ଫୁରସତ |

ଦୀର୍ଘଦିନର ଅଗ୍ନି ଉଦ୍‌ଗିରଣ ପୃଥିବୀକୁ କରିଥିଲା ଶୀତଳତମ

ଦୀର୍ଘଦିନର ଅଗ୍ନି ଉଦ୍‌ଗିରଣ ପୃଥିବୀକୁ କରିଥିଲା ଶୀତଳତମ

ଓ୍ବାଶିଂଟନ୍‌
୧୬.୫ ନିୟୁତ ବର୍ଷ ତଳେ ପ୍ରଶାନ୍ତ ମହାସାଗରର ଉତ୍ତର-ପଶ୍ଚିମାଞ୍ଚଳରେ ଏକ ବୃହତ୍‌ ଆଗ୍ନେୟଗିରିରୁ ସହସ୍ରବର୍ଷ ଧରି ଅଗ୍ନି ଉଦ୍‌ଗିରଣ ଏବଂ ଲାଭା ନିର୍ଗତ ହେବା ଫଳରେ ସଲଫ୍ୟୁରିକ୍‌ ଗ୍ୟାସ୍‌ ସୃଷ୍ଟି ହୋଇଥିଲା। ଏହା ସୂର୍ଯ୍ୟାଲୋକ ଅବରୋଧ କରିବା ଯୋଗୁ ପୃଥିବୀକୁ ଶୀତଳ କରି ରଖିଥିଲା ବୋଲି ଏକ ଅଧ୍ୟୟନରୁ ଜାଣିବାକୁ ମିଳିଛି।
ଦୁଇଟି ଆଗ୍ନେୟଗିରି-ସାଇବେରିଆନ୍‌ ଟ୍ରାପ୍‌ ଏବଂ ଡେକାନ୍‌ ଟ୍ରାପ୍‌ ଅପେକ୍ଷାକୃତ ବୃହତ୍‌ ଥିଲେ ଏବଂ ସେ ଦୁଇଟିରୁ ଅଗ୍ନି ଉଦ୍‌ଗିରଣ ଯୋଗୁ ପୃଥିବୀରେ ଦୁଇଟି ମହା ବିପର୍ଯ୍ୟୟ ଘଟିଥିଲା। ଏଥିପାଇଁ ଏକ ବିରାଟ ଭୂଖଣ୍ଡରେ ଧ୍ୱଂସାମତ୍କ ପରିସ୍ଥିତି ଦେଖା ଦେଇଥିଲା। କାରଣ ଅଗ୍ନି ଉଦଗିରଣ ଯୋଗୁ ଅମ୍ଳବର୍ଷା ସୃଷ୍ଟି ହୋଇଥିଲା ବୋଲି ଓ୍ବାଶିଂଟନ୍‌ ଷ୍ଟେଟ୍‌ ୟୁନିଭର୍ସିଟି ପ୍ରଫେସର ଜନ୍‌ ଓ୍ବଲ୍‌ଫ୍‌ ପ୍ରକାଶ କରିଛନ୍ତି। ସେ କହନ୍ତି, ତାପମାତ୍ରା ଉପରେ ଏହା ବିଶ୍ୱବ୍ୟାପୀ ପ୍ରଭାବ ପଡିଥିଲା।
୧୬.୫ ନିୟୁତ ବର୍ଷ ତଳେ ଦକ୍ଷିଣପୂର୍ବ ଓ୍ବାଶିଂଟନ୍‌ ଏବଂ ଉତ୍ତରପୂର୍ବ ଓରେଗନ୍‌ରେ କ୍ରମାଗତ ଅଗ୍ନି ଉଦ୍‌ଗିରଣ ଯୋଗୁ ଯେଉଁ ଲାଭା ନିର୍ଗତ ହୋଇଥିଲା ତାହା ପାଖାପାଖି କାନାଡା ପର୍ଯ୍ୟନ୍ତ ବୋହିଯାଇଥିଲା ଏବଂ ପ୍ରଶାନ୍ତ ମହାସାଗର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥିଲା ବୋଲି ଗବେଷକମାନେ କହିଛନ୍ତି। ଏ ସମ୍ପର୍କିତ ଏକ ଅଧ୍ୟୟନ ଜିଓଲୋଜି ଜର୍ନାଲ୍‌ରେ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ୧୦ହଜାର ବର୍ଷ ଧରି ପୃଥିବୀପୃଷ୍ଠରେ ୨୪୨ରୁ ୩୦୫ ବିଲିୟନ୍‌ ଟନ୍‌ ଓଜନର ସଲଫର ଡାଇଅକ୍‌ସାଇଡ୍‌ର ବନ୍ୟା ଦେଖା ଦେଇଥିଲା। ଏହା ପୃଥିବୀକୁ କମ୍ବଳ ଢାଙ୍କିବା ଭଳି ଘୋଡାଇ ରଖିଥିଲା। ଫଳରେ ଆଦୌ ଗ୍ରୀଷ୍ମଋତୁ ହେଉ ନ ଥିଲା ଏବଂ ଉତ୍ତର ଗୋଲାର୍ଦ୍ଧରେ ଖାଦ୍ୟ ସଂକଟ ଦେଖାଦେଇଥିଲା ବୋଲି ଗବେଷକମାନେ କହିଛନ୍ତି।

All Right Reserved By

ଫୁରସତ |

ଦାୟୀ କିଏ

ଦାୟୀ କିଏ

ଭାରତ ଭଳି ଏକ ବିକାଶାଭିମୁଖୀ ଦେଶରେ ସାମାଜିକ ଉନ୍ନତି ଅନୁପାତରେ ଅପରାଧ ସଂଖ୍ୟା ଦିନକୁ ଦିନ ବଢୁଥିବା ଦେଖିବାକୁ ମିଳୁଛି। ପ୍ରଶାସନିକ ସୁବିଧା କଡ଼ାକଡ଼ି କରାଯାଉଥିଲେ ହେଁ ଦେଶର ପ୍ରତିଟି କୋଣରୁ ବିଭିନ୍ନ ହିଂସାକାଣ୍ଡ, ହତ୍ୟା, ବଳାତ୍କାର ଭଳି ଘଟଣା ପ୍ରତିଦିନ ସାମ୍‌ନାକୁ ଆସୁଛି।

ଅଭୁଲା କଲେଜ ଅନୁଭୂତି: ହଷ୍ଟେଲରେ ଗୁଣ୍ଡା ପଶିବା ଡରରେ ଗୋଟାପଣେ ଥରୁଥିଲୁ-ସ୍ଥିରା ଦାସ(ଅଧ୍ୟାପିକା)

ଅଭୁଲା କଲେଜ ଅନୁଭୂତି: ହଷ୍ଟେଲରେ ଗୁଣ୍ଡା ପଶିବା ଡରରେ ଗୋଟାପଣେ ଥରୁଥିଲୁ-ସ୍ଥିରା ଦାସ(ଅଧ୍ୟାପିକା)

୧୯୯୫ ମସିହା। ସେତେବେଳେ ମୁଁ ବାଣୀବିହାରରେ ପିଜି ଛାତ୍ରୀ। ଘର ଦୂର ହୋଇଥିବାରୁ ହଷ୍ଟେଲରେ ରହୁଥାଏ। ସେଦିନ ଥାଏ ଆମ ୟୁନିଭର୍ସିଟି ନିର୍ବାଚନର ପୂର୍ବ ରାତି। ଅପାମାନେ କହୁଥାନ୍ତି, କାଳେ ନିର୍ବାଚନ ବେଳେ ବାହାର ଗୁଣ୍ଡାମାନେ କ୍ୟାମ୍ପସ୍‌ ଭିତରକୁ ପଶି ଆସି ଗଣ୍ଡଗୋଳ କରନ୍ତି।

କୁନି ହାତର ଯାଦୁ

କୁନି ହାତର ଯାଦୁ

ନାଇଜେରିଆ, ଲାଗୋସ୍‌ରେ କରିନ୍‌ ଓ୍ବାରିସ୍‌ ଓଲାମିଲେକନ୍‌। ବୟସ ତାଙ୍କୁ ମାତ୍ର ୧୧ ବର୍ଷ। ହେଲେ ଏ ବୟସରୁ ସେ ପାଇସାରିଲେଣି ଅନ୍ତର୍ଜାତୀୟ ଖ୍ୟାତି। ଆଉ ଏହି ଖ୍ୟାତି ସେ ପାଇଛନ୍ତି ତାଙ୍କର ଅଦ୍ଭୁତ ଚିତ୍ରକଳା ପାଇଁ।

ବଡ଼ ପଗଡ଼ି

ବଡ଼ ପଗଡ଼ି

ପଞ୍ଜାବର ଅବତାର ସିଂ ମୌନି ଜଣେ ସଚ୍ଚା ଶିଖ୍‌। ତେଣୁ ତାଙ୍କ ମୁଣ୍ଡରେ ବି ଅନ୍ୟ ଶିଖ୍‌ଙ୍କ ପରି ପଗଡ଼ି ଶୋଭାପାଏ। ଏହା ହେଉଛି ତାଙ୍କର ମାନ, ସମ୍ମାନ ସବୁକିଛି। ହେଲେ ତାଙ୍କ ପଗଡ଼ିରେ ରହିଛି ସ୍ବତନ୍ତ୍ରତା, ଯାହା ସଭିଙ୍କୁ ଆକର୍ଷିତ କରେ। ତାଙ୍କ ପଗଡ଼ି ପରିଚିତ ପୃଥିବୀର ସବୁଠାରୁ ବଡ଼ ପଗଡ଼ିଭାବେ।

ଗୋଟିଏ କୁକୁରର ୪୯ଟି କପି

ଗୋଟିଏ କୁକୁରର ୪୯ଟି କପି

ପୁଏର୍ତ୍ତୋରିକୋର ମିରାକଲ୍‌ ମିଲି ହେଉଛି ୬ ବର୍ଷର ଚିହୁଆହୁଆ ପ୍ରଜାତିର ଏକ କୁକୁର, ଯିଏକି ପୃଥିବୀର ସବୁଠୁ ଛୋଟ କୁକୁର ଭାବେ ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛି। ତେବେ ଏହି କୁକୁର ପୁଣି ଥରେ ଚର୍ଚ୍ଚାକୁ ଆସିଛି।

ପୃଥିବୀର ଦୀର୍ଘତ୍ତମ ଗ୍ଲାସ୍‌ ବ୍ରିଜ୍‌

ପୃଥିବୀର ଦୀର୍ଘତ୍ତମ ଗ୍ଲାସ୍‌ ବ୍ରିଜ୍‌

ଚାଇନାର ହେବେଇଠାରେ ନିର୍ମାଣ କରାଯାଇଛି ପୃଥିବୀର ଦୀର୍ଘତ୍ତମ ଟ୍ରାନ୍ସପରେଣ୍ଟ ଗ୍ଲାସ୍‌ ବ୍ରିଜ୍‌। ହୋଙ୍ଗ୍‌ୟାଗୁଠାରେ ଅବସ୍ଥିତ ୪୮୮ ମିଟର ଲମ୍ବ ଏବଂ ୪ମିଟର ଓସାର ବିଶିଷ୍ଟ ଏହି କାଚର ବ୍ରିଜ୍‌ଟି ଭୁପୃଷ୍ଠଠାରୁ ୨୧୮ ମିଟର ଉପରେ ଅବସ୍ଥିତ।

ଲୁଣ ଦୂର କରିବ ସମସ୍ୟା

ଲୁଣ ଦୂର କରିବ ସମସ୍ୟା

ନିତିଦିନିଆ ଖାଦ୍ୟ ସାରଣୀର ଏକ ପ୍ରମୁଖ ଦ୍ରବ୍ୟ ହେଉଛି ଲୁଣ। ତେବେ ଏହି ଲୁଣ ଦ୍ୱାରା ଅନେକ ବାସ୍ତୁ ଦୋଷ ଦୂରେଇ ଦିଆଯାଇପାରିବ ବୋଲି ବିଶ୍ୱାସ ରହିଛି। ତେବେ ଉଚିତ ସ୍ଥାନରେ ଲୁଣକୁ ରଖି ଏହାକୁ ସଦୁପଯୋଗ କରିବା ଦ୍ୱାରା ଆପଣ ଅନେକ ସମସ୍ୟାଠାରୁ ଦୂରେଇ ରହିପାରିବେ।

ପ୍ରଥମ ରୋଜଗାର: ପାଠାଗାର ଉନ୍ନତିରେ ପାରିଶ୍ରମିକ ଟଙ୍କା ଲାଗିଥିଲା-ସତ୍ୟଜିତ୍‌ ମାନସିଂହ

ପ୍ରଥମ ରୋଜଗାର: ପାଠାଗାର ଉନ୍ନତିରେ ପାରିଶ୍ରମିକ ଟଙ୍କା ଲାଗିଥିଲା-ସତ୍ୟଜିତ୍‌ ମାନସିଂହ

ହାଲ୍‌ରେ ସିନିୟର ମ୍ୟାନେଜର (ଫାଇନାନ୍ସ) ଭାବେ କାର୍ଯ୍ୟରତ ତଥା ସାମାଜିକ କର୍ମୀ ସତ୍ୟଜିତ୍‌ ମାନସିଂହ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ଷ୍ଟିକର ହେୟାର ଟାଟୁ

ଷ୍ଟିକର ହେୟାର ଟାଟୁ

ଆଜିର ଏହି ଟ୍ରେଣ୍ଡି ଦୁନିଆରେ ଷ୍ଟିକର ହେୟାର ଟାଟୁ ଏକ ନୂଆ ଟ୍ରେଣ୍ଡ ଭାବେ ଉଭା ହୋଇଛି। ଏହି ଟାଟୁକୁ ଟେମ୍ପୋରାରି (ଅସ୍ଥାୟୀ) ଭାବେ ଚୁଟିରେ ଲଗାଯାଇଥାଏ। ସମୟ ବଦଳିବା ସହିତ ଫ୍ୟାଶନରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଥାଏ। ଦିନ ଥିଲା, ଷ୍ଟାଇଲିଶ୍‌ ପୋଷାକ ଆଉ ଜୋତା ପିନ୍ଧିବାକୁ ଲୋକେ ଫ୍ୟାଶନ ବୋଲି କହୁଥିଲେ।

ଲଳିତ ମାଧବ

ଲଳିତ ମାଧବ

ଐତିହାସିକ ତଥା ପୁରାଣ ପ୍ରସିଦ୍ଧ କଣ୍ଟିଲୋ ଶ୍ରୀନୀଳମାଧବଙ୍କ ପବିତ୍ର ପୀଠର ମାହାତ୍ମ୍ୟ ସ୍ବତନ୍ତ୍ର। ମାତ୍ର ମହାପ୍ରଭୁଙ୍କ ଭକ୍ତ ତଥା ସେବକ ଶବର ରାଜା ବିଶ୍ୱାବସୁଙ୍କ ଗଡ଼ କୁହାଯାଉଥିବା ଧାଙ୍ଗଡି ପାହାଡ଼ରେ ପୂଜା ପାଉଥିବା ଲଳିତ ମାଧବଙ୍କ ପୀଠ ଏକ ପ୍ରାକୃତିକ ଦର୍ଶନୀୟ ସ୍ଥଳୀ।

ସାଥୀ: ଭାବନା ରାଇଜେ କ୍ଷଣିକ ରଜା, ଶୁଖିଲା ପ୍ରେମରେ ନ ଥାଏ ମଜା

ସାଥୀ: ଭାବନା ରାଇଜେ କ୍ଷଣିକ ରଜା, ଶୁଖିଲା ପ୍ରେମରେ ନ ଥାଏ ମଜା

ପ୍ରଶ୍ନ-ଆଜିକାଲି ପ୍ରେମରେ କୁଆଡେ ମଜା ନାହିଁ। କେତେବେଳେ ଫୁସୁରି ଯାଉଛି ଜଣାପଡୁନି। ଏଥିପାଇଁ କିଏ ଦାୟୀ ? -ପ୍ରସନ୍ନ ସାହୁ, ଦେବଗଡ

ଶୁଭକାର୍ଯ୍ୟରେ କାହିଁକି ଫଟା ଯାଏ ନଡ଼ିଆ

ଶୁଭକାର୍ଯ୍ୟରେ କାହିଁକି ଫଟା ଯାଏ ନଡ଼ିଆ

ଭାରତରେ ଯେ କୌଣସି ଶୁଭକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ନଡ଼ିଆ ଫଟା ଯାଇଥାଏ । ଘରେ କୌଣସି ପୂଜା ହେଉ କିମ୍ବା ନୂତନ ଗୃହ ପ୍ରବେଶ ଅଥବା ନୂଆ ଗାଡ଼ି ଓ ନୂଆ ବିଜନେସ୍‌ ଆରମ୍ଭ ପୂର୍ବରୁ ଏପରି କରାଯାଏ।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ