ରାଜ୍ୟ | ଅନଗୁଳ-ଢେଙ୍କାନାଳ

ଗାଡ଼ି ପାଇଁ ପାଖରେ ନ ଥିଲା ଟଙ୍କା: କାନ୍ଧରେ ପୁଅର ଶବ ବୋହିଲେ ବାପା

 ଗାଡ଼ି ପାଇଁ ପାଖରେ ନ ଥିଲା ଟଙ୍କା:  କାନ୍ଧରେ ପୁଅର ଶବ ବୋହିଲେ ବାପା
କାମାକ୍ଷାନଗର, ୧୦ା୮(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାରୁ ଘଟିଛି ଏକ ଅଭାବନୀୟ ଘଟଣା। ଗରିବ ବାପା କାନ୍ଧରେ ବୁହାହୋଇଛି ପୁଅର ଶବ। ସାପ କାମୁଡ଼ାରେ ମୃତ୍ୟୁକୁ ପ୍ରାକୃତିକ ବିପର୍ଯ୍ୟୟ ତାଲିକାଭୁକ୍ତ କରାଯାଇଥିବାରୁ ମୃତଦେହର ବ୍ୟବଚ୍ଛେଦ ଜରୁରୀ। ଏ ନେଇ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ମିଳିବାର ବ୍ୟବସ୍ଥା ଅଛି। କିନ୍ତୁ ଏ ସମ୍ପର୍କରେ ମୃତକଙ୍କ ପରିବାରକୁ ସଚେତନ କରାଇ ନ ଥିଲେ କର୍ତ୍ତୃପକ୍ଷ। ଫଳରେ ରାତି ଅଧରେ ମୃତଦେହ ନେଇ ଘରକୁ ଫେରିଯାଇଥିଲେ ସେମାନେ। କିନ୍ତୁ ଉପରୋକ୍ତ ସରକାରୀ ବ୍ୟବସ୍ଥା ସମ୍ପର୍କରେ ପଡ଼ୋଶୀଙ୍କ ଠାରୁ ଜାଣିବା ପରେ ସକାଳେ ପୁଣିଥରେ ମୃତଦେହ ଫେରାଇ ଆଣିଥିଲେ ଡାକ୍ତରଖାନା। ହେଲେ ପାଖରେ ଟଙ୍କା ନ ଥିବାରୁ ବାଧ୍ୟହୋଇ ପୁଅର ଶବକୁ କାନ୍ଧରେ ବୋହି ୫କିମି ବାଟ ଚାଲିଥିଲେ ବାପା। କାମାକ୍ଷାନଗର ବ୍ଲକ କାନପୁରା ପଞ୍ଚାୟତ ଏକତାଳି ଗ୍ରାମର ଜଗା ମୁଣ୍ଡାଙ୍କ ପୁଅ ସୁମନ୍ତ ଗୁରୁବାର ରାତିରେ ସାପ କାମୁଡ଼ାରେ ପ୍ରାଣ ହରାଇଥିଲେ। କ୍ରଶର କ୍ୟାମ୍ପରେ ଶୋଇଥିବା ବେଳେ ରାତି ପ୍ରାୟ ୨ଟାରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ରାତି ୩ଟାରେ ମୃତ୍ୟୁ ଘଟିଥିଲା। ଏହାପରେ ପରିବାର ସଦସ୍ୟ ମୃତଦେହକୁ ଅଟୋରିକ୍ସାରେ ଧରି ଘରକୁ ପଳାଇଥିଲେ। ମୃତଦେହ ବ୍ୟବଚ୍ଛେଦ କରାଇଲେ ସରକାରୀ ସହାୟତା ମିଳିବ ବୋଲି ଗ୍ରାମବାସୀ ଜଗାଙ୍କୁ କହିଥିଲେ। ହେଲେ ପାଖରେ ଟଙ୍କା ନ ଥିବାରୁ ଜଗା, ତାଙ୍କ ଭାଇ ଶ୍ରୀଧର ମୁଣ୍ଡା, ପଡ଼ୋଶୀ ମଙ୍ଗଳ ମୁଣ୍ଡା ଏବଂ ସମ୍ପର୍କୀୟ ସଞ୍ଜୟ ମୁଣ୍ଡାଙ୍କ ସହ ପୁଅର ଶବକୁ କାନ୍ଧରେ ବୋହି ଡାକ୍ତରଖାନା ଆଣିଥିଲେ। କାମାକ୍ଷାନଗର ଥାନାରେ ନଂ. ୧୭/୧୮ରେ ଅପମୃତ୍ୟୁ ମାମଲା ରୁଜୁ କରାଯିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ରେଡ୍‌କ୍ରସ୍‌ ପାଣ୍ଠିରୁ ୨ ହଜାର ଟଙ୍କା ସହାୟତା ଦିଆଯିବା ପରେ ଏକ ଘରୋଇ ଗାଡ଼ିରେ ମୃତଦେହ ଘରକୁ ଅଣାଯାଇଥିଲା। ଏ ସଂକ୍ରାନ୍ତରେ ଡାକ୍ତର ଦିଗାମ୍ବର ସାହୁ କୁହନ୍ତି, ଚିକିତ୍ସାଧୀନ ଅବସ୍ଥାରେ ବାଳକର ମୃତ୍ୟୁ ହୋଇଯାଇଥିଲା। ଏହାପରେ ମୃତଦେହ ବ୍ୟବଚ୍ଛେଦ କରିବାକୁ କୁହାଯାଇଥିଲା। ଜରୁରିକାଳୀନ ଚିକିତ୍ସା ଦାୟିତ୍ୱରେ ଥିବାବେଳେ ସେମାନେ କାହାକୁ ନ ଜଣାଇ ଶବ ନେଇ ଘରକୁ ପଳାଇଥିଲେ। ଏ ନେଇ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା। ପୂର୍ବାହ୍ନ ସାଢେ ୮ଟାରେ ସେମାନେ ପୁଣି ଆସିଥିଲେ। ପୋଲିସ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ଏ ନେଇ ଗରିବ ଜଗା କୁହନ୍ତି, ୫ ସନ୍ତାନ ମଧ୍ୟରୁ ସୁମନ୍ତ ୩ନମ୍ବର। ସେ ତୃତୀୟ ଶ୍ରେଣୀରେ ପଢୁଥିଲେ। ପାଖରେ ଯାହା ଟଙ୍କା ଥିଲା ରାତିରେ ଭଡ଼ାଗାଡ଼ିକୁ ଦେଇଦେଇଥିଲି। ବ୍ୟବଚ୍ଛେଦ କରାଇଲେ ସହାୟତା ମିଳିବ ବୋଲି ଜାଣିବା ପରେ ଡାକ୍ତରଖାନାକୁ ଆସିଥିଲି।
All Right Reserved By

ରାଜ୍ୟ | ଅନଗୁଳ-ଢେଙ୍କାନାଳ

ମୋ ସ୍କୁଲ ଯୋଜନା ଷଷ୍ଠ ପର୍ଯ୍ୟାୟରେ୧୩ଟି ଜିଲାର ୧୯୧୮ଟି ବିଦ୍ୟାଳୟ ସାମିଲ

ମୋ ସ୍କୁଲ ଯୋଜନା ଷଷ୍ଠ ପର୍ଯ୍ୟାୟରେ୧୩ଟି ଜିଲାର ୧୯୧୮ଟି ବିଦ୍ୟାଳୟ ସାମିଲ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଗୋଷ୍ଠୀ ସଂପୃକ୍ତ ଶିକ୍ଷା କାର୍ଯ୍ୟକ୍ରମ ‘ମୋ ସ୍କୁଲ’ ପ୍ରକଳ୍ପର ଷଷ୍ଠ ପର୍ଯ୍ୟାୟରେ ୧୩ ଟି ଜିଲାର ୧୯୧୮ଟି ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ସ୍ଥିର କରାଯାଇଛି।

 ନିମାପଡ଼ାରେ ପୂର୍ବାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା: ଅଂଶ ଗ୍ରହଣ କଲେ ୫ ରାଜ୍ୟର ୬ଶହ ପ୍ରତିଯୋଗୀ

ନିମାପଡ଼ାରେ ପୂର୍ବାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା: ଅଂଶ ଗ୍ରହଣ କଲେ ୫ ରାଜ୍ୟର ୬ଶହ ପ୍ରତିଯୋଗୀ

ନିମାପଡ଼ା,୧୫।୧୨(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ାଠାରେ ଭାରତର ପୂର୍ବାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି।

ଆସୁଛି ବାତ୍ୟା

ଆସୁଛି ବାତ୍ୟା

ଚେନାଇ/ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): ‘ତିତଲି’ ଓ ‘ଗଜ’ ବାତ୍ୟା ପରେ ଚଳିତ ସିଜିନର ତୃତୀୟ ଘୂର୍ଣ୍ଣିବାତ୍ୟା ମାଡି ଆସୁଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଏହି ବାତ୍ୟା ଆସନ୍ତା ସୋମବାର ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।  

ତିତ୍‌ଲି ସହାୟତା ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ତିତ୍‌ଲି ସହାୟତା ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ବାତ୍ୟା ତିତ୍‌ଲି ଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳର ପୁନରୁଦ୍ଧାର ଓ ମରାମତି କାର୍ଯ୍ୟ ପାଇଁ ତୁରନ୍ତ ସହାୟତା ଯୋଗାଇଦେବାକୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ଓଡ଼ିଶାକୁ ଖବ୍‌ ଶୀଘ୍ର ତିତଲି ସହାୟତା ଯୋଗାଇ ଦିଆଯିବ ବୋଲି ରାଜନାଥ ସିଂ ପ୍ରତିଶ୍ରୁତି ଦେଇଛନ୍ତି। ଏ ନେଇ ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ।

ଦାରିଙ୍ଗବାଡ଼ିର  ପାଞ୍ଚ ପଞ୍ଚାୟତରେ‘ପିଠା’ କାର୍ଯ୍ୟକ୍ରମ ଉଦ୍‌ଘାଟନ

ଦାରିଙ୍ଗବାଡ଼ିର ପାଞ୍ଚ ପଞ୍ଚାୟତରେ‘ପିଠା’ କାର୍ଯ୍ୟକ୍ରମ ଉଦ୍‌ଘାଟନ

ଦାରିଙ୍ଗବାଡ଼ି,୧୫।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳର ପାଞ୍ଚୋଟି ପଞ୍ଚାୟତ କାର୍ଯ୍ୟାଳୟରେ ‘ପିଠା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ବାସି ମାଂସ ଖାଇ ୯ ଅସୁସ୍ଥ, ପାପଡ଼ାହାଣ୍ଡି ମେଡିକାଲରେ ଭର୍ତ୍ତି

ବାସି ମାଂସ ଖାଇ ୯ ଅସୁସ୍ଥ, ପାପଡ଼ାହାଣ୍ଡି ମେଡିକାଲରେ ଭର୍ତ୍ତି

ପାପଡ଼ାହାଣ୍ଡି,୧୫।୧୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଡଙ୍ଗରିଗୁଡ଼ା ଗ୍ରାମରେ ବାସି ମାଂସ ଖାଇ ୯ ଜଣ ଝାଡ଼ାବାନ୍ତିର ଶିକାର ହୋଇଥିବା ଜଣାପଡ଼ିଛି। ଆକ୍ରାନ୍ତଙ୍କ ମଧ୍ୟରେ ୫ଜଣ ଛୁଆ, ଜଣେ ମହିଳା ଓ ୩ଜଣ ଲୋକ ରହିଛନ୍ତି। ଆକ୍ରାନ୍ତମାନଙ୍କୁ ପାପଡ଼ାହାଣ୍ଡି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସମସ୍ତଙ୍କର ଚିକିତ୍ସା ଜାରି ରହିଛି।  

ଛୁଆ ଭାଲୁର ମୃତଦେହ ଉଦ୍ଧାର

ଛୁଆ ଭାଲୁର ମୃତଦେହ ଉଦ୍ଧାର

ନବରଙ୍ଗପୁର,୧୫।୧୨(ବି.ପ୍ର.): ନବରଙ୍ଗପୁର ବ୍ଲକ ଭତରା ସିଉନୀ ପଞ୍ଚାୟତ ଉତରା ଗାଁର ନଦୀ ପଠାରେ ଶନିବାର ଏକ ଛୁଆ ଭାଲୁର ମୃତଦେହ ପଡ଼ି ରହିଥିବା ଜଣାପଡ଼ିଛି।

ଭାରସାମ୍ୟ ହରାଇ ବିଲରେ ପଶିଲା ବାଇକ୍‌, ଚାଳକ ମୃତ

ଭାରସାମ୍ୟ ହରାଇ ବିଲରେ ପଶିଲା ବାଇକ୍‌, ଚାଳକ ମୃତ

ପରଜଙ୍ଗ, ୧୫।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ହାତୀଲୁଚାଣି ଠାରୁ କୁଆଳୋ ଯାଇଥିବା ରାସ୍ତାର ଗୁଡିବନ୍ଧ ପୋଖରୀ ନିକଟରେ ବାଇକ ଦୃର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ସେ ହେଲେ କଲଦା ପଞ୍ଚାୟତ ସିଂହଡା ଗ୍ରାମର ପାଣ୍ଡବ ସାହୁ ।

ମାଟ୍ରିକ ପରୀକ୍ଷାର ୨ ନୂଆ  ନିୟମ: ସବ୍‌ଜେକ୍ଟିଭ, ଅବ୍‌ଜେକ୍ଟିଭରେ ୧୫ ମାର୍କ ଲେଖାଏ ରଖିବା ବାଧ୍ୟତାମୂଳକ,  ୪ ପ୍ରଶ୍ନପତ୍ର ସେଟ୍‌ ବଣ୍ଟାଯିବ

ମାଟ୍ରିକ ପରୀକ୍ଷାର ୨ ନୂଆ ନିୟମ: ସବ୍‌ଜେକ୍ଟିଭ, ଅବ୍‌ଜେକ୍ଟିଭରେ ୧୫ ମାର୍କ ଲେଖାଏ ରଖିବା ବାଧ୍ୟତାମୂଳକ, ୪ ପ୍ରଶ୍ନପତ୍ର ସେଟ୍‌ ବଣ୍ଟାଯିବ

କଟକ ଅଫିସ,୧୫।୧୨ -ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ଫେବୃୟାରୀ ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ରେ ଶେଷ ହେବ। ଏହାସହିତ ମଧ୍ୟମା ସଂସ୍କୃତ ପରୀକ୍ଷା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ମଧ୍ୟ ଫେବୃୟାରୀ ୨୨ରୁ ଆରମ୍ଭ ହେବ। ଏଥିନିମନ୍ତେ ବୋର୍ଡ ପକ୍ଷରୁ ଶୁକ୍ରବାର ନିୟମାବଳୀ ଓ ତାରିଖ ଘୋଷଣା କରାଯାଇଛି। ତେବେ ପ୍ରଥମଥର ପାଇଁ ୨ଟି ନୂତନ ନିୟମ କାର୍ଯ୍ୟକାରୀ କରାଯିବ।

ଲଘୁଚାପଜନିତ ବର୍ଷା ଆଶଙ୍କା, ଧାନ ଫସଲ ସୁରକ୍ଷା ଚିନ୍ତାରେ ଚାଷୀ

ଲଘୁଚାପଜନିତ ବର୍ଷା ଆଶଙ୍କା, ଧାନ ଫସଲ ସୁରକ୍ଷା ଚିନ୍ତାରେ ଚାଷୀ

ବୋଲଗଡ଼,୧୫ା୧୨(ଡି.ଏନ.ଏ.)-ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟିି ହୋଇଛି ଏକ ଲଘୁଚାପ। ଏହା ଅବପାତରେ ପରିଣତ ହେବାପରେ ପାଣିପାଗ ବିଭାଗ ପକ୍ଷରୁ ସମ୍ଭାବ୍ୟ ବର୍ଷାର ସୂଚନା ମିଳିଛି। ତେଣୁ ବର୍ଷା ଆଶଙ୍କାରେ ଧାନ ଫସଲର ସୁରକ୍ଷା ନେଇ ବୋଲଗଡ଼ ବ୍ଲକ ଅଞ୍ଚଳର ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। 

ଦ୍ୱିତୀୟ ନାନୋ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଉତ୍ସବ: ଶିଶୁ ଅଧିକାର ସମ୍ପର୍କରେ ଜାଣିଲେ  ଛାତ୍ରୀଛାତ୍ର

ଦ୍ୱିତୀୟ ନାନୋ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଉତ୍ସବ: ଶିଶୁ ଅଧିକାର ସମ୍ପର୍କରେ ଜାଣିଲେ ଛାତ୍ରୀଛାତ୍ର

ପୁରୀ ଅଫିସ,୧୫ା୧୨: ଶିକ୍ଷା ଓ ସଂସ୍କାର ହେଉଛି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ଉପଯୁକ୍ତ ସଂସ୍କାର ବିନା ଶିକ୍ଷାର କୌଣସି ମୂଲ୍ୟ ନାହିଁ। ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ। ଏକ ଉନ୍ନତ ରାଷ୍ଟ୍ରର ପରିକଳ୍ପନା ଲାଗି ଶିଶୁମାନଙ୍କୁ ଶୈଶବ ଅବସ୍ଥାରେ ପ୍ରସ୍ତୁତ କରିବାକୁ ପଡିବ। ଏଥିରେ ପରିବାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ବାର୍ଡ ଫ୍ଲୁ ଆତଙ୍କ: ପ୍ରଥମ ଦିନରେ ମରାଗଲା ୩୯୯ କୁକୁଡ଼ା, ଆଜିଠୁ ଘରୋଇ କୁକୁଡ଼ାମରା ଅଭିଯାନ

ବାର୍ଡ ଫ୍ଲୁ ଆତଙ୍କ: ପ୍ରଥମ ଦିନରେ ମରାଗଲା ୩୯୯ କୁକୁଡ଼ା, ଆଜିଠୁ ଘରୋଇ କୁକୁଡ଼ାମରା ଅଭିଯାନ

କୃଷ୍ଣପ୍ରସାଦ,(ଡି.ଏନ.ଏ.)/ପୁରୀ ଅଫିସ,୧୫ା୧୨: ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ପୁରୀ ଜିଲାରେ ଆତଙ୍କ ଖେଳିଯାଇଛି। ଜିଲା ପ୍ରଶାସନ ତ୍ୱରିତ ପଦକ୍ଷେପ ଗ୍ରହଣ କରି ଶୁକ୍ରବାରଠାରୁ କୁକୁଡ଼ାମରା ଅଭିଯାନ ଆରମ୍ଭ କରିଛି। ପ୍ରଥମ ଦିନରେ ୫ଟି ଟିମ୍‌ କୃଷ୍ଣପ୍ରସାଦ ବ୍ଲକ ବୁଦ୍ଧିବର ପଞ୍ଚାୟତର ସଂକ୍ରମିତ ଗାଁ ସାନସାହି ଓ ପଥରଗଞ୍ଜରେ ଥିବା ୨ଟି ଫାର୍ମରୁ ୩୯୯ କୁକୁଡ଼ା ମାରିଛନ୍ତି।