

ବାଣିଜ୍ୟ |

ଆଜି ପାଳନ ହେବ ଉଜ୍ଜ୍ୱଳା ସ୍ବାଭିମାନ ଦିବସ
ଭୁବନେଶ୍ୱର,୨୨-୨: ଦେଶର ତୈଳ ବୀପଣନ କମ୍ପାନୀଗୁଡ଼ିକ ପକ୍ଷରୁ ଶୁକ୍ରବାର ସାରା ରାଜ୍ୟରେ ଉଜ୍ଜ୍ୱଳା ସ୍ବାଭିମାନ ଦିବସ ପାଳନ ହେଉଛି।

ସ୍ବୟଂ ଚାଳିତ ବଗି ସଫେଇ ପ୍ଲାଣ୍ଟ ବସାଇବ ପୂର୍ବତଟ ରେଳପଥ
ଭୁବନେଶ୍ୱର,୨୨-୨: ପୂର୍ବତଟ ରେଳପଥ ପକ୍ଷରୁ ପୁରୀ ଏବଂ ବିଶାଖାପାଟଣାଠାରେ ସ୍ବୟଂଚାଳିତ ବଗି ସଫେଇ ପ୍ଲାଣ୍ଟ ସ୍ଥାପନ ହେବ।

ହୋଣ୍ଡା ପକ୍ଷରୁ ବିଗ୍ ଡେମୋଭ୍ୟାନ୍ ଶୋ’
ଭୁବନେଶ୍ୱର,୨୨-୨: ଗୁଗ୍ନାନୀ ହୋଣ୍ଡା ଶୋ’ରୁମ ପକ୍ଷରୁ ବିଗ୍ ଡେମୋଭ୍ୟାନ ଶୋ’ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ହୋଣ୍ଡାର ୧୬୦ସିସି ଏକ୍ସବ୍ଲେଡ ମଡେଲ ଲାଗି ଏହି ଶୋ’ ଆୟୋଜନ ହୋଇଥିଲା।

ଗୋଦ୍ରେଜ ଇଣ୍ଟେରିଓର ନୂଆ କିଚେନ ଗ୍ୟାଲେରି
ଭୁବନେଶ୍ୱର,୨୨-୨: ଗୋଦରେଜ ଇଣ୍ଟେରିଓ ପକ୍ଷରୁ ଏହାର ନୂଆ କିଚେନ ଗ୍ୟାଲେରି ଖଣ୍ଡଗିରି ଜୟଦେବ ବାଟିକା ଛକଠାରେ ଶୁଭାରମ୍ଭ ହୋଇଛି।

କଲ୍ୟାଣ ଜୁଏଲର୍ସ ଏମ୍ଡି ସମ୍ମାନିତ
ଭୁବନେଶ୍ୱର,୨୨-୨: କୋଚିଠାରେ ଅନୁଷ୍ଠିତ ୪୪ତମ ଅନ୍ତର୍ଜାତୀୟ ବିଜ୍ଞାପନ ସଂଘ(ଆଇଏଏ) ବିଶ୍ୱ କଂଗ୍ରେସ କାର୍ଯ୍ୟକ୍ରମରେ କଲ୍ୟାଣ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଟି.ଏସ୍. କଲ୍ୟାଣ ରମଣଙ୍କୁ ସ୍ବତନ୍ତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି।

ବ୍ରାଣ୍ଡ୍ ଭିଜନ ସମିଟ୍ରେ ଇକ୍ଫାଇ ଗ୍ରୁପ ସମ୍ମାନିତ
ହାଇଦ୍ରାବାଦ,୨୨-୨: ବ୍ରାଣ୍ଡ ଷ୍ଟ୍ରାଟେଜି କନସଲଣ୍ଟାନ୍ସି ନେକ୍ସବ୍ରାଣ୍ଡ ଇଙ୍କ୍ ପକ୍ଷରୁ ଅନୁଷ୍ଠିତ ବ୍ରାଣ୍ଡ ଭିଜନ ସମିଟ ଅବସରରେ ଇକ୍ଫାଇ ଗ୍ରୁପ ସମ୍ମାନଜନକ ପୁରସ୍କାର ଲାଭ କରିଛି।

ଶହୀଦ ଯବାନଙ୍କୁ ପିଏନ୍ବିର ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର,୨୨-୨:ଅଲ୍ ଇଣ୍ଡିଆ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଅଫିସର୍ସ ଆସୋସିଏଶନ ପକ୍ଷରୁ ପୁଲଓ୍ବାମା ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି।

ସୁଧ ହାର ହ୍ରାସ ନେଇ ବ୍ୟାଙ୍କଗୁଡ଼ିକ ଉପରେ ଶକ୍ତିକାନ୍ତ କ୍ଷୁବ୍ଧ
ମୁମ୍ବାଇ,୨୨-୨: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଏହାର ମୁଦ୍ରାନୀତିରେ ରେପୋ ରେଟ ହ୍ରାସ କରିଥିଲେ ହେଁ ବ୍ୟାଙ୍କଗୁଡ଼ିକ ସୁଧ ହାର କମାଉ ନଥିବାରୁ ଗଭର୍ନର ଶକ୍ତିକାନ୍ତ ଦାସ କ୍ଷୋଭ ବ୍ୟକ୍ତ କରିଛନ୍ତି। ସୁଧ ହାର ହ୍ରାସ ପାଉନି କାହିଁକି ବୋଲି ସେ ବ୍ୟାଙ୍କ ମୁଖ୍ୟମାନଙ୍କୁ ପ୍ରଶ୍ନ କରିଛନ୍ତି।

ଇପିଏଫ୍ ସୁଧ ହାର ୮.୬୫%କୁ ବୃଦ୍ଧି
ନୂଆଦିଲ୍ଲୀ,୨୨-୨: କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍ଓ) ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ଇପିଏଫ୍ ଜମା ଉପରେ ସୁଧ ହାର ୮.୬୫%କୁ ବୃଦ୍ଧି କରିବା ଲାଗି ପ୍ରସ୍ତାବ ଦେଇଛି।

ବକେୟା ଫେରାଇବାକୁ ଅନିଲଙ୍କ ଉଦ୍ୟମ;୨୬୦କୋଟି ଦେବାକୁ ଅନୁମତି ମାଗିଲେ
ନୂଆଦିଲ୍ଲୀ,୨୨-୨: ଏରିକସନକୁ ବକେୟା ବାବଦରେ ୪୫୩ କୋଟି ଟଙ୍କା ଫେରାଇବାକୁ ସୁପ୍ରିମକୋର୍ଟ ବୁଧବାର ରିଲାଏନ୍ସ କମ୍ୟୁନିକେଶନ୍ସ ଅଧ୍ୟକ୍ଷ ଅନିଲ ଅମ୍ବାନୀ ଓ ଅନ୍ୟ ଦୁଇ ଶୀର୍ଷ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏୟାରଟେଲ,ଭୋଡ଼ା, ଆଇଡିଆ ଉପରେ ୩ ହଜାର କୋଟି ଜରିମାନା: ନିଷ୍ପତ୍ତି ଟଳିଲା
ନୂଆଦିଲ୍ଲୀ,୨୨-୨: ଡିଜିଟାଲ କମ୍ୟୁନିକେଶନ୍ସ କମିଶନ(ଡିସିସି) ଏୟାରଟେଲ, ଭୋଡ଼ାଫୋନ ଓ ଆଇଡିଆ ଉପରେ ୩୦୫୦ କୋଟି ଟଙ୍କାର ଜରିମାନା ଆଦାୟ ନେଇ ରାୟ ଟାଳି ଦେଇଛନ୍ତି।

ସହଯୋଗୀ କମ୍ପାନୀ ସଂଖ୍ୟା ହ୍ରାସ କରିବ ଟାଟା
ନୂଆଦିଲ୍ଲୀ,୨୨-୨: ଟାଟା ଗ୍ରୁପ୍ର ୧୦୦୦ରୁ ଅଧିକ ସହଯୋଗୀ କମ୍ପାନୀ ରହିଛି। ଏହି ସଂଖ୍ୟା ହ୍ରାସ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିବା ଜଣାପଡିଛି।