ମେଟ୍ରୋ |

ସାମାଜିକ ସୁରକ୍ଷା ଯୋଜନାର ସମୀକ୍ଷା କଲେ ନୂଆ ଜିଲାପାଳ

ସାମାଜିକ ସୁରକ୍ଷା ଯୋଜନାର ସମୀକ୍ଷା କଲେ ନୂଆ ଜିଲାପାଳ
ପୁରୀ ଅଫିସ, ୧୦ା୮: ଅସହାୟ, ଭିନ୍ନକ୍ଷମ, ବୃଦ୍ଧାବୃଦ୍ଧମାନଙ୍କୁ ସାମାଜିକ ନିରାପତ୍ତା ଯୋଗାଇ ଦେବାଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। କିନ୍ତୁ ପୁରୀ ଜିଲାରେ ସାମାଜିକ ସୁରକ୍ଷା ଯୋଜନା ଏକରକମ ଫେଲ ମାରିଛି। ଭତ୍ତା ପାଇଁ ବୃଦ୍ଧା, ବୃଦ୍ଧ ଓ ଭିନ୍ନକ୍ଷମ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ବାରମ୍ବାର ଦୌଡୁଥିଲେ ହେଁ ଭତ୍ତା ପାଉନାହାନ୍ତି। ଅନ୍ୟପକ୍ଷରେ ଜିଲାରେ ୨୬,୦୯୯ ଭତ୍ତା ଟାର୍ଗେଟ ରହିଛି। ଜିଲା ସାମାଜିକ ସୁରକ୍ଷା ଯୋଜନାର ସମୀକ୍ଷା ବୈଠକରୁ ଏହି ତଥ୍ୟ ମିଳିଛି। ନୂତନ ଜିଲାପାଳ ଜ୍ୟୋତି ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ଗୁରୁବାର ସ୍ଥାନୀୟ ଭୂଅର୍ଜନ ସମ୍ମିଳନୀ କକ୍ଷରେ ସାମାଜିକ ସୁରକ୍ଷା ଯୋଜନାର ଜିଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ମଧୁବାବୁ ପେନସନ ଯୋଜନାରେ ୧୮୯୭୧, ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ୪୦୬୧, ବିଧବା ଭତ୍ତା ୧୪୭୫ ଓ ୧୫୯୨ ଭିନ୍ନକ୍ଷମ ଭତ୍ତା ଟାର୍ଗେଟ ରହିଛି। ଏକମାସ ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ଉପଯୁକ୍ତ ହିତାଧିକାରୀ ଚୟନ କରି ଟାର୍ଗେଟ ପୂରଣ ଲାଗି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ କେତେଜଣ ଭତ୍ତାଧାରୀଙ୍କ ମୃତ୍ୟୁ ହୋଇଥିଲେ ହେଁ ତାଲିକାରୁ ନାଁ କଟୁନାହିଁ। ଏହାକୁ ନେଇ ବୈଠକରେ ଜିଲାପାଳ ଅସନ୍ତୋଷ ପ୍ରକାଶ କରିଛନ୍ତି। ଭତ୍ତାଧାରୀଙ୍କ ଆକାଉଣ୍ଟକୁ ଆଧାର ସଂଯୋଗ କରିବା ଲାଗି ନିର୍ଦ୍ଦେଶ ରହିଛି। ପୁରୀ ଜିଲାରେ ଏହା ଧିମା ରହିଛି। ଏହି କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଡାକ୍ତର ଓ କର୍ମଚାରୀ ଅଭାବ ଯୋଗୁ ଜିଲାରେ ୨ବର୍ଷ ହେଲା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ହୋଇନାହିଁ। ଆସନ୍ତା ୨୪ତାରିଖରୁ ବିଭିନ୍ନ ବ୍ଲକରେ ଏହି ଶିବିର ହେବାକୁ ସ୍ଥିର ହୋଇଛି। ଏହାସହିତ ଜିଲା ସଦର ମହକୁମାରେ ଏକ ମେଗା ଶିବିର ଅନୁଷ୍ଠିତ ହେବ। ଅନ୍‌ଲାଇନ ମାଧ୍ୟମରେ ଭିନ୍ନକ୍ଷମ ପ୍ରମାଣପତ୍ର ଦିଆଯିବାର ବ୍ୟବସ୍ଥା ରହିଛି। ଜିଲାରେ ୪୪୭୨ଜଣ ଆବେଦନ କରିଥିବା ବେଳେ ମାତ୍ର ୧୦୮୪ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ଦିଆଯାଇଥିବା ବୈଠକରେ ଆଲୋଚନା ହୋଇଛି। ୩୩୮୮ଜଣଙ୍କ ଆବେଦନ ପଡିରହିଛି। ପ୍ରତି ବ୍ଲକରେ ବରିଷ୍ଠ ନାଗରିକ ସଂଘ ଗଠନ ହେବ। ଏହାସହିତ ଜିଲାସ୍ତରରେ ବରିଷ୍ଠ ନାଗରିକ ସଂଘ ଗଠନ କରାଯିବ। ସଂଘ ଗଠନ ଦିଗରେ ପଦକ୍ଷେପ ନେବାକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲାରେ କିନ୍ନର, ଭିକାରି, କୁଷ୍ଠରୋଗାକ୍ରାନ୍ତ ଓ ଅନାଥ ଲୋକଙ୍କ ସର୍ଭେ କରାଯିବ। ସେମାନଙ୍କ ଥଇଥାନ ଲାଗି ପଦକ୍ଷେପ ନେବାକୁ ଆଲୋଚନା ହୋଇଛି। ବର୍ତ୍ତମାନ ସୁଦ୍ଧା ୩୫ କିନ୍ନର, ୨୨୦ ଭିକାରିଙ୍କୁ ଚିହ୍ନଟ କରାଯାଇଛି। ୩୧୪ କୁଷ୍ଠରୋଗୀ ଚିହ୍ନଟ ହୋଇ ମଧୁବାବୁ ପେନସନ୍‌ ଯୋଜନାରେ ଭତ୍ତା ପାଉଛନ୍ତି। ବୈଠକରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ସଂଯୋଜକ ଉଦ୍ଧବ ଚନ୍ଦ୍ର ମାଝି, ସିଡିଏମ୍‌ଓ(ଇନଚାର୍ଜ) ଭାସ୍କର ସାମନ୍ତରାୟ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।
All Right Reserved By

ମେଟ୍ରୋ |

୮୦ ଲକ୍ଷ ଟଙ୍କା ଅନିୟମିତତା, କର୍ମଚାରୀ ଗିରଫ

୮୦ ଲକ୍ଷ ଟଙ୍କା ଅନିୟମିତତା, କର୍ମଚାରୀ ଗିରଫ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ)-  ଶହୀଦନଗର ଥାନା ଅନ୍ତର୍ଗତ ଏକ କାର ଶୋରୁମର ଆକାଉଣ୍ଟସ୍‌ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ବିରୋଧରେ ୮୦ ଲକ୍ଷ ଟଙ୍କାର ଅନିୟମିତତା ଅଭିଯୋଗ ହୋଇଛି। 

୭ ଡିଗ୍ରୀରେ ଫୁଲବାଣୀ

୭ ଡିଗ୍ରୀରେ ଫୁଲବାଣୀ

ଭୁବନେଶ୍ୱର, ୧୦।୧୨(ବ୍ୟୁରୋ)- ସାରା ରାଜ୍ୟରେ ବର୍ତ୍ତମାନ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ସନ୍ଧ୍ୟା ହେଲେ ଅଧିକ ଶୀତ ଅନୁଭୂତ ହେଉଛି। ରବିବାର ଫୁଲବାଣୀ ଜିଲାରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ କରାଯାଇଛି। 

ଅଭିଭାବକଙ୍କୁ ସରକାର ଦେଲେ ପରାମର୍ଶ: ‘ଏନ୍‌ଓସି ପାଇ ନ ଥିବା ସ୍କୁଲରେ ପିଲାଙ୍କୁ ପଢ଼ାନ୍ତୁ ନାହିଁ’

ଅଭିଭାବକଙ୍କୁ ସରକାର ଦେଲେ ପରାମର୍ଶ: ‘ଏନ୍‌ଓସି ପାଇ ନ ଥିବା ସ୍କୁଲରେ ପିଲାଙ୍କୁ ପଢ଼ାନ୍ତୁ ନାହିଁ’

ଭୁବନେଶ୍ୱର, ୧୦।୧୨(ବ୍ୟୁରୋ)- ରାଜ୍ୟରେ ଛତୁ ଫୁଟିଲା ଭଳି ଇଂଲିଶ ମିଡିୟମ ସ୍କୁଲ ଖୋଲୁଛି। କିନ୍ତୁ ଅନେକଗୁଡ଼ିଏ ଇଂଲିଶ ମିଡିୟମ ସ୍କୁଲ ସରକାରଙ୍କ ବିନା ଏନ୍‌ଓସିରେ ଚାଲିଛି। ଏସବୁ ପବ୍ଲିକ ସ୍କୁଲ୍‌ରେ ନିଜ ପିଲାଙ୍କୁ ନ ପଢ଼ାଇବାକୁ ରାଜ୍ୟ ସରକାର ଅଭିଭାବକମାନଙ୍କୁ ପରାମର୍ଶ ଦେଇଛନ୍ତି। ଯଦି ସେଠାରେ ନିଜ ପିଲାମାନଙ୍କୁ ପଢ଼ାଉଛନ୍ତି ତେବେ ତୁରନ୍ତ ଯାଞ୍ଚ କରିନିଅନ୍ତୁ ବୋଲି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। 

ନାଚ, ଖେଳକୁଦରେ ଉଛୁଳିପଡ଼ିଲା ଜନପଥ: ଶୀତୁଆ ସକାଳରେ ଏକାଠି ହେଲେ ରାଜଧାନୀବାସୀ

ନାଚ, ଖେଳକୁଦରେ ଉଛୁଳିପଡ଼ିଲା ଜନପଥ: ଶୀତୁଆ ସକାଳରେ ଏକାଠି ହେଲେ ରାଜଧାନୀବାସୀ

ଭୁବନେଶ୍ୱର,୧୦ା୧୨ (ବ୍ୟୁରୋ)- କଳିଙ୍ଗ ଷ୍ଟାଡିୟମରେ ଚାଲୁଥିବା ହକି ବିଶ୍ୱକପ୍‌ ପାଇଁ ରାଜଧାନୀରେ ଏକ ପ୍ରକାର ଉତ୍ସବ ଲାଗି ରହିଛି।  ଭୁବନେଶ୍ୱରରେ ଡଟ୍‌ ଫେଷ୍ଟ, ଫୁଡ୍‌ ଫେଷ୍ଟ୍‌ଠାରୁ ଆରମ୍ଭ କରି ପଥ ଉତ୍ସବ ଆଦି ଏକାଧିକ କାର୍ଯ୍ୟକ୍ରମ ଚାଲିଥିବାବେଳେ ପୁରୀରେ ମଡ୍‌ ଫେଷ୍ଟ୍‌ର ଆୟୋଜନ କରାଯାଇଥିଲା। ହେଲେ ରବିବାର ସକାଳେ ଅନୁଷ୍ଠିତ ପଥ ଉତ୍ସବ ଭିନ୍ନ ଆକର୍ଷଣ ପାଲଟିଛି।

ଖୋଲିବ ବଜ୍ରକାପ୍ତା ଚୋରା ଚାଲାଣ ପେଡ଼ି: ବିଦେଶ ଯାଇପାରେ ଏସ୍‌ଟିଏଫ୍‌ ଟିମ୍‌

ଖୋଲିବ ବଜ୍ରକାପ୍ତା ଚୋରା ଚାଲାଣ ପେଡ଼ି: ବିଦେଶ ଯାଇପାରେ ଏସ୍‌ଟିଏଫ୍‌ ଟିମ୍‌

ଭୁବନେଶ୍ୱର,୧୦।୧୨ (ବ୍ୟୁରୋ)- ଖୋଲିବ ବଜ୍ରକାପ୍ତା ଚୋରା ଚାଲାଣର ବିଦେଶ ଲିଙ୍କ୍‌।  ଏହି ଘଟଣାରେ ଶୁକ୍ରବାର ମୟୂରଭଞ୍ଜ ଜିଲା ଉଦଳାରୁ ଗିରଫ ୪ଜଣଙ୍କ ମଧ୍ୟରୁ ଦୁଇ ଅଭିଯୁକ୍ତ ଦେବେନ୍ଦ୍ର ଦାଶ ଓ ରଘୁନାଥ ବେହେରାଙ୍କୁ ରିମାଣ୍ଡରେ ଆଣିବ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌। 

ରେଷ୍ଟୁରାଣ୍ଟ ମାଲିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରେଷ୍ଟୁରାଣ୍ଟ ମାଲିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୧୦ା୧୨(ବ୍ୟୁରୋ)- ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଶିଳ୍ପାଞ୍ଚଳରେ ରହୁଥିବା ଜଣେ ରେଷ୍ଟୁରାଣ୍ଟ ମାଲିକଙ୍କ ଝୁଲନ୍ତା ମୃତଦେହକୁ ରବିବାର ତାଙ୍କ ଭଡ଼ାଘରୁ ପୋଲିସ ଉଦ୍ଧାର କରିଛି। ମୃତକ ହେଲେ କନ୍ଧମାଳ ଜିଲା ଫୁଲବାଣୀ ଟାଉନ୍‌ ଥାନା ଅଧୀନ ମଙ୍ଗଳାସାହିର ଗୌରୀଶଙ୍କର ଦାସଙ୍କ ପୁଅ ଗିରିଶ କୁମାର ଦାସ (୩୦)। ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା (ନଂ.୧୦୪/୧୮) ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଓପାଫ୍‌ର ନୂତନ କାର୍ଯ୍ୟକର୍ତ୍ତା ନିର୍ବାଚିତ

ଓପାଫ୍‌ର ନୂତନ କାର୍ଯ୍ୟକର୍ତ୍ତା ନିର୍ବାଚିତ

ଭୁବନେଶ୍ୱର, ୧୦।୧୨(ବ୍ୟୁରୋ)- ଅର୍ଗାନାଇଜେଶନ ଅଫ୍‌ ପ୍ୟାରେଣ୍ଟସ୍‌ ଆସୋସିଏଶନ୍‌ସ ଫୋରମ(ଓପାଫ୍‌)ର ପ୍ରଥମ ସାଧାରଣ ନିର୍ବାଚନ ସଭା ରବିବାର ୟୁନିଟ୍‌-୮ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।

ବିଶ୍ୱବାସୀଙ୍କ ମନ ଜିଣୁଛି ହକି ଆନ୍ଥେମ୍‌: ୧୦ ମିଲିୟନ୍‌ ହୃଦୟ ଛୁଇଁଲା ‘ଜୟ ହିନ୍ଦ୍‌’

ବିଶ୍ୱବାସୀଙ୍କ ମନ ଜିଣୁଛି ହକି ଆନ୍ଥେମ୍‌: ୧୦ ମିଲିୟନ୍‌ ହୃଦୟ ଛୁଇଁଲା ‘ଜୟ ହିନ୍ଦ୍‌’

ଭୁବନେଶ୍ୱର,୧୦।୧୨(ବ୍ୟୁରୋ)-ଗୁଲ୍‌ଜାରଙ୍କ କଲମରୁ ଏବଂ ବିଶିଷ୍ଟ ସଙ୍ଗୀତଜ୍ଞ ଏ.ଆର୍‌. ରହମନ୍‌ଙ୍କ ସ୍ବର ଓ ନିର୍ଦ୍ଦେଶନାରେ ପ୍ରସ୍ତୁତ ହକି ଆନ୍ଥେମ୍‌ ସମଗ୍ର ବିଶ୍ୱବାସୀଙ୍କ ମନ ଜିଣିଛି। ଓଡ଼ିଶା ହକି ବିଶ୍ୱକପ୍‌ ୨୦୧୮ ଲାଗି ରହମନ୍‌ଙ୍କ ଦ୍ୱାରା ପ୍ରସ୍ତୁତ ‘ଜୟ ହିନ୍ଦ୍‌ ହିନ୍ଦ୍‌ ଜୟ ଇଣ୍ଡିଆ’ ଗୀତ ଏବେ ଚାରିଆଡ଼େ ଚହଳ ସୃଷ୍ଟି କରିଛି। ଉଦ୍‌ଘାଟନୀ ସମାରୋହରେ ରହମନ୍‌ଙ୍କ କଣ୍ଠରୁ ଏହି ଗୀତ ଶୁଣିବା ପରେ ସମଗ୍ର ଦେଶ ଏବେ ଏହା ପ୍ରେମରେ ପଡ଼ିଯାଇଛି। 

ମହାନ୍‌ ସଂସ୍କୃତିର ବାର୍ତ୍ତା ଦିଏ ନୂଆଁଖାଇ: ମୁଖ୍ୟମନ୍ତ୍ରୀ

ମହାନ୍‌ ସଂସ୍କୃତିର ବାର୍ତ୍ତା ଦିଏ ନୂଆଁଖାଇ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ)- ଆମ ମହାନ୍‌ ସଂସ୍କୃତିରେ  ନୂଆଁଖାଇ ଏକ ବଡ଼ପର୍ବ। ବଡ଼ମାନଙ୍କୁ ସମ୍ମାନ ଓ ସମସ୍ତଙ୍କୁ ସାଥିରେ ନେଇ କାମ କରିବାକୁ ଏହି ପର୍ବ ପ୍ରେରଣା ଦିଏ।  ନୂଆଁଖାଇର ମହାନ୍‌ ବାର୍ତ୍ତାକୁ ନେଇ କାମ କଲେ, ଆମେ ଏକ ଆଦର୍ଶ ସମାଜ ଓ ସମୃଦ୍ଧ ରାଜ୍ୟ ଗଠନ କରିପାରିବା। ରବିବାର ୟୁନିଟ୍‌-୯ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଆୟୋଜିତ  ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

ଗଠନ ହେଲା ରାଜ୍ୟ ବରିଷ୍ଠ ନାଗରିକ ମହିଳା ମହାସଂଘ: ବୟସ୍କ ମହିଳାଙ୍କ ସ୍ବାର୍ଥରକ୍ଷା ନିମନ୍ତେ କାର୍ଯ୍ୟ କରିବ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ)-ବରିଷ୍ଠ ନାଗରିକ ମଞ୍ଚ ପରେ କେବଳ ମହିଳାଙ୍କୁ ନେଇ ପ୍ରଥମ ଥର ପାଇଁ ଗଠିତ ହୋଇଛି ରାଜ୍ୟ ବରିଷ୍ଠ ନାଗରିକ ମହିଳା ମହାସଂଘ। ବରମୁଣ୍ଡାସ୍ଥିତ ବୋଉ ଫାଉଣ୍ଡେଶନ ପରିସରରେ ରବିବାର ଆନୁଷ୍ଠାନିକ ଭାବେ ମହାସଂଘ ଗଠନ ହେବା ସହ ଏହାର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାସହ ମହାସଂଘର ପ୍ରଥମ ରାଜ୍ୟ କାର୍ଯ୍ୟକାରୀ କମିଟି ମଧ୍ୟ ସ୍ଥିରୀକୃତ ହୋଇଥିଲା। 

ସରିଲା ମଡ୍‌ ଫେଷ୍ଟ: ନାଚି ନଚାଇଲେ ପ୍ରିୟଙ୍କା

ସରିଲା ମଡ୍‌ ଫେଷ୍ଟ: ନାଚି ନଚାଇଲେ ପ୍ରିୟଙ୍କା

ପୁରୀ ଅଫିସ, ୧୦ା୧୨: ପୁରୀ ବେଳାଭୂମିରେ ଚାଲିଥିବା ଦୁଇଦିନିଆ ମଡ୍‌ ଫେଷ୍ଟ ରବିବାର ଉଦ୍‌ଯାପିତ ହୋଇଛି। ଉଦ୍‌ଯାପନୀ ସନ୍ଧ୍ୟାର ଖାସ୍‌ ଆକର୍ଷଣ ଥିଲେ ବଲିଉଡ ଗାୟିକା ତଥା ଇଣ୍ଡିଆନ ଆଇଡଲ-୪ର ଫାଇନାଲିଷ୍ଟ ପ୍ରିୟଙ୍କା ନେଗୀ। ଏକାଧିକ ଧୁମ୍‌ଧଡାକ ଗୀତ ପରିବେଷଣ କରି ବେଳାଭୂମିର ଶୀତୁଆ ସନ୍ଧ୍ୟାରେ ଉଷ୍ମତା ଭରିଦେଇଥିଲେ। ଗୀତର ତାଳେ ତାଳେ ନିଜେ ନାଚିବା ସହ ଦର୍ଶକଙ୍କୁ ନଚାଇଥିଲେ। 

ଶ୍ରୀମନ୍ଦିରରେ ନାହିଁ ଭକ୍ତିମୟ ପରିବେଶ: ଗଜପତି

ଶ୍ରୀମନ୍ଦିରରେ ନାହିଁ ଭକ୍ତିମୟ ପରିବେଶ: ଗଜପତି

ପୁରୀ ଅଫିସ, ୧୦ା୧୨: ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ପରମ୍ପରା ବିଶ୍ୱକୁ ଦିଗ୍‌ଦର୍ଶନ ଦେଉଛି। ଅଥଚ ପୁରୁଷୋତ୍ତମ ଧାମରେ ତାହାର ଓଲଟା ଛବି ଦେଖିବାକୁ ମିଳୁଛି। ଶ୍ରୀ ଜଗନ୍ନାଥ ସଂସ୍କୃତି, ପରମ୍ପରାରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଶ୍ରୀଜଗନ୍ନାଥ ଚେତନା ଆରମ୍ଭ ପୁରୁଷୋତ୍ତମ କ୍ଷେତ୍ରରୁ। ଏହାର ମୂଳ କେନ୍ଦ୍ର ହେଉଛି ଶ୍ରୀମନ୍ଦିର। ଯଦି ସେ ସଂସ୍କୃତି, ସଭ୍ୟତା ଶ୍ରୀମନ୍ଦିରରେ ଦେଖିବାକୁ ମିଳିବ ନାହିଁ ତେବେ କ’ଣ ପ୍ରଚାର କରିବେ ବୋଲି କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ।