ଜାତୀୟ |

ଇଣ୍ଟରନେଟ୍‌ ସେବା ବନ୍ଦ: ଦକ୍ଷିଣ ଏସିଆରେ ଭାରତ ଆଗରେ

ଇଣ୍ଟରନେଟ୍‌ ସେବା ବନ୍ଦ: ଦକ୍ଷିଣ ଏସିଆରେ ଭାରତ ଆଗରେ
ନୂଆଦିଲ୍ଲୀ/ଜେନେଭା,୯।୮: ଇଣ୍ଟରନେଟ୍‌ ସେବା ବନ୍ଦ ଘଟଣାରେ ଦକ୍ଷିଣ ଏସିଆରେ ଭାରତ ଆଗରେ ରହିଛି। ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ୨୦୧୨ଠାରୁ ୨୦୧୭ ମଧ୍ୟରେ ଭାରତରେ ୧୬,୩୧୫ ଘଣ୍ଟା ଧରି ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ଏହାଦ୍ୱାରା ୩.୦୪ ବିଲିୟନ ଡଲାର କ୍ଷତି ହୋଇଛି। ଭାରତରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୪୬୦ ନିୟୁତ ରହିଛି ବୋଲି ରିପୋର୍ଟରେ ସୂଚିତ ହୋଇଛି। ଚଳିତ ୨୦୧୮ ଅଗଷ୍ଟ ସୁଦ୍ଧା ଦେଶରେ ୯୫ ଥର ଇଣ୍ଟରନେଟ୍‌ ସେବାକୁ ସୁରକ୍ଷା କାରଣରୁ ବନ୍ଦ କରାଯାଇଛି। କେତେକ ଅଞ୍ଚଳରେ ପରୀକ୍ଷା ସମୟରେ ଏପରି କରାଯାଇଥିବାବେଳେ ଅନ୍ୟ କେତେକ ଅଞ୍ଚଳରେ ହିଂସାକାଣ୍ଡ ଯୋଗୁ ଏପରି କରାଯାଇଛି। ୨୦୧୨ରେ ଦେଶରେ ୩ ଥର ଏଭଳି ଘଟଣା ଘଟିଥିବାବେଳେ ୨୦୧୩ରେ ୫ ଥର, ୨୦୧୪ରେ ୬ ଥର, ୨୦୧୫ରେ ୧୪ ଥର, ୨୦୧୬ରେ ୩୧ ଥର ଏବଂ ୨୦୧୭ରେ ୭୯ ଥର ଏହି ସେବା ବନ୍ଦ ହୋଇଛି। ଧୀରେଧୀରେ ଏହାର ସଂଖ୍ୟା ବଢୁଥିବା ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୨ରୁ ୨୦୧୭ ମଧ୍ୟରେ ଜମ୍ମୁ-କଶ୍ମୀରରେ ୯୬ ଥର ଇଣ୍ଟରନେଟ୍‌ ସେବା ବନ୍ଦ ହୋଇଥିବାବେଳେ ରାଜସ୍ଥାନରେ ୫୩ ଥର, ହରିୟାଣାରେ ୧୨ ଥର , ଉତ୍ତରପ୍ରଦେଶରେ ୧୧ ଥରେ ଇଣ୍ଟରନେଟ୍‌ ସେବା ବ୍ୟାହତ ହୋଇଛି। ଓଡ଼ିଶାରେ ଏହି ସମୟ ମଧ୍ୟରେ ୩ ଥର ଇଣ୍ଟରନେଟ୍‌ ସେବା ବନ୍ଦ ହୋଇଛି। ଦକ୍ଷିଣ ଏସିଆରେ ୨୦୧୭-୧୮ ବର୍ଷରେ ଇଣ୍ଟରନେଟ୍‌ ସେବା ବନ୍ଦ ଘଟଣାରେ ଭାରତ ଆଗରେ ରହିଛି। ଭାରତରେ ଏହି ସମୟ ମଧ୍ୟରେ ୮୨ ଥର, ପାକିସ୍ତାନରେ ୧୨ ଥର ଆଫଗାନୀସ୍ତାନରେ ଥରେ. ବାଂଲାଦେଶରେ ଥରେ ଏବଂ ଶ୍ରୀଲଙ୍କାରେ ଥରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି ବୋଲି ରିପୋର୍ଟରେ ସୂଚିତ ହୋଇଛି।
All Right Reserved By

ଜାତୀୟ |

ବଳାତ୍କାର ପୀଡ଼ିତାଙ୍କୁ ସ୍କୁଲରେ ନାମ ଲେଖାଇବାକୁ ମନା

ବଳାତ୍କାର ପୀଡ଼ିତାଙ୍କୁ ସ୍କୁଲରେ ନାମ ଲେଖାଇବାକୁ ମନା

ଡେରାଡୁନ୍‌,୧୮।୧୦: ଉତ୍ତରାଞ୍ଚଳ ଡେରାଡୁନ୍‌ରେ ଜଣେ ବଳାତ୍କାର ପୀଡିତାଙ୍କୁ ନାମ ଲେଖାଇବାକୁ ଏକ ସ୍କୁଲ ପକ୍ଷରୁ ମନା କରାଯାଇଛି। ସେ ପୂର୍ବରୁ ଭାଉଓ୍ବାଲାସ୍ଥିତ ଜିଆର୍‌ଡି ଓ୍ବାଲର୍‌ଡ ବୋର୍ଡିଂ ସ୍କୁଲରେ ପଢୁଥିଲେ।

ପୁଅକୁ ବଳି ଦେଲେ ତାନ୍ତ୍ରିକ ଦମ୍ପତି

ପୁଅକୁ ବଳି ଦେଲେ ତାନ୍ତ୍ରିକ ଦମ୍ପତି

ପାଟନା,୧୮।୧୦: ବିହାରରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ବାଙ୍କା ଜିଲାରେ ତାନ୍ତ୍ରିକ ଦମ୍ପତି ମାତା ଦୁର୍ଗାଙ୍କ ସାଧନାରେ ସେମାନଙ୍କର ୪ ବର୍ଷର ପୁଅ ଗୁଲିଆ କୁମାରଙ୍କୁ ବଳି ଦେଇଛନ୍ତି। 

ରାମ ମନ୍ଦିର ନିର୍ମାଣ ପାଇଁ ଆଇନ ଆଣନ୍ତୁ ସରକାର: ମୋହନ ଭାଗବତ

ରାମ ମନ୍ଦିର ନିର୍ମାଣ ପାଇଁ ଆଇନ ଆଣନ୍ତୁ ସରକାର: ମୋହନ ଭାଗବତ

ନାଗପୁର, ୧୮।୧୦: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ନରେନ୍ଦ୍ର ମୋଦି ସରକାର ସ୍ବତନ୍ତ୍ର ଆଇନ ଆଣନ୍ତୁ ବୋଲି ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ପ୍ରମୁଖ ମୋହନ ଭାଗବତ କହିଛନ୍ତି।

ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟର: ଜଣେ ଆତଙ୍କବାଦୀ ମୃତ

ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟର: ଜଣେ ଆତଙ୍କବାଦୀ ମୃତ

ଶ୍ରୀନଗର,୧୮।୧୦: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟରରେ ଗୁୁରୁବାର ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସେ ତେହରିକ୍‌-ଉଲ୍‌-ମୁଜାହିଦ୍ଦିନ୍‌ର ସଦସ୍ୟ।

ସାବରିମାଳା ମନ୍ଦିରରେ ମହିଳା ପ୍ରବେଶକୁ ବିରୋଧ: ଆଜି କେରଳ ବନ୍ଦ

ସାବରିମାଳା ମନ୍ଦିରରେ ମହିଳା ପ୍ରବେଶକୁ ବିରୋଧ: ଆଜି କେରଳ ବନ୍ଦ

ଥିରୁଭାନନ୍ତପୁରମ୍‌, ୧୮।୧୦: ପ୍ରସିଦ୍ଧ ସାବରିମାଳା ମନ୍ଦିରରେ ମହିଳା ପ୍ରବେଶ ନେଇ ସୁପ୍ରିମକୋର୍ଟ ଗ୍ରିନ୍‌ ସିଗନାଲ ଦେବା ପରେ ଅଶାନ୍ତ ହୋଇପଡିଛି କେରଳ।  ମନ୍ଦିରକୁ ମହିଳା ପ୍ରବେଶ ନେଇ ଗୁରୁବାର ବିଭିନ୍ନ ଧାର୍ମିକ ସଂଗଠନ ପକ୍ଷରୁ କେରଳ ବନ୍ଦ ଡାକରା ଦିଆଯାଇଛି।

ତ୍ରିଭେନ୍ଦ୍ରମ୍‌-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ

ତ୍ରିଭେନ୍ଦ୍ରମ୍‌-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ

ଭୋପାଳ,୧୮।୧୦: ତ୍ରିଭେନ୍ଦ୍ରମ୍‌-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଗୁରୁବାର ସକାଳ ୬ଟା ୪୪ରେ ମଧ୍ୟପ୍ରଦେଶର ଥଣ୍ଡଲାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। 

୧୧ ଭାରତୀୟ ଧୀବରଙ୍କୁ ଗିରଫ କଲା ପାକିସ୍ତାନ

୧୧ ଭାରତୀୟ ଧୀବରଙ୍କୁ ଗିରଫ କଲା ପାକିସ୍ତାନ

ଅହମ୍ମଦାବାଦ୍‌/ଇସଲାମାବାଦ୍‌, ୧୮।୧୦: ଭାରତୀୟ ସାମୁଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗରେ ପାକିସ୍ତାନ ୧୧ ଭାରତୀୟ ଧୀବରଙ୍କୁ ଗିରଫ କରିଛି। 

୫୦ କୋଟି ମୋବାଇଲ୍‌ ନମ୍ବର ବନ୍ଦ ହେବା ଆଶଙ୍କା

୫୦ କୋଟି ମୋବାଇଲ୍‌ ନମ୍ବର ବନ୍ଦ ହେବା ଆଶଙ୍କା

ନୂଆଦିଲ୍ଲୀ,୧୮।୧୦: ଦେଶର ୫୦ କୋଟି ମୋବାଇଲ ନମ୍ବର ବନ୍ଦ ହେବାର ଆଶଙ୍କା ଦେଖା ଦେଇଛି। କିଛି ଦିନ ତଳେ ସୁପ୍ରିମ୍‌କୋର୍ଟ  ସୂଚିତ କରିଥିଲେ ଯେ, ମୋବାଇଲ୍‌ କମ୍ପାନୀ ଗ୍ରାହକଙ୍କଠାରୁ  ଆଧାର କାର୍ଡକୁ ଏକ ପରିଚୟ ତଥ୍ୟ ଭାବରେ ଗ୍ରହଣ କରିପାରିବେ ନାହିଁ। 

କାଳ ହେଲା ଅନ୍ଧବିଶ୍ୱାସ: ନାଗ ସାପ ନେଲା ଶିଶୁର ଜୀବନ

କାଳ ହେଲା ଅନ୍ଧବିଶ୍ୱାସ: ନାଗ ସାପ ନେଲା ଶିଶୁର ଜୀବନ

ରାୟପୁର, ୧୭।୧୦: ଅନ୍ଧ ବିଶ୍ୱାସର ଏକ ଚରମ ରୂପ ଦେଖିବାକୁ ମିଳିିଛି ଛତିଶଗଡର ରଜନାନ୍ଦ ଗ୍ରାମରେ। ଏଠାରେ ଅନ୍ଧବିଶ୍ୱାସ କାରଣରୁ ଜଣେ ୫ ମାସ ଶିଶୁର ଜୀବନ ଚାଲିଯାଇଛି।

ମହିଳାଙ୍କ ପାଇଁ ଖୋଲିଲା ସାବରିମାଳା ମନ୍ଦିର: ୧୪୪ ଧାରା ଜାରି

ମହିଳାଙ୍କ ପାଇଁ ଖୋଲିଲା ସାବରିମାଳା ମନ୍ଦିର: ୧୪୪ ଧାରା ଜାରି

ଥିରୁଭନନ୍ତପୁରମ୍‌, ୧୭।୧୦: କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର କବାଟ ବୁଧବାର ମହିଳାଙ୍କ ପାଇଁ ଖୋଲିଛି। ଅପରାହ୍ନ ୫ଟାରେ ପ୍ରଥମଥର ପାଇଁ ସବୁ ବୟସର ମହିଳା ମନ୍ଦିରକୁ ପ୍ରବେଶ କରିଛନ୍ତି। 

ଇସ୍ତଫା ଦେଲେ ଏମ.ଜେ ଆକବର

ଇସ୍ତଫା ଦେଲେ ଏମ.ଜେ ଆକବର

ନୂଆଦିଲ୍ଲୀ, ୧୭।୧୦: ମିଟୂ ଅଭିଯୋଗ ଆସିବା ପରେ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ.ଜେ ଆକବର ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ମହିଳା ପ୍ରବେଶ କରିବା ପୂର୍ବରୁ ସାବରିମାଳା ମନ୍ଦିର ଆଗରେ ହିଂସା: ସାମ୍ବାଦିକଙ୍କୁ ଆକ୍ରମଣ

ମହିଳା ପ୍ରବେଶ କରିବା ପୂର୍ବରୁ ସାବରିମାଳା ମନ୍ଦିର ଆଗରେ ହିଂସା: ସାମ୍ବାଦିକଙ୍କୁ ଆକ୍ରମଣ

ଥିରୁଭନନ୍ତପୁରମ୍‌, ୧୭।୧୦: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ବୁଧବାର ପ୍ରଥମଥର ପାଇଁ କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର ମହିଳାଙ୍କ ପାଇଁ ଖୋଲିବାକୁ ଯାଉଛି।