ଜାତୀୟ |

ଖୋଲିଲା ଭାରତ-ମ୍ୟାନ୍‌ମାର ଫ୍ରେଣ୍ଡସିପ୍‌ ବ୍ରିଜ୍‌: ଆବଶ୍ୟକ ହେବନି ପରମିଟ୍‌

ଖୋଲିଲା ଭାରତ-ମ୍ୟାନ୍‌ମାର ଫ୍ରେଣ୍ଡସିପ୍‌ ବ୍ରିଜ୍‌: ଆବଶ୍ୟକ ହେବନି ପରମିଟ୍‌
ନୂଆଦିଲ୍ଲୀ/ନାପିଦ୍ୱ,୯।୮: ଭାରତ-ମ୍ୟାନ୍‌ମାର ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ଗ୍ରହଣ କରାଯାଇଛି ନୂତନ ପଦକ୍ଷେପ। ଏହା ଅନ୍ତର୍ଗତ ଭାରତ-ମ୍ୟାନ୍‌ମାର ଫ୍ରେଣ୍ଡସିପ୍‌ ବ୍ରିଜ୍‌ ଖେଲାଯାଇଛି। ଫଳରେ ଉଭୟ ଦେଶର ନାଗରିକ ବିନା ବିଶେଷ ପରମିଟ୍‌ରେ ଦୁଇ ଦେଶର ସୀମା ଭିତରକୁ ୧୬ କିଲୋମିଟର ପର୍ଯ୍ୟନ୍ତ ଯିବା ଆସିବା କରିପାରିବେ। ଏହା ସହିତ ଚାଇନା ପଟେ ଥିବା ରିଖାବଦାର ଏବଂ ମିଜୋରାମ ନିକଟରେ ଥିବା ଜୋଖାବତାର ପ୍ରବେଶ ପଥକୁ ମଧ୍ୟ ଖୋଲି ଦିଆଯାଇଛି। ମେ ୧୧ରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ମ୍ୟାନ୍‌ମାର ଗସ୍ତ ସମୟରେ ଏନେଇ ବୁଝାମରା ହୋଇଥିଲା। ଦୁଇଦେଶ ମଧ୍ୟରେ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ବୃଦ୍ଧି ପାଇଁ ୨୦୨୦ ସୁଦ୍ଧା ୨ଟି ବଡ଼ ପ୍ରକଳ୍ପ ସହିତ ୬୯ଟି ପୋଲର ନବୀକରଣ କାର୍ଯ୍ୟ ସମ୍ପନ୍ନ ହେବ। ସୂଚନାଯୋଗ୍ୟ, ଭାରତ-ମ୍ୟାନ୍‌ମାର ମଧ୍ୟରେ ୧,୬ ୪୦ କିଲୋମିଟର ଅନ୍ତର୍ଜାତୀୟ ସୀମା ରହିଛି। ଭାରତ-ମ୍ୟାନ୍‌ମାର-ଥାଇଲାଣ୍ଡ ମିଳିତଭାବେ ଅନ୍ତର୍ଜାତୀୟ ରାଜପଥ ଉପରେ କାର୍ଯ୍ୟ ଜାରି ରଖିଛନ୍ତି। ଏହା ଅନ୍ତର୍ଗତ ୧୪ ଶହ କିଲୋମିଟର ରାଜପଥର ନିର୍ମାଣ କାର୍ଯ୍ୟ ୨୦୧୯ ସୁଦ୍ଧା ଶେଷ ହେବାର ଲକ୍ଷ୍ୟ ରଖାଯାଇଛି।
All Right Reserved By

ଜାତୀୟ |

ବୋହୂଙ୍କୁ ୩ଶହ କୋଟି ଟଙ୍କାର ଉପହାର ଦେଲେ ନିତା

ବୋହୂଙ୍କୁ ୩ଶହ କୋଟି ଟଙ୍କାର ଉପହାର ଦେଲେ ନିତା

ମୁମ୍ବାଇ,୨୬।୩: ମାର୍ଚ୍ଚ ୯ରେ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ପୁଅ ଆକାଶ ଅମ୍ବାନିଙ୍କର ବିବାହ ହୋଇଥିଲା। ଯାହା ଥିଲା ସବୁଠାରୁ ଚର୍ଚ୍ଚିତ ବିବାହ। ଏଥିରେ ଦେଶ ବିଦେଶରୁ ବହୁ ନାମୀଦାମୀ ଅତିଥି ଯୋଗ ଦେଇଥିଲେ। 

ବିମୁଦ୍ରୀକରଣକୁ ନେଇ କେନ୍ଦ୍ରକୁ ବିରୋଧୀଙ୍କ ଟାର୍ଗେଟ: ଜାରି କଲେ ୩୧ ମିନିଟର ଭିଡିଓ

ବିମୁଦ୍ରୀକରଣକୁ ନେଇ କେନ୍ଦ୍ରକୁ ବିରୋଧୀଙ୍କ ଟାର୍ଗେଟ: ଜାରି କଲେ ୩୧ ମିନିଟର ଭିଡିଓ

ନୂଆଦିଲ୍ଲୀ,୨୬।୩: ଦୁଇ ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ବିମୁଦ୍ରୀକରଣ ସବୁଠାରୁ ବଡ଼ ଦୁର୍ନୀତି ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି। ସମସ୍ତ ବିରୋଧୀ ଏକାଠି ହୋଇ ଖବରଦାତା ସମ୍ମୀଳନୀ କରି ଏକ ଭିଡିଓ ଟେପ୍‌ ଜାରି କରିଛନ୍ତି। 

ରଣକ୍ଷେତ୍ର ପାଲଟିଲା ପାଟନା ବିମାନ ବନ୍ଦର

ରଣକ୍ଷେତ୍ର ପାଲଟିଲା ପାଟନା ବିମାନ ବନ୍ଦର

ପାଟନା,୨୬।୩: ଲୋକ ସଭା ନିର୍ବାଚନ ପୂର୍ବରୁ ରଣକ୍ଷେତ୍ର ପାଲଟିଛି ପାଟନା ବିମାନ ବନ୍ଦର। ସେଠାରେ ଭାଜପାର ୨ନେତାଙ୍କ ସମର୍ଥକଙ୍କ ମଧ୍ୟରେ ହୋଇଛି ଏହି ଗଣ୍ଡଗୋଳ।

ପଦ୍ମ ଧରିଲେ ଅଭିନେତ୍ରୀ ଜୟାପ୍ରଦା

ପଦ୍ମ ଧରିଲେ ଅଭିନେତ୍ରୀ ଜୟାପ୍ରଦା

ନୂଆଦିଲ୍ଲୀ,୨୬।୩: ବଲିଉଡ୍‌ ଅଭିନେତ୍ରୀ ତଥା ପୂର୍ବତନ ଏମ୍‌ପି ଜୟାପ୍ରଦା ମଙ୍ଗଳବାର ଭାଜପାରେ ସାମିଲ ହୋଇଛନ୍ତି। ଦଳର ବରିଷ୍ଠ ନେତା ଭୁପେନ୍ଦ୍ର ଯାଦବ ଓ ଅନିଲ ବାଲୁନିଙ୍କ ଉପସ୍ଥିତିରେ ଜୟାପ୍ରଦା ଭାଜପାରେ ସାମିଲ ହୋଇଛନ୍ତି।

‘ମୋ ଟଙ୍କା ନେଇଯାଅ, ଜେଟ ଏୟାରଓ୍ବେଜକୁ ଋଣରୁ ମୁକ୍ତ କର’: ମାଲ୍ୟା

‘ମୋ ଟଙ୍କା ନେଇଯାଅ, ଜେଟ ଏୟାରଓ୍ବେଜକୁ ଋଣରୁ ମୁକ୍ତ କର’: ମାଲ୍ୟା

ନୂଆଦିଲ୍ଲୀ,୨୬।୩: ଜେଟ ଏୟାରଓ୍ବେଜ୍‌ର ଚେୟାରମ୍ୟାନ ନିଜ ପଦରୁ ଇସ୍ତଫା ଦେବା ପରେ ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମାନଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ବ୍ୟାଙ୍କ ମୋର ସବୁ ଟଙ୍କା ନେଇ ଆର୍ଥିକ ସଙ୍କଟରେ ଗତି କରୁଥିବା ଏୟାରଓ୍ବେଜ୍‌ କମ୍ପାନୀକୁ ବଞ୍ଚାଇ ଦିଅନ୍ତୁ। 

୩୦ ବର୍ଷ ତଳର କଥା ମନେ ପକାଇଦେଲେ ସେହି ୩ ବର୍ଷର ବାଳକ

୩୦ ବର୍ଷ ତଳର କଥା ମନେ ପକାଇଦେଲେ ସେହି ୩ ବର୍ଷର ବାଳକ

ନୂଆଦିଲ୍ଲୀ,୨୬।୩: ଏୟାର ଇଣ୍ଡିଆର ଏକ ବିମାନ ରବିବାର ଦିଲ୍ଲୀରୁ ସିକାଗୋ ଯାତ୍ରା କରୁଥିବା ସମୟରେ ଏଥିରେ ଥିଲେ ସୁଧା ସତ୍ୟନ ନାମକ ଜଣେ ମହିଳା। 

ଏକତରଫା ପ୍ରେମ: ଗୋଟିଏ ଦିନରେ ମହିଳାଙ୍କୁ ୫୧୧ଥର ଫୋନ୍‌ କଲେ ଯୁବକ

ଏକତରଫା ପ୍ରେମ: ଗୋଟିଏ ଦିନରେ ମହିଳାଙ୍କୁ ୫୧୧ଥର ଫୋନ୍‌ କଲେ ଯୁବକ

ବରୋଦା, ୨୬।୩: ସାଧାରଣତଃ ମହିଳାଙ୍କୁ ଅଜଣା କଲ୍‌ କରି ହଇରାଣ କରିବା କଥା ଶୁଣିଥିବେ। କିନ୍ତୁ ବରୋଦାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। 

ଆଡଭାନୀଙ୍କ ପରେ ଯୋଶୀଙ୍କୁ ଝଟ୍‌କା ଦେଲା ଭାଜପା

ଆଡଭାନୀଙ୍କ ପରେ ଯୋଶୀଙ୍କୁ ଝଟ୍‌କା ଦେଲା ଭାଜପା

ନୂଆଦିଲ୍ଲୀ,୨୬।୩: ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ପରେ ଏବେ ପାଳି ପଡିଲା ଉତ୍ତର ପ୍ରଦେଶ କାନପୁରର ଏମ୍‌ପି ମୁରଲୀ ମନୋହର ଯୋଶୀଙ୍କର। 

ରାହୁଲଙ୍କ ଅସଲ ସମର୍ଥକ ପାକିସ୍ତାନରେ: ଭାଜପା ନେତା

ରାହୁଲଙ୍କ ଅସଲ ସମର୍ଥକ ପାକିସ୍ତାନରେ: ଭାଜପା ନେତା

ଜଗଦଲପୁର,୨୫।୩: ଲୋକ ସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପରସ୍ପରର ଗୋଇ ଖୋଳା ଖୋଳି ହେଉଛନ୍ତି ରାଜନୈତିକ ଦଳ। ସୋମବାର ଏକ ରାଲିକୁ ସମ୍ବୋଧନ ଦେବା ଅବସରରେ ଭାଜପା ନେତା କେଦାର କାଶ୍ୟପ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। 

ବେଙ୍ଗାଲୁର ସାଉଥ୍‌ରୁ ଭାଜପା ପାଇଁ ଲଢିବେ ୨୮ ବର୍ଷୀୟ ଯୁବ ଆଇନଜୀବୀ

ବେଙ୍ଗାଲୁର ସାଉଥ୍‌ରୁ ଭାଜପା ପାଇଁ ଲଢିବେ ୨୮ ବର୍ଷୀୟ ଯୁବ ଆଇନଜୀବୀ

ବେଙ୍ଗାଲୁରୁ,୨୬।୩: ତେଜସ୍ବୀ ସୂର୍ଯ୍ୟା। ଜଣେ ଆଇନଜୀବୀ ଓ ଭାଜପାର ଯୁବ ନେତା। ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଏହି ୨୮ ବର୍ଷୀୟ ଯୁବନେତାଙ୍କୁ ବେଙ୍ଗାଲୁରର ସମ୍ମାନସ୍ପଦ ଆସନ ବେଙ୍ଗାଲୁର ସାଉଥ୍‌ରୁ ଭାଜପା ପ୍ରାର୍ଥୀ କରିଛି। 

ନିର୍ବାଚନ ଲଢ଼ିପାରନ୍ତି ଉର୍ମିଳା

ନିର୍ବାଚନ ଲଢ଼ିପାରନ୍ତି ଉର୍ମିଳା

ମୁମ୍ବାଇ,୨୬।୩: ଜଣେ ପରେ ଜଣେ ବଲିଉଡ୍‌ ସେଲିବ୍ରିଟି ଏବେ ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ଦେଖିବାକୁ ମିଳୁଛି। ହେମାମାଳିନୀ, ଜୟାପ୍ରଦାଙ୍କ ପରେ ଏବେ ଉର୍ମିଳା ମାତୋଣ୍ଡକର ନିର୍ବାଚନ ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ନବୀନଙ୍କ ବିରୋଧରେ କୋଇଲା ଆବଣ୍ଟନ ମାମଲା:ସିବିଆଇ ତଦନ୍ତ ଶୀଘ୍ର ସାରିବାକୁ ସୁପ୍ରିମକୋର୍ଟରେ ଆବେଦନ

ନବୀନଙ୍କ ବିରୋଧରେ କୋଇଲା ଆବଣ୍ଟନ ମାମଲା:ସିବିଆଇ ତଦନ୍ତ ଶୀଘ୍ର ସାରିବାକୁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ,୨୬।୩:କୋଇଲା ବ୍ଲକ୍‌ ଆବଣ୍ଟନ ମାମଲାରେ  ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଚାଲିଥିବା ତଦନ୍ତ ଶୀଘ୍ର ସାରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେବା ଲାଗି ସୋମବାର ସୁପ୍ରିମକୋର୍ଟରେ ଏକ ମାମଲା ଦାଏର ହୋଇଛି।


Model This Week

ରଶ୍ମି
Why Dharitri