ଜାତୀୟ |

ବୁକ୍‌ ଲଭର୍ସ ଡେ’ ପାଳିଲେ ସୋନାଲି

ବୁକ୍‌ ଲଭର୍ସ ଡେ’ ପାଳିଲେ ସୋନାଲି
ମୁମ୍ବାଇ/ଲଣ୍ଡନ,୧୦।୮: ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କିଛିଦିନ ହେବ ନ୍ୟୁୟର୍କରେ ହାଇଗ୍ରେଡ୍‌ କ୍ୟାନସରର ଟ୍ରିଟମେଣ୍ଟ କରୁଛନ୍ତି। ଏବେ କିନ୍ତୁ ସେ ଟ୍ରିଟମେଣ୍ଟରୁ ଟିକେ ବିରତି ନେଇ କିଛି ନା କିଛି କାମରେ ନିଜକୁ ବ୍ୟସ୍ତ ରଖିବାକୁ ଚାହୁଁଛନ୍ତି। ଅଗଷ୍ଟ ୯ରେ ସେ ପାଳନ କରିଛନ୍ତି ବୁକ୍‌ ଲଭର୍ସ ଡେ’। ଏହି ଅବସରରେ ସେ ତାଙ୍କ ଫ୍ୟାନମାନଙ୍କ ପାଇଁ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ତା’ସହ ହାପି ବୁକ୍‌ ଲଭର୍ସ ଡେ’ ବୋଲି ମଧ୍ୟ ଲେଖିଛନ୍ତି। କ୍ୟାନସର ଟ୍ରିଟମେଣ୍ଟ ପାଇଁ ସେ ଲଣ୍ଡା ହୋଇଥିବାରୁ ମୁଣ୍ଡରେ ଏକ ହ୍ୟାଟ ସହ ହାତରେ ପୁସ୍ତକ ଧରି ପଢୁଥିବା ଢଙ୍ଗରେ ସେ ଫଟୋଟି ଶେୟାର କରିଛନ୍ତି। ଏବେ ସେ କିଛି ପରିମାଣରେ ରୋଗ ମୁକ୍ତ ଥିବା ଜଣାପଡୁଥିବା ବେଳେ ତାଙ୍କ ଫ୍ୟାନମାନେ ସୋନାଲିଙ୍କର ଏହି ଫଟୋଟି ଦେଖି ଖୁବ୍‌ ଖୁସି ହାଇଛନ୍ତି। ନିକଟରେ ସେ ଫ୍ରେଣ୍ଡ୍‌ଶିପ୍‌ ଡେ’ ପାଳନ କରିଥିଲେ। ଏହାର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା। ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି କି, ସୋନାଲି ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିବାକୁ ଚାହୁଁଛନ୍ତି।
All Right Reserved By

ଜାତୀୟ |

ଶକ୍ତିକାନ୍ତ ଦାସ ଆର୍‌ବିଆଇର ନୂଆ ଗଭର୍ନର

ଶକ୍ତିକାନ୍ତ ଦାସ ଆର୍‌ବିଆଇର ନୂଆ ଗଭର୍ନର

ନୂଆଦିଲ୍ଲୀ,୧୨-୧୨:  କେନ୍ଦ୍ର ସରକାର ପୂର୍ବତନ ବ୍ୟୁରୋକ୍ରାଟ୍‌ ଶକ୍ତିକାନ୍ତ ଦାସଙ୍କୁ ମଙ୍ଗଳବାର ରିଜର୍ଭ ବ୍ୟାଙ୍କର ୨୫ ତମ ଗଭର୍ନର ଭାବେ ନିଯୁକ୍ତ କରିଛନ୍ତି। ସେ ୩ ବର୍ଷ ପାଇଁ ଏହି ଦାୟିତ୍ୱରେ ରହିବେ। ଉର୍ଜିତ ପଟେଲଙ୍କ ଇସ୍ତଫା ପରେ ଏହି ପଦଟି ଖାଲି ପଡିଥିଲା।

ମିଜୋରାମରେ ସଂଖ୍ୟା ଗରିଷ୍ଠତା ହାସଲ କଲା ଏମ୍‌ଏନ୍‌ଏଫ୍‌

ମିଜୋରାମରେ ସଂଖ୍ୟା ଗରିଷ୍ଠତା ହାସଲ କଲା ଏମ୍‌ଏନ୍‌ଏଫ୍‌

ଆଇଜଲ,୧୧।୧୨: ମିଜୋରାମର ମୋଟ ୪୦ଟି ବିଧାନସଭା ଆସନ ମଧ୍ୟରୁ ମିଜୋ ନ୍ୟାଶନାଲ ଫ୍ରଣ୍ଟ(ଏମ୍‌ଏନ୍‌ଏଫ୍‌ )କୁ ୨୬ଟି ଆସନ ମିଳିଛି। ଏଠାରେ କଂଗ୍ରେସ ୫ଟି ଆସନରେ ବିଜୟଲାଭ କରିଥିବା ବେଳେ ଭାଜପାକୁ ଗୋଟିଏ  ଓ ଅନ୍ୟାନ୍ୟଙ୍କୁ ୮ଟି ଆସନ ମିଳିଛି। 

ଆଇଇଡି ବିସ୍ଫୋରଣ ଜଣେ ଯବାନ ଆହତ

ଆଇଇଡି ବିସ୍ଫୋରଣ ଜଣେ ଯବାନ ଆହତ

ସୁକମା,୧୧।୧୨: ଛତିଶଗଡ଼ର ଚିନ୍ତାଗୁଫାଠାରେ ମଙ୍ଗଳବାର ଏକ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍‌ ଡିଭାଇସ୍‌(ଆଇଇଡି) ବିସ୍ଫୋରଣ ହୋଇଛି। ଏଥିରେ ଜଣେ ସିଆର୍‌ପିଏଫ୍‌ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। 

ଏହା ତ ସେମିଫାଇନାଲ ଆଗକୁ ଅଛି ଫାଇନାଲ: ମମତା

ଏହା ତ ସେମିଫାଇନାଲ ଆଗକୁ ଅଛି ଫାଇନାଲ: ମମତା

କୋଲକାତା,୧୧।୧୨: ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଗଣତି ମଙ୍ଗଳବାର ହୋଇଛି। ଏଥିରେ ପ୍ରାୟ ୩ଟି ରାଜ୍ୟରେ କଂଗ୍ରେସ ଆଗରେ ରହିଛି। ଭାଜପାକୁ ପ୍ରାୟ ଅଧିକାଂଶ ସ୍ଥାନରେ ପଛରେ ପକାଇ କଂଗ୍ରେସ ଓ କିଛି ନିର୍ଦଳୀୟ ପ୍ରାର୍ଥୀ ଆଗକୁ ବଢି ଚାଲିଛନ୍ତି।

ଆତଙ୍କବାଦୀ ଆକ୍ରମଣ ୩ ପୋଲିସ ଶହୀଦ

ଆତଙ୍କବାଦୀ ଆକ୍ରମଣ ୩ ପୋଲିସ ଶହୀଦ

ଶୋପିଆନ,୧୧।୧୨: ଜମ୍ମୁ-କଶ୍ମୀର ଶୋପିଆନର ଜିନାପୁରାରେ ଥିବା ଏକ ପୋଲିସ ପୋଷ୍ଟ ଉପରେ ମଙ୍ଗଳବାର ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। 

ଜିତିଲେ କେସିଆର୍‌

ଜିତିଲେ କେସିଆର୍‌

ହାଇଦ୍ରାବାଦ,୧୧।୧୨: ତେଲେଙ୍ଗାନା ରାଷ୍ଟ୍ର ସମିଥି(ଟିଆର୍‌ଏସ୍‌)ର ଅଧ୍ୟକ୍ଷ ତଥା ତେଲେଙ୍ଗାନା ରଖୁଆଳ ଓ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର୍‌) ଚଳିତ ବିଧାନସଭା ନିର୍ବାଚନରେ ବିଜୟଲାଭ କରିଛନ୍ତି। 

ଇଣ୍ଡିଗୋ ବିମାନରେ ଧୂଆଁ: ସମସ୍ତ ଯାତ୍ରୀ ସୁରକ୍ଷିତ

ଇଣ୍ଡିଗୋ ବିମାନରେ ଧୂଆଁ: ସମସ୍ତ ଯାତ୍ରୀ ସୁରକ୍ଷିତ

କୋଲକାତା,୧୧।୧୨: ସୋମବାର ରାତିରେ ପ୍ରାୟ ୧୩୬ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଇଣ୍ଡିଗୋ ଏୟାର ଲାଇନ୍ସର ଏକ ବିମାନରେ ହଠାତ୍‌ ଧୂଆଁ ବାହାରିବାରୁ କୋଲକତାରେ ଏହାର ଜରୁରୀ ଅବତରଣ କରାଯାଇଥିଲା।

ନିର୍ଦଳୀୟ ପ୍ରାର୍ଥୀଙ୍କ ସହ କଥାହେଲେ ପାଇଲଟ

ନିର୍ଦଳୀୟ ପ୍ରାର୍ଥୀଙ୍କ ସହ କଥାହେଲେ ପାଇଲଟ

ଜୟପୁର,୧୧।୧୨: ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଏବେ ୫ଟି ରାଜ୍ୟ ସହ ସାରା ଦେଶରେ ରାଜନୀତିର ଉଷ୍ମତା ବଢିଯାଉଛି। କାରଣ କେନ୍ଦ୍ରର ଶାସନ ଭାର ସମ୍ଭାଳିଥିବା ଭାଜପାକୁ ଏବେ ପଛରେ ପକାଇ ଅଗ୍ରସର ହେଉଛି କଂଗ୍ରେସ। ସମସ୍ତଙ୍କ ନଜର ଏବେ ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ଥିବା ବେଳେ ଏଠି କିନ୍ତୁ ସଂଖ୍ୟା ଗରିଷ୍ଠାକୁ ନେଇ ଦ୍ୱନ୍ଦ୍ୱରେ ରହୁଛି କଂଗ୍ରେସ। 

୨ଟି ଯାକ ଆସନରୁ ହାରିଲେ ମିଜୋରାମ ମୁଖ୍ୟମନ୍ତ୍ରୀ

୨ଟି ଯାକ ଆସନରୁ ହାରିଲେ ମିଜୋରାମ ମୁଖ୍ୟମନ୍ତ୍ରୀ

ଆଇଜଲ,୧୧।୧୨: ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲ ଥାନଓ୍ବାଲା ଏଥର ବିଧାନସଭା ନିର୍ବାଚନ ପାଇଁ ୨ଟି ଆସନରେ ପ୍ରତିଦ୍ୱନ୍ଦିତା କରୁଥିଲେ ସୁଦ୍ଧା ୨ଟି ଯାକ ଆସନରେ ହାରି ଯାଇଛନ୍ତି। ସେ ସରଚିପ ଓ ସାଉଥ୍‌ ଚମ୍ଫାଇ ଆସନରୁ ପ୍ରତିଦ୍ୱନ୍ଦିତା କରୁଥିଲେ। 

ପ୍ରଥମ ବିବାହ ବାର୍ଷିକୀରେ ଏକାଠି ହେଲେ ଅନୁଷ୍କା-ବିରାଟ

ପ୍ରଥମ ବିବାହ ବାର୍ଷିକୀରେ ଏକାଠି ହେଲେ ଅନୁଷ୍କା-ବିରାଟ

ମୁମ୍ବାଇ,୧୧।୧୨: ବଲିଉଡ୍‌ ନାୟିକା ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବିବାହକୁ ବର୍ଷେ ପୂରିଛି। ୨୦୧୭ ଡିସେମ୍ବର ୧୧ରେ ଇଟାଲିର ଲେକ୍‌ କେମୋରେ ଏମାନେ ବିବାହ ବନ୍ଧରେ ବାନ୍ଧି ହୋଇଥିଲେ। 

ଈଶା-ଆନନ୍ଦଙ୍କ ପ୍ରି-ଓ୍ବେଡିଂ ଉତ୍ସବର ଚୁମ୍ବନ ଭିଡ଼ିଓ ଭାଇରାଲ

ଈଶା-ଆନନ୍ଦଙ୍କ ପ୍ରି-ଓ୍ବେଡିଂ ଉତ୍ସବର ଚୁମ୍ବନ ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୧।୧୨: ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀଙ୍କ ବାହାଘର ବୁଧବାର ହେବ। ତେବେ ଏହି ବହୁଚର୍ଚ୍ଚିତ ବାହାଘର ପୂର୍ବରୁ ଈଶାଙ୍କ ପ୍ରି-ଓ୍ବେଡିଂ ଉତ୍ସବର ଭିଡ଼ିଓ ଭାଇରାଲ ହୋଇଛି।

ମିଠା ବାଣ୍ଟିଲା କଂଗ୍ରେସ

ମିଠା ବାଣ୍ଟିଲା କଂଗ୍ରେସ

ନୂଆଦିଲ୍ଲୀ,୧୧।୧୨: ବିଧାନସଭା ନିର୍ବାଚନର ଫଳଫଳକୁ ଦେଖି କଂଗ୍ରେସକର୍ମୀଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ। ୫ଟି ରାଜ୍ୟରେ ହୋଇଥିବା ନିର୍ବାଚନର ଭୋଟ ଗଣତି ମଙ୍ଗଳବାର ସକାଳେ ଆରମ୍ଭ ହୋଇଥିବା ବେଳେ ଏକ୍‌ଜିଟ୍‌ ପୋଲ୍‌ର ସୂଚନା ମୁତାବକ ପ୍ରାୟ ୩ଟି ରାଜ୍ୟରେ କଂଗ୍ରେସ ଆଗରେ ଚାଲିଛି।