ରାଜ୍ୟ |

ହରିବଂଶ ରାଜ୍ୟ ସଭା ଉପାଧ୍ୟକ୍ଷ

ହରିବଂଶ ରାଜ୍ୟ ସଭା ଉପାଧ୍ୟକ୍ଷ
ନୂଆଦିଲ୍ଲୀ,୧୦।୮(ପି.ଟି.): ଯାହା ଅନୁମାନ କରାଯାଉଥିଲା, ତାହା ସତ ପ୍ରମାଣ ହୋଇଛି। ରାଜ୍ୟ ସଭାର ନୂଆ ଉପାଧ୍ୟକ୍ଷ ଭାବେ ଗୁରୁବାର ନିର୍ବାଚିତ ହୋଇଛନ୍ତି ଏନ୍‌ଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ। ତାଙ୍କ ସପକ୍ଷରେ ଉଚ୍ଚ ସଦନର ୧୨୫ ସଦସ୍ୟ ଭୋଟ ଦେଇଛନ୍ତି। କିନ୍ତୁ ଆବଶ୍ୟକ ସମର୍ଥନ ଯୋଗାଡ଼ରେ ବିଫଳ ହେବାରୁ ମିଳିତ ବିରୋଧୀଙ୍କ ପ୍ରାର୍ଥୀ ବି.କେ. ହରିପ୍ରସାଦଙ୍କୁ ପରାଜୟର ମୁଖ ଦେଖିବାକୁ ପଡ଼ିଛି। କଂଗ୍ରେସ ସଦସ୍ୟ ହରିପ୍ରସାଦଙ୍କୁ ମିଳିଛି ୧୦୫ ଭୋଟ। ଏହି ନିର୍ବାଚନ ଶାସକ ଏନ୍‌ଡିଏ ପାଇଁ ବଳ ହୋଇଥିବାବେଳେ ମିଳିତ ବିରୋଧୀଙ୍କ ଦୁର୍ବଳତା ପଦାରେ ପକାଇଛି। ଗୁରୁବାର ପୂର୍ବାହ୍ନରେ ରାଜ୍ୟ ସଭାରେ ସଦସ୍ୟମାନେ ଏକତ୍ରିତ ହେବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏନ୍‌ଡିଏ ପ୍ରାର୍ଥୀ ହରିବଂଶଙ୍କ ନାମ ପ୍ରସ୍ତାବ ଦେଇଥିଲେ ରାମପ୍ରସାଦ ସିଂ। ଏହାକୁ ସମର୍ଥନ ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ ତଥା ଆର୍‌ପିଆଇ ସଦସ୍ୟ ରାମଦାସ ଅଠାଓ୍ବାଲେ। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଶିବସେନାର ସଞ୍ଜୟ ରାଉତ ଏବଂ ଅକାଳୀ ଦଳ ସଦସ୍ୟ ସୁଖଦେବ ସିଂ ଧିଣ୍ଡ୍‌ସା ପ୍ରମୁଖ ମଧ୍ୟ ପ୍ରସ୍ତାବ ଆଗତ କରିଥିଲେ। ଏହା ପରେ ଭୋଟିଂ ହୋଇଥିଲା। ଗୃହର ୨୪୪ ସଦସ୍ୟଙ୍କ ମଧ୍ୟରୁ ୨୩୦ ଜଣ ଭୋଟ ଦେଇଥିଲେ। କିନ୍ତୁ ପ୍ରଥମ ଥର ମତଦାନ ବେଳେ ଗୃହର କେତେଜଣ ଭୁଲ୍‌ କରିଦେବାରୁ ପୁଣି ଭୋଟିଂ ହୋଇଥିଲା। ଶେଷ ପର୍ଯ୍ୟାୟ ଭୋଟ ପରେ ଗଣତି କରି ଫଳାଫଳ ଘୋଷଣା ହୋଇଥିଲା। ଏହି ଅନୁଯାୟୀ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏର ପ୍ରାର୍ଥୀ ହରିବଂଶଙ୍କ ସମର୍ଥନରେ ୧୨୫ ଏବଂ ହରିପ୍ରସାଦଙ୍କ ସପକ୍ଷରେ ୧୦୫ ଭୋଟ ମିଳିଛି। ବିଜୁ ଜନତା ଦଳ (ବିଜେଡି) ଏବଂ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌)ର ସମର୍ଥନ ଯୋଗୁ ଜେଡିୟୁ ସଦସ୍ୟ ହରିବଂଶଙ୍କ ବିଜୟ ସହଜ ହୋଇଗଲା। ଓଡ଼ିଶା ଏବଂ ତେଲେଙ୍ଗାନାରେ ଏହି ଦୁଇ ଶାସକ ଦଳ ବିରୋଧରେ ଛିଡ଼ା ହେଉଛି ଭାଜପା। କିନ୍ତୁ ଦିଲ୍ଲୀରେ ଏମାନେ ହାତ ମିଳାଇଛନ୍ତି। ବିଜେଡିର ୯ ଏବଂ ଟିଆର୍‌ଏସ୍‌ର ୬ ଏବଂ ଏଆଇଏଡିଏମ୍‌କେର ୧୩ ସଦସ୍ୟ ହରିବଂଶଙ୍କୁ ଜିତାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ତେବେ ଉଚ୍ଚ ସଦନର ୧୪ ସଦସ୍ୟ ମତଦାନ କରିନାହାନ୍ତି। କଂଗ୍ରେସର ୨, ଟିଏମ୍‌ସିର ୨, ଡିଏମ୍‌କେର ୨ ଏବଂ ସମାଜବାଦୀ ପାର୍ଟି (ଏସ୍‌ପି)ର ଜଣେ ସଦସ୍ୟ ଭୋଟ ବେଳେ ଅନୁପସ୍ଥିତ ଥିଲେ। ସେହିପରି ମତଦାନରୁ ବିରତ ରହିଥିଲେ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟିର ୨, ପିଡିପିର୨ ଏବଂ ଏଏପିର ୩ ସଦସ୍ୟ। ନିର୍ବାଚନ ଜିତିବା ପାଇଁ ମ୍ୟାଜିକ୍‌ ନମ୍ବର ୧୧୬ ଆବଶ୍ୟକ ଥିଲା। କିନ୍ତୁ ୯ଖଣ୍ଡ ଅଧିକ ଭୋଟ ପାଇ ଜିତିଯାଇଛନ୍ତି ହରିବଂଶ। ଗୃହର ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁ ଭୋଟ ଫଳାଫଳ ଘୋଷଣା କରିବା ପରେ ନୂଆ ଉପାଧ୍ୟକ୍ଷଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହରେ ଉପସ୍ଥିତ ସମସ୍ତ ସଦସ୍ୟ ଅଭିନନ୍ଦନ ଜଣାଇଛନ୍ତି। ଏବେ ‘ହରିଙ୍କ ଭରସା’ରେ ସବୁକିଛି ଚାଲିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଜ୍ୟ ସଭାର ନେତା ଅରୁଣ ଜେଟ୍‌ଲୀ ଏବଂ ଗୃହର ବିରୋଧୀ ଦଳ ନେତା ଗୁଲାମ୍‌ ନବୀ ଆଜାଦ ମଧ୍ୟ ହରିବଂଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନୂଆ ଉପାଧ୍ୟକ୍ଷଙ୍କୁ ତାଙ୍କ ଆସନ ପର୍ଯ୍ୟନ୍ତ ନେଇଯାଇଥିଲେ ଜେଟ୍‌ଲୀ, ଆଜାଦ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ଥ କୁମାର। ବିରୋଧୀ ଦଳ ନେତାଙ୍କ ଆସନ ନିକଟରେ ରାଜ୍ୟ ସଭା ଉପାଧ୍ୟକ୍ଷଙ୍କ ଆସନ ଥାଏ। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବାରୁ ହରିପ୍ରସାଦଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ। ସ୍ବାଗତ ସମ୍ବର୍ଦ୍ଧନାବେଳେ ନାଇଡୁ କହିଛନ୍ତି, ବିଜ୍‌ନେସ୍‌ ଉପଦେଷ୍ଟା କମିଟି ବୈଠକରେ ହରିବଂଶ ସର୍ବଦା ଗଠନମୂଳକ ପରାମର୍ଶ ଦିଅନ୍ତି। ତେଣୁ ସେ ମଧ୍ୟ ଗୃହ ପରିଚାଳନା ଠିକ୍‌ଭାବେ କରିପାରିବେ। ସେହିପରି ବିରୋଧୀ ଦଳ ନେତା ଆଜାଦ କହିଥିଲେ, ନୂଆ ଉପାଧ୍ୟକ୍ଷ ବିରୋଧୀଙ୍କୁ ସ୍ବର ଉଠାଇବାକୁ ଯଥେଷ୍ଟ ସୁଯୋଗ ଦେବେ ବୋଲି ତାଙ୍କର ଆଶା।
All Right Reserved By

ରାଜ୍ୟ |

ପିକଅପ ଭ୍ୟାନରୁ ୧୦ ଗୋରୁ ଉଦ୍ଧାର,ଗୋଶାଳା ପଠାଇଲା ପୋଲିସ

ପିକଅପ ଭ୍ୟାନରୁ ୧୦ ଗୋରୁ ଉଦ୍ଧାର,ଗୋଶାଳା ପଠାଇଲା ପୋଲିସ

କଣ୍ଟାପଡା,୧୮।୧୦(ଡି.ଏନ୍‌.ଏ.)- ଦୟନୀୟ ଅବସ୍ଥାରେ ଏକ ପିକଅପ ଭ୍ୟାନରେ ନିଆଯାଉଥିବା ୧୦ଟି ଗୋରୁଙ୍କୁ ଓଲଟପୁର ପୋଲିସ ଉଦ୍ଧାର କରି ଗୋଶାଳାକୁ ପଠାଇଥିବା ଜଣାପଡିଛି। ଗୋଚାଲାଣରେ ବ୍ୟବହୃତ ଓଆର ୦୨ ଏଏନ୍‌ ୨୬୯୭ ପିକଅପ ଭ୍ୟାନକୁ ପୋଲିସ ଜବତ କରିଥିବାବେଳେ ଏହାର ଡ୍ରାଇଭର ଓ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। 

ଭଗବତୀ ପୀଠର ଶୌଚାଳୟ: ୫ବର୍ଷ ହେଲା ଝୁଲୁଛି ତାଲା

ଭଗବତୀ ପୀଠର ଶୌଚାଳୟ: ୫ବର୍ଷ ହେଲା ଝୁଲୁଛି ତାଲା

ଖୋର୍ଦ୍ଧା ଅଫିସ,୧୮।୧୦: ବାଣପୁରର ଶକ୍ତିପୀଠ ଭାବେ ପ୍ରସିଦ୍ଧ ମା’ ଭଗବତୀଙ୍କ ପୀଠରେ ପର୍ଯ୍ୟଟକଙ୍କ ସୁବିଧା ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ଶୌଚାଳୟରେ ୫ବର୍ଷ ହେଲା ତାଲା ଝୁୁଲୁଛି । 

ଦଶହରାରେ ୫୦ଫୁଟର ରାବଣ ପୋଡ଼ି

ଦଶହରାରେ ୫୦ଫୁଟର ରାବଣ ପୋଡ଼ି

ଖୋର୍ଦ୍ଧା ଅଫିସ,୧୮ା୧୦: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଦଶହରାରେ ୫୦ଫୁଟର  ରାବଣ ପୋଡ଼ି ଉତ୍ସବ ଖୋର୍ଦ୍ଧା ବିଜେବି ହାଇସ୍କୁଲରେ ଅନୁଷ୍ଠିତ ହେବ। ଏହାର ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବ ଆକର୍ଷଣୀୟ ଦର୍ଶନ ରହିଥିବା ଜଣାପଡିଛି। ଏହି ଉତ୍ସବକୁ ଖୋର୍ଦ୍ଧାର ବଡିଜୋନ ଅନୁଷ୍ଠାନ ପକ୍ଷରୁ ୨୦୦୬ରେ ଆରମ୍ଭ ହୋଇଥିଲା। ରାବଣ ପୋଡି ପାଇଁ ପ୍ରାୟ ୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରହିଛି ।

କୋଣାର୍କରେ  ଯୁବତୀଙ୍କୁ ଗଣବଳାତ୍କାର ଘଟଣା:  ପୀଡ଼ିତାଙ୍କୁ ଭେଟିଲେ ଭାଜପା, କଂଗ୍ରେସ ମହିଳା ଦଳ

କୋଣାର୍କରେ ଯୁବତୀଙ୍କୁ ଗଣବଳାତ୍କାର ଘଟଣା: ପୀଡ଼ିତାଙ୍କୁ ଭେଟିଲେ ଭାଜପା, କଂଗ୍ରେସ ମହିଳା ଦଳ

ପୁରୀ ଅଫିସ,୧୮ା୧୦: କୋଣାର୍କରେ ଘଟିଥିବା ଗତ ବୁଧବାର ଲଜ୍ଜା ଘଟଣାରେ ବନ୍ଦ କୋଠରିରୁ ଉଦ୍ଧାର ହୋଇଥିବା ଯୁବତୀଙ୍କୁ ଗୁରୁବାର ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟ ମହିଳା କଂଗ୍ରେସ ଓ ଭାଜପା ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ପୀଡ଼ିତାଙ୍କ ସହ ମିଶି ଆଲୋଚନା କରିଥିଲେ। ଭାଜପା ମହିଳା ମୋର୍ଚ୍ଚା ସଭାପତି ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଆସିଥିବା ୫ଜଣିଆ ପ୍ରତିନିଧି ଦଳ ପୀଡ଼ିତାଙ୍କୁ ମିଶି ଘଟଣା ସମ୍ପର୍କରେ ବୁଝିଥିଲେ।

ମନ୍ଦିର ପରିସରରୁ ୭ ଜୁଆଡ଼ି ଗିରଫ

ମନ୍ଦିର ପରିସରରୁ ୭ ଜୁଆଡ଼ି ଗିରଫ

ମାଥିଲି, ୧୮।୧୦ (ଡି.ଏନ.ଏ.)- ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ମାଉଁଲି ମା’ ମନ୍ଦିର ପରିସରରେ ବୁଧବାର ବିଳମ୍ବିତ ରାତିରେ ପୋଲିସ ଚଢାଉ କରି ୭ ଜୁଆଡିଙ୍କୁ ଗିରଫ କରିଛି । 

ତିତ୍‌ଲି କ୍ଷୟକ୍ଷତି ୨,୭୬୫ କୋଟି, ୬୦ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ତିତ୍‌ଲି କ୍ଷୟକ୍ଷତି ୨,୭୬୫ କୋଟି, ୬୦ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ)- ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ଓ ତା’ର ପରବର୍ତ୍ତୀ ବର୍ଷା ଫଳରେ ରାଜ୍ୟର ଗଞ୍ଜାମ, ଗଜପତି, ରାୟଗଡ଼ା ଆଦି ଜିଲା ବିଶେଷଭାବେ ପ୍ରଭାବିତ ହୋଇଛି। ସରକାରୀସ୍ତରରେ କ୍ଷୟକ୍ଷତି ଆକଳନ କରାଯାଉଥିବା ବେଳେ ଏହାର ପରିମାଣ ବୃଦ୍ଧି ପାଉଛି। ଗୁରୁବାର ସୁଦ୍ଧା ଦିଆଯାଇଥିବା ରିପୋର୍ଟ ଅନୁଯାୟୀ କ୍ଷୟକ୍ଷତି ପରିମାଣ ୨,୭୬୫ କୋଟିରେ ପହଞ୍ଚିଥିବା ଏସ୍‌ଆର୍‌ସି ସୂଚନା ଦେଇଛନ୍ତି।

ଚିକିତ୍ସା ଅବହେଳାରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ହସ୍ପିଟାଲ ପରିସରରେ ଉତ୍ତେଜନା

ଚିକିତ୍ସା ଅବହେଳାରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ହସ୍ପିଟାଲ ପରିସରରେ ଉତ୍ତେଜନା

କଟକ ଅଫିସ,୧୮।୧୦: କଟକ ବଜ୍ରକବାଟି ରୋଡ୍‌ରେ ଥିବା ଏକ ଘରୋଇ ହସ୍ପିଟାଲରେ ଗୁରୁବାର ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସା ଅବହେଳାରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ସମ୍ପର୍କୀୟମାନେ ଡାକ୍ତରଖାନା ପରିସରରେ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। 

ଦଶଭୂଜାଙ୍କ ମହାନବମୀ, ଚାରିଆଡେ ଆଧ୍ୟାତ୍ମିକ ପରିବେଶ

ଦଶଭୂଜାଙ୍କ ମହାନବମୀ, ଚାରିଆଡେ ଆଧ୍ୟାତ୍ମିକ ପରିବେଶ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ)- ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କର ଆଜି ମହାନବମୀ ପୂଜା। ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଦଶଭୂଜାଙ୍କ ପୂଜାର୍ଚ୍ଚନା କରାଯାଉଛି। ମା’ଙ୍କ ଆଗମନକୁ ନେଇ ଚାରିଆଡେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। 

ମନ କିଣୁଛି ତୋରଣ

ମନ କିଣୁଛି ତୋରଣ

ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ। ଆଖି ଝଲସେଇଦେଲା ଭଳି ସୁଉଚ୍ଚ ତୋରଣ ପାଖରେ ଅଟକିଯାଉଛି ଆଖି। ସୁନା, ଚାନ୍ଦି ଅଳଙ୍କାରରେ ସଜେଇ ହୋଇ ଧରାବତରଣ କରିଛନ୍ତି ମା’ ଦୁର୍ଗତିନାଶିନୀ।

ବିଜୟା ଦଶମୀରେ ମହାପ୍ରଭୁଙ୍କ ସୁନାବେଶ

ବିଜୟା ଦଶମୀରେ ମହାପ୍ରଭୁଙ୍କ ସୁନାବେଶ

ପୁରୀ ଅଫିସ,୧୮।୧୦:ବିଜୟା ଦଶମୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମ ଓ କୃଷ୍ଣ ବୀରବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଏହିଦିନ ରତ୍ନସିଂହାସନରେ ଠାକୁରମାନଙ୍କ ସୁନାବେଶ ଅନୁଷ୍ଠିତ ହେବ।

ଓଡ଼ିଶା ଦ୍ୱିତୀୟ ଡେଙ୍ଗୁ ପ୍ରବଣ ରାଜ୍ୟ

ଓଡ଼ିଶା ଦ୍ୱିତୀୟ ଡେଙ୍ଗୁ ପ୍ରବଣ ରାଜ୍ୟ

କଟକ ଅଫିସ, ୧୮।୧୦: ଦେଶରେ ଏବେ ଡେଙ୍ଗୁ ମାଡ଼ି ଚାଲିଛି। ଡେଙ୍ଗୁ ପ୍ରବଣ ରାଜ୍ୟ ମଧ୍ୟରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ମୋଟ ୩୮୮୩ ଜଣ ରୋଗୀ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି, ଅର୍ଥାତ୍‌ ୨୦୧୮ରେ ଦେଶର ଦ୍ୱିତୀୟ ସର୍ବାଧିକ ଡେଙ୍ଗୁ ରୋଗୀ ଓଡ଼ିଶାରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ଜାତୀୟ ଭେକ୍ଟର ବର୍ଣ୍ଣ ଡିଜିଜ୍‌ କଣ୍ଟ୍ରୋଲ ପ୍ରୋଗ୍ରାମ ପକ୍ଷରୁ ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରସ୍ତୁତ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। 

ଆଜି ସରିବ ନବରାତ୍ରି: ଚଳଚଞ୍ଚଳ ପୂଜାମଣ୍ଡପ

ଆଜି ସରିବ ନବରାତ୍ରି: ଚଳଚଞ୍ଚଳ ପୂଜାମଣ୍ଡପ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ)- ମା’ଙ୍କୁ ଚକ୍ଷୁଦାନ, ଜୀବନ୍ୟାସ ଏବଂ ପ୍ରାଣ ପ୍ରତିଷ୍ଠା ନୀତି ପରେ ବୁଧବାର ପୂଜାମଣ୍ଡପଗୁଡ଼ିକରେ ମହାଷ୍ଟମୀ ତଥା ଦୁର୍ଗାଷ୍ଟମୀ ପୂଜା ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ମା’ ଦୁର୍ଗତିନାଶିନୀଙ୍କ ଆରାଧନା ସମଗ୍ର ସହରରେ ଏକପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଥିବା ବେଳେ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସବୁଆଡ଼େ ଗହଳି ଚହଳି ଲାଗିରହୁଛି। ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍‌ରେ ଛିଡ଼ା ହୋଇ ଭକ୍ତମାନେ ମା’ଙ୍କ ଦର୍ଶନ କରୁଛନ୍ତି। ଏଥିପାଇଁ ମଣ୍ଡପଗୁଡ଼ିକରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି।