ଖେଳ |

ଟପ୍‌-୧୦ରୁ ସାଇନା ଆଉଟ୍‌

ଟପ୍‌-୧୦ରୁ ସାଇନା ଆଉଟ୍‌
ନୂଆଦିଲ୍ଲୀ, ୧୦।୮(ପି.ଟି.)- ନିକଟରେ ଶେଷ ହୋଇଥିବା ସମ୍ମାନଜନକ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ତାରକା ଭାରତୀୟ ମହିଳା ସଟ୍‌ଲର ସାଇନା ନେହ୍ବାଲଙ୍କ ର଼୍ୟାଙ୍କିଙ୍ଗ୍‌ରେ ଅବନତି ହୋଇଛି। ବିଶ୍ୱ ବ୍ୟାଡ୍‌ମିଣ୍ଟନ ମହାସଂଘ ପକ୍ଷରୁ ସଦ୍ୟ ପ୍ରକାଶିତ ର଼୍ୟାଙ୍କିଙ୍ଗ୍‌ରେ ସାଇନା ଟପ୍‌-୧୦ରୁ ବାହାର ହୋଇଯାଇଛନ୍ତି। ଗୁରୁବାର ପ୍ରକାଶିତ ତାଲିକାରେ ସାଇନା ଗୋଟିଏ ପାହାଚ ତଳକୁ ଖସି ଏକାଦଶ ସ୍ଥାନରେ ରହିଛନ୍ତି। କ୍ୟାରିୟରରେ ଦ୍ୱିତୀୟଥର ଲାଗି ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ପଦକ ସଫଳତା ପାଇଥିବା ପି.ଭି. ସିନ୍ଧୁଙ୍କ ମାନ୍ୟତାରେ କୌଣସି ପରିବର୍ତ୍ତନ ହୋଇନାହିଁ। ସେ ପୂର୍ବବତ୍‌ ୩ୟ ସ୍ଥାନରେ ରହିଛନ୍ତି। ସେହିଭଳି ପୁରୁଷ ର଼୍ୟାଙ୍କିଙ୍ଗ୍‌ରେ ଦୁଇ ଭାରତୀୟ ସଟ୍‌ଲର କିଡାମ୍ବୀ ଶ୍ରୀକାନ୍ତ ୨ଟି ସ୍ଥାନ ତଳକୁ ଖସି ୮ମ ସ୍ଥାନରେ ରହିଥିବାବେଳେ ଏଚ୍‌.ଏସ୍‌. ପ୍ରଣୟ (୧୧ତମ) ପୂର୍ବପରି ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି। ବି. ସାଇ ପ୍ରଣୀଥ୍‌ ୨ଟି ପାହାଚ ଲମ୍ଫ ପ୍ରଦାନ କରି ୨୪ତମ ସ୍ଥାନ ହାସଲ କରିଥିବାବେଳେ ସମୀର ବର୍ମା (୨୧ତମ) ଦୁଇଟି ସ୍ଥାନ ହରାଇଛନ୍ତି।
All Right Reserved By

ଖେଳ |

ଇଣ୍ଡିଜ୍‌ ଟି୨୦ ଦଳକୁ ଫେରିଲେ ଲୁଇସ

ଇଣ୍ଡିଜ୍‌ ଟି୨୦ ଦଳକୁ ଫେରିଲେ ଲୁଇସ

ସିଲହେଟ (ବାଂଲାଦେଶ),୧୫।୧୨(ଏଏଫ୍‌ପି)- ଆସନ୍ତା ସପ୍ତାହଠାରୁ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଲାଗି ଘୋଷିତ ଇଣ୍ଡିଜ୍‌ ଦଳରେ ବ୍ୟାଟ୍ସମ୍ୟାନ ଇଭିନ ଲୁଇସ ସ୍ଥାନ ପାଇଛନ୍ତି।

ଦୁଇ ବର୍ଷକୁ ଥରେ ହେବ ଜୁନିୟର ହକି ବିଶ୍ୱକପ୍‌

ଦୁଇ ବର୍ଷକୁ ଥରେ ହେବ ଜୁନିୟର ହକି ବିଶ୍ୱକପ୍‌

ଭୁବନେଶ୍ୱର,୧୫।୧୨(ପି.ଟି.)- ପ୍ରତ୍ୟେକ ଦୁଇ ବର୍ଷକୁ ଥରେ ଜୁନିୟର ହକି ବିଶ୍ୱକପ୍‌ ଖେଳାଯିବ। ଏ ନେଇ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଶନିବାର ଘୋଷଣା କରିଛି। 

ପର୍ଥ ଟେଷ୍ଟ: ଦୃଢ଼ ସ୍ଥିତିରେ ଭାରତ

ପର୍ଥ ଟେଷ୍ଟ: ଦୃଢ଼ ସ୍ଥିତିରେ ଭାରତ

ପର୍ଥ,୧୫।୧୨- ସିଡ୍‌ନୀ ଟେଷ୍ଟ ଜିତି ଅଭିଯାନ ଆରମ୍ଭ କରିିଥିବା ଭାରତୀୟ ଦଳ ପର୍ଥ ଟେଷ୍ଟରେ ମଧ୍ୟ ଦୃଢ଼ ସ୍ଥିତିରେ ରିହିଛି। 

 ନିମାପଡ଼ାରେ ପୂର୍ବାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା: ଅଂଶ ଗ୍ରହଣ କଲେ ୫ ରାଜ୍ୟର ୬ଶହ ପ୍ରତିଯୋଗୀ

ନିମାପଡ଼ାରେ ପୂର୍ବାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା: ଅଂଶ ଗ୍ରହଣ କଲେ ୫ ରାଜ୍ୟର ୬ଶହ ପ୍ରତିଯୋଗୀ

ନିମାପଡ଼ା,୧୫।୧୨(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ାଠାରେ ଭାରତର ପୂର୍ବାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି।

ସଲାହ ଶ୍ରେଷ୍ଠ ଆଫ୍ରିକାନ ଫୁଟ୍‌ବଲର

ସଲାହ ଶ୍ରେଷ୍ଠ ଆଫ୍ରିକାନ ଫୁଟ୍‌ବଲର

ଲଣ୍ଡନ,୧୫।୧୨- ଇଂଲିଶ ପ୍ରିମିୟର କ୍ଲବ ଲିଭରପୁଲ ଓ ଇଜିପ୍ଟ ଷ୍ଟ୍ରାଇକର ମହମ୍ମଦ ସଲାହଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ ବିବିସି ଆଫ୍ରିକାନ ଫୁଟ୍‌ବଲର ସମ୍ମାନ ମିଳିଛି। ସେ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଏହି ପୁରସ୍କାର ହାତେଇଛନ୍ତି।

ଇଂଲଣ୍ଡ ଦଳର ନୂଆ ମ୍ୟାନେଜିଂ ଡାଇରେକ୍ଟର ଜାଇଲ୍ସ

ଇଂଲଣ୍ଡ ଦଳର ନୂଆ ମ୍ୟାନେଜିଂ ଡାଇରେକ୍ଟର ଜାଇଲ୍ସ

ଲଣ୍ଡନ,୧୫।୧୨- ପୂର୍ବତନ ସ୍ପିନର ଆଶଲେ ଜାଇଲ୍ସଙ୍କୁ ଇଂଲଣ୍ଡ ପୁରୁଷ କ୍ରିକେଟ ଦଳର ନୂଆ ମ୍ୟାନେଜିଂ ଡାଇରେକ୍ଟର ନିଯୁକ୍ତ କରାଯାଇଛି। ଏ ନେଇ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଭିନେଶ-ସୋମବୀରଙ୍କ ବିବାହ ସମ୍ପନ

ଭିନେଶ-ସୋମବୀରଙ୍କ ବିବାହ ସମ୍ପନ

ନୂଆଦିଲ୍ଲୀ,୧୫।୧୨- ଏସିଆନ୍‌ ଗେମ୍ସ ସ୍ବର୍ଣ୍ଣ ପଦକ ବିଜୟିନୀ ମହିଳା ଯୋଦ୍ଧା ଭିନେଶ ଫୋଗତ, ସୋମବୀର ରାଠେଙ୍କ ସହ ବିବାହ ବନ୍ଧରେ ଆବଦ୍ଧ ହୋଇଛନ୍ତି। ଏହି ବିବାହ ଭିନେଶଙ୍କ ଗ୍ରାମ ଚାରଖି ଦାଦରିଠାରେ ଅନୁଷ୍ଠିତ ହୋଇଛି। 

ଫାଇନାଲରେ ସିନ୍ଧୁ

ଫାଇନାଲରେ ସିନ୍ଧୁ

ଗୌଆଙ୍ଗଝୋ,୧୫।୧୨- ଭାରତୀୟ ମହିଳା ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି. ଭି. ସିନ୍ଧୁ ଏଠାରେ ଚାଲିଥିବା ଓ୍ବାଲର୍‌ଡ ଟୁର ଫାଇନାଲ୍ସ ଟୁର୍ନାମେଣ୍ଟର ଟାଇଟଲ ମୁକାବିଲାରେ ପ୍ରବେଶ କରିଛନ୍ତି। 

‘ହକି ହେ ଜିନ୍ଦେଗୀ’ ପୁସ୍ତକ ଉନ୍ମୋଚିତ  ଓଡ଼ିଶା ଆଥଲେଟିକ୍ସର ପ୍ରାଣକେନ୍ଦ୍ର ସୁନ୍ଦରଗଡ଼: ଧର୍ମେନ୍ଦ୍ର

‘ହକି ହେ ଜିନ୍ଦେଗୀ’ ପୁସ୍ତକ ଉନ୍ମୋଚିତ ଓଡ଼ିଶା ଆଥଲେଟିକ୍ସର ପ୍ରାଣକେନ୍ଦ୍ର ସୁନ୍ଦରଗଡ଼: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୫।୧୨(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶାରେ ହକି ବିଶ୍ୱକପ ଚାଲିଥିବାବେଳେ ଓଡ଼ିଶାର ଜନଜାତୀ ହକି ଖେଳାଳିଙ୍କ କୃତି ଉପରେ ଆଧାରିତ ପୁସ୍ତକ ‘ହକି ହେ ଜିନ୍ଦେଗୀ’ ଉନ୍ମୋଚିତ ହୋଇଛି। 

ଯୋଜନାବଦ୍ଧ ଟ୍ରେନିଂ ଅଷ୍ଟ୍ରେଲିଆ ସଫଳତାର ରହସ୍ୟ

ଯୋଜନାବଦ୍ଧ ଟ୍ରେନିଂ ଅଷ୍ଟ୍ରେଲିଆ ସଫଳତାର ରହସ୍ୟ

ଭୁବନେଶ୍ୱର, ୧୫।୧୨(କ୍ରୀଡ଼ା ପ୍ରତିନିଧି)-ଚଳିତ ହକି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ରନର୍ସଅପ୍‌ ନେଦରଲାଣ୍ଡ୍ସ ମଧ୍ୟରେ ଶନିବାର  ଅନୁଷ୍ଠିତ ହେବ। ୧୯୭୮ଠାରୁ ବିଶ୍ୱକପର ପ୍ରତି ସଂସ୍କରଣରେ ଅଷ୍ଟ୍ରେଲିଆ ସେମିଫାଇନାଲ ଖେଳି ଆସିଛି। 

ବିବାହ ବନ୍ଧନରେ ସାଇନା-କାଶ୍ୟପ

ବିବାହ ବନ୍ଧନରେ ସାଇନା-କାଶ୍ୟପ

ହାଇଦ୍ରାବାଦ, ୧୫।୧୨ (ପି.ଟି.)- ଦୁଇ ଭାରତୀୟ ତାରକା ବ୍ୟାଡ୍‌ମିଣ୍ଟନ ଖେଳାଳି ସାଇନା ନେହ୍ବାଲ ଓ ପାରୁପଲ୍ଲୀ କାଶ୍ୟପ ଶୁକ୍ରବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ‘କୋର୍ଟ ନିୟମ ଅନୁଯାୟୀ, ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ସାଇନା ବିବାହ କରିଛନ୍ତି’ ବୋଲି ତାଙ୍କ ବାପା ହରବୀର ସିଂ କହିଛନ୍ତି। 

ବସନ୍ତଙ୍କୁ ୬ ଉଇକେଟ୍‌: ରାଜସ୍ଥାନକୁ ୧୩୫ରେ ରୋକିଲା ଓଡ଼ିଶା

ବସନ୍ତଙ୍କୁ ୬ ଉଇକେଟ୍‌: ରାଜସ୍ଥାନକୁ ୧୩୫ରେ ରୋକିଲା ଓଡ଼ିଶା

ଭୁବନେଶ୍ୱର, ୧୫।୧୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ରାଜସ୍ଥାନ ବିପକ୍ଷରେ ଆରମ୍ଭ ହୋଇଥିବା ରଣ୍‌ଜୀ ଟ୍ରଫି ଗ୍ରୁପ୍‌-ସି ମୁକାବିଲାରେ ଘରୋଇ ଓଡ଼ିଶା ଦମ୍‌ଦାର ପ୍ରଦର୍ଶନ କରିଛି। ଅଭିଜ୍ଞ ବସନ୍ତ ମହାନ୍ତିଙ୍କ ବୋଲିଂକୁ ସାମ୍ନା କରି ନ ପାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ମାତ୍ର ୧୩୫ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।