡେରର

ସିନସିନାଟି ମାଷ୍ଟର୍ସ: ଫାଇନାଲରେ ଜୋକୋଭିଚ୍‌-ଫେଡେରର

ସିନସିନାଟି,୧୯।୮(ଏଏଫ୍‌ପି)- ଚଳିତ ସିନସିନାଟି ମାଷ୍ଟର୍ସ ଟେନିସ୍‌ ଟୁର୍ନାମେଣ୍ଟରେ ରବିବାର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଯାଇଛି। ଏହି ଟାଇଟଲ ଲଢ଼େଇରେ ଦୁଇ ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ଖେଳାଳି ସ୍ପରସ୍ପରକୁ ଭେଟିବେ। ଗୋଟିଏ ପକ୍ଷରେ ନୋଭାକ ଜୋକୋଭିଚ୍‌ ଥିବାବେଳେ ଅନ୍ୟପଟେ କିମ୍ବଦନ୍ତୀ ଖେଳାଳି ରୋଜର ଫେଡେରର ରହିଛନ୍ତି।

ହାରିଲେ ସୁଶୀଲ

ହାରିଲେ ସୁଶୀଲ

ଜାକର୍ତ୍ତା,୧୯।୮(ପି.ଟି.)- ଚଳିତ ଏସିଆନ୍‌ ଗେମ୍ସର ପ୍ରଥମ ଦିବସରେ ଭାରତୀୟ ପ୍ରତିନିଧି ଦଳକୁ ଶକ୍ତ ଧକ୍କା ଲାଗିଛି। ଦୁଇ ଥର ଅଲିମ୍ପିକ୍‌ ପଦକଧାରୀ କୁସ୍ତିଯୋଦ୍ଧା ସୁଶୀଲ କୁମାର ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଛନ୍ତି। 

ବାସ୍କେଟବଲ: ଚାଇନିଜ୍‌ ତାଇପେଠାରୁ ହାରିଲା ଭାରତ

ବାସ୍କେଟବଲ: ଚାଇନିଜ୍‌ ତାଇପେଠାରୁ ହାରିଲା ଭାରତ

ଜାକର୍ତ୍ତା,୧୯।୮(ପି.ଟି.)- ଭାରତୀୟ ମହିଳା ବାସ୍କେଟବଲ ଦଳର କ୍ରମାଗତ ୨ୟ  ପରାଜୟ ଯୋଗୁ ଏସିଆନ୍‌ ଗେମ୍ସରୁ ବାଦ୍‌ ପଡ଼ିବା ନିଶ୍ଚିତ ହୋଇଯାଇଛି।  ଭାରତୀୟ ଦଳକୁ ୬୧-୮୪ ବ୍ୟବଧାନରେ ଚାଇନିଜ ତାଇପେ ଦଳ ପରାସ୍ତ କରିଛି।

ପଦକ ଖାତା ଖୋଲିଲେ ଅପୂର୍ଭି, ରବି

ପଦକ ଖାତା ଖୋଲିଲେ ଅପୂର୍ଭି, ରବି

ଜାକର୍ତ୍ତା,୧୯।୮-  ଏଠାରେ ଏସିଆନ୍‌ ଗେମ୍ସର ୧୮ତମ ସଂସ୍କରଣ ରବିବାରଠାରୁ ଆରମ୍ଭ ହୋଇଯାଇଛି। ପ୍ରତିଯୋଗିତାର ପ୍ରଥମ ଦିବସ ଭାରତ ପାଇଁ ପଦକ ଖାତା ଖୋଲିଛନ୍ତି ଶୁଟର ଅପୂର୍ଭି ଚଣ୍ଡେଲା ଓ ରବି କୁମାର। ଉଭୟ ଶୁଟର ୧୦ ମିଟର ଏୟାର ରାଇଫଲ ମିକ୍ସଡ୍‌ ଟିମ୍‌ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି। 

ପଦାର୍ପଣରେ ରୋନାଲ୍ଡୋ ବିଫଳ

ପଦାର୍ପଣରେ ରୋନାଲ୍ଡୋ ବିଫଳ

ଭେରୋନା(ଇଟାଲି),୧୯।୮(ଏଏଫ୍‌ପି)-  ପର୍ତ୍ତୁଗାଲ ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ସିରିି ଏ’ ଲିଗ୍‌ ପଦାର୍ପଣରେ ବିଫଳ ହୋଇଛନ୍ତି। କିନ୍ତୁ ଲିଗ୍‌ର ଡିଫେଣ୍ଡିଂ ଚାମ୍ପିୟନ ଜୁଭେଣ୍ଟସ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି।

ଏସିଆନ୍‌ ଗେମ୍ସ: ଚାଇନାର ସୁନଙ୍କ ପ୍ରଥମ ସ୍ବର୍ଣ୍ଣ

ଏସିଆନ୍‌ ଗେମ୍ସ: ଚାଇନାର ସୁନଙ୍କ ପ୍ରଥମ ସ୍ବର୍ଣ୍ଣ

ଜାକର୍ତ୍ତା,୧୯।୮(ଏଏଫ୍‌ପି)- ଚାଇନିଜ୍‌ ଉଷୁ ଆଥ୍‌ଲେଟ୍‌ ସୁନ ପେୟୁଆନ ଚଳିତ ଏସିଆନ୍‌ ଗେମ୍ସର ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୨୮ ବର୍ଷୀୟ ସୁନ ଚାଙ୍ଗକୁଆନ କାଟଗୋରୀରେ  ଆୟୋଜକ ଇଣ୍ଡୋନେସିଆ ଚାଭିଅର ମାର୍ଭେଲୋଙ୍କୁ ହରାଇ ଏହି ସଫଳତା ପାଇଛନ୍ତି।

ଏଟିକେ ପକ୍ଷରୁ ଖେଳିବେ ବିକି

ଏଟିକେ ପକ୍ଷରୁ ଖେଳିବେ ବିକି

କୋଲକାତା, ୧୯।୮(ପି.ଟି.)- କାମେରୁନ ଡିଫେଣ୍ଡର ଆନ୍ଦ୍ରେ ବିକି ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ର ଆଗାମୀ ସଂସ୍କରଣରେ ଆଟ୍‌ଲେଟିକୋ ଡି କୋଲକାତା (ଏଟିକେ) ପକ୍ଷରୁ ଖେଳିବେ। 

ଭାରତ ଜିତିଲା ସାଫ୍‌ ଚାମ୍ପିୟନଶିପ୍‌

ଭାରତ ଜିତିଲା ସାଫ୍‌ ଚାମ୍ପିୟନଶିପ୍‌

ଥିମ୍ଫୁ (ଭୁଟାନ), ୧୯।୮(ପି.ଟି.)- ୧୫ ବର୍ଷରୁ କମ୍‌ ଭାରତୀୟ ମହିଳା ଫୁଟ୍‌ବଲ ଦଳ ଏଠାରେ ଚାଲିଥିବା ସାଫ୍‌ ଚାମ୍ପିୟନଶିପ୍‌ (୧୫ ବର୍ଷରୁ କମ୍‌) ଫୁଟ୍‌ବଲ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଛି। ସ୍ଥାନୀୟ ଚାଙ୍ଗଲି ମିଥାଙ୍ଗ୍‌ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଭାରତ ୧-୦ ଗୋଲରେ ଡିଫେଣ୍ଡିଂ ଚାମ୍ପିୟନ ବାଂଲାଦେଶକୁ ପରାସ୍ତ କରିଛି।