

ରାଜ୍ୟ |

ଅଜଣା, ଅସହାୟ ବୃଦ୍ଧ ଉଦ୍ଧାର: ବୃଦ୍ଧାଶ୍ରମରେ ରଖିବାକୁ ଅନୁରୋଧ
କେନ୍ଦୁଝର,୨୨।୨(ସ୍ବ.ପ୍ର.):କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶୁକ୍ରବାର ଜଣେ ଅଜଣା ବୃଦ୍ଧଙ୍କୁ ପୋଲିସ ଉଦ୍ଧାରକରି ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି। ଡିଏସ୍ପି ଡିଆଇବି ହରିଶ ପାଣ୍ଡେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ମେଡିକାଲରେ ଭର୍ତ୍ତି କରିବାକୁ ପଦକ୍ଷେପ ନେଇଛନ୍ତି।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଛୁରାମାଡ଼, ଯୁବକ ମୃତ
ଖୋର୍ଦ୍ଧା ଅଫିସ,୨୨।୨: ଖୋର୍ଦ୍ଧା ଜିଲା ଜଟଣୀ ବିକାଶନଗରରେ ଶୁକ୍ରବାର ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଏଥିରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରାକେଶ ତ୍ରିପାଠୀ।

ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ୨୮୩.୨୪୦ଗ୍ରାମର ସୁନା ଜବତ: ସାର୍ଟ ବୋତାମରେ ଲୁଚାଇ ଆଣୁଥିଲେ ଯାତ୍ରୀ
ଭୁବନେଶ୍ୱର,୨୨।୨(ବ୍ୟୁରୋ): ଭୁବନେଶ୍ୱର ବିମାନବନ୍ଦରରୁ ଶୁକ୍ରବାର କଷ୍ଟମ୍ ବିଭାଗ ୨୮୩.୨୪୦ଗ୍ରାମର ସୁନା ଜବତ କରିଛନ୍ତି। ଏହାର ମୂଲ୍ୟ ପାଖାପାଖି ୧୦ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ବିପଜ୍ଜନକ ଭାବେ ଡଙ୍ଗାରେ ନଦୀ ପାରହୋଇ ପରୀକ୍ଷା ଦେବାକୁ ଗଲେ ପରୀକ୍ଷାର୍ଥୀ
କାକଟପୁର,୨୨।୨(ଡି.ଏନ୍.ଏ.): ଶୁକ୍ରବାରଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଅସ୍ତରଙ୍ଗ ବ୍ଲକ ଦ୍ୱୀପାଞ୍ଚଳଭାବେ ପରିଚିତ ତାଳଦା ପଞ୍ଚାୟତର ଏଡ଼ବାଂଶଠାରେ ଥିବା ପଢ଼ିଆରୀ ବିଦ୍ୟାପୀଠର ସେଣ୍ଟର ଅସ୍ତରଙ୍ଗ ବ୍ଳକ ସୁନ୍ଦର ଗ୍ରାମସ୍ଥିତ ଏସ୍ଏନ୍ ବିଦ୍ୟାପୀଠରେ ପଡିଛି। ଏଣୁ ମାଟ୍ରିକ ପରୀକ୍ଷା ଦେବାକୁ ଶୁକ୍ରବାର ସକାଳୁ ୪୦ ଛାତ୍ରୀଛାତ୍ର ଡଙ୍ଗାରେ ବିପଜ୍ଜନକଭାବେ ଦେବୀ ନଦୀ ପାରହୋଇ ପରୀକ୍ଷା ଦେବାକୁ ଯାଇଛନ୍ତି।

ମାଟ୍ରିକ ପରୀକ୍ଷା ଆରମ୍ଭ: ଗଞ୍ଜାମରେ ୫୨ହଜାର ପରୀକ୍ଷାର୍ଥୀ
ବ୍ରହ୍ମପୁର ଅଫିସ,୨୨ା୨: ଚଳିତବର୍ଷର ମାଟ୍ରିକ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ଗଞ୍ଜାମ ଜିଲାରେ ୨୨୯ଟି କେନ୍ଦ୍ରରେ ୫୨ହଜାର ୪୩୩ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଏଥିରେ ୪୮ହଜାର ୭୭୬ ରେଗୁଲାର, ୨୬୨୪ ଏକ୍ସ ରେଗୁଲାର, ପତ୍ର ବିନିମୟ କୋର୍ସ ରେଗୁଲାର ୩୩୭ ଏବଂ ଏକ୍ସରେଗୁଲାର ୩୯, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ୨୬୪ ଏବଂ ଏକ୍ସ ରେଗୁଲାର ୨୬୫, ମଧ୍ୟମା ରେଗୁଲାର ୧୨୧ ଏବଂ ଏକ୍ସ ରେଗୁଲାର ୭ ପରୀକ୍ଷାର୍ଥୀ ରହିଛନ୍ତି।

ଶୁଣ୍ଢରେ ଟେକି କଚାଡ଼ିଲା ହାତୀ, ବୃଦ୍ଧ ଗୁରୁତର
ଖୋର୍ଦ୍ଧା ଅଫିସ,୨୨।୨: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଛଣିଆ ଗ୍ରାମର ଜଣେ ବୃଦ୍ଧ ଶୁକ୍ରବାର ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ଗ୍ରାମର ସନ୍ଥ ଚମ୍ପତୀ(୬୫)।

ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ବେଳେ ଧକ୍କାଦେଲା ଟ୍ରକ୍: ପରୀକ୍ଷାର୍ଥୀଙ୍କ ସମେତ ୩ ଗୁରୁତର, ଟ୍ରକ୍ ଫେରାର
ପରଜଙ୍ଗ,୨୨।୨(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ. ଜାତୀୟ ରାଜପଥର ବାରିହାପୁର ଢାବା ନିକଟରେ ଶୁକ୍ରବାର ସକାଳ ୭ଟାରେ ଏକ ବାଇକ୍କୁ ଟ୍ରକ୍ ଧକ୍କା ଦେଇଛି। ଏଥିରେ ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଥିବା ଜଣେ ଛାତ୍ରଙ୍କ ସମେତ ୩ ଗୁରୁତର ଆହତ ହୋଇଛନ୍ତି।

ପାକିସ୍ତାନ ଗଣମାଧ୍ୟମରେ ବିଧାୟକଙ୍କ ଭିଡିଓ
କଟକ ଅଫିସ, ୨୨ା୨: କଟକ ଜିଲା ବିଜେଡି ସଭାପତି ତଥା ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଏକ ଭିଡିଓ ପାକିସ୍ତାନ ଗଣମାଧ୍ୟମରେ ପ୍ରସାରିତ ହେଉଛି। ଜମ୍ମୁ-କଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ନିଆଳି ଥାନା ଅଧୀନ ରତନପୁର ପଞ୍ଚାୟତ ଗଜାବର ଗ୍ରାମର ସିଆର୍ପିଏଫ୍ ଯବାନ ମନୋଜ ବେହେରା ଶହୀଦ ହୋଇଥିଲେ।

ଆଜିଠାରୁ ମାଟ୍ରିକ ପରୀକ୍ଷା
କଟକ ଅଫିସ,୨୨ା୨: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ୨୦୧୯ ମାଟ୍ରିକ ପରୀକ୍ଷା, ମଧ୍ୟମା ପରୀକ୍ଷା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହେବ। ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ବୋର୍ଡ ସଭାପତି ଡ. ଜହଁଆରା ବେଗମ ସୂଚନା ଦେଇଛନ୍ତି। ୩୦୪ ନୋଡାଲ ସେଣ୍ଟର ଓ ୧୦୦ ପରୀକ୍ଷାକେନ୍ଦ୍ରରେ ଚଳିତବର୍ଷ ସିସି କ୍ୟାମେରା ଖଞ୍ଜାଯାଇଛି। ଓରିଏଣ୍ଟେଶନ କାର୍ଯ୍ୟକ୍ରମ ମାଧ୍ୟମରେ ସ୍କ୍ବାଡ୍ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ମଧ୍ୟ ଡ. ବେଗମ କହିଛନ୍ତି।

ଜମି ବିକିବା ଆଳରେ ଜାତି ବଦଳାଇ ଏକାଧିକ ଠକେଇ: ବାପ, ପୁଅଙ୍କୁ ଗିରଫକଲା ଇଓଡବ୍ଲ୍ୟୁ
ଭୁବନେଶ୍ୱର, ୨୨|୨(ବ୍ୟୁରୋ)- ଜମି ବିକ୍ରି ଆଳରେ ଜାଲ୍ କାଗଜପତ୍ରରେ ଜାତି ବଦଳାଇ ଏକାଧିକ ଲୋକଙ୍କଠାରୁ ବହୁ ଲକ୍ଷ ଟଙ୍କା ଠକେଇ କରିଥିବା ବାପ ଓ ପୁଅଙ୍କୁ ଗୁରୁବାର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି। ସେମାନେ ହେଲେ ଇନ୍ଫୋସିଟି ଥାନା ଅନ୍ତର୍ଗତ କାନାନବିହାର ଅଞ୍ଚଳର ଅମରେଶ୍ୱର ଦାସ ଓ ତାଙ୍କ ପୁଅ ରତ୍ନାକର ଦାସ।

ମିଳିଲାନି ଆଡମିଟ୍ କାର୍ଡ, ମାଟ୍ରିକ ପରୀକ୍ଷାରୁ ଛାତ୍ର ବଞ୍ଚିତ
ପୁରୀ ଅଫିସ,୨୨|୨: ଗତବର୍ଷ ମାଟ୍ରିକ ପରୀକ୍ଷା ମଝିରେ ବାପା ଚାଲିଗଲେ। ମାନସିକ ଅବସ୍ଥା ଠିକ୍ ରହିଲା ନାହିଁ। ପରୀକ୍ଷାରେ ଫେଲ୍ ହେଲି। ସପ୍ଲିମେଣ୍ଟାରୀ ପରୀକ୍ଷାରେ ଭଲ କରିପାରିଲି ନାହିଁ। ଆଶା କରିଥିଲି ଚଳିତବର୍ଷ ପରୀକ୍ଷା ଦେବି।

ଆଜିଠୁ ଆଇସିଏସ୍ଇ ଦଶମ ପରୀକ୍ଷା
ଭୁବନେଶ୍ୱର,୨୨।୨(ବ୍ୟୁରୋ)- କାଉନ୍ସିଲ ଫର୍ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍ ଏକ୍ଜାମିନେଶନ(ସିଆଇଏସ୍ସିଇ) ଦ୍ୱାରା ପରିଚାଳିତ ଇଣ୍ଡିଆନ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରୀ ଏଜୁକେଶନ(ଆଇସିଏସ୍ଇ)ର ଦଶମ ଶ୍ରେଣୀ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହେଉଛି।