ଅପରାଧ |

ସ୍କ୍ରାପ୍‌ ଉଦ୍ଧାର, ଅଭିଯୁକ୍ତ କୋର୍ଟ ଚାଲାଣ

ସ୍କ୍ରାପ୍‌ ଉଦ୍ଧାର, ଅଭିଯୁକ୍ତ କୋର୍ଟ ଚାଲାଣ
ଧର୍ମଶାଳା, ୧୦।୮(ଡି.ଏନ୍‌.ଏ) - ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ବରହମପୁର ଗ୍ରାମର ଜଣେ ସ୍କ୍ରାପ ଚୋରକୁ ଗୁରୁବାର ପୋଲିସ ଚଣ୍ଡିଖୋଲ କୋର୍ଟଚାଲଣ କରିଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ଜଣଙ୍କ ବରହମ୍‌ପୁର ଗ୍ରାମର ବିଜୟ ମଲିକ। ବୁଧବାର ପୋଲିସ ବିଜୟଙ୍କୁୁ ଗିରଫ କରିଥିଲା । ଏଆରଏସ୍‌ଏସ୍‌ କମ୍ପାନୀ ଜେନାପୁର-ଜାବରାକୁ ସଂଯୋଗ କରୁଥିବା ଏକ ପୋଲ ନିର୍ମାଣ କାମ କରୁଅଛି। ୭ତାରିଖରେ ପୋଲ ନିର୍ମାଣରେ ବ୍ୟବହୃତ କିଛି ଲୁହା ସାମଗ୍ରୀ ସ୍କ୍ରାପ ଚୋରି ହୋଇଥିବା କମ୍ପାନୀ ପକ୍ଷରୁ ଜେନାପୁର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକ୍ରମେ ପୋଲିସ ଏକ ମାମଲା (୨୦୪/୧୮) ରୁଜୁ କରି ତଦନ୍ତ ଚଳାଇଥିଲା। ଗିରଫ ବେଳେ ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀକୂଳସ୍ଥିତ ଏକ ବାଉଁଶ ବୁଦାମୂଳେ ଅଭିଯୁକ୍ତ ପୋତିଥିବା ସ୍କ୍ରାପଗୁଡିକୁ ମଧ୍ୟ ଜବତ କରାଯାଇଥିବା ନେଇ ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ସୂଚନା ଦେଇଛନ୍ତି।
All Right Reserved By

ଅପରାଧ |

ଚୋରା ମଦ ବେପାରୀ ଗିରଫ: ୧୦ ଲିଟର ଦେଶୀ ରନ୍ଧା ମଦ ଜବତ

ଚୋରା ମଦ ବେପାରୀ ଗିରଫ: ୧୦ ଲିଟର ଦେଶୀ ରନ୍ଧା ମଦ ଜବତ

ରୂପ୍‌ସା,୧୯।୮(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଥାନା ଅନ୍ତର୍ଗତ ରୂପ୍‌ସା ସାମିଲ ହାସନପୁର ଗ୍ରାମର ମଦ ବେପାରୀ କୁନା ମାଝୀଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ନିକଟରୁ ୧୦ ଲିଟର ଦେଶୀ ରନ୍ଧା ମଦ ଜବତ ହୋଇଛି।

ଶାଗୁଆନ କାଠ ଜବତ, ୨ ଗିରଫ

ଶାଗୁଆନ କାଠ ଜବତ, ୨ ଗିରଫ

କପ୍ତିପଦା,୧୯ା୮(ଡି.ଏନ.ଏ)-ମୟୂରଭଞ୍ଜ ଜିଲା କପ୍ତିପଦା ରେଞ୍ଜ ଅଧୀନ ନଛିପୁର ଦାଣ୍ଡଘାଟ ଗ୍ରାମ ଦେଇ ଚୋରା କାଠ ଚାଲା ହେଉଥିବାର କପ୍ତିପଦା ବନ ବିଭାଗ ଖବର ପାଇ ଶାଗୁଆନ କାଠ ସହ ୨ ବାଇକ୍‌ ଜବତ କରି ୨ଜଣଙ୍କୁ ଗିରଫ କରିଛି। 

ଜମିବାଡି ସମସ୍ୟାକୁ ନେଇ ଗଣ୍ଡଗୋଳ: ବଡ଼ ଭାଇକୁ ମାଡ଼ ମାରି ସାନ ଗିରଫ

ଜମିବାଡି ସମସ୍ୟାକୁ ନେଇ ଗଣ୍ଡଗୋଳ: ବଡ଼ ଭାଇକୁ ମାଡ଼ ମାରି ସାନ ଗିରଫ

ବଇଣ୍ଡା, ୧୯ା୮(ଡି.ଏନ.ଏ.)- କିଶୋରନଗର ଥାନା ମାଣିକପୁର ଗ୍ରାମର ବିଜୟ ବେହେରାଙ୍କୁ ତାଙ୍କ ସାନ ଭାଇ ଜୟ ବେହେରା ରବିବାର ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏ ସଂକ୍ରାନ୍ତରେ ନଂ. ୮୮/୧୮ରେ ମାମଲା ରୁଜୁ କରି ଜୟଙ୍କୁ ଗିରଫ ପରେ ଆଠମଲ୍ଲିକ କୋର୍ଟଚାଲାଣ କରିଛି। 

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ: ଜଣେ ଗିରଫ

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ: ଜଣେ ଗିରଫ

ଛେଣ୍ଡିପଦା,୧୯।୮(ସ୍ବ.ପ୍ର.)- ଛେଣ୍ଡିପଦା ବ୍ଳକ୍‌ ଜରପଡା ଥାନା ଅଞ୍ଚଳର ଜଣେ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପୋଲିସ ଶନିବାର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପୋଲିସ କହିଛି, କିଛିଦିନ ହେଲା ଶିକ୍ଷୟିତ୍ରୀ ଓ  ଦୁବନାଳୀ ଗ୍ରାମର ବଳରାମ ପ୍ରଧାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା

ଯୌତୁକ ନିର୍ଯ୍ୟାତନା ସହି ନ ପାରି ମହିଳାଙ୍କ ଆତ୍ମହତ୍ୟା: ସ୍ବାମୀ ଅଟକ

ଯୌତୁକ ନିର୍ଯ୍ୟାତନା ସହି ନ ପାରି ମହିଳାଙ୍କ ଆତ୍ମହତ୍ୟା: ସ୍ବାମୀ ଅଟକ

ଧର୍ମଶାଳା, ୧୯।୮(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଦାରକା ନିକଟସ୍ଥ ପଣ୍ଡୁଆ ଶିଳ୍ପାଞ୍ଚଳର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ରବିବାର ଉଦ୍ଧାର କରାଯାଇଛି।  

ଟଙ୍କା ପାଇଁ ନିର୍ଦ୍ଦୟ ସାଜିଲେ ପୁଅ, ନାତି: ୮୫ ବର୍ଷ ବୃଦ୍ଧଙ୍କୁ ହତ୍ୟା ପରେ ତାଡ଼ିଲେ ଆଖି

ଟଙ୍କା ପାଇଁ ନିର୍ଦ୍ଦୟ ସାଜିଲେ ପୁଅ, ନାତି: ୮୫ ବର୍ଷ ବୃଦ୍ଧଙ୍କୁ ହତ୍ୟା ପରେ ତାଡ଼ିଲେ ଆଖି

ତାଳଚେର, ୧୯।୮(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ବ୍ଲକ ସନ୍ଥପଡା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଟଙ୍କା ପାଇଁ ଗ୍ରାମର ଗୌର ନାୟକ(୮୫)ଙ୍କୁ ତାଙ୍କ ପୁଅ ଏବଂ ନାତି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି।

ଗୋଶାଣିନୂଆଗାଁ ପୋଲିସ ଦ୍ୱାରା ବାଇକ୍‌ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ: ୬ ଅଭିଯୁକ୍ତ ଗିରଫ, ୧୫ ପୁରୁଣା ବାଇକ୍‌ ଜବତ

ଗୋଶାଣିନୂଆଗାଁ ପୋଲିସ ଦ୍ୱାରା ବାଇକ୍‌ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ: ୬ ଅଭିଯୁକ୍ତ ଗିରଫ, ୧୫ ପୁରୁଣା ବାଇକ୍‌ ଜବତ

ବ୍ରହ୍ମପୁର ଅଫିସ,୧୯।୮: ବ୍ରହ୍ମପୁର ଜିଲା ଗୋଶାଣିନୂଆଗାଁ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି। ଏକ ବଡ଼ ଧରଣର ବାଇକ ଚୋରି ରାକେଟକୁ ପୋଲିସ ପର୍ଦ୍ଦାଫାଶ କରିବା ସହ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। 

ମଦ ଚୋରା ଚାଲାଣ ଅଭିଯୋଗରେ ବିଜ୍ଞାନଗାର ସହାୟକ ଗିରଫ

ମଦ ଚୋରା ଚାଲାଣ ଅଭିଯୋଗରେ ବିଜ୍ଞାନଗାର ସହାୟକ ଗିରଫ

ଯାଜପୁର ଅଫିସ, ୧୯।୮: ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ବାଳମୁକୁଳି ବଜାରରୁ  ରବିବାର ସକାଳେ ମଦ ଚୋରା ଚାଲାଣ ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। 

ପୋଲିସର ଦାଦାଗିରି,ଘରେ ପଶି ମହିଳାଙ୍କୁ ଗାଳିଗୁଲଜ: ହୋମଗାର୍ଡ଼ ଗିରଫ

ପୋଲିସର ଦାଦାଗିରି,ଘରେ ପଶି ମହିଳାଙ୍କୁ ଗାଳିଗୁଲଜ: ହୋମଗାର୍ଡ଼ ଗିରଫ

ଗାଇସିଲେଟ୍‌,୧୯।୮(ଡି.ଏନ.ଏ)
ବରଗଡ଼ ଜିଲା ଗାଇସିଲେଟ ଥାନାରେ କାର୍ଯ୍ୟରତ କନଷ୍ଟେବଳ ପୁରନ୍ଦର ସରାଫ ଏବଂ ହୋମଗାର୍ଡ଼ ଉତ୍ତମ ସୁନା ଅନ୍ୟ ୩ ଯୁବକଙ୍କୁ ସାଙ୍ଗରେ ନେଇ ଶୁକ୍ରବାର ଶରଧାପାଲି ଗ୍ରାମର ରାଜକୁମାର ସାହୁଙ୍କ ଘରେ ପଶି ପରିବାର ଲୋକଙ୍କୁ ଭୟଭୀତ ଓ ଗାଲିଗୁଲଜ କରିଥିବା ଅଭିଯୋଗ ହୋଇଛି । 

ସ୍ତ୍ରୀକୁ ହତ୍ୟା ଘଟଣା, ସ୍ବାମୀକୁ ଆଜୀବନ କାରାଦଣ୍ଡ

ସ୍ତ୍ରୀକୁ ହତ୍ୟା ଘଟଣା, ସ୍ବାମୀକୁ ଆଜୀବନ କାରାଦଣ୍ଡ

ଧର୍ମଗଡ,୧୯।୮(ଡି.ଏନ.ଏ.)
ନିଜ ସ୍ତ୍ରୀକୁ କିରୋସିନି ଢାଳି ଜୀବନରେ ମାରି ଦେଇଥିବା ଘଟଣାର ବିଚାର କରି ଶନିବାର ଅପରାହ୍ନରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡା ଦେଶ ଶୁଣାଇଛନ୍ତି କଳାହାଣ୍ଡି ଜିଲା ଧର୍ମଗଡ ଅତିରିକ୍ତ ଜିଲା ଦୌରା ଜଜ ରାମକୃଷ୍ଣ ଚୌଧୁରୀ । ପ୍ରକାଶ ଯେ, ୨୦୧୫ଫେବୃୟାରୀ ୨୫ରେ କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ଗ୍ରାମର ଡମ୍ବରୁଧର ସୁନାନୀ ନିଜ ସ୍ତ୍ରୀ ସିନ୍ଧୁକାଙ୍କୁ ପୋଡି ମାରିବାକୁ ଉଦ୍ୟମ କରିଥିଲେ। 

ବଳାତ୍କାର ଅଭିଯୋଗରେ ୧୦ ବର୍ଷ ଜେଲଦଣ୍ଡାଦେଶ

ବଳାତ୍କାର ଅଭିଯୋଗରେ ୧୦ ବର୍ଷ ଜେଲଦଣ୍ଡାଦେଶ

ଭବାନୀପାଟଣା,୧୯।୮(ଡି.ଏନ.ଏ.) 
୨୦୧୩ ମସିହାରେ କେସିଙ୍ଗା ଥାନା ଅଞ୍ଚଳରେ ଜୈନିକ ୪ ବର୍ଷର ଶିଶୁ କନ୍ୟାଙ୍କୁ ଘରେ ପଶି ମହମ୍ମଦ୍‌ ମନସୁର ଖାଁ ନାମକ ବ୍ୟକ୍ତି ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ସିଟି କେସ ନଂ୧୮/୨୦୧୩କୁ ବିଚାର କରି ଅତିରିକ୍ତ ଜିଲା ଦୌରା ଜଜ  ଏବଂ ସ୍ବତନ୍ତ୍ର ଜଜ ଭବାନୀପାଟଣା ରଶ୍ମିତା ଦଳେଇ ଦଫା ୪୫୭, ୩୭୬ (୨)(ଏଫ)ରେଡ୍‌ ୬ ଅଫ ପୋକ୍‌ସୋ ଏକ୍ଟରେ ଅଭିଯୁକ୍ତ ମହମ୍ମଦ୍‌ ମନସୁର ଖାଁଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୫୦୦ଟଙ୍କା ଜରିମାନା କରିଛନ୍ତି। 

ଢେଙ୍କାନାଳରୁ ଚଣ୍ଡିଖୋଲକୁ ୩ଶହରୁ ଊର୍ଦ୍ଧ୍ୱ ଗୋରୁ ଚାଲାଣ: ସ୍ଥାନୀୟ ଲୋକେ ଅଟକ ରଖି ଦେଲେ ପୋଲିସ ଜିମା

ଢେଙ୍କାନାଳରୁ ଚଣ୍ଡିଖୋଲକୁ ୩ଶହରୁ ଊର୍ଦ୍ଧ୍ୱ ଗୋରୁ ଚାଲାଣ: ସ୍ଥାନୀୟ ଲୋକେ ଅଟକ ରଖି ଦେଲେ ପୋଲିସ ଜିମା

ଢେଙ୍କାନାଳ ଅଫିସ,୧୯।୮: ଢେଙ୍କାନାଳ ଜିଲା ଗଁନ୍ଦିଆ ଥାନା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଚାଲାଣ ହେଉଥିବା ୪ ଗୋରୁ ଗାଡ଼ିକୁ ସ୍ଥାନୀୟ ଲୋକେ ଅଟକ ରଖି ପୋଲିସ ଜିମା ଦେଇଛନ୍ତି।