ଅପରାଧ | ବାଲେଶ୍ୱର

୭ ଚୋରା ମଦ ବେପାରୀ ଗିରଫ

୭ ଚୋରା ମଦ ବେପାରୀ ଗିରଫ
ରୂପ୍‌ସା,୯।୮(ଡି.ଏନ.ଏ.)-ବାଲେଶ୍ୱର ଅବକାରୀ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ଗୁରୁବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ମହିଳାଙ୍କ ସମେତ ୭ଜଣ ମଦ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଚୋରା ଦେଶୀ ରନ୍ଧାମଦ ଏବଂ ବିଦେଶୀ ମଦ ଜବତ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ସଦର ବ୍ଲକ ରୂପ୍‌ସା ଥାନା ବିଦେଶୀ ମଦ ଦୋକାନ କର୍ମଚାରୀ ରାଜେଶ ଯାଦବ, ସିଂଲା ଥାନା ଶ୍ୟାମରାୟପୁର ଗ୍ରାମର ରାମୁ ଟୁଡୁ, ବାବୁଲୁ ହାଁସଦା, ମଦନ କିସ୍କୁ, ବସ୍ତା ଥାନା ଦରଡ଼ା ଗ୍ରାମର ତୁଳସୀ ଗୋଚ୍ଛାୟତ, ଦବା ମୁର୍ମୁ ଓ ଶୁକମଣି ବିନ୍ଧାଣୀ। ବସ୍ତା ସବ୍‌ଇନ୍ସପେକ୍ଟର ଅର୍ଜୁନ ମଲିକ, ଜଳେଶ୍ୱର ସବ୍‌ଇନ୍ସପେକ୍ଟର ହରପ୍ରସାଦ ରଣା, ସଦର ଏଏସ୍‌ଆଇ ବ୍ରଜମୋହନ ମଲିକ, କନଷ୍ଟେବଳ ମୀନତି ପରିଡ଼ା ଓ ଧୀରେନ୍ଦ୍ର ସିଂ ପ୍ରମୁଖ ସଦଳବଳେ ଅଚାନକ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସମର୍ଥ ହୋଇଥିଲେ। ସେମାନଙ୍କ ବିରୋଧରେ ପୃଥକ୍‌ ମାମଲା ରୁଜୁ ହୋଇ କୋର୍ଟଚାଲାଣ କରାଯାଇଛି। ରୂପ୍‌ସା ବିଦେଶୀ ମଦ ଦୋକାନରେ ଖୋଲା ମଦ ବିକ୍ରି ଅଭିଯୋଗରେ କର୍ମଚାରୀ ରାଜେଶ ଯାଦବଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି।
All Right Reserved By

ଅପରାଧ | ବାଲେଶ୍ୱର

ମଦପାଇଁ ଟଙ୍କା ନ ଦେବାରୁ ଜେଜେଙ୍କୁ ହତ୍ୟାକଲେ ନାତି

ମଦପାଇଁ ଟଙ୍କା ନ ଦେବାରୁ ଜେଜେଙ୍କୁ ହତ୍ୟାକଲେ ନାତି

ଆନନ୍ଦପୁର,୨୩।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା କୋଳିମାଟି ଗାଁର ବିଶ୍ୱକର୍ମାସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। 

ବନିପାଟ ଗ୍ରାମର ରଞ୍ଜନ ପରିଡ଼ା ହତ୍ୟା ମାମଲା: ୩ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ କୁଜଙ୍ଗ ଥାନା ଘେରାଉ

ବନିପାଟ ଗ୍ରାମର ରଞ୍ଜନ ପରିଡ଼ା ହତ୍ୟା ମାମଲା: ୩ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ କୁଜଙ୍ଗ ଥାନା ଘେରାଉ

କୁଜଙ୍ଗ,୨୩।୨(ସ୍ବ.ପ୍ର.): କୁଜଙ୍ଗ ଥାନା ଅନ୍ତର୍ଗତ ବନିପାଟ ଗ୍ରାମର ରଞ୍ଜନ ପରିଡ଼ାଙ୍କୁ ଗତ ଜାନୁୟାରୀ ୨ ତାରିଖରେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ଜଣଙ୍କ ମଧ୍ୟରୁ  ଦେବାଶିଷ ରାଉତ ଓ ହିରଣ୍ୟ ରାଉତଙ୍କୁ ଗିରଫ କରାଯାଇଛି। ମାତ୍ର ଅନ୍ୟତମ ଅଭିଯୁକ୍ତ ପୁରସ୍ତମ ରାଉତ ଫେରାର ଅଛନ୍ତି।

ସମୁଦୀଘରେ ଚରିତ୍ର ସନ୍ଦେହରେ ଚତୁର୍ଥ ସ୍ତ୍ରୀଙ୍କୁ  ହତ୍ୟାକଲେ ବୃଦ୍ଧ

ସମୁଦୀଘରେ ଚରିତ୍ର ସନ୍ଦେହରେ ଚତୁର୍ଥ ସ୍ତ୍ରୀଙ୍କୁ ହତ୍ୟାକଲେ ବୃଦ୍ଧ

ପାଲଲହଡ଼ା,୨୩।୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ବାରକୋଟିଆ ଗ୍ରାମରେ ଶନିବାର ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳର ବଳ ବେହେରାଙ୍କ ସ୍ତ୍ରୀ ଭଗବତୀ(୪୫)।

ଓଢ଼ଣି ଫସିଯାଇଛି କହି ୧ଲକ୍ଷ ଲୁଟିନେଲେ

ଓଢ଼ଣି ଫସିଯାଇଛି କହି ୧ଲକ୍ଷ ଲୁଟିନେଲେ

ପୁରୀ ଅଫିସ,୨୩।୨: କିଛିଦିନର ନୀରବତା ପରେ ସହରରେ ଏକ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇଉଠିଛନ୍ତି। ଦୁଇଜଣ ଲୁଟେରା ପୁରୀ ସଦର ଥାନା ଅନ୍ତର୍ଗତ ମୁକୁନ୍ଦମିଶ୍ର ନଗର ଛକରେ ଜଣେ ବାଇକ ଆରୋହୀଙ୍କଠାରୁ ୧ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିବା ଜଣାପଡିିଛି। ଏ ନେଇ ଥାନାରେ ଲୁଟ୍‌ର ଶିକାର ଚାରିନଳା ଗ୍ରାମର ସୁକାନ୍ତି ପୃଷ୍ଟି ଲିଖିତ ଭାବେ ଅଭିଯୋଗ କରିଛନ୍ତି।

ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ନେଇ ବିବାଦ ଥମୁନି, ସପକ୍ଷରେ ଶହୀଦଙ୍କ ଦାଦା

ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ନେଇ ବିବାଦ ଥମୁନି, ସପକ୍ଷରେ ଶହୀଦଙ୍କ ଦାଦା

କଟକ ଅଫିସ, ୨୩।୨-ଶହୀଦ ଯବାନଙ୍କ ସମ୍ପର୍କୀୟ ଦାଦାଙ୍କୁ ଠେଲାପେଲା କରି ବିବାଦକୁ ଆସିଥିବା କଟକ-ବାରବାଟୀ ବିଧାୟକ ତଥା ବିଜେଡି ଜିଲା ସଭାପତି ଦେବାଶିଷ ସାମନ୍ତରାୟଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ସେ ଘଟଣା ପାଇଁ କ୍ଷମାପ୍ରାର୍ଥନା କରିସାରିଥିବାବେଳେ ଏହି ପ୍ରସଙ୍ଗକୁ ବିରୋଧୀ ଦଳଗୁଡ଼ିକ ହାତଛଡ଼ା କରିବାକୁ ଚାହୁଁନାହାନ୍ତି।

ରାଜନୈତିକ ଆକ୍ରୋଶରୁ ଉକୁନ୍ଦରା ସରପଞ୍ଚଙ୍କ ଘରକୁ ବୋମାମାଡ଼

ବିରିଡ଼ି/ବାଲିଆ,୨୩।୨(ଡି.ଏନ.ଏ.): ବିରିଡ଼ି ଥାନା ଅନ୍ତର୍ଗତ ୨୨ ମୌଜା ଉକୁନ୍ଦରା ପଞ୍ଚାୟତର ସରପଞ୍ଚ ଚନ୍ଦ୍ରଶେଖର ଦାଶଙ୍କ ଘରକୁ ଶୁକ୍ରବାର ସନ୍ଧ୍ୟା ୭ଟାରେ ବୋମାମାଡ଼ ହୋଇଛି। ତେବେ ଏଥିରେ କୌଣସି ଜୀବନହାନୀ ଘଟି ନ ଥିଲେ ମଧ୍ୟ ଘର ନିକଟରେ ଥିବା କାର କ୍ଷତିଗ୍ରସ୍ତ ହୋଇଛି। ବୋମା ବିସ୍ଫୋରଣରେ କାର ପଛ ପାର୍ଶ୍ୱ ଚେପା ହୋଇଯିବା ସହ କାଚ ଭାଙ୍ଗିଯାଇଛି। 

ଦୁର୍ଘଟଣାରେ ଜଣେ ମୃତ

ଦୁର୍ଘଟଣାରେ ଜଣେ ମୃତ

ଫୁଲବାଣୀ ଅଫିସ, ୨୨।୨- ଫୁଲବାଣୀ ବ୍ଲକ କେରେଡିଠାରେ ଶୁକ୍ରବାର ୨ବାଇକ୍‌ ମୁହଁାମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ ଫିରିଙ୍ଗିଆ ଥାନା କାମ୍ବାପଡାର ନବଘନ କହଁର। ଗୁରୁତର ଦ୍ୱୟ ହେଲେ ଫିରିଙ୍ଗିଆ କାଳିପଙ୍ଗାର ବିବତ୍ସ ସାହୁ ଓ କେରେଡି ପଞ୍ଚାୟତ ଥାନାକାଟୁ ଗ୍ରାମର ଜଗନ୍ନାଥ ପ୍ରଧାନ। ମିଳିଥିବା ସୂଚନା ଅନୁସାରେ କେରେଡିରୁ ମାଘମାସ ଯାତ୍ରା ଦେଖି ଫେରୁଥିବା ବେଳେ ୨ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ବିବତ୍ସଙ୍କ ଉପରେ ଗୋଟିଏ ଗାଡି ପିଟି ହୋଇଯାଇଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ ୩ଜଣଙ୍କୁ ଫୁଲବାଣୀ ମେଡିକାଲ ଆଣିଥିଲେ। ସେଠାରେ ନବଘନଙ୍କ ମୃତ୍ୟୁ ହୋଇଥିଲା।

କପି କରି ଧରାପଡିଲେ ୧୦ ପରୀକ୍ଷାର୍ଥୀ

କପି କରି ଧରାପଡିଲେ ୧୦ ପରୀକ୍ଷାର୍ଥୀ

ଢେଙ୍କାନାଳ ଅଫିସ,୨୨।୨- ଢେଙ୍କାନାଳ ଜିଲାରେ ଶୁକ୍ରବାର ମାଟ୍ରିକ ପରୀକ୍ଷାର ପ୍ରଥମ ଦିବସରେ ମାତୃଭାଷା ବିଷୟରେ କପିକରି ୧୦ ଜଣ ଛାତ୍ରୀଛାତ୍ର ଧରାପଡିଛନ୍ତି। କପି ରୋକିବା ପାଇଁ ଜିଲା ଶିକ୍ଷା ବିଭାଗ ପକ୍ଷରୁ ୪ଟି ସ୍କ୍ବାଡ ଗଠିତ ହୋଇଥିଲା। 

ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀଙ୍କୁ ହତ୍ୟା ମାମଲା: ଶିକ୍ଷକ ଗିରଫ

ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀଙ୍କୁ ହତ୍ୟା ମାମଲା: ଶିକ୍ଷକ ଗିରଫ

ତିହିଡି, ୨୨।୨ (ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ କଁ।ପଡ଼ା ପଞ୍ଚାୟତ କଁ।ପଡ଼ାବିନ୍ଧା ଗ୍ରାମର ବିନିଲତା ଦାସ ନାମ୍ନୀ ଜଣେ ମହିଳାଙ୍କୁ ଗତ ୧୫ ତାରିଖରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।

୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଶିକ୍ଷକ ଫେରାର

୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଶିକ୍ଷକ ଫେରାର

ଧାମନଗର,୨୨।୨(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଧାମନଗର ଥାନା ଅଞ୍ଚଳରେ ଥିବା  ଏକ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। 

କେନ୍ଦ୍ରାପଡ଼ାରେ ଲଜ୍ଜା: ୩ ବର୍ଷ ଶିଶୁକନ୍ୟାଙ୍କୁ ବଳାତ୍କାର, ଅଭିଯୁକ୍ତ ନାବାଳକ କୋର୍ଟ ଚାଲାଣ

କେନ୍ଦ୍ରାପଡ଼ାରେ ଲଜ୍ଜା: ୩ ବର୍ଷ ଶିଶୁକନ୍ୟାଙ୍କୁ ବଳାତ୍କାର, ଅଭିଯୁକ୍ତ ନାବାଳକ କୋର୍ଟ ଚାଲାଣ

ମହାକାଳପଡ଼ା,୨୨।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଜମ୍ବୁ ମେରାଇନ ଥାନା ଅଞ୍ଚଳରେ ଶୁକ୍ରବାର ଜଣେ ୩ ବର୍ଷୀୟ ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଛି। ପଡ଼ୋଶୀ ଘରର ଜଣେ ନାବାଳକ ତାଙ୍କୁ ବଳାତ୍କାର କରିଥିବା ପରିବାରଲୋକେ ଥାନାରେ ଅଭିଯୋଗ କରିଛନ୍ତି।