ରାଜ୍ୟ |

ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାର: ବିଶେଷଜ୍ଞ କମିଟିର ଜନଶୁଣାଣି

ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାର: ବିଶେଷଜ୍ଞ କମିଟିର ଜନଶୁଣାଣି
ପୁରୀ ଅଫିସ, ୧୦।୮: ଶ୍ରୀମନ୍ଦିରର ପରିଚାଳନାଗତ ସଂସ୍କାର ଲାଗି ଦାଏର ଜନସ୍ବାର୍ଥ ମାମଲାର ଶୁଣାଣିକରି ସୁପ୍ରିମକୋର୍ଟ କେତେକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। ଏହି ଆଦେଶ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଗଠନ କରିଥିବା ୩ ଜଣିଆ ବିଶେଷଜ୍ଞ କମିଟି ଜନଶୁଣାଣି କରିଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଏହି ଜନଶୁଣାଣି ଆରମ୍ଭ ହୋଇଛି।ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶୁଣାଣିରେ ଇଚ୍ଛୁକ ଜନସାଧାରଣ ଏବଂ ସେବକମାନେ ଉପସ୍ଥିତ ରହି ନିଜର ଲିଖିତ କିମ୍ବା ମୌଖିକ ମତ ରଖୁଛନ୍ତି। ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିରର ପୂର୍ବତନ ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର କମିଟିର ଅଧ୍ୟକ୍ଷ ଥିବାବେଳେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମହିମୋହନ ତ୍ରିପାଠୀ ଏବଂ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସଦସ୍ୟ ରହିଛନ୍ତି। ଏହି କମିଟି ଭାରତର ବୈଷ୍ଣୋଦେବୀ ମନ୍ଦିର, ସୋମନାଥ ମନ୍ଦିର, ସ୍ବର୍ଣ୍ଣ ମନ୍ଦିର, ତିରୁପତି ମନ୍ଦିର ଆଦି ପରିଦର୍ଶନ କରି ସେଠାକାର ପରିଚାଳନା ବ୍ୟବସ୍ଥାକୁ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କୁହାଯାଇଛି।
All Right Reserved By

ରାଜ୍ୟ |

ଚେନ୍ନାଇ ମୁହାଁ ସାମୁଦ୍ରିକ ଝଡ଼

ଚେନ୍ନାଇ ମୁହାଁ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍‌ ଡିପ୍ରେଶନରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ରେ ରୂପାନ୍ତରୀତ ହେବାର ସମ୍ଭାବନା ରହିଛି। ଗୁରୁବାର ଏହା ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତିପଥ ବଦଳାଇଛି। 

ଗାଇଡ୍‌ଲାଇନ ମାନୁନାହାନ୍ତି ସରକାର:ଏନ୍‌ସିପିସିଆର

ଭୁବନେଶ୍ୱର,୧୪।୧୨ (ବ୍ୟୁରୋ): ଶିଶୁମାନଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାର ଗମ୍ଭୀର ନୁହଁନ୍ତି। ରାଜ୍ୟ ସରକାର ଜାତୀୟ ଶିଶୁ ସୁରକ୍ଷା ଅଧିକାର(ଏନସିପିସିଆର)ଗାଇଡ୍‌ ଲାଇନକୁ ମାନୁ ନାହାନ୍ତି।  ବିଭିନ୍ନ ଛାତ୍ରାବାସରେ ରହୁଥିବା ୧ରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ବର୍ଷେ ପୂର୍ବରୁ ଦିଆଯାଇଥିବା ଗାଇଡଲାଇନକୁ ରାଜ୍ୟ ସରକାର ଅଣଦେଖା କରିଛନ୍ତି। 

୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ:  ମହିଳା ପ୍ରାର୍ଥୀ କାହାନ୍ତି

୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ: ମହିଳା ପ୍ରାର୍ଥୀ କାହାନ୍ତି

ଭୁବନେଶ୍ୱର, ୧୪।୧୨(ସୁନିତ୍‌ ମିଶ୍ର):ମହିଳାମାନଙ୍କ ପାଇଁ ପାର୍ଲାମେଣ୍ଟ ଏବଂ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ହେଉ। ଏ ସମ୍ପର୍କିତ ସଂକଳ୍ପ ପ୍ରସ୍ତାବ ନିକଟରେ ଓଡିଶା ବିଧାନସଭାରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ଏହାପରେ ପ୍ରସ୍ତାବକୁ ଖୁବ୍‌ଶୀଘ୍ର ଆଇନରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। 

ମାର୍ଚ୍ଚ ୭ରୁ ଯୁକ୍ତ ଦୁଇ ପରୀକ୍ଷା

ମାର୍ଚ୍ଚ ୭ରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ଆସନ୍ତା ମାର୍ଚ୍ଚ ୭ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ । ଏହା ୩୦ ତାରିଖ ଯାଏ ଚାଲିବ। ଜାନୁୟାରୀ ୨୮ରୁ ଫେବୃୟାରୀ ୨ ତାରିଖ ଯାଏ ବିଭିନ୍ନ ବିଷୟର ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ପରୀକ୍ଷା ଅନୁଷ୍ଠିତ ହେବ।  ଏ ନେଇ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଭାରତର ବିଦା: ସେମିଫାଇନାଲରେ ବେଲଜିୟମ, ନେଦରଲାଣ୍ଡ୍ସ

ଭାରତର ବିଦା: ସେମିଫାଇନାଲରେ ବେଲଜିୟମ, ନେଦରଲାଣ୍ଡ୍ସ

ଭୁବନେଶ୍ୱର, ୧୪।୧୨ (କ୍ରୀଡ଼ା ପ୍ରତିନିଧି):  ଘରୋଇ ପରିବେଶ, ଭରପୂର ଦର୍ଶକ ସମର୍ଥନ, କଳିଙ୍ଗ ଷ୍ଟାଡିୟମର ନୂଆ ସର୍ଫେସରେ ଦୀର୍ଘ ୨ ମାସର ଅଭ୍ୟାସ କାମ ଦେଲାନି। ପର୍ଯ୍ୟାପ୍ତ ସୁଯୋଗ ସତ୍ତ୍ବେ ଏହାର ସଦୁପଯୋଗ କରିି ନ ପାରି ଭାରତୀୟ ଦଳ ଶେଷରେ ହାର ମାନିଲା।

ନାଇଜରରେ ଅନ୍ତର୍ଜାତୀୟ ଆଇସିମାଗ୍‌ମା ସମ୍ମିଳନୀ ଉଦ୍‌ଯାପିତ

ନାଇଜରରେ ଅନ୍ତର୍ଜାତୀୟ ଆଇସିମାଗ୍‌ମା ସମ୍ମିଳନୀ ଉଦ୍‌ଯାପିତ

ଜଟଣୀ,୧୪|୧୨(ଡି.ଏନ.ଏ.): ଜଟଣୀସ୍ଥିତ ନାଇଜର ପରିସରରେ ଚାଲିଥିବା ଚୁମ୍ବକୀୟ ବସ୍ତୁ ଓ ତା’ର ପ୍ରୟୋଗ ଉପରେ ଅନ୍ତର୍ଜାତୀୟ ଆଇସିମାଗ୍‌ମା-୨୦୧୮ ସମ୍ମିଳନୀ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ନାଇଜର ପଦାର୍ଥ ବିଜ୍ଞାନ ବିଭାଗ ଓ ଜାତୀୟ ଚୁମ୍ବକୀୟ ସଂସ୍ଥାନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ସମ୍ମିଳନୀରେ ଭାରତ ସମେତ ୧୭ଟି ଦେଶର ୪୫୦ରୁ ଅଧିକ ଗବେଷକ ଓ ବୈଜ୍ଞାନକ ଯୋଗ ଦେଇଥିଲେ। 

ଝିଅ ଜନ୍ମ କରିବାରୁ ଶାଶୁ ଘର ଲୋକେ ତଡିଦେଲେ  : ୩ ମାସର  ଶିଶୁକନ୍ୟା ସହ ରାସ୍ତାରେ ଜନନୀ

ଝିଅ ଜନ୍ମ କରିବାରୁ ଶାଶୁ ଘର ଲୋକେ ତଡିଦେଲେ : ୩ ମାସର ଶିଶୁକନ୍ୟା ସହ ରାସ୍ତାରେ ଜନନୀ

ଖୋର୍ଦ୍ଧା ଅଫିସ,୧୪|୧୨:ଝିଅ ଜନ୍ମ କରିବାରୁ ଶାଶୁଘର ଲୋକେ ମାଡ ମାରି ଘରୁ ବିଦା କରିଦେଲେ। ଭିନ୍ନ ସମ୍ପ୍ରଦାୟରେ ବିବାହ କରିଥିବାରୁ ପୂର୍ବରୁ ବାପଘର ସହ ସମ୍ପର୍କ ଛିନ୍ନ ହୋଇଥିଲା। ବାପ ଓ ଶାଶୁ ଘରର ଦ୍ୱାର ସବୁଦିନ ପାଇଁ ବନ୍ଦ ହୋଇଯିବା ପରେ ୩ ମାସର ଶିଶୁକନ୍ୟା ସହ ବାସହୀନ ୧୯ ବର୍ଷୀୟା ମା’ ବାଣପୁର ବଜାରରେ ଘୂରି ବୁଲୁଛନ୍ତି। କ’ଣ କରିବେ, କିପରି ଚଳିବେ, କେଉଁଠି ରହିବେ ଓ ଶିଶୁକନ୍ୟାକୁ କିପରି ବଡ କରିବେ ସେଇ ଚିନ୍ତା ତାଙ୍କୁ ବାର ଦ୍ୱାର କରାଉଛି। 

କୃଷ୍ଣପ୍ରସାଦରେ ବାର୍ଡ ଫ୍ଲୁ: ଆଜିଠାରୁ କୁକୁଡ଼ା ମରା ଅଭିଯାନ

କୃଷ୍ଣପ୍ରସାଦରେ ବାର୍ଡ ଫ୍ଲୁ: ଆଜିଠାରୁ କୁକୁଡ଼ା ମରା ଅଭିଯାନ

ପୁରୀ ଅଫିସ/କୃଷ୍ଣପ୍ରସାଦ(ଡି.ଏନ.ଏ.) ୧୪ା୧୨: ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକରେ ଚଳିତ ବର୍ଷର ପ୍ରଥମ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି। ୧୦ ତାରିଖରେ ଭୋପାଳକୁ ପରୀକ୍ଷା ପଠାଯାଇଥିବ ନମୁନା ପଜିଟିଭ ଥିବା ଗୁରୁବାର ରିପୋର୍ଟ ପହଞ୍ଚତ୍ଛି। କୃଷ୍ଣପ୍ରସାଦର ବିଭିନ୍ନ ଅଞ୍ଚଳରେ ମରିଥିବା କାଉଙ୍କ ଦେହରେ ଏଚ୍‌ଫାଇଭଏନ୍‌ୱାନ୍‌ ଭୂତାଣୁ ଚିହ୍ନଟ ହେବା ପରେ ଏହାକୁ ନେଇ ଜିଲା ପ୍ରଶାସନ ତତ୍ପରତା ପ୍ରକାଶ କରିଛି। 

ଶ୍ରୀମନ୍ଦିରରେ ଘୋଡ଼ ଲାଗି ବେଶ ଆରମ୍ଭ: ଦାରୁଦିଅଁ ପିନ୍ଧିଲେ ଶୀତବସ୍ତ୍ର

ଶ୍ରୀମନ୍ଦିରରେ ଘୋଡ଼ ଲାଗି ବେଶ ଆରମ୍ଭ: ଦାରୁଦିଅଁ ପିନ୍ଧିଲେ ଶୀତବସ୍ତ୍ର

ପୁରୀ ଅଫିସ,୧୪।୧୨: ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀମନ୍ଦିରରେ ଭଉଣୀ ଭାଇଙ୍କ ସହ ଅବସ୍ଥାନ କରି ମାନବୀୟ ଲୀଳା କରୁଛନ୍ତି। ଏହି କ୍ରମରେ ଖରାଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ମହାପ୍ରଭୁ ଚନ୍ଦନ ଯାତ୍ରା କରିଥାନ୍ତି।

ମାଛଧରା କଟକଣାକୁ ପୂରୁଛି ଦେଢ଼ମାସ: ମଲେଣି ୧୨୫ ଅଲିଭ ରିଡ୍‌ଲେ

ମାଛଧରା କଟକଣାକୁ ପୂରୁଛି ଦେଢ଼ମାସ: ମଲେଣି ୧୨୫ ଅଲିଭ ରିଡ୍‌ଲେ

ପୁରୀ ଅଫିସ,୧୪ା୧୨: ନଭେମ୍ବର ମାସରୁ ଲକ୍ଷାଧିକ ସଂଖ୍ୟାରେ ଅଲିଭ ରିଡ୍‌ଲେ କଇଁଛ ଓଡ଼ିଶା ଉପକୂଳକୁ ଆସିବା ଆରମ୍ଭ କରନ୍ତି। କୂଳଠାରୁ ୫ରୁ ୧୦ କିମି ମଧ୍ୟରେ ସେମାନଙ୍କର ମିଳନ ହୁଏ। ବିଶେଷକରି ଓଡ଼ିଶାର ଗହୀରମଥା, ଋଷିକୁଲ୍ୟା ମୁହାଣ ବେଳାଭୂମି ଏବଂ ପୁରୀ ଜିଲା ଅସ୍ତରଙ୍ଗ ଦେବୀନଦୀ ମୁହାଣ ଉପକୂଳ ଅଞ୍ଚଳରେ ଅଲିଭ ରିଡ୍‌ଲେ ଅଧିକ ସଂଖ୍ୟାରେ ଦେଖାଯାଆନ୍ତି।

ଡଟ୍‌ ଫେଷ୍ଟ୍‌: ଆଖି ଖୋସିଦେଲା ‘ଫ୍ୟୁଜନ୍‌ ଫିଏଷ୍ଟା’

ଡଟ୍‌ ଫେଷ୍ଟ୍‌: ଆଖି ଖୋସିଦେଲା ‘ଫ୍ୟୁଜନ୍‌ ଫିଏଷ୍ଟା’

ଭୁବନେଶ୍ୱର,୧୪।୧୨(ବ୍ୟୁରୋ)- ନାଚ ଓ ଗୀତର ଫ୍ୟୁଜନ୍‌ରେ ଗୁରୁବାର ମୁଖରିତ ହୋଇଥିଲା ଡଟ୍‌ ଫେଷ୍ଟ୍‌ ମଞ୍ଚ। ‘ଭି ଡ୍ୟାନ୍ସ କମ୍ପାନୀ’ର ଧୁମ୍‌ଧଡକ୍‌ ନାଚ ସାଙ୍ଗକୁ କଣ୍ଠଶିଳ୍ପୀ ଅଙ୍କୁର ତିଓ୍ବାରୀଙ୍କ ମନଛୁଅଁା ଗୀତର ମଜା ନେଇଥିଲେ ଦର୍ଶକ। ସଙ୍ଗୀତ ଏବଂ ନୃତ୍ୟ କ୍ଷେତ୍ରରେ ଦେଶର ଶ୍ରେଷ୍ଠ ଦଳ ଓ ଶ୍ରେଷ୍ଠ କଳାକାରଙ୍କୁ ମଞ୍ଚରେ ଲାଇଭ୍‌ ଦେଖିଥିଲେ ଭୁବନେଶ୍ୱରବାସୀ।

ନନ୍ଦନକାନନ ସାଇକେଲ ଟ୍ରେଲ୍‌: ସାଇକେଲରେ ବୁଲି ପ୍ରକୃତିର ମଜାନେଲେ ପର୍ଯ୍ୟଟକ

ନନ୍ଦନକାନନ ସାଇକେଲ ଟ୍ରେଲ୍‌: ସାଇକେଲରେ ବୁଲି ପ୍ରକୃତିର ମଜାନେଲେ ପର୍ଯ୍ୟଟକ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ)- ହେରିଟେଜ୍‌ ସାଇକେଲ ଟୁର୍‌ ପରେ ଏବେ ନନ୍ଦନକାନନ ସାଇକେଲ ଟ୍ରେଲ୍‌ ତଥା ନେଚର ସାଇକେଲ ଟ୍ରେଲ୍‌ ଭଳି ଆଉ ଏକ ନୂଆ କନ୍‌ସେପ୍ଟ ନେଇଆସିଛି ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ(ବିଡିଏ)। ବିଡିଏ ପକ୍ଷରୁ ପ୍ଲେବୁକ୍‌ କନ୍‌ସଲଟାନ୍ସି ସହାୟତାରେ ଆରମ୍ଭ ହୋଇଛି ନନ୍ଦନକାନନ ସାଇକେଲ ଟ୍ରେଲ୍‌।