ଫୁରସତ |

ଏମିତି ଏକ ମନ୍ଦିର ଯେଉଁଠିକୁ ଭଉଣୀ ଭାଇ ଯିବା ମନା

ଏମିତି ଏକ ମନ୍ଦିର ଯେଉଁଠିକୁ ଭଉଣୀ ଭାଇ ଯିବା ମନା
ଉତ୍ତରପ୍ରଦେଶ କାଲପିରେ ରହିଛି ୨୧୦ ଫୁଟ ଉଚ୍ଚତା ବିଶିଷ୍ଟ ଲଙ୍କା ମୀନାର ମନ୍ଦିର। ମୀନାରକୁ ନେଇ ରହିଛି ଅନେକ ଲୋକକଥା । କୁହାଯାଏ, ଏହା ଭିତରକୁ ଭଉଣୀ ଭାଇ ଏକତ୍ର ପ୍ରବେଶ ପାଇଁ ବାରଣ କରାଯାଇଛି। ଏଭଳି ନିୟମ ପଛରେ ରହିଛି ଭିନ୍ନ କାରଣ। ପ୍ରକୃତରେ ମୀନାର ନିର୍ମାଣଶୈଳୀ ଏହି ନିୟମ ପାଳନ ଲାଗି ବାଧ୍ୟ କରିଥାଏ। ମୀନାରର ତଳୁ ଉପରକୁ ଯିବାପାଇଁ ହେଲେ ୭ ଥର ପରିକ୍ରମା କରିବାକୁ ପଡ଼ିଥାଏ। ଯାହା କେବଳ ପତିପତ୍ନୀଙ୍କ ପାଇଁ ଉଦ୍ଦିଷ୍ଟ। ତେଣୁ ଏଠାକୁ ଭାଇଭଉଣୀ ଏକତ୍ର ଆସିପାରନ୍ତି ନାହିଁ। ଏହି ମୀନାର ମଧ୍ୟରେ ରାବଣଙ୍କର ପୂରା ପରିବାରବର୍ଗଙ୍କ ଚିତ୍ର ଅଙ୍କନ କରାଯାଇଛି। ୧୮୫୭ରେ ମୀନାରର ନିର୍ମାଣ ମଥୁରା ପ୍ରସାଦ କରିଥିଲେ, ଯିଏକି ରାମଲୀଳାରେ ସର୍ବଦା ରାବଣଙ୍କ ଚରିତ୍ରରେ ଅଭିନୟ କରୁଥିଲେ। ରାବଣଙ୍କ ଚରିତ୍ରରେ ସେ ଏତେ ମାତ୍ରାରେ ବୁଡି ରହିଥିଲେ ଯେ, ଲଙ୍କା ନିର୍ମାଣ ପାଇଁ ମନ ବଳାଇଥିଲେ। ଶଙ୍ଖ, କଉଡି ଆଦିରେ ସେ ଏହି ମୀନାର ନିର୍ମାଣ କରିଛନ୍ତି। ଏଥିପାଇଁ ତାଙ୍କୁ ୨୦ ବର୍ଷ ସମୟ ଲାଗିଥିଲା। ମୀନାର ମଧ୍ୟରେ ଶହେ ଫୁଟ ଉଚ୍ଚତା ବିଶିଷ୍ଟ କୁମ୍ଭକର୍ଣ୍ଣ ଏବଂ ୬୫ ଫୁଟ ଉଚ୍ଚତା ମେଘନାଦ ପ୍ରତିମା ରହିଛି। ସେହିପରି ମୀନାର ସମ୍ମୁଖରେ ଭଗବାନ ଚିତ୍ରଗୁପ୍ତ ଏବଂ ଭଗବାନ ଶଙ୍କରଙ୍କ ମୂର୍ତ୍ତି ରହିଛି।
All Right Reserved By

ଫୁରସତ |

୨୫ ବର୍ଷ ଧରି ମାଟି ଖାଉଥିବା ବ୍ୟକ୍ତି

୨୫ ବର୍ଷ ଧରି ମାଟି ଖାଉଥିବା ବ୍ୟକ୍ତି

ନୂଆଦିଲୀ : ବେଳେବେଳେ ଛୋଟପିଲାମାନେ ମାଟି ଖାଇବାକୁ ଭଲ ପାଉଥିବା ନଜରକୁ ଆସେ। କୁହାଯାଏ ମାଟି ସେମାନଙ୍କୁ ମିଠା ଲାଗେ। ତେଣୁ ସେମାନେ ମାଟି ଖାଇଥାନ୍ତି। 

ଯେଉଁ ମନ୍ଦିରରେ ହୁଏ ମୁଣ୍ଡ ନଥିବା ମୂର୍ତ୍ତି ପୂଜା

ଯେଉଁ ମନ୍ଦିରରେ ହୁଏ ମୁଣ୍ଡ ନଥିବା ମୂର୍ତ୍ତି ପୂଜା

ମୁଣ୍ଡ ନଥିବା ମୂର୍ତ୍ତିଙ୍କୁ ପୂଜା କରାଯାଏ ନାହିଁ ବୋଲି ଆମେ ଜାଣିଛେ। ମାତ୍ର ଉତ୍ତରପ୍ରଦେଶରେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ମୁଣ୍ଡ ନଥିବା ମୂର୍ତ୍ତିଗୁଡ଼ିକୁ ପୂଜା କରାଯାଉଛି। ଏହି ମନ୍ଦିର ଲକ୍ଷ୍ନୌଠାରୁ ୧୭୦ କିଲୋମିଟର ଦୂର ପ୍ରତାପଗଡ଼ରେ ଅବସ୍ଥିତ।

ଯେଉଁଠି ପିଲା ଜନ୍ମକଲେ ଦେବାକୁ ପଡୁଥିଲା ଜରିମାନା

ଯେଉଁଠି ପିଲା ଜନ୍ମକଲେ ଦେବାକୁ ପଡୁଥିଲା ଜରିମାନା

ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ବେଳେ ବେଳେ କେତେକ ଦେଶ କିଛି ନିୟମ ପ୍ରଚଳନ କରିଥାଆନ୍ତି। ଯେମିତି ଆମେ ଦୁଇ ଆମର ଏକ। ଏହି ନିୟମ ଚାଇନାରେ ବେଶ୍‌ ପ୍ରଚଳିତ ହୋଇଥିଲା। 

ଦିବ୍ୟାଙ୍ଗଙ୍କ ପେଶା ଭିକ୍ଷାବୃତ୍ତି: ମାସିକ ଆୟ ୩୦ ହଜାର ଘରେ ଅଛନ୍ତି ୩ ସ୍ତ୍ରୀ

ଦିବ୍ୟାଙ୍ଗଙ୍କ ପେଶା ଭିକ୍ଷାବୃତ୍ତି: ମାସିକ ଆୟ ୩୦ ହଜାର ଘରେ ଅଛନ୍ତି ୩ ସ୍ତ୍ରୀ

ପରିବର୍ତ୍ତିତ ସମୟ ସହିତ ଲୋକଙ୍କ ରୁଚି ତଥା ପେଶା ବଦଳିବାରେ ଲାଗିଛି। ଏବେ ଅନେକ ଭିକ୍ଷାବୃତ୍ତିକୁ ନିଜର ପେଶାଭାବେ ଗ୍ରହଣ କରିବାକୁ ପସନ୍ଦ କରୁଛନ୍ତି। 

ଯୌବନରେ ପ୍ରେମରୁ ଜାତହୁଏ ଏଭଳି ସ୍ବଭାବ...

ଯୌବନରେ ପ୍ରେମରୁ ଜାତହୁଏ ଏଭଳି ସ୍ବଭାବ...

ମଣିଷର ଚାରିଟି ଅବସ୍ଥା ଶୈଶବ, କୈଶୋର, ଯୌବନ ଓ ବାର୍ଦ୍ଧକ୍ୟ ମଧ୍ୟରୁ ଯୌବନାବସ୍ଥାକୁ ବହୁ ଦୃଷ୍ଟିରୁ ମହତ୍ୱପୂର୍ଣ୍ଣ ବୋଲି ଧରାଯାଏ। ଏହି ସମୟରେ ମଣିଷର ଶାରୀରିକ ଓ ମାନସିକସ୍ତରରେ ଆସିଥାଏ ସର୍ବାଧିକ ପରିବର୍ତ୍ତନ।

ଯେଉଁ ରେଷ୍ଟୁରାଣ୍ଟରେ ଖାଦ୍ୟ ପରସନ୍ତି ବିକିନି ଗର୍ଲ

ଯେଉଁ ରେଷ୍ଟୁରାଣ୍ଟରେ ଖାଦ୍ୟ ପରସନ୍ତି ବିକିନି ଗର୍ଲ

ଚାଇନାର ସେଙ୍ଗଡଙ୍ଗ ସହରରେ ରହିଛି ଏକ ନିଆରା ରେଷ୍ଟୁରାଣ୍ଟ। ଏଠାରେ ନିଜର ବିଜନେସ୍‌ ବଢ଼ାଇବା ପାଇଁ ଜଣେ ମାଲିକ ନିଜ ରେଷ୍ଟୁରାଣ୍ଟରେ ବିକିନି ଗର୍ଲଙ୍କୁ ଓ୍ବେଟର ଭାବେ ନିଯୁକ୍ତି ଦେଇଛନ୍ତି।

ଯେଉଁଠି ପ୍ରସବ ପୂର୍ବରୁ ତଡ଼ିଦିଆଯାଏ ଗର୍ଭବତୀଙ୍କୁ

ଯେଉଁଠି ପ୍ରସବ ପୂର୍ବରୁ ତଡ଼ିଦିଆଯାଏ ଗର୍ଭବତୀଙ୍କୁ

ଆଫ୍ରିକାର ଏମିତି କେତେକ ସମ୍ପ୍ରଦାୟରେ ଅଜବ ନିୟମ ରହିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ ଏହି ନିୟମକୁ ସେଠାକାର ଲୋକେ ଦୀର୍ଘଦିନରୁ ପାଳନ କରିଆସୁଛନ୍ତି। ଦକ୍ଷିଣ ଘାନାସ୍ଥିତ ମାଫିଦୋବେ ଗାଁରେ ଏମିତି ଅଜବ ନିୟମ ରହିଛି। 

ବାସ୍କେଟ ଆକୃତିର ଅଫିସ୍‌

ବାସ୍କେଟ ଆକୃତିର ଅଫିସ୍‌

ପୃଥିବୀରେ ରହିଛି ଏପରି ଅନେକ ସ୍ଥାପତ୍ୟ ଯାହାର ନିର୍ମାଣଶୈଳୀ ଦେଖିବାକୁ ଖୁବ୍‌ ଅଜବ। ଆକାର, ଆକୃତିରେ ଭିନ୍ନତା ହେତୁ ଏହି ସ୍ଥାପତ୍ୟଗୁଡିକ ସ୍ବତନ୍ତ୍ରତା ବଜାୟ ରଖେ। 

ଉଲ୍‌ କାରିଗରି

ଉଲ୍‌ କାରିଗରି

ଦିନେ ଏକ ଉଲ୍‌ର କଣ୍ଢେଇ ଦେଖି ସେମିତି କଣ୍ଢେଇ ତିଆରି କରିବାକୁ ଭାବିଥିଲେ। ଆଉ ତିନି ବର୍ଷ ପୂର୍ବେ ଆରମ୍ଭ କରିଥିଲେ ଉଲ୍‌ର କଣ୍ଢେଇ ତିଆରି କରିବା। 

ଦୋଷ ନ ଥାଇ ଜେଲ ଗଲେ ୧୦୪ ବର୍ଷର ବୃଦ୍ଧା

ଦୋଷ ନ ଥାଇ ଜେଲ ଗଲେ ୧୦୪ ବର୍ଷର ବୃଦ୍ଧା

ମଣିଷ କିଛି ଅପରାଧ କଲେ ପୋଲିସ ଜେଲର ବନ୍ଦ କୋଠରିରେ ପୂରାଇ ଦେଇଥାଏ। କିନ୍ତୁ ଜଣେ ୧୦୪ ବର୍ଷୀୟା ବୃଦ୍ଧାଙ୍କୁ ପୋଲିସ ବିନା ଅପରାଧରେ ଗିରଫ କରିଛି। 

ଖୁସିରେ ରହିବାକୁ ଚାହୁଁଛନ୍ତି ତ ଆପଣାନ୍ତୁ ୩ ଉପାୟ

ଖୁସିରେ ରହିବାକୁ ଚାହୁଁଛନ୍ତି ତ ଆପଣାନ୍ତୁ ୩ ଉପାୟ

ଆପଣ ସର୍ବଦା ଦୁଃଖକଷ୍ଟରେ ଜୀବନ କାଟୁଛନ୍ତି। ମାନସିକ ଦୁଶ୍ଚିନ୍ତା ଭିତରେ ଗତି କରୁଛନ୍ତି ଯଦି ବାବା ଭୈରବନାଥଙ୍କୁ ଆରାଧନା କରନ୍ତୁ। ଦେଖିବେ ସମସ୍ତ ଦୁଃଖକ୍ଳେଶ ଦୂର ହୋଇଯିବ।

ଫାଷ୍ଟ ଇମ୍ପ୍ରେସନ୍‌

ଫାଷ୍ଟ ଇମ୍ପ୍ରେସନ୍‌

ସାଧାରଣତଃ ଆପଣ ଯେତେବେଳେ କାହା ସହ ପ୍ରଥମ ଥର କଥା ହେବାକୁ ଯାଉଛନ୍ତି ତେବେ କିପରି କଥାହେବେ, ନିଜର ସ୍ବଭାବ,  ଆଚାର ବ୍ୟବହାର  କେମିତି ରହିଲେ ତାହା ଅନ୍ୟଙ୍କୁ  ପ୍ରଭାବିତ କରିବ ଜାଣନ୍ତୁ ସେ ସମ୍ପର୍କରେ  ଟିପ୍ସ...


Model This Week

ରଶ୍ମି
Why Dharitri