ଫୁରସତ |

ମେରୁଦଣ୍ଡୀ ପ୍ରାଣୀଙ୍କୁ ନେଇ ବିଶ୍ୱ ମାନଚିତ୍ର

ମେରୁଦଣ୍ଡୀ ପ୍ରାଣୀଙ୍କୁ ନେଇ ବିଶ୍ୱ ମାନଚିତ୍ର
ଲଣ୍ଡନ: ବୈଜ୍ଞାନିକମାନେ ବିଶ୍ୱର ମେରୁଦଣ୍ଡୀ ପ୍ରାଣୀଙ୍କ ଉପରେ ଏକ ସମ୍ପୂର୍ଣ୍ଣ ମାନଚିତ୍ର ‘ଆଟଲାସ୍‌ ଅଫ୍‌ ଲାଇଫ୍‌’ ପ୍ରକାଶ କରିଛନ୍ତି। ଏଥିରେ ପୃଥିବୀର ୩୧,୦୦୦ ମେରୁଦଣ୍ଡୀ ପ୍ରଜାତି ପ୍ରାଣୀଙ୍କ ଉପରେ ଆଲୋକପାତ କରାଯାଇଛି। ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ଇସ୍ରାଏଲ୍‌ର ଟେଲ- ଆଭିଭ୍‌ ୟୁନିଭର୍ସିଟିର ଗବେଷକଙ୍କ ନେତୃତ୍ୱରେ ୩୯ଜଣ ବୈଜ୍ଞାନିକ ବିଶ୍ୱରେ ସରୀସୃପ ପ୍ରାଣୀଙ୍କ ନାମ ତାଲିକା ପ୍ରସ୍ତୁତ କରିଛନ୍ତି। ପକ୍ଷୀ, ସ୍ତନ୍ୟପାୟୀ ଏବଂ ଉଭୟଚର ପ୍ରାଣୀଙ୍କୁ ନେଇ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ମାନଚିତ୍ର ସହିତ ଏହି ଆଟଲାସ୍‌କୁ ଯୋଡି ଉକ୍ତ ଗବେଷକ ଟିମ୍‌ ଦେଖିବାକୁ ପାଇଛନ୍ତି ଯେ, ଅନେକ ଅଞ୍ଚଳ ରହିଛି ଯେଉଁଠାରେ ସଂରକ୍ଷଣ କାର୍ଯ୍ୟକ୍ରମକୁ ଖୁବ୍‌ ଗୁରୁତ୍ୱ ଦିଆଯାଇଛି। ଏ ପ୍ରକାର ଅଧ୍ୟୟନ ନେଚର ଇକୋଲୋଜି ଆଣ୍ଡ୍‌ ଇଭୋଲ୍ୟୁଶନ୍‌ ଜର୍ନାଲ୍‌ରେ ପ୍ରକାଶ ପାଇଛି। ଏଥିରେ ନୂଆ ରେପ୍‌ଟାଇଲ୍‌ ଆଟଲାସ୍‌ (ସରୀସୃପ ମାନଚିତ୍ର) ପ୍ରକାଶ ପାଇବା ସହିତ ୧୦,୦୦୦ ପ୍ରଜାତିର ସାପ, ଗୋଧି ଏବଂ କଇଁଛଙ୍କୁ ସ୍ଥାନ ଦିଆଯାଇଛି। ଏ ସମ୍ପର୍କରେ ଗବେଷକମାନେ କହନ୍ତି, ୩୧,୦୦୦ ମେରୁଦଣ୍ଡି ପ୍ରାଣୀଙ୍କ ମଧ୍ୟରେ ୫,୦୦୦ ସ୍ତନ୍ୟପାୟୀ, ୧୦,୦୦୦ ପକ୍ଷୀ ଏବଂ ୬,୦୦୦ ବେଙ୍ଗ, ଗୋଧି ଓ ଝିଟିପିଟି ସ୍ଥାନ ପାଇଛନ୍ତି। ଉକ୍ତ ମାନଚିତ୍ରରେ ବିଶ୍ୱର ବିଭିନ୍ନ ଅଞ୍ଚଳ ଯଥା: ଆରବୀୟ ଉପଦ୍ୱୀପ ଓ ଲେଭାଣ୍ଟ୍‌, ଦକ୍ଷିଣ ଆଫ୍ରିକାର ଆଭ୍ୟନ୍ତରୀଣ ଅଞ୍ଚଳ, ଏସିଆର ଷ୍ଟେପି ଏବଂ ଉଚ୍ଚତମ ଦକ୍ଷିଣ ଆଣ୍ଡିଜ୍‌ର ମେରୁଦଣ୍ଡୀ ପ୍ରାଣୀ ସ୍ଥାନ ପାଇଛନ୍ତି। ଗୋଧି ପ୍ରଜାତି ଉଭୟ ଉଷ୍ଣ ଓ ଶୁଷ୍କାଞ୍ଚଳରେ ବିକ୍ଷିପ୍ତ ଭାବରେ ରହନ୍ତି। ତେଣୁ ଅଧିକାଂଶ ଗୋଧି ସଂରକ୍ଷିତ ଅଞ୍ଚଳ ଆର୍ଦ୍ରଭୂମି ଏବଂ ମରୁଭୂମିରେ ରହିଥିବା ଇସ୍ରାଏଲର ନେଗେଭସ୍ଥିତ ବେନ୍‌ ଗୁରିଅନ୍‌ ୟୁନିଭର୍ସିଟି ଗବେଷକ ଉରି ରୋଲ୍‌ ପ୍ରକାଶ କରିଛନ୍ତି। ସବୁ ସରୀସୃପଙ୍କୁ ମାନଚିତ୍ରରେ ସ୍ଥାନ ଦେବା ଖୁବ୍‌ କଷ୍ଟକର ମନେହୋଇଥିଲା ବୋଲି ଟେଲ୍‌ ଆଭିଭ୍‌ ୟୁନିଭର୍ସିଟିର ଗବେଷକ ଶାଇ ମେଇରି ପ୍ରକାଶ କରିଛନ୍ତି।
All Right Reserved By

ଫୁରସତ |

ପଥର ମାରିଲେ ଜାଣିହୁଏ ଭୃଣର ଲିଙ୍ଗ

ପଥର ମାରିଲେ ଜାଣିହୁଏ ଭୃଣର ଲିଙ୍ଗ

ଭୃଣର ଲିଙ୍ଗ ନିରୂପଣ କରିବା ଅପରାଧ। ତେଣୁ ଭାରତରେ ଭୃଣର ଲିଙ୍ଗ ନିରୂପଣ କରିବାରେ ଲାଗିଛି ପ୍ରତିବନ୍ଧକ। ମାତ୍ର ଝାଡଖଣ୍ଡର ଲୋହରଦଗାରେ ଥିବା ଏକ ଛୋଟିଆ ଗାଁରେ ଦେଖିବାକୁ ମିଳେ ଏକ ଅଜବ ପରମ୍ପରା। 

କାହିଁକି ଜନ୍ମ ହୁଅନ୍ତି ୪ ହାତ, ୪ ଗୋଡ ଥିବା ଶିଶୁ

କାହିଁକି ଜନ୍ମ ହୁଅନ୍ତି ୪ ହାତ, ୪ ଗୋଡ ଥିବା ଶିଶୁ

ସାଧାରଣତଃ ୪ ହାତ ଓ ୪ ଗୋଡ଼ ଥିବା ସନ୍ତାନ ଜନ୍ମ ନେଲେ କେହି କେହି ଏହାକୁ ଅଶୁଭ ବୋଲି କହିଥାଆନ୍ତି ତ ପୁଣି କିଏ ଏହାକୁ ଶୁଭ ମାନି ଥାଆନ୍ତି। ହେଲେ ଏମିତି କାହିଁକି ହୁଏ, ତାହା ହୁଏତ ଅନେକେ ଜାଣି ନ ଥିବେ। 

ସୁଖଶାନ୍ତି ଆଣେ ସ୍ବସ୍ତିକ ଚିହ୍ନ

ସୁଖଶାନ୍ତି ଆଣେ ସ୍ବସ୍ତିକ ଚିହ୍ନ

ସ୍ବସ୍ତିକ ଚିହ୍ନର ରହିଛି ଅନେକ ଧାର୍ମିକ ମହତ୍ତ୍ୱ। ଯେକୌଣସି ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ଏହି ଚିହ୍ନର ବ୍ୟବହାର କରାଯାଇଥାଏ। 

ଯେଉଁ ମନ୍ଦିରକୁ ଗଲେ କେହି ଫେରନ୍ତି ନାହିଁ...

ଯେଉଁ ମନ୍ଦିରକୁ ଗଲେ କେହି ଫେରନ୍ତି ନାହିଁ...

ମନ୍ଦିର ଭିତରେ ‘ମୃତ୍ୟୁ’ ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ଗ୍ରୀକ୍‌ରେ  ରହିଛି ଏପରି ଏକ ମନ୍ଦିର। ଯାହା ଭିତରକୁ ଗଲେ କେହି ଫେରନ୍ତି ନାହିଁ। 

ବଡ଼ ବନ୍ଧାକୋବି

ବଡ଼ ବନ୍ଧାକୋବି

ନ୍ୟୁୟର୍କ, ୟୋର୍କଶାୟର୍‌ ଏକ ଅଜବ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ସେ ହେଉଛି ହାରୋଗେଟ୍‌ ଅଟମ୍‌ନ ଫ୍ଲାଓ୍ବାର ଶୋ’। ଏହା ବ୍ରିଟେନ୍‌ର ଏକ ଗର୍ଡେନିଂ ଇଭେଣ୍ଟ, ଯେଉଁଥିରେ ଆଗ୍ରହୀ କୃଷକମାନେ ନିଜ ଝାଳବୁହା ପରିଶ୍ରମରେ ଉତ୍ପାଦନ କରିଥିବା ବିରାଟକାୟ ପନିପରିବାକୁ ପ୍ରଦର୍ଶିତ କରିଥାଆନ୍ତି।

ବାପାଙ୍କ ସେବାରେ କୁନି ଝିଅ

ବାପାଙ୍କ ସେବାରେ କୁନି ଝିଅ

୬ ବର୍ଷର କୁନି ଝିଅ ଜିଆ ଜିଆ। ଯେଉଁ ବୟସରେ ସେ ବାପାଙ୍କ କାନ୍ଧରେ ବସି ଦୁନିଆ ଦେଖିବା କଥା, କଣ୍ଢେଇକୁ ସଜେଇ ଖେଳ ଖେଳିବା କଥା ସେହି ବୟସରେ ସେ ସାଜିଛି ପକ୍ଷାଘାତ ଗ୍ରସ୍ତ ବାପାଙ୍କ ସାହାରା। 

ଶାରଦୀୟ ପୂଜାରେ ଶୁଭଫଳ ପାଇବା ପାଇଁ

ଶାରଦୀୟ ପୂଜାରେ ଶୁଭଫଳ ପାଇବା ପାଇଁ

ଶାରଦୀୟ ପାର୍ବଣ ଅବସରରେ ବିଭିନ୍ନ ଶୁଭକାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ। ଏହା ଦ୍ୱାରା କାର୍ଯ୍ୟରେ କୌଣସି ବିଘ୍ନ ସୃଷ୍ଟି ହୋଇ ନ ଥାଏ ବୋଲି ବିଶ୍ୱାସ ରହିଛି। ତେବେ ଏହି ସମୟରେ କିଛି ବାସ୍ତୁ କାର୍ଯ୍ୟ କରିବା ଦ୍ୱାରା ଗୃହ ତଥା ବ୍ୟବସାୟ ଆଦିରେ ଶୁଭଫଳ ପ୍ରାପ୍ତି ହୋଇଥାଏ।  

ସୁଉଚ୍ଚ ଦୁର୍ଗାମୂର୍ତ୍ତି

ସୁଉଚ୍ଚ ଦୁର୍ଗାମୂର୍ତ୍ତି

ସିଂହବାହିନୀ ମା’ ଦୁର୍ଗାଙ୍କ ଆଗମନ ଲାଗି ଗାଁଠାରୁ ସହର ଏବେ ଉତ୍ସବ ମୁଖର। ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରିବା ପାଇଁ ସମସ୍ତେ ପ୍ରସ୍ତୁତି ଚଳାଇଛନ୍ତି। 

ଝିଅ ନୁହେଁ ହୀରା

ଝିଅ ନୁହେଁ ହୀରା

କମୁନି କନ୍ୟାଭ୍ରୂଣ ହତ୍ୟା। ଆଜି ବି ଅଳିଆ, ଆବର୍ଜନା, ପରିତ୍ୟକ୍ତ ସ୍ଥାନରୁ ଶୁଭୁଛି କଅଁଳ ଶିଶୁକନ୍ୟାର କରୁଣ କ୍ରନ୍ଦନ। ହେଲେ ସେହି ଝିଅ ବାରବାର ପ୍ରମାଣିତ କରିଆସିଛି, ସେ ନୁହେଁ କାହାଠାରୁ କମ୍‌। ସେ ଘର ସମ୍ଭାଳି ପାରେ, ଦେଶ ବି। 

କେମିତି କଟିବ ପୂଜା

କେମିତି କଟିବ ପୂଜା

ପୂଜା ପାର୍ବଣରେ ସମସ୍ତେ ଛୁଟି ମନାନ୍ତି। ପରିବାର ସହ ସମୟ ଅତିବାହିତ କରନ୍ତି। ମାତ୍ର କଳାକାରଙ୍କର ଛୁଟି ନଥାଏ। କାରଣ ମନୋରଞ୍ଜନ କରିବା ସେମାନଙ୍କର ଧର୍ମ। ଜଲିଉଡ୍‌ର କେତେକ ଲୋକପ୍ରିୟ କଳାକାରଙ୍କ ପାର୍ବଣ ଅବସରକୁ ନେଇ ଏଇ ଆଲେଖ୍ୟ...

ପ୍ରଥମ ରୋଜଗାର: ଦୁର୍ଗା ମା’ଙ୍କ ପାଦ ତଳେ ଦରମା ରଖିଥିଲି

ପ୍ରଥମ ରୋଜଗାର: ଦୁର୍ଗା ମା’ଙ୍କ ପାଦ ତଳେ ଦରମା ରଖିଥିଲି

ଲେଖିକା ପଙ୍କଜବାସିନୀ ଭଞ୍ଜଦେଓ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ମା’ ସିଂହାସନୀ

ମା’ ସିଂହାସନୀ

ପ୍ରାକୃତିକ ଶୋଭା ସମ୍ପଦରେ ବିମଣ୍ଡିତ ଓଡ଼ିଶାର ଗଞ୍ଜାମ ଜିଲା। ଏଠାରେ ରହିଛି ଅନେକ ଦେବୀପୀଠ। ତେବେ ପୋଲସରାଠାରୁ ପ୍ରାୟ ୨୭ କି.ମି ଦୂର ପାହାଡ଼ ଜଙ୍ଗଲଘେରା ପ୍ରାକୃତିକ ପରିବେଶରେ ଥିବା ମା’ ସିଂହାସନୀଙ୍କ ପୀଠ ଅନ୍ୟତମ।