ଜାତୀୟ |

ଗୃହ ମୁଲତବି

ଗୃହ ମୁଲତବି
ନୁଆଦିଲ୍ଲୀ,୧୦।୮: ରାଫେଲ ଡିଲକୁ ନେଇ ଶୁକ୍ରବାର ରାଜ୍ୟ ସଭାରେ ବିରୋଧି ହଙ୍ଗାମା କରିଛନ୍ତି। ଫଳରେ ଗୃହକାର୍ଯ୍ୟ ସମ୍ପୁର୍ଣ୍ଣ ବନ୍ଦ ହେବା ସହ ଗୃହକୁ ୨ଟା ୩୦ ପର୍ଯ୍ୟନ୍ତ ମୁଲତବି ରଖାଯାଇଛି। ପୂର୍ବରୁ ଏହାକୁ ନେଇ ଅନେକ ଥର ଟଣା ଓଟରା ଚାଲିଥିବା ବେଳେ ଏବେ ବିରୋଧି ରାଜ୍ୟ ସଭାରେ ଏହାକୁ ଏକ ମୁଖ୍ୟ ପ୍ରସଙ୍ଗ ଭାବେ ନେଇ ହଟ୍ଟଗୋଳ କରୁଛି।
All Right Reserved By

ଜାତୀୟ |

ବନ୍ୟା ପୀଡିତଙ୍କ ପାଇଁ ସାହା ହୋଇଛି କମ୍ୟୁନିଟି କିଚେନ୍‌

ବନ୍ୟା ପୀଡିତଙ୍କ ପାଇଁ ସାହା ହୋଇଛି କମ୍ୟୁନିଟି କିଚେନ୍‌

କୋଚି,୧୯।୮: କେରଳ ବନ୍ୟା ପୀଡିତଙ୍କ ପାଇଁ ଏବେ ସାହା ହୋଇଛି କମ୍ୟୁନିଟି କିଚେନ୍‌। କୋଚିନ୍‌ ୟୁନିଭର୍ସିଟି ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି(ସିୟୁଏସ୍‌ଏଟି), କଲାମାସେରୀରେ ୨୧ ଜଣ ନୌସେନା କର୍ମଚାରୀ ଖୋଲିଛନ୍ତି ଏହି କମ୍ୟୁନିଟି କିଚେନ୍‌।

କେରଳ ପହଞ୍ଚିଲା ଶାହାରୁଖଙ୍କ ‘ମିର୍‌’

କେରଳ ପହଞ୍ଚିଲା ଶାହାରୁଖଙ୍କ ‘ମିର୍‌’

ମୁମ୍ବାଇ,୧୯।୮: କେରଳ ବନ୍ୟାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୩ଶହରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ହଜାର ଲୋକ ବାସଶୂନ୍ୟ ହୋଇ ପଡିଛନ୍ତି। କେବଳ ସେତିକି ନୁହେଁ କୋଟି କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଛି।

୨୫ କୋଟି ଟଙ୍କା ସହ ୫୦ ଆର୍‌ଓ ମେଶିନ୍‌ ଦେଲା ତେଲେଙ୍ଗାନା

୨୫ କୋଟି ଟଙ୍କା ସହ ୫୦ ଆର୍‌ଓ ମେଶିନ୍‌ ଦେଲା ତେଲେଙ୍ଗାନା

ହାଇଦ୍ରାବାଦ,୧୯।୮: ତେଲେଙ୍ଗାନାର ଗୃହମନ୍ତ୍ରୀ ନୈନି ନରଶିଂହା ରେଡ୍ଡୀ ରବିବାର କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ଭେଟି ବନ୍ୟା ପୀଡିତଙ୍କ ପାଇଁ ୨୫କୋଟି ଟଙ୍କାର ଏକ ଚେକ୍‌ ପ୍ରଦାନ କରିଛନ୍ତି। 

ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ଅକ୍ଷୟ କୁମାର

ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ଅକ୍ଷୟ କୁମାର

ମୁମ୍ବାଇ,୧୯।୮: କେରଳରେ ସୃଷ୍ଟି ହୋଇଛି ଭୟାବହ ବନ୍ୟା ପରିସ୍ଥିତି। ଏହି ସମୟରେ ସହାୟତାର ହାତ ବଢାଇଛନ୍ତି ବଲିଉଡ ନାୟକ ଅକ୍ଷୟ କୁମାର ଓ ଫିଲ୍ମ ନିର୍ମାତା ପ୍ରିୟଦର୍ଶନ। ସହାୟତାର ପରିମାଣ କେତେ ତାହା ଜଣା ନ ଥିଲେ ମଧ୍ୟ ପ୍ରିୟଦର୍ଶନ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ଏହି ସୂଚନା ଦେଇଛନ୍ତି। 

ବାରମୂଳାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଜଣେ ଆତଙ୍କବାଦୀ ମୃତ

ବାରମୂଳାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଜଣେ ଆତଙ୍କବାଦୀ ମୃତ

ଶ୍ରୀନଗର, ୧୯।୮: ଜମ୍ମୁ-କଶ୍ମୀର ବାରମୂଳା ଜିଲାରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ଏଥିରେ ଜଣେ ଆତଙ୍କବାଦୀଙ୍କ  ମୃତ୍ୟୁ ଘଟିଛି।  

କେରଳ ବନ୍ୟା: ଉଦ୍ଧାର କାର୍ଯ୍ୟରେ ଲାଗିବ ଇସ୍ରୋର ୫ ଉପଗ୍ରହ

କେରଳ ବନ୍ୟା: ଉଦ୍ଧାର କାର୍ଯ୍ୟରେ ଲାଗିବ ଇସ୍ରୋର ୫ ଉପଗ୍ରହ

ଚେନ୍ନାଇ,୧୯।୮: ଇଣ୍ଡିଆନ୍‌ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେଶନ(ଇସ୍ରୋ)ର ୫ଟି ଉପଗ୍ରହ ଏବେ କେରଳ ବନ୍ୟାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। 

କେରଳ ବନ୍ୟା: ଆନ୍ଧ୍ରପ୍ରଦେଶ ଆଇଏଏସ୍‌ ଅଫିସର ସଂଘ ଦାନ କଲେ ଗୋଟିଏ ଦିନର ଦରମା

କେରଳ ବନ୍ୟା: ଆନ୍ଧ୍ରପ୍ରଦେଶ ଆଇଏଏସ୍‌ ଅଫିସର ସଂଘ ଦାନ କଲେ ଗୋଟିଏ ଦିନର ଦରମା

ଅମରାବତୀ,୧୯।୮: କେରଳ ବନ୍ୟା ପ୍ରଭାବିତଙ୍କ ଲାଗି ବିଭିନ୍ନ ରାଜ୍ୟ ତଥା ସଂଗଠନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଆନ୍ଧ୍ରପ୍ରଦେଶ ଆଇଏଏସ୍‌ ଅଫିିସର ସଂଘ ପକ୍ଷରୁ ଗୋଟିଏ ଦିନର ଦରମା ବନ୍ୟା ପୀଡ଼ିତଙ୍କୁ ଦାନ କରାଯିବ।

କେରଳରେ ପାନୀୟ ଜଳ ସମସ୍ୟା

କେରଳରେ ପାନୀୟ ଜଳ ସମସ୍ୟା

କୋଚି,୧୯।୮: ବନ୍ୟା ଓ ବର୍ଷାରେ ଏବେ ବେହାଲ୍‌ ହୋଇଛି କେରଳ। ଯୁଆଡେ ଚାହିଁବ ସବୁଠି ଖାଲି ପାଣି ଆଉ ପାଣି। ହେଲେ ଏଠି ଏବେ ପିଇବା ପାଣି ମୁନ୍ଦାଏ ମିଳିବା କାଠିକର ପାଠ ହୋଇଛି। 

ରାୟପୁର ମୁହାଁ ଲୋନର୍ସ ଗ୍ରୁପ୍‌ ହାତୀପଲ: ୫ ବର୍ଷରେ ୫୫ ଲୋକଙ୍କ ଜୀବନ ନେଇଛି

ରାୟପୁର ମୁହାଁ ଲୋନର୍ସ ଗ୍ରୁପ୍‌ ହାତୀପଲ: ୫ ବର୍ଷରେ ୫୫ ଲୋକଙ୍କ ଜୀବନ ନେଇଛି

ରାୟପୁର,୧୯।୮: ଛତିଶଗଡ଼ ରାଜ୍ୟ ମୁଖ୍ୟାଳୟ ମୁହାଁ ହୋଇଛନ୍ତି ଉଗ୍ର ହାତୀପଲ ଲୋନର୍ସ ଗ୍ରୁପ୍‌। ଦଳର ୧୪ଟି ହାତୀ ବାଟଭୁଲି ମହାସମୁନ୍ଦ ଜିଲା ସୀମାରେ ରହିଛନ୍ତି। ରାୟପୁରରେ ପ୍ରବେଶ କରିବା ଲାଗି ସେମାନଙ୍କୁ ମହାନଦୀ ପାର ହେବାକୁ ପଡ଼ିବ। 

ମହିଳାଙ୍କୁ ଅଶାଳୀନ ଇଙ୍ଗିତ କରି ଅଡୁଆରେ କନଷ୍ଟେବଳ

ମହିଳାଙ୍କୁ ଅଶାଳୀନ ଇଙ୍ଗିତ କରି ଅଡୁଆରେ କନଷ୍ଟେବଳ

ଲକ୍ଷ୍ନୌ,୧୯।୮: ଉତ୍ତର ପ୍ରଦେଶ ଲକ୍ଷ୍ନୌର ଅଲମବାଗ ଥାନାରେ କାର୍ଯ୍ୟରତ ଜଣେ କନଷ୍ଟେବଳଙ୍କ ଅଶାଳୀନ ଇଙ୍ଗିତରେ ଅତିଷ୍ଠ ହୋଇ ପଡିଛନ୍ତି କେତେଜଣ ସ୍ଥାନୀୟ ମହିଳା। ଏହାକୁ ନେଇ ଉକ୍ତ ମହିଳାମାନେ ସ୍ଥାନୀୟ ଏସ୍‌ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। 

ବଗିକୁ ଛାଡ଼ି ଦୂରନ୍ତୋ ଏକ୍ସପ୍ରେସ୍‌ର ଇଞ୍ଜିନ ଗଲା ଏକ କିମି

ବଗିକୁ ଛାଡ଼ି ଦୂରନ୍ତୋ ଏକ୍ସପ୍ରେସ୍‌ର ଇଞ୍ଜିନ ଗଲା ଏକ କିମି

ଗ୍ବାଲିୟର,୧୯।୮: ଡବରା-ଅନନ୍ତପେଠ ଷ୍ଟେଶନଠାରେ ଘଟିଛି ଏକ ଅଘଟଣ। ଏଠାରେ ଦୂରନ୍ତୋ ଏକ୍ସପ୍ରେସ୍‌ର ଇଞ୍ଜିନ୍‌ ଓ ବଗି ମଧ୍ୟରେ ଥିବା କପଲିଙ୍ଗ୍‌ ଭାଙ୍ଗିଯିବାରୁ ଇଞ୍ଜିନ ବିନା ବଗିରେ ଏକ କିଲୋମିଟର ପଳାଇ ଆସିଥିଲା।

ଆରମ୍ଭ ହେଲା ବାଜପେୟୀଙ୍କ ଅସ୍ଥି କଳସ ଯାତ୍ରା

ଆରମ୍ଭ ହେଲା ବାଜପେୟୀଙ୍କ ଅସ୍ଥି କଳସ ଯାତ୍ରା

ହରିଦ୍ୱାର,୧୯।୮: ବାଜପେୟୀଙ୍କ ଚିତାଭସ୍ମକୁ ନେଇ ଯାଉଥିବା ‘ଅସ୍ଥି କଳସ’ ଯାତ୍ରାରେ ସାମିଲ ହୋଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ, ଭାଜପା ଅଧ୍ୟକ୍ଷ ଅମିତ୍‌ ଶାହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତ ଓ ଅନ୍ୟମାନେ।