ବାଣିଜ୍ୟ |

ଆଲୟ ଓ୍ବେୟାର ରଡ୍‌ ୟୁନିଟ୍‌ ସ୍ଥାପନ କରିବ ନାଲ୍‌କୋ

ଆଲୟ ଓ୍ବେୟାର ରଡ୍‌ ୟୁନିଟ୍‌ ସ୍ଥାପନ କରିବ ନାଲ୍‌କୋ
ଭୁବନେଶ୍ୱର,୧୦-୮(ପି.ଟି) : ରାଷ୍ଟ୍ରାୟତ୍ତ ନ୍ୟାସନାଲ ଆଲୁମିନିୟମ କମ୍ପାନୀ (ନାଲକୋ) ଓଡିଶାରେ ଏକ ଆଲୟ ଓ୍ବେୟାର ରଡ୍‌ ୟୁନିଟ୍‌ ସ୍ଥାପନ କରିବ। ଉକ୍ତ ୟୁନିଟ ଅନୁଗୋଳ ସ୍ଥିତ ସ୍ମେଲଟର ପ୍ଲାଣ୍ଟରେ କାର୍ଯ୍ୟକ୍ଷମ ହେବ। ବିଦ୍ୟୁତ ସଞ୍ଚାଳନ କ୍ଷେତ୍ରରେ ଆଲୁମିନିୟମ ଚାହିଦାକୁ ଧ୍ୟାନରେ ରଖି କମ୍ପାନୀ ଏଭଳି ଏକ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି। ପ୍ରସ୍ତାବିତ ପ୍ରକଳ୍ପରେ ୧୩୧ କୋଟି ଟଙ୍କା ପୁଞ୍ଜି ବିନିଯୋଗ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି। ଉକ୍ତ ୟୁନିଟର କ୍ଷମତା ଆଲୟ ଗ୍ରେଡରେ ୪୦ ହଜାର ଟପିଓ୍ବାଇ ଏବଂ ଇସି ଗ୍ରେଡରେ ୬୦,୦୦୦ ଟିପିଓ୍ବାଇ ରହିବ। ଗୁରୁବାର ଆନୁଷ୍ଠାନିକ ଭାବେ କମ୍ପାନୀର ଭୁବନେଶ୍ୱରସ୍ଥ କର୍ପୋରେଟ କାର୍ଯ୍ୟାଳୟରେ ଉକ୍ତ ୟୁନିଟର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। କେନ୍ଦ୍ର ଖଣି ସଚିବ ଅନିଲ ମୋକିମ ଏବଂ ନାଲକୋ ଅଧ୍ୟକ୍ଷ ତପନ କୁମାର ଚାନ୍ଦ ଭିଡିଓ କନଫରେନ୍ସି ଯୋଗେ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ୨୦୧୯ ସୁଦ୍ଧା ଉକ୍ତ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହା ଦ୍ୱାରା ଶକ୍ତି ସଞ୍ଚାଳନ କ୍ଷେତ୍ର ବିଶେଷ ଭାବେ ଲାଭବାନ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି। ନାଲ୍‌କୋର କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହ ଅଣ ଲୌହ କ୍ଷେତ୍ରରେ ନାଲ୍‌କୋ ଦେଶ ପାଇଁ ଗର୍ବ ବୋଲି ମୋକିମ୍‌ କହିଛନ୍ତି। କାର୍ଯ୍ୟକ୍ରମ ଅବସରରେ ଚାନ୍ଦ ନାଲକୋର ସଫଳତା ସମ୍ପର୍କରେ ସୂଚନା ଦେବା ସହ ଉକ୍ତ ୟୁନିଟ ପ୍ରତିଷ୍ଠାର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ।
All Right Reserved By

ବାଣିଜ୍ୟ |

ଭୋଡାଫୋନ ସଖି ଉନ୍ମୋଚିତ

ଭୋଡାଫୋନ ସଖି ଉନ୍ମୋଚିତ

ଭୁବନେଶ୍ୱର,୧୮-୧୦: ଭୋଡାଫୋନ ଆଇଡିଆ ଲିମିଟେଡ ପକ୍ଷରୁ ମହିଳା ମାନଙ୍କ ଲାଗି ମୋବାଇଲ ଭିତ୍ତିକ ସ୍ବତନ୍ତ୍ର ସୁରକ୍ଷା ସେବା  ଭୋଡାଫୋନ ସଖି ଉନ୍ମୋଚିତ ହୋଇଛି। ଏଥିରେ ଜରୁରୀ କାଳୀନ ଆଲର୍ଟ, ଜରୁରୀ କାଳୀନ ବାଲାନ୍ସ, ପ୍ରାଇଭେଟ ନମ୍ବର ରିଚାର୍ଜ ଭଳି ସୁବିଧା ରହିଛି।

୩୨ ନୂଆ ରେଫ୍ରିଜରେଟର ଆଣିଲା ଗୋଦରେଜ୍‌

୩୨ ନୂଆ ରେଫ୍ରିଜରେଟର ଆଣିଲା ଗୋଦରେଜ୍‌

ଭୁବନେଶ୍ୱର,୧୮-୧୦: ପାର୍ବଣକୁ ଧ୍ୟାନରେ ରଖି ଗୋଦରେଜ୍‌ ଆପ୍ଲାଏନ୍ସ ପକ୍ଷରୁ ୩୨ ନୂଆ ରେଫ୍ରିଜରେଟର ବଜାରକୁ ଆସିଛି। ପ୍ରିମିୟମ ଏନ୍‌ଏକ୍ସଡବ୍ଲ୍ୟୁ ସବ୍‌ବ୍ରାଣ୍ଡ ଅଧିନରେ ନୂଆ ଏନ୍‌ଏକ୍ସଡବ୍ଲ୍ୟୁ ଗ୍ଲାସ ଡୋର ରେଫ୍ରିଜରେଟର ବଜାରକୁ ଆସିଛି।

ଦିବ୍ୟାଙ୍ଗଙ୍କ ଲାଗି ସହାୟତାର ହାତ ବଢାଇଲା ଏସ୍‌ବିଆଇ ଲାଇଫ୍‌ ଇନସ୍ୟୁରାନ୍ସ

ଦିବ୍ୟାଙ୍ଗଙ୍କ ଲାଗି ସହାୟତାର ହାତ ବଢାଇଲା ଏସ୍‌ବିଆଇ ଲାଇଫ୍‌ ଇନସ୍ୟୁରାନ୍ସ

ଭୁବନେଶ୍ୱର,୧୮-୧୦: ଏସ୍‌ବିଆଇ ଲାଇଫ୍‌ ଇନସ୍ୟୁରାନ୍ସ ପକ୍ଷରୁ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲଥ ସାଇନ୍ସକୁ ଏକ ଭ୍ରାମ୍ୟମାଣ ମେଡିକାଲ ୟୁନିଟ ଦାନ କରାଯାଇଛି। ଭିନ୍ନକ୍ଷମଙ୍କ ଚିହ୍ନଟ କରିବା ତଥା ଚିକିତ୍ସା କରିବା ଦିଗରେ ଏହା ବିଶେଷ ଭାବେ ସହାୟକ ହେବ। 

ୟୁନିୟନ ବ୍ୟାଙ୍କ ପକ୍ଷରୁ ହିନ୍ଦୀ ମାସ

ୟୁନିୟନ ବ୍ୟାଙ୍କ ପକ୍ଷରୁ ହିନ୍ଦୀ ମାସ

ଭୁବନେଶ୍ୱର,୧୮-୧୦: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ହିନ୍ଦୀ ମାସ ଉଦଯାପନ ହୋଇଯାଇଛି। ଏହି ଅବସରରେ ରାଜଭାଷା ଉତ୍ସବ-୨୦୧୮ର ପୁରସ୍କାର ବିତରଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭୁବନେଶ୍ୱରର   ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି।

ସୋନିର ନୂଆ ହେଡ୍‌ ଫୋନ୍‌

ସୋନିର ନୂଆ ହେଡ୍‌ ଫୋନ୍‌

ଭୁବନେଶ୍ୱର,୧୮-୧୦: ସୋନି ପକ୍ଷରୁ ପରବର୍ତ୍ତୀ ପୀଢିର ନଏଜ କ୍ୟାନସେଲେଶନ ଡବ୍ଲ୍ୟୁଏଚ୍‌-୧୦୦୦ ଏକ୍ସଏମ୍‌୩ ହେଡଫୋନର ବଜାର ପ୍ରବେଶ ହୋଇଛି।

ଟର୍ମସର ନୂଆ ଉତ୍ପାଦ ବଜାରରେ

ଟର୍ମସର ନୂଆ ଉତ୍ପାଦ ବଜାରରେ

କଟକ,୧୮-୧୦: ପ୍ରମୁଖ ଇଣ୍ଟେଲିଜେଣ୍ଟ ଆପାରେଲ୍‌ ବ୍ରାଣ୍ଡ ଟର୍ମସର ନୂଆ ଉତ୍ପାଦ କଟକରେ ସିଡିଏ-୯ ସ୍ଥିତ ମିରର୍‌ ମଲ୍ଟି ବ୍ରାଣ୍ଡ ଷ୍ଟୋରରେ ବଜାର ପ୍ରବେଶ ହୋଇଛି। ନୂଆ ପ୍ରଡକ୍ଟକୁ କମ୍ପାନୀର ବାଣିଜ୍ୟ ମୁଖ୍ୟ ଅମିତ ମଲହୋତ୍ରା, ନିର୍ଦ୍ଦେଶକ ରୋହିତ ଗୁପ୍ତା ଉପସ୍ଥିତ ରହି ବଜାର ପ୍ରବେଶ କରାଇଥିଲେ। 

ଏସ୍‌ବିଆଇ ୟୋନୋର ସପିଂ ଫେଷ୍ଟିଭାଲ୍‌

ଏସ୍‌ବିଆଇ ୟୋନୋର ସପିଂ ଫେଷ୍ଟିଭାଲ୍‌

ନୂଆଦିଲ୍ଲୀ,୧୮-୧୦: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ୟୋନୋ ପକ୍ଷରୁ ସପିଙ୍ଗ ଫେଷ୍ଟିଭାଲ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଚଳିତ ମାସ ୨୧ ତାରିଖ ଯାଏ ଚାଲିବ। ଏହାକୁ କାର୍ଯ୍ୟକାରି କରାଇବା ସହ ବ୍ୟାଙ୍କ ପ୍ରାୟ ୮୫ରୁ ଅଧିକ ଇ-ବ୍ୟବସାୟିକ ସଂସ୍ଥା ସହ ଜଡିତ ହୋଇଛି। 

ସିଣ୍ଡିକେଟ୍‌ ବ୍ୟାଙ୍କ ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନ

ସିଣ୍ଡିକେଟ୍‌ ବ୍ୟାଙ୍କ ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନ

ଭୁବନେଶ୍ୱର,୧୮-୧୦: ସିଣ୍ଡିକେଟ୍‌ ବ୍ୟାଙ୍କର ୯୩ତମ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। 

ଏମ୍‌ଆଇ ଆଣିଲା ନୂଆ ସ୍ମାର୍ଟ ଟିଭି

ଏମ୍‌ଆଇ ଆଣିଲା ନୂଆ ସ୍ମାର୍ଟ ଟିଭି

ଭୁବନେଶ୍ୱର,୧୮-୧୦: ପ୍ରମୁଖ କମ୍ପାନୀ ଏମ୍‌ଆଇ ପକ୍ଷରୁ ନୂଆ ସ୍ମାର୍ଟ ଟିଭି ଓଡିଶା ବଜାରରେ ପ୍ରବେଶ କରିଛି। କମ୍ପାନୀର ରାଜ୍ୟ ମୁଖ୍ୟ ଅମିତ କୁମାର ପଣ୍ଡା, ବିତରକ ଜୟ ସଦାନି ପଟିଆ ସ୍ଥିତ ଗୁପ୍ତା ଡିଷ୍ଟ୍ରିବ୍ୟୁଟର ଶୋ’ରୁମରେ ଏହି ପ୍ରଡକ୍ଟଗୁଡିକୁ ଉନ୍ମୋଚନ କରିଥିଲେ।

ଷ୍ଟାଇଲ ସୁ’ର ନୂଆ ଶୋ’ରୁମ୍‌

ଷ୍ଟାଇଲ ସୁ’ର ନୂଆ ଶୋ’ରୁମ୍‌

ଭୁବନେଶ୍ୱର,୧୮-୧୦: ଷ୍ଟାଇଲ ସୁ’ ପକ୍ଷରୁ ନୂଆ ଶୋ’ରୁମ ସ୍ଥାନୀୟ ଅଶୋକ ନଗର, ଜନପଥଠାରେ ଶୁଭାରମ୍ଭ ହୋଇଛି। 

ଶୀର୍ଷ ୧୦୦ ବ୍ୟାଙ୍କ ଠକେଇ;ତଦନ୍ତକାରୀ ସଂସ୍ଥାକୁ ରିପୋର୍ଟ ଦେଲେ ସିଭିସି

ଶୀର୍ଷ ୧୦୦ ବ୍ୟାଙ୍କ ଠକେଇ;ତଦନ୍ତକାରୀ ସଂସ୍ଥାକୁ ରିପୋର୍ଟ ଦେଲେ ସିଭିସି

ନୂଆଦିଲ୍ଲୀ,୧୭।୧୦: ଦେଶରେ ହୋଇଥିବା ୧୦୦ଟି ଶୀର୍ଷ ବ୍ୟାଙ୍କ ଠକେଇର ବିଶ୍ଲେଷଣ କରି ମୁଖ୍ୟ ଭିଜିଲାନ୍ସ କମିଶନର(ସିଭିସି) ପ୍ରଥମଥର ଏହାର ରିପୋର୍ଟ ରିଜର୍ଭ ବ୍ୟାଙ୍କ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏବଂ ସିବିଆଇକୁ ହସ୍ତାନ୍ତର କରିଛନ୍ତି।

ପଳାତକ ଶିଳ୍ପପତିଙ୍କୁ ଇଣ୍ଡୋନେସିଆରୁ ପ୍ରତ୍ୟର୍ପଣ

ପଳାତକ ଶିଳ୍ପପତିଙ୍କୁ ଇଣ୍ଡୋନେସିଆରୁ ପ୍ରତ୍ୟର୍ପଣ

ନୂଆଦିଲ୍ଲୀ,୧୭-୧୦: ସାତଟି ବ୍ୟାଙ୍କରୁ ପ୍ରାୟ ୪୦ କୋଟି ଟଙ୍କା ଠକି ବିଦେଶ ପଳାଇଥିବା ଶିଳ୍ପପତି ବିନୟ ମିତ୍ତଲଙ୍କୁ ଇଣ୍ଡୋନେସିଆରୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଛି। ବିଜୟ ମାଲ୍ୟା, ନୀତିନ ସନ୍ଦେଶରା, ନୀରବ ମୋଦି, ମେହୁଲ ଚୋକ୍ସି, ଯତିନ ମେହଟ୍ଟା ଭଳି ବଡ଼ ଆର୍ଥିକ ଅପରାଧିଙ୍କ ତାଲିକାରେ ମିତ୍ତଲଙ୍କୁ ସାମିଲ କରାଯାଇଥିଲା। କର୍ପୋରେଶନ ବ୍ୟାଙ୍କ ଏବଂ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ଅଭିଯୋଗ ଭିତ୍ତିରେ ସିବିଆଇ ୨୦୧୪ ଓ ୨୦୧୬ରେ ମିତ୍ତଲଙ୍କ ବିରୋଧରେ ମାମଲା ଦାଏର କରିଥିଲେ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ପକ୍ଷରୁ ତାଙ୍କ ବିରୋଧରେ ୭ଟି ଚାର୍ଜଶିଟ୍‌ ଦାଖଲ କରାଯାଇଥିଲା।