ଫୁରସତ |

ଭିଡିଓ ଗେମ୍‌ ଖେଳି ମହିଳା ଦୃଷ୍ଟିହୀନ

ଭିଡିଓ ଗେମ୍‌ ଖେଳି ମହିଳା ଦୃଷ୍ଟିହୀନ

ବେଜିଂ:
ଚାଇନାରେ ଜଣେ ୨୧ବର୍ଷ ବୟସ୍କା ମହିଳା ସ୍ମାର୍ଟଫୋନ୍‌ରେ ୨୪ଘଣ୍ଟା ଭିଡିଓ ଗେମ୍‌ ଖେଳିବା ପରେ ଆଂଶିକ ଚକ୍ଷୁହୀନ ହୋଇପଡିଛନ୍ତି। ନଁା ପ୍ରକାଶ କରାଯାଇ ନ ଥିବା ଉକ୍ତ ମହିଳା ଭିଡିଓ ଗେମ୍‌ ଖେଳିବାରେ ଅଭ୍ୟସ୍ତ। ଅନ୍‌ଲାଇନ୍‌ ଗେମ୍‌ ‘ଅନର ଅଫ୍‌ କିଙ୍ଗ୍ସ’ ନିରନ୍ତର ଖେଳିବା ପରେ ସେ ହଠାତ୍‌ ଡାହାଣ ଆଖିର ଦୃଷ୍ଟିଶକ୍ତି ହରାଇ ବସିଥିଲେ ବୋଲି ସାଉଥ୍‌ ଚାଇନା ମର୍ନିଂପୋଷ୍ଟରେ ରିପୋର୍ଟ ପ୍ରକାଶ ପାଇଛି। ତାଙ୍କୁ ହସ୍ପିଟାଲ ନିଆଯିବାପରେ ତାଙ୍କଠାରେ ରେଟିନାଲ୍‌ ଆର୍ଟେରି ଓକ୍ଲୁଜନ୍‌ (ଆରଏଓ) ଲକ୍ଷଣ ପ୍ରକାଶ ପାଇଥିଲା। ଏହା ଏପରି ଏକ ଅବସ୍ଥା ଯାହା ବୟସ୍କ ଓ ଯୁବକଙ୍କଠାରେ କ୍ୱଚିତ୍‌ ଦେଖିବାକୁ ମିଳେ। ବିନା ବିରତିରେ ଦୀର୍ଘ ସମୟ ଧରି କମ୍ପ୍ୟୁଟର ବା ମୋବାଇଲସ୍କ୍ରିନ୍‌କୁ ଚାହିଁରହିଲେ ଏପରି ଅବସ୍ଥା ସୃଷ୍ଟି ହୋଇଥାଏ ବୋଲି ଡାକ୍ତର ପ୍ରକାଶ କରିଛନ୍ତି।
ମହିଳା ଜଣକ ଏକ ଫାଇନାନ୍ସ କମ୍ପାନୀରେ କାମ କରନ୍ତି। ସପ୍ତାହ ଶେଷରେ ଛୁଟିଦିନ ସେ ଭିଡିଓ ଗେମ୍‌ ଖେଳି ପୂରା ସମୟ ବିତାଇ ଦିଅନ୍ତି। ସେ କହନ୍ତି, ”ମୋର ଯେଉଁଦିନ କିଛି କାମ ନ ଥାଏ, ସକାଳୁ ଉଠିପଡି ଜଳଖିଆ ଖାଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖେଳେ। ଏହାପରେ କିଛି ଖାଏ। ମାତ୍ର ଅଳ୍ପ ସମୟ ଶୋଇ ଉଠିବା ପରେ ପୁଣି ରାତି ଗୋଟାଏ ପର୍ଯ୍ୟନ୍ତ ଖେଳେ। ବେଳେବେଳେ ମୁଁ ଖେଳିବାରେ ଏତେ ମଜ୍ଜିଯାଏ ଯେ, ଭୋକଶୋଷ ଭୁଲିଯାଏ। ସେ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ। ତାଙ୍କର ଦୃଷ୍ଟିଶକ୍ତି ଫେରାଇ ଆଣିବା ପାଇଁ ଡାକ୍ତରମାନେ ଚେଷ୍ଟା କରୁଛନ୍ତି।

All Right Reserved By

ଫୁରସତ |

ସନ୍ତାନ ସୁଖ ଦିଅନ୍ତି ସନ୍ତାନେଶ୍ୱର ମହାଦେବ

ସନ୍ତାନ ସୁଖ ଦିଅନ୍ତି ସନ୍ତାନେଶ୍ୱର ମହାଦେବ

ଉତ୍ତରପ୍ରଦେଶ ବାରାଣାସୀରେ ନିଃସନ୍ତାନ ଦମ୍ପତିଙ୍କ ସନ୍ତାନ କାମନା ପୂରଣ କରନ୍ତି ସନ୍ତାନେଶ୍ୱର ମହାଦେବ। କାଳଭୈରବଙ୍କଠାରୁ ଚୌଖମ୍ବାକୁ ସଂଯୋଗ କରୁଥିବା ରାସ୍ତାରେ ରହିଛି ଏହି ପ୍ରସିଦ୍ଧ ମନ୍ଦିର। ଏଠାରେ ନିଷ୍ଠା ଓ ଶ୍ରଦ୍ଧାର ସହିତ ପୂଜାର୍ଚ୍ଚନା କଲେ ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ରହିଛି ବିଶ୍ୱାସ।

କଳାରଙ୍ଗ ମହିଳାଙ୍କ ସ୍ବଭାବ...

କଳାରଙ୍ଗ ମହିଳାଙ୍କ ସ୍ବଭାବ...

ସାମୁଦ୍ରିକଶାସ୍ତ୍ର ଅନୁସାରେ କଳା ରଙ୍ଗର ମହିଳାମାନେ ସ୍ବାସ୍ଥ୍ୟବତୀ, ଦୃଢମନା, ପରିଶ୍ରମୀ, ତମୋଗୁଣୀ ଓ କ୍ରୋଧୀ ସ୍ବଭାବର ହୋଇଥାନ୍ତି। ଏମାନଙ୍କର ବୌଦ୍ଧିକ ବିକାଶ ଠିକ୍‌ ଭାବରେ ହୋଇ ନ ଥାଏ। ତେଣୁ ସମସ୍ତ ସାମାଜିକ ପରମ୍ପରା, ସଂସ୍କାର ଓ ମର୍ଯାଦାଠାରୁ ଏମାନେ ଦୂରେଇ ରହିବାକୁ ଭଲ ପାଆନ୍ତି।

ଦାୟୀ କିଏ

ଦାୟୀ କିଏ

ଭାରତ ଭଳି ଏକ ବିକାଶାଭିମୁଖୀ ଦେଶରେ ସାମାଜିକ ଉନ୍ନତି ଅନୁପାତରେ ଅପରାଧ ସଂଖ୍ୟା ଦିନକୁ ଦିନ ବଢୁଥିବା ଦେଖିବାକୁ ମିଳୁଛି। ପ୍ରଶାସନିକ ସୁବିଧା କଡ଼ାକଡ଼ି କରାଯାଉଥିଲେ ହେଁ ଦେଶର ପ୍ରତିଟି କୋଣରୁ ବିଭିନ୍ନ ହିଂସାକାଣ୍ଡ, ହତ୍ୟା, ବଳାତ୍କାର ଭଳି ଘଟଣା ପ୍ରତିଦିନ ସାମ୍‌ନାକୁ ଆସୁଛି।

ଅଭୁଲା କଲେଜ ଅନୁଭୂତି: ହଷ୍ଟେଲରେ ଗୁଣ୍ଡା ପଶିବା ଡରରେ ଗୋଟାପଣେ ଥରୁଥିଲୁ-ସ୍ଥିରା ଦାସ(ଅଧ୍ୟାପିକା)

ଅଭୁଲା କଲେଜ ଅନୁଭୂତି: ହଷ୍ଟେଲରେ ଗୁଣ୍ଡା ପଶିବା ଡରରେ ଗୋଟାପଣେ ଥରୁଥିଲୁ-ସ୍ଥିରା ଦାସ(ଅଧ୍ୟାପିକା)

୧୯୯୫ ମସିହା। ସେତେବେଳେ ମୁଁ ବାଣୀବିହାରରେ ପିଜି ଛାତ୍ରୀ। ଘର ଦୂର ହୋଇଥିବାରୁ ହଷ୍ଟେଲରେ ରହୁଥାଏ। ସେଦିନ ଥାଏ ଆମ ୟୁନିଭର୍ସିଟି ନିର୍ବାଚନର ପୂର୍ବ ରାତି। ଅପାମାନେ କହୁଥାନ୍ତି, କାଳେ ନିର୍ବାଚନ ବେଳେ ବାହାର ଗୁଣ୍ଡାମାନେ କ୍ୟାମ୍ପସ୍‌ ଭିତରକୁ ପଶି ଆସି ଗଣ୍ଡଗୋଳ କରନ୍ତି।

କୁନି ହାତର ଯାଦୁ

କୁନି ହାତର ଯାଦୁ

ନାଇଜେରିଆ, ଲାଗୋସ୍‌ରେ କରିନ୍‌ ଓ୍ବାରିସ୍‌ ଓଲାମିଲେକନ୍‌। ବୟସ ତାଙ୍କୁ ମାତ୍ର ୧୧ ବର୍ଷ। ହେଲେ ଏ ବୟସରୁ ସେ ପାଇସାରିଲେଣି ଅନ୍ତର୍ଜାତୀୟ ଖ୍ୟାତି। ଆଉ ଏହି ଖ୍ୟାତି ସେ ପାଇଛନ୍ତି ତାଙ୍କର ଅଦ୍ଭୁତ ଚିତ୍ରକଳା ପାଇଁ।

ବଡ଼ ପଗଡ଼ି

ବଡ଼ ପଗଡ଼ି

ପଞ୍ଜାବର ଅବତାର ସିଂ ମୌନି ଜଣେ ସଚ୍ଚା ଶିଖ୍‌। ତେଣୁ ତାଙ୍କ ମୁଣ୍ଡରେ ବି ଅନ୍ୟ ଶିଖ୍‌ଙ୍କ ପରି ପଗଡ଼ି ଶୋଭାପାଏ। ଏହା ହେଉଛି ତାଙ୍କର ମାନ, ସମ୍ମାନ ସବୁକିଛି। ହେଲେ ତାଙ୍କ ପଗଡ଼ିରେ ରହିଛି ସ୍ବତନ୍ତ୍ରତା, ଯାହା ସଭିଙ୍କୁ ଆକର୍ଷିତ କରେ। ତାଙ୍କ ପଗଡ଼ି ପରିଚିତ ପୃଥିବୀର ସବୁଠାରୁ ବଡ଼ ପଗଡ଼ିଭାବେ।

ଗୋଟିଏ କୁକୁରର ୪୯ଟି କପି

ଗୋଟିଏ କୁକୁରର ୪୯ଟି କପି

ପୁଏର୍ତ୍ତୋରିକୋର ମିରାକଲ୍‌ ମିଲି ହେଉଛି ୬ ବର୍ଷର ଚିହୁଆହୁଆ ପ୍ରଜାତିର ଏକ କୁକୁର, ଯିଏକି ପୃଥିବୀର ସବୁଠୁ ଛୋଟ କୁକୁର ଭାବେ ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛି। ତେବେ ଏହି କୁକୁର ପୁଣି ଥରେ ଚର୍ଚ୍ଚାକୁ ଆସିଛି।

ପୃଥିବୀର ଦୀର୍ଘତ୍ତମ ଗ୍ଲାସ୍‌ ବ୍ରିଜ୍‌

ପୃଥିବୀର ଦୀର୍ଘତ୍ତମ ଗ୍ଲାସ୍‌ ବ୍ରିଜ୍‌

ଚାଇନାର ହେବେଇଠାରେ ନିର୍ମାଣ କରାଯାଇଛି ପୃଥିବୀର ଦୀର୍ଘତ୍ତମ ଟ୍ରାନ୍ସପରେଣ୍ଟ ଗ୍ଲାସ୍‌ ବ୍ରିଜ୍‌। ହୋଙ୍ଗ୍‌ୟାଗୁଠାରେ ଅବସ୍ଥିତ ୪୮୮ ମିଟର ଲମ୍ବ ଏବଂ ୪ମିଟର ଓସାର ବିଶିଷ୍ଟ ଏହି କାଚର ବ୍ରିଜ୍‌ଟି ଭୁପୃଷ୍ଠଠାରୁ ୨୧୮ ମିଟର ଉପରେ ଅବସ୍ଥିତ।

ଲୁଣ ଦୂର କରିବ ସମସ୍ୟା

ଲୁଣ ଦୂର କରିବ ସମସ୍ୟା

ନିତିଦିନିଆ ଖାଦ୍ୟ ସାରଣୀର ଏକ ପ୍ରମୁଖ ଦ୍ରବ୍ୟ ହେଉଛି ଲୁଣ। ତେବେ ଏହି ଲୁଣ ଦ୍ୱାରା ଅନେକ ବାସ୍ତୁ ଦୋଷ ଦୂରେଇ ଦିଆଯାଇପାରିବ ବୋଲି ବିଶ୍ୱାସ ରହିଛି। ତେବେ ଉଚିତ ସ୍ଥାନରେ ଲୁଣକୁ ରଖି ଏହାକୁ ସଦୁପଯୋଗ କରିବା ଦ୍ୱାରା ଆପଣ ଅନେକ ସମସ୍ୟାଠାରୁ ଦୂରେଇ ରହିପାରିବେ।

ପ୍ରଥମ ରୋଜଗାର: ପାଠାଗାର ଉନ୍ନତିରେ ପାରିଶ୍ରମିକ ଟଙ୍କା ଲାଗିଥିଲା-ସତ୍ୟଜିତ୍‌ ମାନସିଂହ

ପ୍ରଥମ ରୋଜଗାର: ପାଠାଗାର ଉନ୍ନତିରେ ପାରିଶ୍ରମିକ ଟଙ୍କା ଲାଗିଥିଲା-ସତ୍ୟଜିତ୍‌ ମାନସିଂହ

ହାଲ୍‌ରେ ସିନିୟର ମ୍ୟାନେଜର (ଫାଇନାନ୍ସ) ଭାବେ କାର୍ଯ୍ୟରତ ତଥା ସାମାଜିକ କର୍ମୀ ସତ୍ୟଜିତ୍‌ ମାନସିଂହ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ଷ୍ଟିକର ହେୟାର ଟାଟୁ

ଷ୍ଟିକର ହେୟାର ଟାଟୁ

ଆଜିର ଏହି ଟ୍ରେଣ୍ଡି ଦୁନିଆରେ ଷ୍ଟିକର ହେୟାର ଟାଟୁ ଏକ ନୂଆ ଟ୍ରେଣ୍ଡ ଭାବେ ଉଭା ହୋଇଛି। ଏହି ଟାଟୁକୁ ଟେମ୍ପୋରାରି (ଅସ୍ଥାୟୀ) ଭାବେ ଚୁଟିରେ ଲଗାଯାଇଥାଏ। ସମୟ ବଦଳିବା ସହିତ ଫ୍ୟାଶନରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଥାଏ। ଦିନ ଥିଲା, ଷ୍ଟାଇଲିଶ୍‌ ପୋଷାକ ଆଉ ଜୋତା ପିନ୍ଧିବାକୁ ଲୋକେ ଫ୍ୟାଶନ ବୋଲି କହୁଥିଲେ।

ଲଳିତ ମାଧବ

ଲଳିତ ମାଧବ

ଐତିହାସିକ ତଥା ପୁରାଣ ପ୍ରସିଦ୍ଧ କଣ୍ଟିଲୋ ଶ୍ରୀନୀଳମାଧବଙ୍କ ପବିତ୍ର ପୀଠର ମାହାତ୍ମ୍ୟ ସ୍ବତନ୍ତ୍ର। ମାତ୍ର ମହାପ୍ରଭୁଙ୍କ ଭକ୍ତ ତଥା ସେବକ ଶବର ରାଜା ବିଶ୍ୱାବସୁଙ୍କ ଗଡ଼ କୁହାଯାଉଥିବା ଧାଙ୍ଗଡି ପାହାଡ଼ରେ ପୂଜା ପାଉଥିବା ଲଳିତ ମାଧବଙ୍କ ପୀଠ ଏକ ପ୍ରାକୃତିକ ଦର୍ଶନୀୟ ସ୍ଥଳୀ।

Model This Week

ଚିଣ୍ଟୁ