ଅପରାଧ | ଉପକୂଳ ଓଡିଶା

ମାଙ୍କଡା ପଥର ବୋଝେଇ ଟ୍ରକ୍‌ ଜବତ

ମାଙ୍କଡା ପଥର ବୋଝେଇ ଟ୍ରକ୍‌ ଜବତ
ଚଢ଼େଇଧରା, ୧୦ା୮(ଡି.ଏନ୍‌.ଏ.) : ଧର୍ମଶାଳା ବ୍ଲକ ଅନ୍ତର୍ଗତ ଚଢ଼େଧରା ତଳଛକରୁ ଚଢ଼େଇଧରା ଓ ଜେନାପୁର ପୋଲିସ୍‌ ମିଳିତ ଚଢ଼ାଉ କରାଯାଇ ଗୁରୁବାର ଦୁଇଟି ମାଙ୍କଡା ବୋଝେଇ ୪୦୭ କୁ ଜବତ କରାଯାଇଛି । ଢ଼େଙ୍କାନାଳ ଜିଲା ନିହଲପ୍ରସାଦରୁ ବେଆଇନ ଭାବେ ମାଙ୍କଡା ପଥର ବୋଝେଇ କରି ନେଇ ଆସୁଥିବା ବେଳେ ପୋଲିସ ଏହି ଟ୍ରକ୍‌ ଦ୍ୱୟକୁ ଜବତ କରିଥିଲା। ତେବେ ଗାଡି ଦୁଇଟିକୁ ଜବତ କରି ଚଢ଼େଇଧରା ବିଟ୍‌ ହାଉସ୍‌ରେ ରଖାଯାଇଥିବା ବେଳେ କାୈଣସି ଜରିମାନା ଆଦାୟ କରାଯାଇ ନ ଥିବା ଜଣାପଡିଛି।
All Right Reserved By

ଅପରାଧ | ଉପକୂଳ ଓଡିଶା

କେନ୍ଦୁଝର ଡବଲମର୍ଡର:  ଅଭିଯୁକ୍ତ ୨ ଭାଇ ବାଲିଆପାଳରୁ ଗିରଫ

କେନ୍ଦୁଝର ଡବଲମର୍ଡର: ଅଭିଯୁକ୍ତ ୨ ଭାଇ ବାଲିଆପାଳରୁ ଗିରଫ

ବାଲିଆପାଳ, ୧୦ା୧୨(ଡି.ଏନ.ଏ.)-କେନ୍ଦୁଝର ଜିଲାରେ ଏକ ହତ୍ୟା ଘଟଣାରେ ଅଭିଯୁକ୍ତ ଦୁଇ ଭାଇ ୪ବର୍ଷ ଧରି ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳକୁ ଆସି ଲୁଚି ରହିଥିଲେ।  କେନ୍ଦୁଝର ଜିଲା ସୋସ ଥାନାର ଏକ ପୋଲିସ ଟିମ୍‌ ବାଲିଆପାଳ ପୋଲିସ ସହାୟତାରେ ଶନିବାର ଚଢାଉ କରି ସିମୁଳିଆ ହାଟ ନିକଟ ଏକ ଚାଳିଆ ଘରୁ ଅଭିଯୁକ୍ତ ଦୁଇ ଭାଇକୁ  ଗିରଫ କରିଥିଲେ । 

ବ୍ୟାଙ୍କ ଡକାୟତିର ଚାଲିଛି ଖୋଳତାଡ଼: ମାଷ୍ଟରମାଇଣ୍ଡଙ୍କୁ ମାରାଥନ ଜେରା

ବ୍ୟାଙ୍କ ଡକାୟତିର ଚାଲିଛି ଖୋଳତାଡ଼: ମାଷ୍ଟରମାଇଣ୍ଡଙ୍କୁ ମାରାଥନ ଜେରା

ଅନୁଗୋଳ ଅଫିସ, ୧୦।୧୨- ଅନୁଗୋଳ ସ୍ଥିତ ଆନ୍ଧ୍ର ଓ ଇଣ୍ଡିଆନ ବ୍ୟାଙ୍କ ଡକାୟତି ଘଟଣାର ମାଷ୍ଟର ମାଇଣ୍ଡ ଥିବା ମାଧବ ରବି ଦାସଙ୍କୁ ଅନୁଗୋଳ ପୋଲିସ ଗୟାରୁ ରିମାଣ୍ଡରେ ଆଣି ଶନିବାର ବିଳମ୍ବିତ ରାତିରେ ଅନୁଗୋଳରେ ପହଞ୍ଚତ୍ବା ପରେ ମାରାଥନ ଜେରା ଆରମ୍ଭ କରିଛି। 

ନାବାଳିକା ଅପହରଣ, ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୨ଗିରଫ

ନାବାଳିକା ଅପହରଣ, ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୨ଗିରଫ

 ବରଗଡ଼ ଅଫିସ୍‌,୯।୧୨: ବରଗଡ଼ ଜିଲା ଭେଡ଼େନ ଥାନା ଅଞ୍ଚଳରେ ଜଣେ ନାବାଳିକା(୧୬)ଙ୍କୁ ଅପହରଣ ଓ ହତ୍ୟା ପରେ ମୃତଦେହକୁ ବିନ୍ଧ୍ୟବାସିନୀ ପାହାଡ଼ ଉପରେ ପକାଇଦେବା ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଥୁଆପାଲି ଗ୍ରାମର କୈଳାଶ ଚନ୍ଦ୍ର ବାରିକ(୧୮) ଏବଂ ରମେଶ ଓରଫ ଛୋଟୁ ସାହାଣୀ(୨୬)। 

ନକଲି ୨ ହଜାର ଟଙ୍କିଆ ନୋଟ ଜବତ ଘଟଣା: ଜେଲ୍‌ ଗଲେ ଯୁବକ

ନକଲି ୨ ହଜାର ଟଙ୍କିଆ ନୋଟ ଜବତ ଘଟଣା: ଜେଲ୍‌ ଗଲେ ଯୁବକ

ଜଳେଶ୍ୱର, ୯ା୧୨(ଡି.ଏନ.ଏ.)-ନକଲି ୨ ହଜାର ଟଙ୍କିଆ ନୋଟ ବ୍ୟବହାର କରୁଥିବା ଅଭିଯୋଗରେ ଜଳେଶ୍ୱର ପୋଲିସ ଅଟକ ରଖିଥିବା ଅମଜଦ୍‌ ଖାନ୍‌ (୨୩) ନାମକ ଯୁବକଙ୍କୁ ପଚରାଉଚୁରା ପରେ ରବିବାର ଗିରଫ କରିଛି। ତାଙ୍କ ବିରୋଧରେ ଆଇପିସିର ଧାରା ୪୮୯ (ବି)(ସି) ଅନୁଯାୟୀ ଏକ ମାମଲା(ନଂ.୩୪୯/୨୦୧୮) ରୁଜୁ କରାଯାଇ  କୋର୍ଟଚାଲାଣ କରାଯାଇଛି। 

୭ ମୃତ ବିଦେଶୀ ପକ୍ଷୀ ଜବତ, ଜଣେ ଗିରଫ

୭ ମୃତ ବିଦେଶୀ ପକ୍ଷୀ ଜବତ, ଜଣେ ଗିରଫ

ଟାଙ୍ଗୀ(ଖୋର୍ଦ୍ଧା),୯ା୧୨(ଡି.ଏନ.ଏ.)-ଚିଲିକା ଉପକୂଳ କାଳୁପଡ଼ାଘାଟ ଜେଟି ନିକଟ ବରୁଣପଡ଼ାର ଗୁନିବସା ନାଳରେ ୭ ମୃତ ବିଦେଶୀ ପକ୍ଷୀ ଜବତ ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ରବିବାର ପୂର୍ବାହ୍ନ ୧୧.୩୦ରେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ଅଚାନକ ଚଢ଼ାଉ କରି ମୃତ ପକ୍ଷୀ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବନାଞ୍ଚଳ ଅଧିକାରୀ ସୁବାସ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି। 

ଫେରିବାଲାଙ୍କୁ ମରଣାନ୍ତକ ଆକ୍ରମଣ

ଫେରିବାଲାଙ୍କୁ ମରଣାନ୍ତକ ଆକ୍ରମଣ

କ.ନୂଆଗଁ।,୯।୧୨(ଡି.ଏନ୍‌.ଏ.)- କନ୍ଧମାଳ ଜିଲା କ.ନୂଆଗଁ। ଥାନା ନିକଟରେ ଚାଲିଥିବା ସାପ୍ତାହିକ ହାଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଶୀତବସ୍ତ୍ର ବ୍ୟବସାୟ କରୁଥିବା ଜଣେ ଫେରିବାଲାକୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଟାଙ୍ଗିଆରେ ହାଣିବାରୁ ସେ ଗୁରୁତର ହୋଇଛନ୍ତି। ଯୁବକ ଜଣକ ହେଲେ ଉତ୍ତରପ୍ରଦେଶ କାନପୁରର ପବନ ସିଂ।  ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ସମୁଦୁଣୀଙ୍କ ତଣ୍ଟିକାଟି ହତ୍ୟା ଘଟଣା: ସମୁଦୀ ଗିରଫ, ବାଇକ, ଛୁରି ଜବତ

ସମୁଦୁଣୀଙ୍କ ତଣ୍ଟିକାଟି ହତ୍ୟା ଘଟଣା: ସମୁଦୀ ଗିରଫ, ବାଇକ, ଛୁରି ଜବତ

ବୁଗୁଡ଼ା,୯।୧୨(ଡି.ଏନ.ଏ.)- ବୁଗୁଡା ସହର ଅନ୍ନପୂର୍ଣ୍ଣାନଗର ସାହିରେ ଶନିବାର ସମୁଦୁଣୀଙ୍କ ତଣ୍ଟିକାଟି ହତ୍ୟା କରିଥିଲେ ସମୁଦୀ। ଏହି ଘଟଣାରେ ରବିବାର ଅଭିଯୁକ୍ତ ସମୁଦୀଙ୍କୁ ବୁଗୁଡ଼ା ପୋଲିସ ଗିରଫ କରିଛି। ସେ ହେଲେ ଜଗନ୍ନାଥପ୍ରସାଦ ଥାନା ପଟାଧାର ଗ୍ରାମର ବସନ୍ତ ସାହୁ। ପୋଲିସ ବସନ୍ତଙ୍କୁ ତାଙ୍କ ଘରୁ ଗିରଫ କରିଥିବାବେଳେ ଘଟଣାରେ ବ୍ୟବହୃତ ବାଇକ ଓ ଛୁରି ଜବତ କରିଛି।

ନାବାଳିକାଙ୍କୁ ଅସଦାଚରଣ: ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା ଅଫିସ,୯।୧୨: ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଖୋର୍ଦ୍ଧା ଟାଉନ ଥାନା ପୋଲିସ ରବିବାର ଜଣଙ୍କୁ ଗିରଫ କରିି କୋର୍ଟ ଚାଲାଣ କରିଛି ।

୨ ମୋବାଇଲ ଲୁଟେରାଙ୍କୁ କୋର୍ଟ ଚାଲାଣ

୨ ମୋବାଇଲ ଲୁଟେରାଙ୍କୁ କୋର୍ଟ ଚାଲାଣ

ଖୋର୍ଦ୍ଧା ଅଫିସ,୯ା୧୨: ଖୋର୍ଦ୍ଧା ଟାଉନ ଥାନା ଶିଳ୍ପାଞ୍ଚଳ ଫାଣ୍ଡି ପୋଲିସ ମୁକୁନ୍ଦପ୍ରସାଦ ଅଞ୍ଚଳରେ ଶନିବାର ଚଢ଼ାଉ କରି ୨ ମୋବାଇଲ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 

ଆଖୁଆପଦା ଛକରେ ପୋଲିସର ଚଢ଼ାଉ: ଦେଶୀ ମଦ ଜବତ, ଜଣେ ଗିରଫ

ଆଖୁଆପଦା ଛକରେ ପୋଲିସର ଚଢ଼ାଉ: ଦେଶୀ ମଦ ଜବତ, ଜଣେ ଗିରଫ

ଭଣ୍ଡାରିପୋଖରୀ,୯।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ପୋଲିସ ଆଖୁଆପଦା ଛକଠାରେ ରବିବାର ଚଢ଼ାଉ କରି ଜଣେ ଚୋରା ମଦ ବେପାରୀଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସ୍ଥାନୀୟ ଜଗନ୍ନାଥପ୍ରସାଦ ଗ୍ରାମର ରାଜ କିଶୋର ଦଳାଇ।

ବୋଲେରୋ ଗାଡ଼ି ଲୁଟିନେଲେ ଦୁର୍ବୃତ୍ତ

ସୁନ୍ଦରଗଡ଼,୯।୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଣେଇ ଉପଖଣ୍ଡ  ଚାନ୍ଦିପୋଷ ଥାନା ଅନ୍ତର୍ଗତ ତାମଡ଼ା ରାସ୍ତା ମଧ୍ୟରେ ଶନିବାର ବିଳମ୍ବିତ ରାତିରେ ଲୁଟ ହୋଇଛି।

ସମୁଦୁଣୀଙ୍କ ତଣ୍ଟି କାଟିଲେ ସମୁଦି

ସମୁଦୁଣୀଙ୍କ ତଣ୍ଟି କାଟିଲେ ସମୁଦି

ବୁଗୁଡା,୯ା୧୨(ଡି.ଏନ.ଏ.)- ଗଞ୍ଜାମ ଜିଲା ବୁଗୁଡା ଥାନା ଅନ୍ନପୂର୍ଣ୍ଣାନଗର ସାହିରେ ଶନିବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଝିଅର ଶାଶୁ (ସମୁଦୁଣୀଙ୍କୁ) ହତ୍ୟା କରିଛନ୍ତି ସମୁଦି। ମୃତକ ହେଲେ କନକ ସାହୁ (୫୦)।