Dharitri News
ଫୁରସତ |

ଦେଶରେ ୯୭ ନିୟୁତ ଶିଶୁଙ୍କ ଓଜନ କମ୍‌

ଦେଶରେ ୯୭ ନିୟୁତ ଶିଶୁଙ୍କ ଓଜନ କମ୍‌ ଲଣ୍ଡନ: ବିଶ୍ୱର ସର୍ବାଧିକ କମ୍‌ ଓଜନ ବିଶିଷ୍ଟ ଶିଶୁ ଏବଂ କିଶୋର ରହିଛନ୍ତି ଭାରତରେ। ୨୦୧୬ରେ ଦେଶରେ ବସବାସ କରୁଥିବା ଶିଶୁ ଏବଂ କିଶୋରଙ୍କ ମଧ୍ୟରେ ୯୭ ନିୟୁତ ସାଧାରଣ ଏବଂ ଗମ୍ଭୀର ରୂପେ କମ୍‌ ଓଜନର ଶିକାର ବୋଲି ‘ଦି ଲ୍ୟାନ୍‌ସେଟ୍‌ ଜର୍ନାଲ୍‌’ରେ ରିପୋର୍ଟ ପ୍ରକାଶ ପାଇଛି। ବ୍ରିଟେନ୍‌ର ଇମ୍ପେରିଆଲ୍‌ କଲେଜ୍‌ ଅଫ୍‌ ଲଣ୍ଡନ ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କରାଯାଇଥିବା ଏହି ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ୧୯୭୫ରେ ଭାରତରେ ୨୪.୪% ବାଳିକା ଏବଂ ୩୯.୩% ବାଳକ ଏହାର ଶିକାର ଥିଲେ। କିନ୍ତୁ ୨୦୧୬ରେ ବାଳିକାଙ୍କ ମଧ୍ୟରେ ୨୨.୭% ଏବଂ ବାଳକଙ୍କ ମଧ୍ୟରେ ୩୦.୭% କମ୍‌ ଓଜନର ଶିକାର ହୋଇଛନ୍ତି। ଗତବର୍ଷ ବିଶ୍ୱବ୍ୟାପୀ ୧୯୨ ନିୟୁତରୁ ୭୫ ନିୟୁତ ବାଳିକା ଏବଂ ୧୧୭ ନିୟୁତ ବାଳକ ସାମାନ୍ୟ ତଥା ଗମ୍ଭୀର ଭାବେ କମ୍‌ ଓଜନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏହି ଗବେଷଣା ଲାଗି ବୈଜ୍ଞାନିକ ଦଳ ବିଶ୍ୱର ୧୩୦ ନିୟୁତ ୫ ବର୍ଷରୁ ଊର୍ଦ୍ଧ୍ୱ ପିଲା ଏବଂ ବୟସ୍କ ବ୍ୟକ୍ତିଙ୍କ ଉଚ୍ଚତା ଏବଂ ଓଜନ ପାମ କରିଥିଲେ। ସେମାନଙ୍କ ମଧ୍ୟରେ ୩୧.୫ ନିୟୁତ ୫ରୁ ୧୯ ବର୍ଷ ବୟସ୍କ ଥିବାବେଳେ ୯୭.୪ ନିୟୁତ ୨୦ ବର୍ଷର ଏବଂ ତଦୂର୍ଦ୍ଧ୍ୱ ଥିଲେ। ଏହାପରେ ସେମାନେ ‘ବଡି ମାସ୍‌ ଇଣ୍ଡେକ୍ସ’ (ବିଏମ୍‌ଆଇ)କୁ ଅଧ୍ୟୟନ କରିବା ସହ ୧୯୭୫ରୁ ୨୦୧୬ ମଧ୍ୟରେ କିଭଳି ଭାବେ ଓଜନବୃଦ୍ଧି ପ୍ରକ୍ରିୟା ହୋଇଥିଲା ତାହା ଉପରେ ତର୍ଜମା କରିଥିଲେ। ଏହି ଅବଧି ମଧ୍ୟରେ ୧୯୭୫ରେ ବିଶ୍ୱବ୍ୟାପୀ ଶିଶୁ ଏବଂ କିଶୋରଙ୍କ ଓଜନ ବୃଦ୍ଧି ହାର ୧%ରୁ ମଧ୍ୟ କମ୍‌ ବଢ଼ିଥିଲା। ଅର୍ଥାତ୍‌ ୧୯୭୫ରେ ୫ ନିୟୁତ ବାଳିକା ଏବଂ ୬ ନିୟୁତ ବାଳକଙ୍କ ନିକଟରେ ଓଜନ ବୃଦ୍ଧି ଦେଖାଯାଇଥିଲା। ୨୦୧୬ରେ ମୋଟ ପିଲାଙ୍କ ମଧ୍ୟରୁ ୬% ବାଳିକା (୬୦ ନିୟୁତ) ଏବଂ ୮% ବାଳକ (୭୪ ନିୟୁତ)ଙ୍କ ନିକଟରେ ଓଜନ ବଢ଼ିବା ଦେଖାଯାଇଥିଲା। ତେବେ ଏହି ଅବଧି ମଧ୍ୟରେ ବିଶ୍ୱବ୍ୟାପୀ ୫ରୁ ୧୯ ବର୍ଷ ବୟସ୍କଙ୍କ ମଧ୍ୟରେ ଓଜନ ବଢ଼ିବା ୧୧ ନିୟୁତର ୧୦ଗୁଣରୁ ଅଧିକ ବୃଦ୍ଧି ଘଟିଥିଲା। ୨୦୧୬ରେ ଅତିରିକ୍ତ୨୧୩ ନିୟୁତ ଶିଶୁ ଏବଂ କିଶୋର ମେଦବହୁଳତାର ଶିକାର ହେବା ଯୋଗୁ ସେମାନଙ୍କୁ ଏହି ବର୍ଗର ଅନ୍ତର୍ଭୁକ୍ତ କରାଯାଇ ନ ଥିଲା। ଗତ ୪ ଦଶନ୍ଧି ମଧ୍ୟରେ ବିଶ୍ୱବ୍ୟାପୀ ଶିଶୁ ଏବଂ କିଶୋରଙ୍କ ମଧ୍ୟରେ ମେଦବହୁଳତା ହାର ବହୁମାତ୍ରାରେ ବୃଦ୍ଧିପାଇଛି। ବର୍ତ୍ତମାନ ବିଶ୍ୱରେ ଶିଶୁମାନେ ଏକସଙ୍ଗେ ମେଦବହୁଳତା ଏବଂ ଅପପୃଷ୍ଟିର ଶିକାର ହେଉଛନ୍ତି। ବାସ୍ତବରେ ଏହି ଧାରା ଅତ୍ୟନ୍ତ ଚିନ୍ତାଜନକ ବୋଲି ଇମ୍ପେରିଆଲ୍‌ କଲେଜ୍‌ ଅଫ୍‌ ଲଣ୍ଡନର ପ୍ରାଧାପକ ମଜିଦ୍‌ ଇଜ୍ଜତି ପ୍ରକାଶ କରିଛନ୍ତି।

ଫୁରସତ |

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

ଓ୍ବାଶିଂଟନ: ସାଧାରଣ ମହିଳାଙ୍କ ଅପେକ୍ଷା କର୍ମଜୀବୀ ମହିଳା ପରିବାର ପ୍ରତି ଅଧିକ ଯତ୍ନଶୀଳା ରହିଥାନ୍ତି ବୋଲି ଗବେଷଣାରୁ ଜଣାପଡିଛି। ସେମାନେ ପରିବାରର ପ୍ରତିଟି ଦାୟିତ୍ୱ ଭଲ ଭାବେ ତୁଲାଉଥିବାବେଳେ ଯେ କୌଣସି ସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍‌ କରିବା ପରେ ନିଷ୍ପତ୍ତି ନେଇଥାନ୍ତି।

ଏକୁଟିଆ ସନ୍ତାନ ବିଷାଦଗ୍ରସ୍ତ ହୁଅନ୍ତି

ଏକୁଟିଆ ସନ୍ତାନ ବିଷାଦଗ୍ରସ୍ତ ହୁଅନ୍ତି

ଓ୍ବାଶିଂଟନ: ଏବେ ଆଧୁନିକତାର ସ୍ପର୍ଶରେ ଯୌଥ ପରିବାର ସଂଖ୍ୟା ହ୍ରାସ ପାଇବା ସହିତ ଦମ୍ପତିଙ୍କର ସନ୍ତାନ ସଂଖ୍ୟା ଗୋଟିଏରେ ସୀମିତ ରହୁଛି। ଏହାଦ୍ୱାରା ସନ୍ତାନର ଯତ୍ନ ନେବା ସହଜ ହେଉଛି ଓ ତାହାର ଭବିଷ୍ୟତ ମଧ୍ୟ ସୁରକ୍ଷିତ ହୋଇପାରୁଛି।

ମକରର ମହକ

ମକରର ମହକ

ମାଘର ଶୀତରେ ଆସେ ମକର। ଆଉ ମକର ଆସିଲେ, ଚାରିଆଡେ ଖେଳିଯାଏ ଖୁସିର ଲହରି। ଓଡ଼ିଶାରେ ଥିବା ତେଲୁଗୁ ସମ୍ପ୍ରଦାୟ ଏହାକୁ ପୋଙ୍ଗଲ ବା ସେମାନଙ୍କ ନୂଆ ବର୍ଷ ଭାବେ ପାଳନ କରୁଥିବାବେଳେ ଓଡ଼ିଶାର ବିଭିନ୍ନ ଜିଲାରେ ମକରକୁ ନେଇ ପାଳନ ହୋଇଥାଏ ଭିନ୍ନ ଭିନ୍ନ ପରମ୍ପରା। କେଉଁଠି ମକର ଚାଉଳ, ପିଠା ଓ ମିଠାରେ ମକରକୁ ସ୍ବାଗତ କରାଯାଏ ତ କେଉଁଠି କୁକୁଡ଼ା ଲଢେଇ ମକରର ମାହୋଲକୁ ସରଗରମ କରୁଥିବାବେଳେ ଆଉ କେଉଁଠି ଗୁଡ଼ିଉଡ଼ାରେ ସ୍ବାଗତ କରାଯାଏ ମକରକୁ....

ଅଟ୍ରି

ଅଟ୍ରି

ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବେ ଖୋର୍ଦ୍ଧାର ଅଟ୍ରି ଉଷ୍ଣପ୍ରସ୍ରବଣ ପ୍ରସିଦ୍ଧି ଲାଭ କରିଛି। ବର୍ଷର ସବୁ ସମୟରେ ଏଠାରେ ପର୍ଯ୍ୟଟକଙ୍କ ଯା’ଆସ ଲାଗି ରହୁଥିଲେ ହେଁ ମକର ସଂକ୍ରାନ୍ତିରେ ଏଠି ଅଧିକ ଭିଡ଼ ଜମିଥାଏ।

ପ୍ରଥମ ରୋଜଗାର: ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ପାଇଁ ଗିଫ୍ଟ କିଣିଥିଲି

ପ୍ରଥମ ରୋଜଗାର: ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ପାଇଁ ଗିଫ୍ଟ କିଣିଥିଲି

ଅବସରପ୍ରାପ୍ତ ପ୍ରାଧ୍ୟାପିକା ତଥା ଅନୁବାଦିକା ମିନତି ପଟନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଖୋର୍ଦ୍ଧା ଜିଲା କୁହୁଡିରେ ଆମ ଗାଁ। କୁହୁଡି ଜନତା ହାଇସ୍କୁଲ୍‌ରୁ ୮ମ ପଢିବା ପରେ ରାଉରକେଲାସ୍ଥିତ ଉଦିତ୍‌ନଗର ହାଇସ୍କୁଲ୍‌ରେ ନାଁ ଲେଖାଇଥିଲି। କାରଣ ରାଉରକେଲାରେ ବାପା ଚାକିରି କରୁଥିଲେ। ୧୯୬୫ରେ ସେଠାରୁ ଏକାଦଶ ପାସ୍‌ କରିବା ପରେ ସମ୍ବଲପୁର ମହିଳା ମହାବିଦ୍ୟାଳୟରୁ ପି.ୟୁ ସାରି ପୁରୀ ମହିଳା ମହାବିଦ୍ୟାଳୟରେ ବି.ଏ. ପଢିଥିଲି।

ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ

ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ

ଲଣ୍ଡନ: ମହାକାଶ ଯାତ୍ରା ପରେ ପୃଥିବୀକୁ ଫେରୁଥିବା ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ ବୋଲି ଚିକିତ୍ସା ବିଜ୍ଞାନୀମାନେ ଜାଣିପାରିଛନ୍ତି। ମହାକାଶର ମାଇକ୍ରୋଗ୍ରାଭିଟିରେ ମସ୍ତିଷ୍କର ଉପର ସ୍ତରରେ ସେରିବ୍ରୋସ୍ପାଇନାଲ୍‌ ଫ୍ଲୁଇଡ୍‌ ପହଞ୍ଚିପାରି ନ ଥାଏ।

ଆଧୁନିକ ସମାଜରେ ହିଂସା ବଢ଼ୁଛି

ଆଧୁନିକ ସମାଜରେ ହିଂସା ବଢ଼ୁଛି

ଓ୍ବାଶିଂଟନ: ଆଧୁନିକ ସମାଜରେ ହିଂସା ବଢ଼ୁଛି ବୋଲି ଗେବଷକ କହିଛନ୍ତି। ସଭ୍ୟ ମାନବ ପ୍ରତିଟି କ୍ଷେତ୍ରରେ ବିଭିନ୍ନ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇଥାଏ। ଏହାର ମୁକାବିଲା ପାଇଁ ଅନେକ ସମୟରେ ହିଂସାକାଣ୍ଡ ଘଟୁଥାଏ।

ନୂଆ ସ୍ବାଦ ପାସ୍ତା ଖାଇବା ପ୍ରତି ଆଗ୍ରହ ସୃଷ୍ଟି କରିଥାଏ

ନୂଆ ସ୍ବାଦ ପାସ୍ତା ଖାଇବା ପ୍ରତି ଆଗ୍ରହ ସୃଷ୍ଟି କରିଥାଏ

ମେଲବୋର୍ଣ୍ଣ : ମନୁଷ୍ୟ ମଧ୍ୟରେ ଏକ ନୂତନ ପ୍ରକାର ସ୍ବାଦ ଯୋଗୁ ପାସ୍ତା ଖାଇବା ପ୍ରତି ଆଗ୍ରହ ସୃଷ୍ଟି ହୋଇଥାଏ ବୋଲି ବୈଜ୍ଞାନିକ ଜାଣିପାରିଛନ୍ତି। ଏହା ହେଉଛି ସପ୍ତମ ପ୍ରକାର ସ୍ବାଦ ଯାହାକି ମନୁଷ୍ୟଠାରେ ରହିଥିବା ଗବେଷକ ଜାଣି ପାରିଛନ୍ତି।

ଆଗ୍ନେୟଗିରୀ ଉଦ୍‌ଗୀରଣ ଯୋଗୁ ଧ୍ୱଂସ ହୋଇଥିଲା ଇଜିପ୍ଟ ସାମ୍ରାଜ୍ୟ

ଆଗ୍ନେୟଗିରୀ ଉଦ୍‌ଗୀରଣ ଯୋଗୁ ଧ୍ୱଂସ ହୋଇଥିଲା ଇଜିପ୍ଟ ସାମ୍ରାଜ୍ୟ

ନ୍ୟୁୟର୍କ: ଆଗ୍ନେୟଗିରୀ ଉଦ୍‌ଗୀରଣ ଯୋଗୁ ପୁରାତନ ଇଜିପ୍ଟ ସାମ୍ରାଜ୍ୟ ଧ୍ୱଂସ ହୋଇଥିବା ଗବେଷକ କହିଛନ୍ତି। ଖ୍ରୀଷ୍ଟପୂର୍ବ ୩୦୫ରୁ ୩୦ ମଧ୍ୟରେ ନୀଳ ନଦୀ ଅବବାହିକାରେ ଥିବା ଏହି ପୁରାତନ ସାମ୍ରାଜ୍ୟର କିଭଳି ଅନ୍ତ ଘଟିଲା ସେ ସମ୍ପର୍କରେ ଗବେଷକ ଜାଣିପାରିଛନ୍ତି

ଯୁବବର୍ଗ ହେଉଛନ୍ତି ମସ୍ତିଷ୍କାଘାତର ଶିକାର

ଯୁବବର୍ଗ ହେଉଛନ୍ତି ମସ୍ତିଷ୍କାଘାତର ଶିକାର

ଓ୍ବାଶିଂଟନ: ଉଚ୍ଚ ରକ୍ତଚାପ କିମ୍ବା ବୟସାଧିକକ୍ଷେତ୍ରରେ ମସ୍ତିଷ୍କକୁ ଆବଶ୍ୟକ ପରିମାଣର ରକ୍ତ ପ୍ରବାହିତ ହୋଇପାରି ନ ଥାଏ। ଫଳରେ ମସ୍ତିଷ୍କାଘାତ ସମସ୍ୟା ଦେଖାଦେଇଥାଏ।

ମାଧ୍ୟାକର୍ଷଣ ତରଙ୍ଗ ଯୋଗୁ ସୁନା ସୃଷ୍ଟି ହୋଇଛି

ମାଧ୍ୟାକର୍ଷଣ ତରଙ୍ଗ ଯୋଗୁ ସୁନା ସୃଷ୍ଟି ହୋଇଛି

ଓ୍ବାଶିଂଟନ: ପୃଥିବୀ ସୃଷ୍ଟି ସମୟରେ ଏକ ଉତ୍ତପ୍ତ ଗ୍ୟାସୀୟ ପିଣ୍ଡଥିଲା। ନିୟୁତ ନିୟୁତ ବର୍ଷ ପରେ ଏହାର ଉପର ଭାଗ ଶୀତଳ ହୋଇ କ୍ରମଶଃ କଠିନ ହୋଇଥିଲା। ଏହାପରେ ପୃଥିବୀରେ ମହାଜାଗତିକ ରଶ୍ମୀ ମଧ୍ୟରେ ପ୍ରଚଣ୍ଡ ଧକ୍କା ହୋଇଥିଲା।

ଚନ୍ଦ୍ରରେ ଥିଲା ବାୟୁମଣ୍ଡଳ

ଚନ୍ଦ୍ରରେ ଥିଲା ବାୟୁମଣ୍ଡଳ

ଓ୍ବାଶିଂଟନ: ନିୟୁତ ନିୟୁତ ବର୍ଷ ତଳେ ଚନ୍ଦ୍ରରେ ବାୟୁମଣ୍ଡଳ ଥିଲା ବୋଲି ମହାକାଶ ବିଜ୍ଞାନୀ କହିଛନ୍ତି। ଏହା ଚନ୍ଦ୍ରରେ ଥିବା ଆଗ୍ନେୟଗିରୀର ଉଦ୍‌ଗୀରଣ ଯୋଗୁ ସୃଷ୍ଟି ହୋଇଥିଲା।