ରାଜ୍ୟ |

ଜନସ୍ବାର୍ଥ ମାମଲାର ଶୁଣାଣିକୁ ସେବାୟତଙ୍କ ବିରୋଧ

ଜନସ୍ବାର୍ଥ ମାମଲାର ଶୁଣାଣିକୁ ସେବାୟତଙ୍କ ବିରୋଧ
ପୁରୀ ଅଫିସ, ୧୦।୮: ଶ୍ରୀମନ୍ଦିରର ପରିଚାଳନାଗତ ସଂସ୍କାର ଲାଗି ଦାଏର ଜନସ୍ବାର୍ଥ ମାମଲାର ଶୁଣାଣିକରି ସୁପ୍ରିମକୋର୍ଟ କେତେକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। ଏହି ଆଦେଶ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଗଠନ କରିଥିବା ୩ ଜଣିଆ ବିଶେଷଜ୍ଞ କମିଟି ଜନଶୁଣାଣି କରିଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରୁ ଏହି ଜନଶୁଣାଣି ଆରମ୍ଭ ହୋଇଛି। କିନ୍ତୁ ଏହି ଶୁଣାଣିକୁ ସେବାୟତମାନେ ବିରୋଧ କରିଛନ୍ତି। ଏହା ଜନଶୁଣାଣି ନୁହେଁ, ଅଭିଯୋଗ ଶୁଶାଣି ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି। ଜଣ ଶୁଣାଣି ଅର୍ଥ ଜନ ସାଧାରଣଙ୍କ ସମ୍ମୁଖରେ ଏହା ହେବା ଦରକାର ବୋଲି ଦାବିକରି ସେବାୟତମାନେ ଧାରଣା ଦେଇଛନ୍ତି। ଏମିତି ହୋହଲ୍ଲା ଓ ପୋଲିସ ଉପସ୍ଥିତିରେ ଏହି ଜନଶୁଣାଣି ଜାରି ରହିଛି।
All Right Reserved By

ରାଜ୍ୟ |

ବୌଦ୍ଧରେ କଂଗ୍ରେସ ରାଜନୀତି ଜୋର ଧରିଲା

ବୌଦ୍ଧରେ କଂଗ୍ରେସ ରାଜନୀତି ଜୋର ଧରିଲା

ବୌଦ୍ଧ,୨୦।୩(ସ୍ବ.ପ୍ର): ଆଗାମୀ ସାଧାରଣ ନିର୍ବାଚନ ପାଇଁ ସମସ୍ତ ଦଳ ପ୍ରସ୍ତୁତ ହେଉଥିବାବେଳେ ଏନେଇ ରଣକୌଶଳ ମଧ୍ୟ ଆରମ୍ଭ କରିଛନ୍ତି। କିନ୍ତୁ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କର୍ମୀମାନେ ହତାଶ ହେବା ସହ ବୁଧବାର ସହରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। 

ଭାଜପାରେ ମିଶିଲେ ପୂର୍ବତନ ବିଧାୟକ କେ. ନାରାୟଣ ରାଓ

ଭାଜପାରେ ମିଶିଲେ ପୂର୍ବତନ ବିଧାୟକ କେ. ନାରାୟଣ ରାଓ

ଭୁବନେଶ୍ୱର, ୨୦।୩(ବ୍ୟୁରୋ): ଗଜପତି ଜିଲା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ନାରାୟଣ ରାଓ ବୁଧବାର ଭାଜପାରେ ମିଶିଛନ୍ତି। ଭୁବନେଶ୍ୱର ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ଭାଜପାର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ସମର୍ଥକଙ୍କ ସହ ବିଧିବଦ୍ଧଭାବେ ଭାଜପାରେ ଯୋଗ ଦେଇଛନ୍ତି। 

ନାଉଗାଁରେ ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ

ନାଉଗାଁରେ ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ

ନାଉଗାଁ,୨୦।୩(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକ ଅନ୍ତର୍ଗତ  ନାଉଗାଁ ବସ୍‌ଷ୍ଟାଣ୍ଡ ଛକ ନିକଟରେ ବୁଧବାର ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ନେତା ଦଳ ଛାଡ଼ିବା ନେଇ ମତ ରଖିଲେ ଅରୁଣ: ବିଜେଡି ବଡ଼ ପରିବାର, କିଛି ଅସୁଖୀ ହେବା ସ୍ବାଭାବିକ

ନେତା ଦଳ ଛାଡ଼ିବା ନେଇ ମତ ରଖିଲେ ଅରୁଣ: ବିଜେଡି ବଡ଼ ପରିବାର, କିଛି ଅସୁଖୀ ହେବା ସ୍ବାଭାବିକ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ବିଜେଡି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ଦଳର ବହୁ ଆଶାୟୀ ନେତା ଏବେ ଭାଜପା ଓ କଂଗ୍ରେସମୁହାଁ। ଏପରିକି ଟିକେଟ ବଣ୍ଟନକୁ ନେଇ ଦଳରେ ଅସନ୍ତୋଷ ଲାଗି ରହିଛି। ଏହାକୁ ନେଇ ବୁଧବାର ମତ ରଖିଛନ୍ତି ବିଜେଡି ମୁଖପାତ୍ର ଅରୁଣ ସାହୁ। 

ଭାଜପାମୁହାଁ ବିଜେଡି ନେତା: ଦଳ ଛାଡ଼ିଲେ ପୂର୍ଣ୍ଣଚନ୍ଦ୍ର, ପ୍ରତ୍ୟୁଷା

ଭାଜପାମୁହାଁ ବିଜେଡି ନେତା: ଦଳ ଛାଡ଼ିଲେ ପୂର୍ଣ୍ଣଚନ୍ଦ୍ର, ପ୍ରତ୍ୟୁଷା

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଟିକେଟ ନ ପାଇ ବିଜେଡିର ଗୋଟିଏ ପରେ ଗୋଟିଏ ବିଧାୟକ ତଥା ନେତା ଭାଜପାମୁହାଁ ହେବାରେ ଲାଗିଛନ୍ତି। ବୁଧବାର ଢେଙ୍କାନାଳ ବିଧାୟକ ନବୀନ ନନ୍ଦ କଂଗ୍ରେସରେ ଯୋଗ ଦେବା ପରେ ପୁଣି ୨ଜଣ ବିଜେଡି ନେତା ଦଳ ଛାଡ଼ିଛନ୍ତି। 

ଭିଜିଲାନ୍ସ ଜାଲରେ ବ୍ରାହ୍ମଣୀତରଙ୍ଗ ଥାନା ଏସ୍‌ଆଇ

ଭିଜିଲାନ୍ସ ଜାଲରେ ବ୍ରାହ୍ମଣୀତରଙ୍ଗ ଥାନା ଏସ୍‌ଆଇ

ବେଦବ୍ୟାସ,୨୦।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଉରକେଲା ଅନ୍ତର୍ଗତ ବ୍ରାହ୍ମଣୀତରଙ୍ଗ ଥାନାର ଯୁବ ଏସ୍‌ଆଇ ମଧୁ ପାତ୍ର ବୁଧବାର ଲାଞ୍ଚ ନେଉଥିବା ବଳେ ରାଉରକେଲା ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି।

ସସ୍ମିତ୍‌ଙ୍କ ତେର୍ଚ୍ଛାବାଣ: ବିଜେଡିର ନାମାଙ୍କନ ହେଲାଣି, ଭାଜପାର ଅଙ୍କକଷା ସରୁନି

ସସ୍ମିତ୍‌ଙ୍କ ତେର୍ଚ୍ଛାବାଣ: ବିଜେଡିର ନାମାଙ୍କନ ହେଲାଣି, ଭାଜପାର ଅଙ୍କକଷା ସରୁନି

ଭୁବନେଶ୍ୱର,୨୦।୩(ବ୍ୟୁରୋ): ୨୦୧୯ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ବିରୋଧୀ ଦଳଗୁଡ଼ିକୁ ପରସ୍ପରକୁ ସେତିକି କଟାକ୍ଷ କରୁଛନ୍ତିି। ଏହି କ୍ରମରେ ବୁଧବାର ଭାଜପାକୁ ତେର୍ଚ୍ଛାବାଣ ମାରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। 

ଘରଚଟିଆଙ୍କ ସୁରକ୍ଷା ପାଇଁ  ଘରଚଟିଆ ବେଶରେ ସାଇକେଲ ଶୋଭାଯାତ୍ରା

ଘରଚଟିଆଙ୍କ ସୁରକ୍ଷା ପାଇଁ ଘରଚଟିଆ ବେଶରେ ସାଇକେଲ ଶୋଭାଯାତ୍ରା

ବ୍ରହ୍ମପୁର ଅଫିସ,୨୦।୩:  ଗଞ୍ଜାମ ଜିଲା ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ବନଖଣ୍ଡ  ପକ୍ଷରୁ ବୁଧବାର ବିଶ୍ବ ଘରଚଟିଆ ଦିବସ ପାଳନ କରାଯାଇଛି । 

ହାତ ଧରିଲେ ନବୀନ ନନ୍ଦ

ହାତ ଧରିଲେ ନବୀନ ନନ୍ଦ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ଯୋଗୁ ଦଳ ବଦଳାଉଛନ୍ତି ବିଭିନ୍ନ ଦଳର ନେତା। ଏହି କ୍ରମରେ ବୁଧବାର ବରିଷ୍ଠ ନେତା ନବୀନ ନନ୍ଦ ହାତ ଧରିଛନ୍ତି। 

ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ:  ଜଣେ ଗିରଫ

ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ: ଜଣେ ଗିରଫ

ଗଞ୍ଜାମ,୨୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଇଁତୋଳା ଛକ ନିକଟରୁ ବୁଧବାର ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟର ନାର୍କୋଟିସ୍‌  କଣ୍ଟ୍ରୋଲ  ଦ୍ୱାରା ଏକ  ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ ହୋଇଛି। 

ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ: ପଗଡ଼ିରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ: ପଗଡ଼ିରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର, ୨୦।୩(ବ୍ୟୁରୋ): ଭୁବନେଶ୍ବର ବିମାନବନ୍ଦରରୁ ପୁଣି ସୁନା ଜବତ ହୋଇଛି। ବୁଧବାର ଜଣେ ଯାତ୍ରୀଙ୍କ ନିକଟରୁ ୬୧୦ ଗ୍ରାମ ଓଜନର ୨ ଖଣ୍ଡ ସୁନା ବିସ୍କୁଟ ଜବତ କରାଯାଇଛି। ଉକ୍ତ ଯାତ୍ରୀଜଣଙ୍କ ହେଲେ ଅମରଜିତ ସିଂହ। 

ନାମାଙ୍କନପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ

ନାମାଙ୍କନପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦।୩(ବ୍ୟୁରୋ): ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ ବେଳେ ଜିଲାର ବହୁ ବିଜେଡି ନେତା ଉପସ୍ଥିତ ଥିଲେ।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା