ରାଜ୍ୟ |

ଘରୋଇ ସ୍କୁଲ ଫି’ ବୃଦ୍ଧି ଉପରେ ଲାଗିବ ଅଙ୍କୁଶ

ଘରୋଇ ସ୍କୁଲ ଫି’ ବୃଦ୍ଧି ଉପରେ ଲାଗିବ ଅଙ୍କୁଶ
ଭୁବନେଶ୍ୱର,୧୦।୮(ବ୍ୟୁରୋ): ଘରୋଇ ସ୍କୁଲ ଉପରେ ପଡ଼ିବ ଚଡ଼କ। ଆଉ ମନଇଚ୍ଛା ଫି’ ଆଦାୟ କରିପାରିବେ ନାହିଁ। ସ୍କୁଲ ଫି’ ବୃଦ୍ଧିକୁ ନେଇ ଅନେକ ସମୟରେ ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୁବ୍‌ଶୀଘ୍ର ଏକ ଆଇନ ଆଣିବାକୁ ଯାଉଛନ୍ତି। ଆଇନ ଆସିବା ପୂର୍ବରୁ ଚଳିତ ମାସରେ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯିବ । ପରବର୍ତ୍ତୀ ସମୟରେ କ୍ୟାବିନେଟ ଅନୁମୋଦନ ପରେ ଅଧ୍ୟାଦେଶ ଜାରି କରାଯିବ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାର ଘରୋଇ ସ୍କୁଲରେ ନାମ ଲେଖା ଫି ବୃଦ୍ଧି ଉପରେ କଟକଣା ଲଗାଇବା ସହିତ ବାର୍ଷିକ ସର୍ବାଧିକ ୮ରୁ ୯ ପ୍ରତିଶତ ବୃଦ୍ଧି କରିବାକୁ ଅନୁମତି ଦେବେ ବୋଲି ଜଣାପଡିଛି। ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ଏହି ଫି’ ନିର୍ଦ୍ଧାରଣ ବ୍ୟବସ୍ଥା ଲାଗୁ କରାଯିବ। ଯଦି କୌଣସି ସ୍କୁଲ ଛାତ୍ରୀଛାତ୍ରଙ୍କଠାରୁ ଅଧିକ ଫି’ ନେଇଥିବେ ତେବେ ତାହା ପରବର୍ତ୍ତୀ ବର୍ଷ ପାଇଁ ଆଡଜଷ୍ଟ କରିବେ। ଏହି ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କଲେ ସମ୍ପୃକ୍ତ ଘରୋଇ ସ୍କୁଲ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସ୍ଥା ହୋଇଛି। ପ୍ରଥମଥର ଉଲ୍ଲଂଘନ କଲେ ସମ୍ପୃକ୍ତ ସ୍କୁଲକୁ ୧ ଲକ୍ଷ ଟଙ୍କା ଜରିମାନା କରାଯିବ। ଦ୍ୱିତୀୟ ଥର ପାଇଁ ୫ ଲକ୍ଷ ଓ ୩ୟ ଥର ଉଲ୍ଲଂଘନ କଲେ ସ୍କୁଲର ସ୍ବୀକୃତି ପ୍ରତ୍ୟାହାର କରିନିଆଯିବ ବୋଲି ଜଣାପଡିଛି। ଫି’ ନିର୍ଦ୍ଧାରଣ ନେଇ ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଶୁଣିବା ପାଇଁ ବ୍ଲକ, ଜିଲା ଓ ରାଜ୍ୟସ୍ତରରେ ଏକ ଆପିଲେଟ ଅଥରିଟି ଗଠନ କରାଯିବ। ଫି’ ସମସ୍ୟା ଦୂର କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ସେହି କମିଟିରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଅଧ୍ୟକ୍ଷ ଥିବାବେଳେ ଆଇନ ବିଭାଗ ଓ ଅର୍ଥ ବିଭାଗ ଅଧିକାରୀ, ଘରୋଇ ସ୍କୁଲରୁ ୩ଜଣ, ଅଭିଭାବକ ସଂଘରୁ ୩ ଜଣ, ବ୍ରହ୍ମପୁର ଓ ସମ୍ବଲପୁର ଅଞ୍ଚଳରୁ ଜଣେ ଲେଖାଏ ପ୍ରତିନିଧି ରହିଛନ୍ତି। ଇତିମଧ୍ୟରେ ୪ଥର ବୈଠକ ବସି ସାରିଲାଣି। ଜୁଲାଇ ୩୧ତାରିଖରେ ଶେଷ ବୈଠକ ବସିଥିଲା। କମିଟିର ନିଷ୍ପତ୍ତିକୁ ଆଇନରେ ପରିଣତ କରିବା ପୂର୍ବରୁ ରାଜ୍ୟ ସରକାର ବିଜ୍ଞପ୍ତି ଜରିଆରେ ଫି’ବୃଦ୍ଧି ସମ୍ପର୍କିତ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ୧୨ଟି ରାଜ୍ୟର ଫି’ ଷ୍ଟ୍ରକ୍ଚରକୁ ଦେଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଗଠନ କରାଯାଇଥିବା କମିଟି ଚୂଡାନ୍ତ ନିଷ୍ପତ୍ତି ନେବାକୁ ଯାଉଛି। ମାସକ ମଧ୍ୟରେ ସ୍କୁଲ ଫି’ ନେଇ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ସେ କହିଛନ୍ତି ବିଭିନ୍ନ ରାଜ୍ୟର ଫି’କୁ ଦେଖି କମିଟିରେ ଏ ନେଇ ବିସ୍ତୃତ ଆଲୋଚନା ହେବା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି। ଆଇନ ଓ ଅର୍ଥ ବିଭାଗର ଅନୁମୋଦନ କ୍ରମେ ଘରୋଇ ସ୍କୁଲଗୁଡିକର ଫି’ ବୃଦ୍ଧି ନିଷ୍ପତ୍ତି ନିଆଯାଇଛି। ତେବେ ଉତ୍ତରପ୍ରଦେଶ ସରକାର ନେଇଥିବା ନିଷ୍ପତ୍ତି ଆଧାରରେ ରାଜ୍ୟରେ ଫି’ ନିର୍ଦ୍ଧାରଣ କରାଯିବ ବୋଲି ସଚିବ ସୂଚନା ଦେଇଛନ୍ତି। ଫି’ ନିର୍ଦ୍ଧାରଣ ପୂର୍ବରୁ କମିଟି ୧୦୦ ଅଭିଭାବକ ଓ ଘରୋଇ ସ୍କୁଲ ସଂଘଠାରୁ ମତାମତ ନେଇଛନ୍ତି। ମୋଟ ୧୪୦ଟି ପ୍ରସ୍ତାବ ଆସିଥିଲା। ଅଭିଭାବକ ସଂଘ ବାର୍ଷିକ ଫି’ ନିର୍ଦ୍ଧାରଣ ୭ରୁ ୮ ପ୍ରତିଶତ କରିବାକୁ ଦାବି କରୁଥିବା ବେଳେ ସ୍କୁଲ ସଂଘ ୧୦ ପ୍ରତିଶତ ବୃଦ୍ଧି ନେଇ ଅଡି ବସିଛି। ଏହାକୁ ତର୍ଜମା କରି ଆସନ୍ତା ସପ୍ତାହକ ମଧ୍ୟରେ କମିଟି ସରକାରଙ୍କୁ ରିପୋର୍ଟ ଦେବ ବୋଲି କମିଟିର ଅଧ୍ୟକ୍ଷ ତଥା ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀ କହିଛନ୍ତି। ରାଜ୍ୟରେ ଛତୁ ଫୁଟିବା ଭଳି ଘରୋଇ ସ୍କୁଲ ଖୋଲିବାରେ ଲାଗିଛି। ନାମକରା ସ୍କୁଲଗୁଡିକ ମନଇଚ୍ଛା ସ୍କୁଲ ଫି’ ବୃଦ୍ଧି କରୁଛନ୍ତି। ଏପରିକି ୧୫ରୁ ୨୦ ପ୍ରତିଶତ ବାର୍ଷିକ ଫି’ ବୃଦ୍ଧି କରି ଅଭିଭାବକଙ୍କ ଉପରେ ବୋଝ ଲଦି ଚାଲିଛନ୍ତି।
All Right Reserved By

ରାଜ୍ୟ |

ଜମି ରହିଛି ବର୍ଷାଜଳ, ନିଷ୍କାସନ ଲାଗି ପଦକ୍ଷେପ ନାହିଁ: ଆନ୍ଦୋଳନ ଚେତାବନୀ ଦେଲେ ଓ୍ବାର୍ଡବାସୀ

ଜମି ରହିଛି ବର୍ଷାଜଳ, ନିଷ୍କାସନ ଲାଗି ପଦକ୍ଷେପ ନାହିଁ: ଆନ୍ଦୋଳନ ଚେତାବନୀ ଦେଲେ ଓ୍ବାର୍ଡବାସୀ

ଜଳେଶ୍ୱର, ୧୯ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ମ୍ୟୁନିସିପାଲିଟି ଅଞ୍ଚଳର ୬, ୯ ଓ ୧୦ ନଂ. ୱାର୍ଡ଼ ଅନ୍ତର୍ଗତ ଶାନ୍ତିଆ, ଦେଉଳିପଞ୍ଚୁଘଣ୍ଟା ମୌଜା ଅଧୀନରେ ଥିବା ଚାଷଜମି ତଥା କୋଠା ଘର ଆଖପାଖରେ ଦୀର୍ଘଦିନ ହେଲା ବର୍ଷାଜଳ ଜମି ରହିଛି। 

ଦେବୀ ମୁହାଁଣରେ ଓଲଟିଲା ଡଙ୍ଗା: ଜଣେ ମତ୍ସ୍ୟଜୀବୀ ନିଖୋଜ, ୯ ଉଦ୍ଧାର

ଦେବୀ ମୁହାଁଣରେ ଓଲଟିଲା ଡଙ୍ଗା: ଜଣେ ମତ୍ସ୍ୟଜୀବୀ ନିଖୋଜ, ୯ ଉଦ୍ଧାର

କାକଟପୁର, ୧୯।୮(ଡି.ଏନ୍‌.ଏ.)-ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଦେବୀ ମୁହାଁଣଠାରେ ରବିବାର ସନ୍ଧ୍ୟାରେ ଡଙ୍ଗା ଓଲଟି ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଥିବାବେଳେ ୯ଜଣ ଉଦ୍ଧାର ହୋଇଛନ୍ତି। ନିଖୋଜ ମତ୍ସ୍ୟଜୀବୀ ହେଲେ କାଳିଆକଣ ଗ୍ରାମର ନିରଞ୍ଜନ ବେହେରା।

ଜାଲରେ ପଡିଲା ୮ ଫୁଟ୍‌ ଲମ୍ବ ଅଜଗର

ଜାଲରେ ପଡିଲା ୮ ଫୁଟ୍‌ ଲମ୍ବ ଅଜଗର

ଛେଣ୍ଡିପଦା,୧୯।୮(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ନତଡା ପଞ୍ଚାୟତ ଆମ୍ବପାଳ ଗ୍ରାମର ତାଳସାଗର ପୋଖରୀରୁ ରବିବାର ଏକ ୮ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର କରାଯାଇଛି। 

ଡେଙ୍ଗୁ ଆଶଙ୍କା: ଧର୍ମଗଡ ଏନଏସିରେ ଟେମିଫସ୍‌ ସ୍ପ୍ରେ କାର୍ଯ୍ୟ ଆରମ୍ଭ

ଡେଙ୍ଗୁ ଆଶଙ୍କା: ଧର୍ମଗଡ ଏନଏସିରେ ଟେମିଫସ୍‌ ସ୍ପ୍ରେ କାର୍ଯ୍ୟ ଆରମ୍ଭ

ଧର୍ମଗଡ,୧୯।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଲଡୁଗାଁଠାରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଡେଙ୍ଗୁ ବତ୍ତମାନ ଲଡୁଗାଁ ସମେତ ଆଖପାଖ ଅଞ୍ଚଳକୁ ବ୍ୟାପୁଥିବା ବେଳେ ଧର୍ମଗଡ ସହରରେ ଏହାର ଆଶଙ୍କା ନେଇ ସ୍ବାସ୍ଥ୍ୟ ବିଭାଗ ଏବଂ ଏନଏସିର ମିଳିତ ସହଯୋଗରେ ରବିବାରଠାରୁ ଡେଙ୍ଗୁ ମଶା କିଭଳି ଭାବରେ ଏନଏସି ରେ ପଶି ପାରିବ ନାହିଁ ସେ ଉପରେ  ତାର ପ୍ରତିକାର ସ୍ବରୂପ ଟେମିଫସ୍‌ ସ୍ପ୍ରେ ମରା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଟୀକାକରଣ ଯୋଗୁ  ଶିଶୁପୁତ୍ରର  ମୃତ୍ୟୁ ଅଭିଯୋଗ: ତଦନ୍ତ ପାଇଁ ଗାଁରେ ପହଞ୍ଚିଲେ ଡାକ୍ତର

ଟୀକାକରଣ ଯୋଗୁ ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ: ତଦନ୍ତ ପାଇଁ ଗାଁରେ ପହଞ୍ଚିଲେ ଡାକ୍ତର

ଝରିଗାଁ, ୧୯।୮(ସ୍ବ.ପ୍ର)- ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ତେଲନଦୀ ପଞ୍ଚାୟତ ହିରାବାଇ ଗ୍ରାମରେ ଜଣେ  ୭ ମାସର ଶିଶୁର ରବିବାର  ମୃତ୍ୟୁ ଘଟିଛି। ତେବେ ଶିଶୁଟି ଟୀକା ନେବା ପରେ ଅସୁସ୍ଥ ହୋଇ ମୃତ୍ୟୁ ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ପାଇଁ ଗାଁରେ ଡାକ୍ତର ପହଞ୍ଚିଛନ୍ତି। 

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମିଳିଲା ନୂଆ ରାହା

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମିଳିଲା ନୂଆ ରାହା

ନବରଙ୍ଗପୁର,୧୯।୮(ବି.ପ୍ର.)-ଦୈନନ୍ଦିନ କାର୍ଯ୍ୟରେ ଦିବ୍ୟାଙ୍ଗ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ସେମାନେ କିଭଳି ସାଧାରଣ ଲୋକଙ୍କ ସହ ସମକକ୍ଷ ହୋଇ ପାରିବେ  ସେନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି । ସେଥିମଧ୍ୟରୁ ଛାତ୍ରୀଛାତ୍ରଙ୍କ ପାଇଁ ଥିବା ଅନ୍ତର୍ନିବେଶୀ ଶିକ୍ଷା ଅନ୍ୟତମ। ଏହି ଶିକ୍ଷା ମାଧ୍ୟମରେ ନବରଙ୍ଗପୁରର ଦିବ୍ୟାଙ୍ଗ ଛାତ୍ରୀ ଏମ. ଶ୍ରୀୟାଙ୍କ ଅସ୍ତ୍ରୋପଚାର ପରେ ସାଧାରଣ ସହପାଠୀଙ୍କ ସହ ସମକକ୍ଷ ହୋଇପାରିଛି। ତାଙ୍କୁ ମିଳିଥିଲା ଏକ ନୂଆ ରାହା। ଅସ୍ତ୍ରୋପଚାର ପରେ ଦିବ୍ୟାଙ୍ଗ ଶ୍ରୀୟା ପାଠ ପଢା କ୍ଷେତ୍ରରେ ସଫଳତା ପାଇଥିବାରୁ ଆସନ୍ତା ଡିସେମ୍ବର ୩ ତାରିଖ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ ତାଙ୍କୁ ସମ୍ମାନିତ କରାଯିବ। 

ପ୍ରକାଶ ପାଇଲା କେରଳରେ ଫସି ରହିଥିବା ଓଡ଼ିଆଙ୍କ ତାଲିକା

ପ୍ରକାଶ ପାଇଲା କେରଳରେ ଫସି ରହିଥିବା ଓଡ଼ିଆଙ୍କ ତାଲିକା

ଭୁବନେଶ୍ୱର,୧୯।୮(ବ୍ୟୁରୋ): ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ରବିବାର କେରଳରେ ଫସି ରହିଥିବା ଓଡ଼ିଆଙ୍କ ତାଲିକା ପ୍ରକାଶ ପାଇଛି। ଏହିସବୁ  ଓଡ଼ିଆମାନଙ୍କୁ ସହାୟତା ପ୍ରଦାନ କରିବା ଲାଗି କେରଳ ସରକାରଙ୍କୁ ଅନୁରୋଧ କରାଯାଇଛି।

ପାଖେଇ ଆସୁଛି ନିର୍ବାଚନ: ୧୫ ଦିନରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ପାଖେଇ ଆସୁଛି ନିର୍ବାଚନ: ୧୫ ଦିନରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୧୯।୮(ବ୍ୟୁରୋ): ପାଖେଇ ଆସିଲାଣି ୨୦୧୯ ସାଧାରଣ ନିର୍ବାଚନ। ଏହା ପୂର୍ବରୁ ଦଳକୁ ମଜଭୂତ କରିବା ସହ ବିଧିବଦ୍ଧ ଖସଡ଼ା ପ୍ରସ୍ତୁତ କରାଯାଉଛି। ତେବେ କଂଗ୍ରେସ ପକ୍ଷରୁ ଆସନ୍ତା ୧୫ ଦିନ ମଧ୍ୟରେ ୫୦ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ଏନେଇ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛି ବୋଲି ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ରବିବାର ସୂଚନା ଦେଇଛନ୍ତି।

ପୁରୀରେ ନିର୍ମାଣ ହେବ ସାମୁଦ୍ରିକ ଆକ୍ୱାରିୟମ: ଖର୍ଚ୍ଚ ହେବ ୮ କୋଟି ୮୫ ଲକ୍ଷ

ପୁରୀରେ ନିର୍ମାଣ ହେବ ସାମୁଦ୍ରିକ ଆକ୍ୱାରିୟମ: ଖର୍ଚ୍ଚ ହେବ ୮ କୋଟି ୮୫ ଲକ୍ଷ

ପୁରୀ ଅଫିସ,୧୯ା୮: ପୁରୀର ଅର୍ବାନ ହାଟ ସମ୍ମୁଖ ପଡିଆରେ ସାମୁଦ୍ରିକ ଆକ୍ୱାରିୟମ ନିର୍ମାଣ ଲାଗି ୫କୋଟି ଟଙ୍କା ଅନୁମୋଦନ କରିଥିଲା ରାଜ୍ୟ ପର୍ଯ୍ୟଟନ ବିଭାଗ। ଏପରି କି ଜମି ଚହ୍ନଟ ହୋଇ ଦୁଇ ଦୁଇ ଥର ଶିଳନ୍ୟାସ ଦିଆଗଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ। କିନ୍ତୁ ଇତି ମଧ୍ୟରେ ଶିଳାନ୍ୟାସ ହେବାର ବହୁ ବର୍ଷ ବିତିଥିଲେ ସୁଦ୍ଧା ଉକ୍ତ ପ୍ରକଳ୍ପ ସ୍ଥଳ ଡମ୍ପିୟାର୍ଡ ପାଲଟିଥିବା ବେଳେ ଶିଳାନ୍ୟାସ ଫଳକ ଉପରେ ଗଛ ମାଡ଼ି ବସିଥିଲା। ଶେଷରେ ତାହା ଏବେ ସାକାର ହେବାକୁ ଯାଉଛି । 

ଟଙ୍କା ପାଇଁ ନିର୍ଦ୍ଦୟ ସାଜିଲେ ପୁଅ, ନାତି: ୮୫ ବର୍ଷ ବୃଦ୍ଧଙ୍କୁ ହତ୍ୟା ପରେ ତାଡ଼ିଲେ ଆଖି

ଟଙ୍କା ପାଇଁ ନିର୍ଦ୍ଦୟ ସାଜିଲେ ପୁଅ, ନାତି: ୮୫ ବର୍ଷ ବୃଦ୍ଧଙ୍କୁ ହତ୍ୟା ପରେ ତାଡ଼ିଲେ ଆଖି

ତାଳଚେର, ୧୯।୮(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ବ୍ଲକ ସନ୍ଥପଡା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଟଙ୍କା ପାଇଁ ଗ୍ରାମର ଗୌର ନାୟକ(୮୫)ଙ୍କୁ ତାଙ୍କ ପୁଅ ଏବଂ ନାତି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି।

ଗୋଶାଣିନୂଆଗାଁ ପୋଲିସ ଦ୍ୱାରା ବାଇକ୍‌ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ: ୬ ଅଭିଯୁକ୍ତ ଗିରଫ, ୧୫ ପୁରୁଣା ବାଇକ୍‌ ଜବତ

ଗୋଶାଣିନୂଆଗାଁ ପୋଲିସ ଦ୍ୱାରା ବାଇକ୍‌ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ: ୬ ଅଭିଯୁକ୍ତ ଗିରଫ, ୧୫ ପୁରୁଣା ବାଇକ୍‌ ଜବତ

ବ୍ରହ୍ମପୁର ଅଫିସ,୧୯।୮: ବ୍ରହ୍ମପୁର ଜିଲା ଗୋଶାଣିନୂଆଗାଁ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି। ଏକ ବଡ଼ ଧରଣର ବାଇକ ଚୋରି ରାକେଟକୁ ପୋଲିସ ପର୍ଦ୍ଦାଫାଶ କରିବା ସହ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। 

ଭୋକ ଉପାସରେ ପଡି ରହିଛନ୍ତି  ସାତଭାୟା ଅଞ୍ଚଳର ଶତାଧିକ ଶ୍ରମିକ : କେରଳରେ ବନ୍ୟା

ଭୋକ ଉପାସରେ ପଡି ରହିଛନ୍ତି ସାତଭାୟା ଅଞ୍ଚଳର ଶତାଧିକ ଶ୍ରମିକ : କେରଳରେ ବନ୍ୟା

ରାଜନଗର,୧୯ା୮(ଡି.ଏନ.ଏ.)କେରଳରେ ବାଦଲଫଟା ବର୍ଷା ସାଙ୍ଗକୁ ନଦୀରେ ପ୍ରବଳ ବନ୍ୟା ଆସିବା ଫଳରେ  ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି। ହଜାର ହଜାର ଲୋକ ବନ୍ୟାପାଣି ଘେରରେ ରହି ହନ୍ତସନ୍ତ ହେଉଛନ୍ତି।