ଫୁରସତ |

ସବୁଠୁ ଅଧିକ ଉଚ୍ଚରେ ଥିବା ଗାଁ

ସବୁଠୁ ଅଧିକ ଉଚ୍ଚରେ ଥିବା ଗାଁ
ବିଶ୍ୱର ସବୁଠାରୁ ଉଚ୍ଚରେ ଥିବା ଗାଁ। ଏହା ହେଉଛି ହିମାଚଳ ପ୍ରଦେଶର କୋମିକ୍‌ । ସମୁଦ୍ର ପତ୍ତନଠାରୁ ଏହାର ଉଚ୍ଚତା ପାଖାପାଖି ୧୫,୦୨୭ ଫୁଟ୍‌ ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି। ସେଥିପାଇଁ ଗ୍ରୀଷ୍ମ ଋତୁରେ ଏଠାରେ ତାପମାତ୍ରା ୭ରୁ ୯ ଡିଗ୍ରୀ ମଧ୍ୟରେ ରହିଥାଏ। ଆହୁରି ମଧ୍ୟ ଅତ୍ୟଧିକ ଉଚ୍ଚତା ହୋଇଥିବାରୁ ଏଠି କେତେକ ଲୋକେ ଅକ୍ସିଜେନର ଅଭାବ ଅନୁଭବ କରନ୍ତି। ଏକ ପାତ୍ର ଆକାରର ଏହି ଗାଁ ୨ ଭାଗରେ ବିଭକ୍ତ ହେବା ଭଳି ଦେଖାଯାଇଥାଏ। ଏଠାରେ ରହିଛି ୨ଟି ପ୍ରାର୍ଥନା ଗୃହ, ଯେଉଁଠିକି ମହିଳାମାନଙ୍କୁ ଯିବାକୁ ବାରଣ କରାଯାଇଥାଏ। ତେବେ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥାଆନ୍ତି ଓ ଏଠାରେ ବିଭିନ୍ନ ପ୍ରକାରର ଷ୍ଟଣ୍ଟ ଶୋ କରିଥାଆନ୍ତି।
All Right Reserved By

ଫୁରସତ |

ରୋଗ ସମ୍ପର୍କରେ ଆଗୁଆ ସୂଚନା ଦେବ ପୋଷା କୁକୁର

ରୋଗ ସମ୍ପର୍କରେ ଆଗୁଆ ସୂଚନା ଦେବ ପୋଷା କୁକୁର

ରୋଗ ସମ୍ପର୍କରେ ଆଗୁଆ ସୂଚନା ଦେବ ପୋଷା କୁକୁର। ବିଶ୍ୱାସ ନ ହେଲେ ମଧ୍ୟ ଏକଥା ସତ। କୁକୁରମାନଙ୍କର ପ୍ରଖର ଘ୍ରାଣ ଶକ୍ତି ଦ୍ୱାରା ମଣିଷଙ୍କ ଠାରେ ସୃଷ୍ଟି ହେବାକୁ ଥିବା ରୋଗ ସମ୍ପର୍କରେ ସହଜରେ ଜାଣିହେବ। ମାଲିକଙ୍କଠାରେ ରୋଗ ସୃଷ୍ଟି ହେଲେ କୁକୁର କିଛି ଅସ୍ବାଭାବିକ ହାବଭାବ ଦେଖାଇଥାଏ।

ଡାଇବେଟିସ୍‌ ରୋଗୀଙ୍କ ପାଇଁ ସୁଗାର ଫ୍ରି ଆଳୁ

ଡାଇବେଟିସ୍‌ ରୋଗୀଙ୍କ ପାଇଁ ସୁଗାର ଫ୍ରି ଆଳୁ

ମଧୁମେହ ରୋଗୀଙ୍କୁ ଆକୃଷ୍ଟ କରିବା ପାଇଁ ଏବେ କିଛି ଲୋକ ସୁଗାର ଫ୍ରି ଆଳୁଚାଷ କରୁଛନ୍ତି। ଏହି ସ୍ବତନ୍ତ୍ର କିସମର ଆଳୁ ଡାଇବେଟିସ ରୋଗୀଙ୍କର କୌଣସି କ୍ଷତି କରି ନ ଥାଏ। ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲାର ପାର୍ଥ ତିୱାରୀ ଏହି ଆଳୁଚାଷ କରୁଛନ୍ତି। 

ମନ୍ଦିର ଯେଉଁଠି ମାଙ୍କଡ଼ ପାଖରେ ଲାଗେ ମଦ ଭୋଗ

ମନ୍ଦିର ଯେଉଁଠି ମାଙ୍କଡ଼ ପାଖରେ ଲାଗେ ମଦ ଭୋଗ

ଉତ୍ତରପ୍ରଦେଶ  ସୀତାପୁର ଜିଲା ଠାରୁ ୭୦ କିଲୋମିଟର ଦୂରରେ ଥିବା ଅଟବା କୁରସଠ ଗଁାରେ ଏକ ମନ୍ଦିର ରହିଛି। ଏହି ମନ୍ଦିରରେ ମାଙ୍କଡ଼ମାନଙ୍କୁ ମଦ ପିଇବାକୁ  ଦିଆଯିବା ପରମ୍ପରା ରହିଛି। ଏଠାରେ କୌଣସି ପୂଜାରୀ ନ ଥାନ୍ତି।  ମନ୍ଦିରରେ କବାଟ ଝରକା  ମଧ୍ୟ ନାହିଁ। 

ଏପରି ସମ୍ବୋଧନରେ ବିରକ୍ତ ହୁଅନ୍ତି ଯୁବତୀ

ଏପରି ସମ୍ବୋଧନରେ ବିରକ୍ତ ହୁଅନ୍ତି ଯୁବତୀ

ବିବାହିତା ହୁଅନ୍ତୁ କିମ୍ବା ଅବିବାହିତା ଯୁବତୀ ଅଥବା ବୟସ୍କା ମହିଳା,କୌଣସି ବି ଅପରିଚିତାଙ୍କୁ ସମ୍ବୋଧନ କଲାବେଳେ ଶାଳୀନତା ରକ୍ଷାକରିବା ଆବଶ୍ୟକ। ତେବେ କିଛି ସମ୍ବୋଧନକୁ ନେଇ ବେଳେ ବେଳେ ସମସ୍ୟା ସୃଷ୍ଟି ହୁଏ। କୌଣସି ଅପରିଚିତାଙ୍କୁ ଭଉଣୀ ବୋଲି ଡାକିଲେ ପ୍ରାୟତଃ ସେମାନେ

ଚା’ କପ୍‌ରୁ ସବୁଜ ଅଙ୍କୁର: ୟୁଥ କ୍ଲବ 'ସବୁଜ ବାହିନୀ'

ଚା’ କପ୍‌ରୁ ସବୁଜ ଅଙ୍କୁର: ୟୁଥ କ୍ଲବ 'ସବୁଜ ବାହିନୀ'

ବ୍ରହ୍ମପୁର ସହରର ରାମଲିଙ୍ଗମ୍‌ ପୋଖରୀ ପାଖ ଚା’ ଦୋକାନ। ଯେଉଁଠି ପ୍ରତି ରବିବାର ଜମା ହୁଅନ୍ତି କେତେଜଣ ଯୁବକ। ହାତରେ ଚା’ କପ୍‌ ସାଙ୍ଗକୁ ବିଭିନ୍ନ ପ୍ରସଙ୍ଗକୁ ନେଇ ବେଶ୍‌ ଜମେ ସେମାନଙ୍କ ଖଟି। ଏମିତି ଥରେ କଥା ପଡିଲା ଚା’କୁ ନେଇ। 

ଅଗଷ୍ଟ ୧୯ ବିଶ୍ୱ ଫଟୋଗ୍ରାଫି ଦିବସ: 'କଥା କୁହେ ଫଟୋ'

ଅଗଷ୍ଟ ୧୯ ବିଶ୍ୱ ଫଟୋଗ୍ରାଫି ଦିବସ: 'କଥା କୁହେ ଫଟୋ'

କୁହାଯାଏ ଗୋଟିଏ ଫଟୋ ହଜାରେଟି ଶବ୍ଦ ସହିତ ସମାନ। ତେବେ ସମ୍ପୂର୍ଣ୍ଣ ବିଷୟବସ୍ତୁକୁ ଫଟୋରେ କଏଦ କରିବା ଲାଗି ପରଫେକ୍ଟ ଆଙ୍ଗେଲ୍‌ରେ ଫଟୋ ଉଠାଇବା ଏତେ ସହଜ ନୁହେଁ। ମୋଟାମୋଟି କହିବାକୁ ଗଲେ ଫଟୋଗ୍ରାଫି ହେଉଛି ଏକ କଳା। 

ସାଥୀ: ଅଳପ ଛାଇକୁ ଅଳପ ଖରା, ଫୁଲେଇ ରାଧିକା ନ ଦିଏ ଧରା

ସାଥୀ: ଅଳପ ଛାଇକୁ ଅଳପ ଖରା, ଫୁଲେଇ ରାଧିକା ନ ଦିଏ ଧରା

ପ୍ରଶ୍ନ-ମୋ ପ୍ରେମିକାକୁ ଯେତେ ବୁଝାଇଲେ ଆଦୌ ବୁଝୁନି। ଯେତେବେଳେ ଦେଖା ଦେଉଛି କଣେଇ କଣେଇ ହସି ଚାଲି ଯାଉଛି। କ’ଣ କରିବି ?

ମଦମୁକ୍ତ ଗାଁ

ମଦମୁକ୍ତ ଗାଁ

ଦିନେ ନିଶାର ବ୍ୟାପକ ପ୍ରଚଳନ ପାଇଁ ଏହି ପଞ୍ଚାୟତକୁ ଲୋକେ ଭିନ୍ନ ଦୃଷ୍ଟିରେ ଦେଖୁଥିବାବେଳେ ଆଜି ନିଶାମୁକ୍ତ ଯୋଗୁ ଏହି ପଞ୍ଚାୟତଟି ପାଇଁ ସାରା ରାଜ୍ୟ ଗର୍ବିତ...

ହ୍ୟୁମାନ ଲାଇବ୍ରେରୀ

ହ୍ୟୁମାନ ଲାଇବ୍ରେରୀ

ଅବସର ସମୟକୁ ସୁବିନିଯୋଗ କରିବା ପାଇଁ ଆମ ଭିତରୁ ଅନେକେ ବହି ପଢିବା ପାଇଁ ପସନ୍ଦ କରନ୍ତି।  କିଏ ବହିଟିଏ କିଣି ପଢିବା ପାଇଁ ପସନ୍ଦ କରନ୍ତି ତ ଆଉ କେହି ଲାଇବ୍ରେରୀରୁ ବହି ଆଣି ପଢିବା ପାଇଁ ପସନ୍ଦ କରନ୍ତି। 

ଓପନ୍‌ ଏୟାର ଜିମ୍‌

ଓପନ୍‌ ଏୟାର ଜିମ୍‌

ଜିମ୍‌ କହିଲେ ଏକ ଆବଦ୍ଧ ଘର ଭିତରେ ବିଭିନ୍ନ ବ୍ୟାୟାମ ଉପକରଣ ସାହାଯ୍ୟରେ ଝାଳବୁହା ପରିଶ୍ରମ କରି ବ୍ୟାୟାମ କରିବାକୁ ବୁଝାଯାଏ।

କଙ୍କାଳଙ୍କ ସହ ପିଇବେ କଫି

କଙ୍କାଳଙ୍କ ସହ ପିଇବେ କଫି

ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌ର ଏକ ରେଷ୍ଟୁରାଣ୍ଟ ଦିନକୁ ଦିନ ଚର୍ଚ୍ଚିତ ହେବାରେ ଲାଗିଛି। ରେଷ୍ଟୁରାଣ୍ଟର ନାଁ ହେଉଛି ‘ଡେଥ୍‌ ଆଓ୍ବେରନେସ୍‌’ କାଫେ।