ଅନ୍ତର୍ଜାତୀୟ |

ଇମ୍ରାନ୍‌ଙ୍କୁ ମିଳିଲା ୨୮ ସ୍ବାଧୀନ ସଦସ୍ୟଙ୍କ ସମର୍ଥନ

ଇମ୍ରାନ୍‌ଙ୍କୁ ମିଳିଲା ୨୮ ସ୍ବାଧୀନ ସଦସ୍ୟଙ୍କ ସମର୍ଥନ
ଇସଲାମାବାଦ୍‌,୧୦।୮: ପାକିସ୍ତାନ ନିର୍ବାଚନରେ ଇମ୍ରାନ୍‌ ଖଁାଙ୍କ ରାଜନୈତିକ ଦଳ ପିଟିଆଇ(ପାକିସ୍ତାନ ତେହରିକ୍‌-ଇ ଇନସାଫ୍‌)ପାଇଁ ଆସିଛି ଖୁସିର ଖବର। ସଂଖ୍ୟା ଗରିଷ୍ଠତା ହାଲ କରିଥିଲେ ମଧ୍ୟ ପିଟିଆଇ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍‌ ନମ୍ବରଠାରୁ ଦୂରରେ ରହିଛି। ତେବେ ଏହି ସମସ୍ୟାର ସମାଧାନ ଶୀଘ୍ର ହେବାର ଆଶା ସୃଷ୍ଟି ହୋଇଛି। ପିଟିଆଇକୁ ୨୮ ଜଣ ସ୍ବାଧୀନ ସଦସ୍ୟଙ୍କ ସମର୍ଥନ ମିଳିଛି। ଏହାଦ୍ୱାରା ଇମ୍ରାନ୍‌ଙ୍କ ପାଖରେ ଏବେ ମୋଟ୍‌ ସଦସ୍ୟଙ୍କ ସଂଖ୍ୟା ୧୪୪ରେ ପହଞ୍ଚିଛି। ପୂର୍ବରୁ ଇମ୍ରାନ୍‌ ଅଗଷ୍ଟ୧୧ରେ ଶପଥ ଗ୍ରହଣ କରିବେ ବୋଲି କୁହାଯାଉଥିଲା। ତେବେ ଏବେ ସେ ଅଗଷ୍ଟ ୧୫ କିମ୍ବା ୧୬ରେ ଶପଥ ନେବାର ସମ୍ଭାବନା ଥିବା ଦଳ ପକ୍ଷରୁ କୁହାଯାଇଛି।
All Right Reserved By

ଅନ୍ତର୍ଜାତୀୟ |

୨ ବର୍ଷର ଶିଶୁ ଦିନକୁ ପାନ କରୁଛନ୍ତି ୪୦ ସିଗାରେଟ୍‌

୨ ବର୍ଷର ଶିଶୁ ଦିନକୁ ପାନ କରୁଛନ୍ତି ୪୦ ସିଗାରେଟ୍‌

ଜାକର୍ତ୍ତା,୧୯।୮: ଇଣ୍ଡୋନେସିଆର ପଶ୍ଚିମଭାଗରେ ଥିବା ଜାଭାର ସୁକାଭୁମୀ ପ୍ରାନ୍ତରେ ରହୁଥିବା ରପି ଆନନ୍ଦ ପମୁଙ୍ଗା ନାମକ ଏକ ୨ ବର୍ଷର ଶିଶୁ ଏବେ ଦିନକୁ ପ୍ରାୟ ୪୦ଟି ସିଗାରେଟ୍‌ ଟାଣୁଥିବା କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। 

ଧରାହେଲେ ଦାଉଦଙ୍କ ଫାଇନାନ୍ସ ମ୍ୟାନେଜର

ଧରାହେଲେ ଦାଉଦଙ୍କ ଫାଇନାନ୍ସ ମ୍ୟାନେଜର

ଲଣ୍ଡନ,୧୯।୮: ମୁମ୍ବାଇରେ ୧୯୯୩ରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣର ମୁଖ୍ୟ ତଥା ଅଣ୍ଡର ଓ୍ବାର୍ଲଡ ଡନ୍‌ ଦାଉଦ୍‌ ଇବ୍ରାହିମଙ୍କ ଫାଇନାନ୍ସ ମ୍ୟାନେଜର ଜବିର ମୋତି ଲଣ୍ଡନର ହିଲଟନ୍‌ ହୋଟେଲରୁ ଧରାପଡିଛନ୍ତି। 

ଇଣ୍ଡୋନେସିଆରେ ପୁଣି ଭୂକମ୍ପ

ଇଣ୍ଡୋନେସିଆରେ ପୁଣି ଭୂକମ୍ପ

ଲୋମ୍ବକୋ,୧୯।୮: ଇଣ୍ଡୋନେସିଆ ଲୋମ୍ବକୋ ଦ୍ୱୀପରେ ରବିବାର ପୁଣି ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୩ ଥିଲା ବୋଲି ଆମେରିକା ଜିଓଲୋଜିକାଲ ସର୍ଭେ ପକ୍ଷରୁ ସୂଚିତ କରାଯାଇଛି।

ଫିଜିରେ ଭୂକମ୍ପ

ଫିଜିରେ ଭୂକମ୍ପ

ସୁବା,୧୯।୮:  ଫିଜିରେ ରବିବାର ତୀବ୍ର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୮.୨ ଥିଲା ବୋଲି  ଆମେରିକା ଜିଓଲୋଜିକାଲ ସର୍ଭେ ପକ୍ଷରୁ ସୂଚିତ କରାଯାଇଛି।

ପରପାରିରେ କୋଫି ଆନ୍ନନ୍‌

ପରପାରିରେ କୋଫି ଆନ୍ନନ୍‌

ଓ୍ବାଶିଂଟନ,୧୮।୮:  ଜାତିସଂଘର ପୂର୍ବତନ ମହାସଚିବ ତଥା ନୋବେଲ ବିଜେତା କୋଫି ଆନ୍ନନ୍‌ଙ୍କର ପରଲୋକ ହୋଇଛି। ୮୦ ବର୍ଷ ବୟସରେ ଶନିବାର ତାଙ୍କର ପରଲୋକ ହୋଇଛି। ୧୯୩୮ରେ ଘାନାରେ ଜନ୍ମ ଗ୍ରହଣ କରିଥିବା ଆନ୍ନନ୍‌ ଜାତିସଂଘର ସପ୍ତମ ମହାସଚିବ ଭାବେ କାର୍ଯ୍ୟ କରିଥିଲେ। 

ପାକିସ୍ତାନର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ଆଲିଙ୍ଗନ କଲେ ସିଦ୍ଧୁ

ପାକିସ୍ତାନର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ଆଲିଙ୍ଗନ କଲେ ସିଦ୍ଧୁ

ଇସ୍‌ଲାମାବାଦ,୧୮।୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଶନିବାର ଇମ୍ରାନ୍‌ ଖାଁଙ୍କ ଶପଥ ଗ୍ରହଣ ଉତ୍ସବରେ ପଞ୍ଜାବର କଂଗ୍ରେସ ନେତା ନଭଜୋତ ସିଂ ସିଦ୍ଧୁ ଯୋଗ ଦେଇଛନ୍ତି।

ଆତ୍ମବିଶ୍ୱାସ ବୃଦ୍ଧି ଲାଗି କଏଦୀଙ୍କୁ ଦିଆଯାଉଛି କବିତା ଲେଖିବା ଶିକ୍ଷା

ଆତ୍ମବିଶ୍ୱାସ ବୃଦ୍ଧି ଲାଗି କଏଦୀଙ୍କୁ ଦିଆଯାଉଛି କବିତା ଲେଖିବା ଶିକ୍ଷା

ଓ୍ବାଶିଂଟନ,୧୮।୮: ଆମେରିକାରେ ମହିଳା କଏଦୀଙ୍କ ଆତ୍ମବିଶ୍ୱାସ ବୃଦ୍ଧି ଲାଗି ଇଂଲିଶ୍‌ର କବିତା ଲେଖିବା ଶିକ୍ଷା ଦିଆଯାଉଛି। ଇତିମଧ୍ୟରେ ସ୍ଥାନୀୟ ଓକଲାହେମ୍‌ ଜେଲ୍‌ରେ ଥିବା ୨୫ ଶହ ଅନ୍ତେବାସୀଙ୍କୁ ଏଭଳି ଶିକ୍ଷା ପ୍ରଦାନ କରାଯାଇଛି।

ଇମ୍ରାନ୍‌ଙ୍କ ନୂଆ ଇନିଂସ୍‌ ଆରମ୍ଭ

ଇମ୍ରାନ୍‌ଙ୍କ ନୂଆ ଇନିଂସ୍‌ ଆରମ୍ଭ

ଇସଲାମାବାଦ୍‌, ୧୮।୮: ପାକିସ୍ତାନରେ ଇମ୍ରାନ୍‌ ଖାଁ ଆରମ୍ଭ କରିଛନ୍ତି ନୂଆ ଇନିଂସ୍‌। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ଶନିବାର ଦେଶର ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ୍‌ ଶପଥ ଗ୍ରହଣ କରିଛନ୍ତି। 

କୋଷ୍ଟାରିକାରେ ଭୂକମ୍ପ

କୋଷ୍ଟାରିକାରେ ଭୂକମ୍ପ

ସାନ୍‌ ଜୋସେ,୧୮।୮:  ଦକ୍ଷିଣ କୋଷ୍ଟାରିକାରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୧ ଥିଲା ବୋଲି ଆମେରିକା ଜିଓଲୋଜିକାଲ ସର୍ଭେ ପକ୍ଷରୁ ସୂଚିତ କରାଯାଇଛି। 

ଭାରତ-ଆମେରିକା ଅଟଳଙ୍କ ପ୍ରଦର୍ଶିତ ପଥକୁ ଅନୁସରଣ କରୁଛନ୍ତି: ମାଇକ୍‌

ଭାରତ-ଆମେରିକା ଅଟଳଙ୍କ ପ୍ରଦର୍ଶିତ ପଥକୁ ଅନୁସରଣ କରୁଛନ୍ତି: ମାଇକ୍‌

ଓ୍ବାଶିଂଟନ,୧୭।୮: ଭାରତ-ଆମେରିକା ସବୁବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ପ୍ରଦର୍ଶିତ ପଥକୁ ଅନୁସରଣ କରୁଛନ୍ତି। 

ଟ୍ରମ୍ପ୍‌ଙ୍କ ମନ୍ତବ୍ୟକୁ ନିନ୍ଦା କଲେ ୩୫୦ରୁ ଅଧିକ ଖବର କାଗଜ

ଟ୍ରମ୍ପ୍‌ଙ୍କ ମନ୍ତବ୍ୟକୁ ନିନ୍ଦା କଲେ ୩୫୦ରୁ ଅଧିକ ଖବର କାଗଜ

ଓ୍ବାଶିଂଟନ,୧୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କ ମିଡ଼ିଆ ବିରୋଧୀ ମନ୍ତବ୍ୟକୁ ଦେଶର ୩୫୦ରୁ ଅଧିକ ଖବର କାଗଜ ନିନ୍ଦା କରିଛନ୍ତି। 

ଭାରତ-ପାକିସ୍ତାନ ଶାନ୍ତି ପ୍ରୟାସ ହେବ ଅଟଳଙ୍କ  ପାଇଁ ଶ୍ରେଷ୍ଠ ସମ୍ମାନ

ଭାରତ-ପାକିସ୍ତାନ ଶାନ୍ତି ପ୍ରୟାସ ହେବ ଅଟଳଙ୍କ ପାଇଁ ଶ୍ରେଷ୍ଠ ସମ୍ମାନ

ଇସଲାମାବାଦ୍‌,୧୭।୮: ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରୟାସ ଦ୍ୱାରା ହିଁ ବିଶ୍ୱନେତା ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରେଷ୍ଠ ସମ୍ମାନ ପ୍ରଦର୍ଶନ କରାଯାଇ ପାରିବ। ଏନେଇ ପାକିସ୍ତାନ ପକ୍ଷରୁ ଇମ୍ରାନ୍‌ ଖାଁ ସୂଚିତ କରିଛନ୍ତି।