ବାଣିଜ୍ୟ |

ଅଧିକ ସାମଗ୍ରୀ ଉପରୁ କମିବ ଜିଏସ୍‌ଟି

ଅଧିକ ସାମଗ୍ରୀ ଉପରୁ କମିବ ଜିଏସ୍‌ଟି
ନୂଆଦିଲ୍ଲୀ,୧୦-୮(ପି.ଟି) : ଆଗାମୀ ଦିନରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସଂଗ୍ରହରେ ବୃଦ୍ଧି ତଥା ଅନୁପାଳନ ହାର ଉନ୍ନତ ହେଲେ ଅଧିକ ସାମଗ୍ରୀ ଓ ଉପରୁ ଟିକସ ହ୍ରାସ କରିବା ସୁବିଧା ହେବ। ଜିଏସ୍‌ଟି ପରିଷଦ ଏପରି ସ୍ଥିତିରେ ଅଧିକରୁ ଅଧିକ ସାମଗ୍ରୀ ଉପରୁ ଟିକସ ହ୍ରାସ କରିବାକୁ କ୍ଷମତା ଲାଭ କରି ପାରିବ। ଅପରପକ୍ଷରେ ଅର୍ଥ ବ୍ୟବସ୍ଥାରେ ରହିଥିବା ଜିଏସ୍‌ଟି ସଂକ୍ରାନ୍ତ ପ୍ରଭାବ ହ୍ରାସ ହେଲେ ସରକାର ଜିଏସ୍‌ଟି ହ୍ରାସ ଉପରେ ଧ୍ୟାନ କେନ୍ଦ୍ରିତ କରି ପାରିବେ। ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍‌ ଗୁରୁବାର ଲୋକସଭାରେ ଏହି ସୂଚନା ଦେଇଛନ୍ତି। ଜିଏସ୍‌ଟି ସଂଶୋଧନ ନେଇ ଉପସ୍ଥାପନ ହୋଇଥିବା ବିଧେୟକୁ ନେଇ ଲୋକସଭାରେ ଗୋଏଲ ଉକ୍ତ ସୂଚନା ଦେଇଛନ୍ତି। ଲୋକସଭାରେ ସରକାର ସଂଶୋଧିତ କେନ୍ଦ୍ର, ରାଜ୍ୟ, ସମନ୍ବିତ ଜିଏସ୍‌ଟି ବିଧେୟକ ସହ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ କ୍ଷତିପୂରଣ ବିଧେୟକ ଉପସ୍ଥାପନ କରିଛନ୍ତି। ବିଭିନ୍ନ ପ୍ରସଙ୍ଗ ଉପରେ ସଂସଦୀୟ କମିଟିର ତଦନ୍ତ ଦାବି କରି ବିରୋଧି ମାନେ ସରକାରଙ୍କ ପକ୍ଷ ଲୋଡିଥିଲେ। ଏହାର ଉତ୍ତର ରଖି ଗୋଏଲ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଅନେକ ସମାଗ୍ରୀ ଉପରୁ ଜିଏସ୍‌ଟି ପରିଷଦ ଟିକସ ହ୍ରାସ କରିଛି। ପରୋକ୍ଷ ଟିକସ ବ୍ୟବସ୍ଥାରେ ଲୋକଙ୍କ ଉପରେ ଯେଭଳି ଭାବେ ଅଧିକ ଟିକସ ବୋଝ ନ ରହିବ ସେ ନେଇ ସରକାର କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ପରିଷଦ ୩୮୪ ସାମଗ୍ରୀ ଓ ୬୮ ସେବା ଉପରୁ ଟିକସ ହ୍ରାସ କରିଛି। ୧୮୬ ଏବଂ ୯୯ ସେବାରୁ ଜିଏସ୍‌ଟି ଛାଡ ହୋଇଛି। ସେହିଭଳି ସାନିଟାରୀ ପ୍ୟାଡ୍‌ ଉପରେ ଜିଏସ୍‌ଟି ହ୍ରାସ ହୋଇଥିବା ସେ କହିଛନ୍ତି। ବିତ୍ତିୟ ଶୃଙ୍ଖଳାକୁ ଧ୍ୟାନରେ ରଖି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଅପରପକ୍ଷରେ ଦେଶର ଅଭିବୃଦ୍ଧି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଆକଳନ ତୁଳନାରେ ଉନ୍ନତ ହେବ ବୋଲି ସେ କହିଛନ୍ତି। ୨୦୧୯-୨୦ ଆର୍ଥତ୍କ ବର୍ଷରେ ଘରୋଇ ବଜାରର ଅଭିବୃଦ୍ଧି ୭.୫% ଛୁଇଁବ ବୋଲି ଆଇଏମ୍‌ଏଫ୍‌ କହିଛି।
All Right Reserved By

ବାଣିଜ୍ୟ |

ସେପ୍ଟେମ୍ବର ୧୫ରୁ ୟୁଆଇଡିଏଆଇ ଆଣିବ ନୂଆ ବୈଶିଷ୍ଟ୍ୟ: ଚେହେରାରୁ ଯାଞ୍ଚ ହେବ ପରିଚୟ

ସେପ୍ଟେମ୍ବର ୧୫ରୁ ୟୁଆଇଡିଏଆଇ ଆଣିବ ନୂଆ ବୈଶିଷ୍ଟ୍ୟ: ଚେହେରାରୁ ଯାଞ୍ଚ ହେବ ପରିଚୟ

ନୂଆଦିଲ୍ଲୀ,୧୯-୮: ପରିଚୟ ଜାଣିବା ପାଇଁ ଆଧାରର ନିୟାମକ ସଂସ୍ଥା ଭାରତୀୟ ଏକକ ପରିଚୟପତ୍ର କର୍ତ୍ତୃପକ୍ଷ(ୟୁଆଇଡିଏଆଇ) ଏକ ନୂତନ ଫିଚର ଆରମ୍ଭ କରିବ। 

ଘରୋଇ ବଜାରରେ ପ୍ରବେଶ କରିପାରେ ଆଲିବାବା

ଘରୋଇ ବଜାରରେ ପ୍ରବେଶ କରିପାରେ ଆଲିବାବା

ନୂଆଦିଲ୍ଲୀ,  ୧୯- ୮ :ଚାଇନାର ସର୍ବବୃହତ୍‌ ଇଣ୍ଟରନେଟ ଓ ଇ-କମର୍ସ କମ୍ପାନୀ ଆଲିବାବା ଘରୋଇ ବଜାରରେ ପ୍ରବେଶ କରିପାରେ। ଉକ୍ତ କମ୍ପାନୀର ନଜର ଏବେ ଭାରତୀୟ ରିଟେଲ ବଜାର ଉପରେ ରହିଛି। 

କଡ଼ା କାର୍ଯ୍ୟାନୁଷ୍ଠାନ ଭୟ: ବ୍ୟାଙ୍କ ଋଣ ଅସୁଲରେ ସୁଧାର

କଡ଼ା କାର୍ଯ୍ୟାନୁଷ୍ଠାନ ଭୟ: ବ୍ୟାଙ୍କ ଋଣ ଅସୁଲରେ ସୁଧାର

ନୂଆଦିଲ୍ଲୀ,  ୧୯- ୮ : ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ଅନାଦାୟ ଋଣ(ଏନ୍‌ପିଏ) ଏକ ପ୍ରମୁଖ ସମସ୍ୟା ହୋଇଥିବା ବେଳେ ଏହା ହ୍ରାସ ହେବାର ନଁା  ଧରୁ ନାହିଁ। ମାତ୍ର ଗତ ଆର୍ଥତ୍କ ବର୍ଷ ତୁଳନାରେ ଚଳିତ ଆର୍ଥତ୍କ ବର୍ଷରେ ବ୍ୟାଙ୍କଗୁଡିକର ଋଣ ଅସୁଲ ଧାରା ଉନ୍ନତ ରହିଛି। 

ସେନ୍‌ସେକ୍ସରେ ୭୮ ପଏଣ୍ଟ ବୃଦ୍ଧି

ସେନ୍‌ସେକ୍ସରେ ୭୮ ପଏଣ୍ଟ ବୃଦ୍ଧି

ମୁମ୍ବାଇ,  ୧୯-୮: ଲଗାତର ୪ ସପ୍ତାହ ପାଇଁ ସେନସେକ୍ସରେ କାରବାର ଉନ୍ନତ ରହିଛି। ଚଳିତ ସପ୍ତାହରେ ସେନସେକ୍ସରେ ୭୮.୬୫ ପଏଣ୍ଟ ବୃଦ୍ଧି ଘଟି କାରବାର ୩୭,୯୪୭.୮୮ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟି ରେକର୍ଡ ସ୍ତର ୧୧,୪୭୦.୭୫ ପଏଣ୍ଟ ଛୁଇଁବାକୁ ସକ୍ଷମ ହୋଇଛି। 

ମାଇକ୍ରୋସଫ୍ଟର ସରଫେସ ଲାପଟପ୍‌

ମାଇକ୍ରୋସଫ୍ଟର ସରଫେସ ଲାପଟପ୍‌

ମୁମ୍ବାଇ,  ୧୯-୮: ମାଇକ୍ରୋସଫ୍ଟ ପକ୍ଷରୁ ଏହାର ସରଫେସ ଫ୍ୟାମିଲରେ ନୂଆ ଓ୍ବିଣ୍ଡୋଜ ଡିଜାଇଶ ସରଫେସ ବୁକ୍‌ ୨ ତଥା ସରଫେସ୍‌ ଲାପଟପର ବଜାର ପ୍ରବେଶ ହୋଇଛି।

ହିରୋ ଏକ୍ସଟ୍ରିମ ୨୦୦ ଆର୍‌

ହିରୋ ଏକ୍ସଟ୍ରିମ ୨୦୦ ଆର୍‌

ମୁମ୍ବାଇ,  ୧୯-୮: ପ୍ରମୁଖ ଦୁଇଚକିଆ ଯାନ ନିର୍ମାଣକାରୀ କମ୍ପାନୀ ହିରୋ ମୋଟୋ କର୍ପ ପକ୍ଷରୁ ବଜାରକୁ ଆସିଛି ନୂଆ ଏକ୍ସଟ୍ରିମ ୨୦୦ ଆର୍‌। ଏହା ଆସନ୍ତା ସପ୍ତାହଠାରୁ ବଜାରରେ ଉପଲବ୍ଧ ହେବ। ମଡେଲଟିର ଏକ୍ସଶୋରୁମ ମୂଲ୍ୟ ୮୯,୯୦୦ ଟଙ୍କା ରହିଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି। 

ଗୋଦରେଜର ପ୍ରୋଟେକ୍ଟ ମିଷ୍ଟର ମ୍ୟାଜିକ

ଗୋଦରେଜର ପ୍ରୋଟେକ୍ଟ ମିଷ୍ଟର ମ୍ୟାଜିକ

ମୁମ୍ବାଇ,  ୧୯-୮: ଗୋଦରେଜ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ ପକ୍ଷରୁ ପ୍ରୋଟେକ୍ଟ ମିଷ୍ଟର ମ୍ୟାଜିକକୁ ଉନ୍ମୋଚନ କରାଯାଇଛି। ଏହାର ବଜାର ଦର ୧୫ ଟଙ୍କା ରହିଛି। 

ନୋକିଆ ଆଣିଲା ୩ ନୂଆ ମଡେଲ

ନୋକିଆ ଆଣିଲା ୩ ନୂଆ ମଡେଲ

ମୁମ୍ବାଇ,  ୧୯-୮: ପ୍ରମୁଖ ସ୍ମାର୍ଟଫୋନ ନିର୍ମାତା ଏଚ୍‌ଏମ୍‌ଡି ଗ୍ଲୋବାଲ ପକ୍ଷରୁ ଏହାର ପ୍ରମୁଖ ମଡେଲ ନୋକିଆର ୩ ନୂଆ ଆଣ୍ଡ୍ରଏଡ ଫୋନ ବଜାରକୁ ଆସିଛି।

ଏମ୍‌ଆଇ ଏ୨

ଏମ୍‌ଆଇ ଏ୨

ମୁମ୍ବାଇ,  ୧୯-୮: ପ୍ରମୁଖ ସ୍ମାର୍ଟଫୋନ ନିର୍ମାତା ସାଓମି ପକ୍ଷରୁ ବଜାରକୁ ଆସିଛି ନୂଆ ଏମ୍‌ଆଇ ଏ୨। ମଡେଲଟି ବଜାରରେ ୧୬,୯୯୯ ଟଙ୍କାରେ ଉପଲବ୍ଧ ହେଉଛି। 

ଅପରେଶନ ବନ୍ଦ ଚେତାବନୀ ଦେଲେ ଏୟାର ଇଣ୍ଡିଆ ପାଇଲଟ୍‌

ଅପରେଶନ ବନ୍ଦ ଚେତାବନୀ ଦେଲେ ଏୟାର ଇଣ୍ଡିଆ ପାଇଲଟ୍‌

ମୁମ୍ବାଇ,  ୧୮-୮ : ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ପାଇଲଟ ଗୋଷ୍ଠୀ ଅପରେଶନ ବନ୍ଦ ନେଇ ଚେତାବନୀ ଦେଇଛନ୍ତି। ବିମାନ କମ୍ପାନୀ ପାଇଲଟଙ୍କ ଭଡାଣ ଭତ୍ତା ବାବଦ ରହିଥିବା ବକେୟା ତୁରନ୍ତ ପ୍ରଦାନ କରିବାକୁ ପାଇଲଟମାନେ ଦାବି କରିଛନ୍ତି। ଏପରି ସ୍ଥିତିରେ ବିମାନ କମ୍ପାନୀ ଯଦି ସେମାନଙ୍କ ଦାବୀକୁ ପୂରଣ ନ କରେ ଚରମ ପନ୍ଥା ଗ୍ରହଣ କରିବାକୁ ପାଇଲଟମାନେ କହିଛନ୍ତି।

ଆୟକର ସଂଗ୍ରହରେ ରେକର୍ଡ

ଆୟକର ସଂଗ୍ରହରେ ରେକର୍ଡ

ଗୌହାଟି,୧୮-୮ :  ୨୦୧୭-୧୮ ଆର୍ଥତ୍କ ବର୍ଷରେ ଆୟକର ସଂଗ୍ରହ ରେକର୍ଡ ସ୍ତରରେ ରହିଛି। ଏହି ସମୟରେ ୧୦.୦୩ ଲକ୍ଷ କୋଟି ଟଙ୍କାର ଆୟକର ସଂଗ୍ରହ ହୋଇଥିବା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଶୁକ୍ରବାର ପକ୍ଷରୁ ସୂଚନା ରହିଛି। ୨୦୧୭-୧୮ ଆର୍ଥତ୍କ ବର୍ଷରେ ୬.୯୨ କୋଟି ଆଇଟି ରିଟର୍ନ ଫାଇଲ ହୋଇଛି। 

ମନମୋହନଙ୍କ ସମୟରେ ସର୍ବୋଚ୍ଚ ଅଭିବୃଦ୍ଧି

ମନମୋହନଙ୍କ ସମୟରେ ସର୍ବୋଚ୍ଚ ଅଭିବୃଦ୍ଧି

ନୂଆଦିଲ୍ଲୀ,  ୧୮-୮ :  ୨୦୦୬-୦୭ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମୟରେ ଘରୋଇ ବଜାର ସର୍ବୋଚ୍ଚ ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ ହୋଇଥିଲା। ଏହି ସମୟରେ ଅଭିବୃଦ୍ଧି ୧୦.୮% ରହିଥିଲା। ଘରୋଇ ବଜାରରେ ଉଦାରୀକରଣ ଲାଗୁ ହେବା ପରଠାରୁ ଏହା ସର୍ବାଧିକ ବୋଲି ସରକାରୀ ତଥ୍ୟରୁ ସାମ୍ନାକୁ ଆସିଛି।