ବାଣିଜ୍ୟ |

ଏଲ୍‌ଆଇସିର ଆଇଡିବିଆଇ ଅଧିଗ୍ରହଣକୁ ସରକାରୀ ମଞ୍ଜୁରୀ

ଏଲ୍‌ଆଇସିର ଆଇଡିବିଆଇ ଅଧିଗ୍ରହଣକୁ ସରକାରୀ ମଞ୍ଜୁରୀ
ନୂଆଦିଲୀ,୯- ୮:ଭାରତୀୟ ଜୀବନ ବୀମା ନିଗମ ପକ୍ଷରୁ ଆଇଡିବିଆଇ ବ୍ୟାଙ୍କର ଅଧିଗ୍ରହଣ ପ୍ରସ୍ତାବକୁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ବୁଧବାର ଏ ନେଇ ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି। ଅଧିଗ୍ରହଣ ଦ୍ୱାରା ଆଇଡିବିଆଇରେ ସରକାରଙ୍କ ଅଂଶଧନ ୫୦%ରୁ କମ୍‌ ହେବ ବୋଲି ଜଣା ଯାଇଛି। ଉକ୍ତ ବ୍ୟାଙ୍କରେ ଏଲ୍‌ଆଇସି ୫୧% ଅଂଶଧନ ହାସଲ କରିବ। ଏହି ଚୁକ୍ତିକୁ ପୂର୍ବରୁ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା। ଏ ନେଇ ବ୍ୟାଙ୍କ ପକ୍ଷରୁ ଷ୍ଟକ ଏକ୍ସଚେଞ୍ଜକୁ ରେଗୁଲେଟୋରୀ ଫାଇଲିଂରେ ସୂଚନା ଦିଆଯାଇଛି। ବ୍ୟାଙ୍କରେ ଅଂଶଧନ ୫୦%ରୁ ହ୍ରାସ ହେବା ନେଇ ସରକାରଙ୍କ କୌଣସି ଆପତ୍ତି ନାହିଁ ବୋଲି ଏହା କହିଛି। ଅଧିଗ୍ରହଣ ପରେ ଆଇଡିବିଆଇ ଏଲ୍‌ଆଇସିର ଏକ ସହାୟକ ସଂସ୍ଥାଭାବେ କାର୍ଯ୍ୟ କରିବ। ବର୍ତ୍ତମାନ ଆଇଡିବିଆଇ ବ୍ୟାଙ୍କରେ ଏଲଆଇସି ୭.୯୮% ଅଂଶଧନ ହାସଲ କରିଛି। ସୂଚନା ମୁତାବକ ଏଲ୍‌ଆଇସି ନିକଟରୁ ବ୍ୟାଙ୍କ ପ୍ରାୟ ୧୩,୦୦୦ କୋଟି ଟଙ୍କାର ପୁଞ୍ଜି ସହାୟତା ଲାଭ କରିବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
All Right Reserved By

ବାଣିଜ୍ୟ |

ତେଲ ଦର ନିୟନ୍ତ୍ରଣ ନେଇ ମୁଡିଜର ଚେତାବନୀ

ତେଲ ଦର ନିୟନ୍ତ୍ରଣ ନେଇ ମୁଡିଜର ଚେତାବନୀ

ନୂଆଦିଲ୍ଲୀ,୨୭-୩: ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଲାଣି ଏବଂ ରାଜନୈତିକ ଦଳଗୁଡ଼ିକ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ଆର୍‌ବିଆଇ ଗଭର୍ନରଙ୍କ ନିଯୁକ୍ତି;ତଥ୍ୟ ଦେବନି କେନ୍ଦ୍ର

ଆର୍‌ବିଆଇ ଗଭର୍ନରଙ୍କ ନିଯୁକ୍ତି;ତଥ୍ୟ ଦେବନି କେନ୍ଦ୍ର

ନୂଆଦିଲ୍ଲୀ,୨୭-୩: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସଙ୍କ ନିଯୁକ୍ତି ସଂକ୍ରାନ୍ତୀୟ ତଥ୍ୟ ଦେବାକୁ କେନ୍ଦ୍ର ସରକାର ମନା କରିଦେଇଛନ୍ତି।

ପୁଣି ଜାମିନ ଆବେଦନ କରିବେ ନୀରବ ମୋଦି

ପୁଣି ଜାମିନ ଆବେଦନ କରିବେ ନୀରବ ମୋଦି

ଲଣ୍ଡନ,୨୭-୩: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରୁ ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କା ଠକିବା ଅଭିଯୋଗରେ ଜେଲ୍‌ରେ ବନ୍ଦୀ ଥିବା ହୀରା ବ୍ୟବସାୟୀ ନୀରବ ମୋଦି ଶୁକ୍ରବାର ଓ୍ବେଷ୍ଟମିନିଷ୍ଟର କୋର୍ଟରେ ଦ୍ୱିତୀୟ ଥର ଲାଗି ଜାମିନ ଆବେଦନ କରିବେ। 

ସ୍ବିଫ୍ଟ ନିୟମ ଉଲ୍ଲଂଘନ;ପିଏନ୍‌ବିକୁ ୨ କୋଟି ଜରିମାନା

ସ୍ବିଫ୍ଟ ନିୟମ ଉଲ୍ଲଂଘନ;ପିଏନ୍‌ବିକୁ ୨ କୋଟି ଜରିମାନା

ନୂଆଦିଲ୍ଲୀ,୨୭-୩: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ସମ୍ଭବତଃ ନୀରବ ମୋଦି ମହାଠକେଇରୁ କିଛି ଶିଖିପାରିଲାନି। ଯେଉଁ ସ୍ବିଫ୍ଟ ନିୟମର ଅପବ୍ୟବହାର କରି ନୀରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକ୍‌ସି ବ୍ୟାଙ୍କରୁ ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କା ଠକିବାରେ ସମର୍ଥ ହେଲେ ସେହି ପ୍ରଣାଳୀ ପ୍ରତି ବ୍ୟାଙ୍କ ପୁନର୍ବାର ଅଣଦେଖା କରିଛି। 

ଜେଟ୍‌ ଏୟାରଓ୍ବେଜକୁ ବ୍ୟାଙ୍କଗୁଡ଼ିକର ସହାୟତା;ଭିନ୍ନ ମାନଦଣ୍ଡକୁ ନେଇ ମାଲ୍ୟାଙ୍କ ତାଛଲ୍ୟ

ଜେଟ୍‌ ଏୟାରଓ୍ବେଜକୁ ବ୍ୟାଙ୍କଗୁଡ଼ିକର ସହାୟତା;ଭିନ୍ନ ମାନଦଣ୍ଡକୁ ନେଇ ମାଲ୍ୟାଙ୍କ ତାଛଲ୍ୟ

ନୂଆଦିଲ୍ଲୀ,୨୭-୩: ଜେଟ୍‌ ଏୟାରଓ୍ବେଜକୁ ବଞ୍ଚାଇବା ଲାଗି ଏସ୍‌ବିଆଇ ନେତୃତ୍ୱରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ସହାୟତାର ହାତ ବଢ଼ାଇବାକୁ ନେଇ କିଙ୍ଗଫିଶର ଏୟାରଲାଇନ୍ସ ମାଲିକ ତଥା ମଦ ବ୍ୟବସାୟୀ ବିଜୟ ମାଲ୍ୟା କେନ୍ଦ୍ର ସରକାର ଓ ବ୍ୟାଙ୍କଗୁଡ଼ିକ ପ୍ରତି ତାତ୍ସଲ୍ୟ କରିଛନ୍ତି।

ଏସ୍‌ବିଆଇ ମୁଖ୍ୟଙ୍କୁ ଜେଟ୍‌ ପାଇଲଟଙ୍କ ପତ୍ର;ଆମକୁ ବକେୟା ଦରମା ଦିଅ

ଏସ୍‌ବିଆଇ ମୁଖ୍ୟଙ୍କୁ ଜେଟ୍‌ ପାଇଲଟଙ୍କ ପତ୍ର;ଆମକୁ ବକେୟା ଦରମା ଦିଅ

ନୂଆଦିଲ୍ଲୀ,୨୭-୩: ଜେଟ୍‌ ଏୟାରଓ୍ବେଜ ପ୍ରମୋଟର ନରେଶ ଗୋୟଲ କମ୍ପାନୀରୁ ହଟିଯିବା ପରେ ନୂଆ ମ୍ୟାନେଜମେଣ୍ଟ କ୍ଷମତା ଦଖଲ କରିଛି। ବକେୟା ଦରମା ପ୍ରଦାନ ଲାଗି ଘରୋଇ ପାଇଲଟଙ୍କ ପକ୍ଷରୁ ନ୍ୟାଶନାଲ ଏଭିଏଟର୍ସ ଗିଲ୍ଡ(ଏନ୍‌ଏଜି) ଏସ୍‌ବିଆଇ ଅଧ୍ୟକ୍ଷ ରଜନୀଶ କୁମାରଙ୍କୁ ପତ୍ର ଲେଖାଯାଇଛି ଓ ତାଙ୍କ ସହ ଆଲୋଚନା କରିବା ଲାଗି ସମୟ ଲୋଡାଯାଇଛି। 

ସେୟାର ପୁନଃଖରିଦ ଯୋଜନାରୁ ଓହରିଲା ମାଇଣ୍ଡଟ୍ରି

ସେୟାର ପୁନଃଖରିଦ ଯୋଜନାରୁ ଓହରିଲା ମାଇଣ୍ଡଟ୍ରି

ନୂଆଦିଲ୍ଲୀ,୨୭-୩: ନିର୍ମାଣ କ୍ଷେତ୍ରରେ କାର୍ଯ୍ୟରତ ଇଞ୍ଜିନିୟରିଂ କମ୍ପାନୀ ଏଲ୍‌ଆଣ୍ଡ୍‌ଟି ଦ୍ୱାରା ଜବରଦସ୍ତ ଅଧିଗ୍ରହଣ ଉଦ୍ୟମ ସ୍ବରୂପ ଶେୟାର କିଣିବା ଲାଗି ଦିଆଯାଇଥିବା ପ୍ରସ୍ତାବ ଉପରେ ବିଚାର ପାଇଁ ମାଇଣ୍ଡଟ୍ରି ପକ୍ଷରୁ ମଙ୍ଗଳବାର ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି।

୭% ଜିଡିପି ଅଭିବୃଦ୍ଧି ହାର ତଥ୍ୟ;ସନ୍ଦେହ ପ୍ରକାଶ କଲେ ରାଜନ

୭% ଜିଡିପି ଅଭିବୃଦ୍ଧି ହାର ତଥ୍ୟ;ସନ୍ଦେହ ପ୍ରକାଶ କଲେ ରାଜନ

ନୂଆଦିଲ୍ଲୀ,୨୭-୩: ଚଳିତ ଆର୍ଥିକ ବର୍ଷରେ ଭାରତର ଜିଡିପି ୭% ହାରରେ ବଢ଼ିବ ବୋଲି କେନ୍ଦ୍ରର ଏନ୍‌ଡିଏ ସରକାର ଢିଣ୍ଡିମ ପିଟୁଥିବା ବେଳେ ଏହାକୁ ନେଇ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ତଥା ଖ୍ୟାତିସମ୍ପନ୍ନ ଅର୍ଥନୀତିଜ୍ଞ ରଘୁରାମ ରାଜନ ପ୍ରଶ୍ନ ଉଠାଇଛନ୍ତି।

ନୂଆ ନିୟମ ଯୋଗୁ ଟିଭି ବିଲ୍‌ କମିବ: ଟ୍ରାଇ ଅଧ୍ୟକ୍ଷ

ନୂଆ ନିୟମ ଯୋଗୁ ଟିଭି ବିଲ୍‌ କମିବ: ଟ୍ରାଇ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୭-୩: ଟିଭି ଚ୍ୟାନେଲ ପାଇଁ ନୂଆ ନିୟମ ପ୍ରଣୟନ କରାଯିବା ପରେ ଡିଟିଏଚ୍‌ ଓ କେବଲ ଉପଭୋକ୍ତାଙ୍କ ଟିଭି ବିଲ୍‌ ବଢ଼ିବ ନାହିଁ। ଅନ୍ୟପକ୍ଷରେ ନିଜ ମନପସନ୍ଦର ଚ୍ୟାନେଲ ଦେଖିବାର ସ୍ବାଧୀନତା ମିଳିବ ବୋଲି ଟ୍ରାଇ ଅଧ୍ୟକ୍ଷ ଆର୍‌.ଏସ୍‌. ଶର୍ମା ମଙ୍ଗଳବାର କହିଛନ୍ତି। 

ଭେଙ୍କଟରାମ ମାମିଲାପାଲି ରେନୋ ଇଣ୍ଡିଆ ଏମ୍‌ଡି

ଭେଙ୍କଟରାମ ମାମିଲାପାଲି ରେନୋ ଇଣ୍ଡିଆ ଏମ୍‌ଡି

ନୂଆଦିଲ୍ଲୀ,୨୬-୩: ପ୍ରମୁଖ ଅଟୋ ନିର୍ମାତା ରେନୋ ଇଣ୍ଡିଆ  ଭେଙ୍କଟରାମ ମାମିଲାପାଲିଙ୍କୁ ନୂତନ ଦେଶୀୟ ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ତଥା ସିଇଓ ଅବସ୍ଥାପିତ କରିଛି । 

ଏସ୍‌ବିଆଇ ଲାଇଫ୍‌ର ଥାଙ୍କସ୍‌ ଏ ଡଟ୍‌ ଅଭିଯାନ

ଏସ୍‌ବିଆଇ ଲାଇଫ୍‌ର ଥାଙ୍କସ୍‌ ଏ ଡଟ୍‌ ଅଭିଯାନ

ଭୁବନେଶ୍ୱର,୨୬ -୩: ଏସ୍‌ବିଆଇ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ପକ୍ଷରୁ ସ୍ତନ କର୍କଟ ସଂକ୍ରାନ୍ତ ସଚେତନତା ସୃଷ୍ଟି କରିବା ପାଇଁ ‘ଥାଙ୍କସ୍‌ ଏ ଡଟ୍‌’ ନାମକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। 

ହ୍ୟୁଣ୍ଡାଇ ପକ୍ଷରୁ ସର୍ଭିସ କ୍ୟାମ୍ପ

ହ୍ୟୁଣ୍ଡାଇ ପକ୍ଷରୁ ସର୍ଭିସ କ୍ୟାମ୍ପ

ଭୁବନେଶ୍ୱର,୨୬-୩: ପ୍ରମୁଖ କାର ନିର୍ମାତା ହ୍ୟୁଣ୍ଡାଇ ପକ୍ଷରୁ ଏହାର ଅଧିକୃତ ଡିଲର ଆଦିତ୍ୟ ହ୍ୟୁଣ୍ଡାଇର ଉତ୍ତରାସ୍ଥିତ ଶୋ’ରୁମରେ ସର୍ଭିସ କ୍ୟାମ୍ପ‘ଏକ୍ସପେରିଏନ୍ସ ହ୍ୟୁଣ୍ଡାଇ’ ଆୟୋଜିତ ହୋଇଯାଇଛି। 


Model This Week

ରଶ୍ମି
Why Dharitri