ଫୁରସତ |

ସମ୍ବଲପୁରିଆ ବାବୁ ମଣ୍ଟୁ ଛୁରିଆଙ୍କ ସହ ଧରିତ୍ରୀ ଆଳାପ

ସମ୍ବଲପୁରିଆ ବାବୁ ମଣ୍ଟୁ ଛୁରିଆଙ୍କ ସହ ଧରିତ୍ରୀ ଆଳାପ
ବାଜି ଗଲେରେ ଢୋଲ ନିଶାନ ତାସା ନାଇଁ ନାଚି କାହିଁ ଯିବୁ...., ଦୁଲକି ଯିବାରେ ଦୁଲ୍‌ ଦୁଲ୍‌ ଦୁଲ୍‌ ଆମେ ସମ୍ବଲପୁରିଆ ବାବୁ...। ଆମର୍‌ ସମ୍ବଲପୁରୀ ମିଠାରେ ଶୁନୁଥିବ କାନ୍‌ ଡେରି, ଆମର୍‌ ନାଚିନେ ନିଶାରେ, ନାଚବ୍‌ କିନ୍ଦିରି କିନ୍ଦିରି...., ଜାନିଥ ଚିହ୍ନିଥ ଆମେ ସମ୍ବଲପୁରିଆ ବାବୁ...। ସମ୍ପ୍ରତି ଏହି ସମ୍ବଲପୁରୀ ଗୀତ ଯୁବପ୍ରାଣରେ ସ୍ପନ୍ଦନ ହୋଇଛି। ରାଜ୍ୟ ତଥା ରାଜ୍ୟ ବାହାର ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମଗୁଡିକରେ ସମ୍ବଲପୁରିଆ ବାବୁ ଗୀତର ମଧୁର ମୂର୍ଚ୍ଛନା କାନରେ ପ୍ରତିଧ୍ୱନି ହୋଇଛି। ଏହି ସମ୍ବଲପୁରିଆ ବାବୁ ହେଉଛନ୍ତି ଝସକେତନ ଛୁରିଆ ଓରଫ୍‌ ମଣ୍ଟୁ ଛୁରିଆ। ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଏକ ଛୋଟ ଗଁା ସାଲଡରେ ୧୯୯୭ ଅଗଷ୍ଟ ୭ରେ ତାଙ୍କର ଜନ୍ମ। ମା’ ସୌଭାଗିନୀ ଓ ବାପା ଯୁଧିଷ୍ଠିର ଛୁରିଆଙ୍କ ସେ କନିଷ୍ଠ ସନ୍ତାନ। ବଡ଼ ଭାଇ ପିଣ୍ଟୁ ଛୁରିଆ ସମ୍ବଲପୁର ଗୀତିକାର ଭାବେ ବେଶ୍‌ ଜଣାଶୁଣା। ମଣ୍ଟୁ ଗଙ୍ଗାଧର ମେହେର ଜୁନିୟର କଲେଜରେ ଯୁକ୍ତ ୨ ବାଣିଜ୍ୟରେ ଉତ୍ତୀର୍ଣ୍ଣ ହେବାପରେ ରେଙ୍ଗାଲି ସ୍ଥିତ ସରକାରୀ ପଲିଟେକନିକ୍‌ ଇନ୍‌ଷ୍ଟିଚ୍ୟୁଟରେ ଇଲେକ୍ଟ୍ରିକାଲ ବିଭାଗରେ ଡିପ୍ଲୋମା ଡିଗ୍ରୀ ହାସଲ କରିଛନ୍ତି। ସଂପ୍ରତି ସେ ତାଳଚେର ସରାଙ୍ଗ ସ୍ଥିତ ଇଞ୍ଜିନିୟରିଂ ଇନଷ୍ଟିଚ୍ୟୁଟରେ ବି-ଟେକ୍‌ ପଢ଼ିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। କିନ୍ତୁ ସେ କୋଲକାତା କିମ୍ବା ଚେନ୍ନାଇରେ ସାଉଣ୍ଡ ଇଞ୍ଜିନିୟରିଂ ପାଠ ପଢ଼ିବାକୁ ମନସ୍ଥ କରିଛନ୍ତି। କମ୍‌ ବୟସରେ ସେ ସମ୍ବଲପୁରୀ ଓ ଓଡ଼ିଆ ଗୀତ ଗାଇ ଶ୍ରୋତାଙ୍କ ମଧ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏ ପର୍ଯ୍ୟନ୍ତ ସେ ୧୫ ସମ୍ବଲପୁରୀ ଓ ୧୦ ଓଡ଼ିଆ ଗୀତ ଗାଇଛନ୍ତି। ସେଥିମଧ୍ୟରେ ସମ୍ବଲପୁରୀ ବିହୁ, ଡିଜେବାବୁ ଆସିଗଲା, ଦେଶୀ ପିଲା, ସେଲ୍‌ଫି ବେବୋ, ନଟି ବୟେ ନଟି ଗଲର୍‌ସ, ଏ ଗୁଲାବୋ, ସିଟି ବସ୍‌, ତୁମ୍ବିବାଲା, ଟ୍ରୁ ଲଭ୍‌, ହିପପ୍‌ ବାଲି, ମୋର ଗାର୍ଲ ଫ୍ରେଣ୍ଡ, ଲଭ୍‌ଯୋଡି, ଲବଙ୍ଗ ଲତା, ପ୍ରଥମ ପ୍ରେମ ପ୍ରଭୃତି ହିଟ୍‌ ଗୀତ ରହିଛି। କିନ୍ତୁ ସମ୍ବଲପୁରିଆ ବାବୁ ଗୀତଟି ତାଙ୍କୁ ରାତାରାତି ଷ୍ଟାର କରିଦେଇଥିଲା। ଏଥର ‘ଧରିତ୍ରୀ ଆଳାପ’ ସ୍ତମ୍ଭରେ ଉପସ୍ଥାପିତ କରାଯାଇଛି ସମ୍ବଲପୁରିଆ ବାବୁ ଓରଫ୍‌ ମଣ୍ଟୁ ଛୁରିଆଙ୍କ ସହ କଥାବାର୍ତ୍ତା। ଗୀତ ଗାଇବା ଆରମ୍ଭ କଲେ? ନିଜ ଗାଁ ସାଲଡ ଓ ମାମୁଁ ଗାଁ ତାଲବରେ ସଂକୀର୍ତ୍ତନ ନାମଯଜ୍ଞରେ ଗୀତ ଗାଉଥିଲି। କଣ୍ଠଶିଳ୍ପୀ ବାପି ସିଂ ଓ କ୍ଷୀରୋଦ ବାଗ୍‌ଙ୍କ ସହ ଦେଖାହୋଇଥିଲା। ମୋର ସ୍ବର ଶୁଣି ସେମାନେ କମର୍ସିଆଲ ଗୀତ ଗାଇବାକୁ ପ୍ରେରଣା ଦେଇଥିଲେ। ୨୦୧୫ ସେପ୍ଟେମ୍ବର ୧୬ରେ ଶ୍ରୀରାମ ଲୁହାରଙ୍କ ସାଇରାମ ଷ୍ଟୁଡିଓରେ ସମ୍ବଲପୁରୀ ବିହୁ ଗୀତ... ମଲ ମଲ ଖେଲେ ବିଜିଲି ରାନୀ, କଲା ମେଘେଁ ଲୁକି ଲୁକି ଗାଇଥିଲି। ଏହି ତାରିଖରେ ଏକା ଦିନରେ ବିଶ୍ୱକର୍ମା ଓ ଗଣେଶ ପୂଜା ହୋଇଥିଲା। ଏହି ଦିନଠାରୁ ଗୀତ ଗାଇବାର ନିଶା ବଢ଼ିଥିଲା। ଗୀତ ଆପଣଙ୍କର ସବୁଠାରୁ ପ୍ରିୟ ? ଏ ପର୍ଯ୍ୟନ୍ତ ଅନେକ ସମ୍ବଲପୁରୀ ଓ ଓଡ଼ିଆ ଗୀତ ଗାଇଛି। କିନ୍ତୁ ସମ୍ବଲପୁରିଆ ବାବୁ ମୋ ହୃଦୟର ସ୍ପନ୍ଦନ। ଏଥିପାଇଁ ମୁଁ ମଣ୍ଟୁ ଛୁରିଆରୁ ସମ୍ବଲପୁରିଆ ବାବୁ ଭାବେ ପରିଚୟ ପାଇଛି। ଏହି ଗୀତରେ ସମ୍ବଲପୁରୀ ସଂସ୍କୃତି, ଲୋକବାଦ୍ୟ, ଲୋକନୃତ୍ୟ ଓ ଜୀବନଶୈଳୀ ଭରି ରହିଛି। ଗୀତିକାର ଅମୂଲ୍ୟ ଡନସନା, ସ୍ବର ସଂଯୋଜକ ରେହାନ୍‌ କମଲ, ବିଭିନ୍ନ ବାଦ୍ୟ ଯନ୍ତ୍ରରେ ରାଧେ ଗର୍ଡିଆ, ଶ୍ରୀତମ୍‌ ବିଶ୍ୱାଳ, ବଳରାମ ନାଥ, ବାବୁଲୁ ମହାନନ୍ଦ, ରାଜା ପଲ, ରାଜୀବ ଗଣ୍ଡ ରହିଛନ୍ତି। ଏହି ଗୀତ ପାଇଁ କଟକର ଶକ୍ତିସ୍ବରୂପ ମହାପାତ୍ର ଓ ଅନିଭୂତ ଧଳ ବହୁତ ପରିଶ୍ରମ ମଧ୍ୟ କରିଥିଲେ। ସମସ୍ତଙ୍କ ସହଯୋଗରେ ସମ୍ବଲପୁରିଆ ବାବୁ ହିଟ୍‌ ହୋଇପାରିଥିଲା। ଚଳଚ୍ଚିତ୍ରରେ ଗାଇବାର ସୁଯୋଗ ମିଳିଛି ? ଏ ପର୍ଯ୍ୟନ୍ତ ଅସୀମା ପଣ୍ଡା, ଦୀପ୍ତିରେଖା ପାଢ଼ୀ, ଲିପ୍‌ସା ମହାପାତ୍ର ଓ ଅର୍ପିତା ଚୌଧୁରୀଙ୍କ ଭଳି ଜଣାଶୁଣା କଣ୍ଠଶିଳ୍ପୀଙ୍କ ସହ ଓଡ଼ିଆ ଗୀତ ଗାଇଛି। ସେହିପରି ସାର୍ଥକ ୯୧.୯ ଏଫ୍‌ଏମ୍‌ ଜରିଆରେ ଗୀତ ଗାଇଛି। ଅରୁଣ ମନ୍ତ୍ରୀ, ଡ. ନିର୍ମଳ ନାୟକ, ବୈଦ୍ୟନାଥ ଦାସଙ୍କ ସହ କାମ କରିଛି। ଚଳଚ୍ଚିତ୍ରରେ ଗାଇବାକୁ ସୁଯୋଗ ଆସିନାହିଁ। ସଙ୍ଗୀତରେ ଏଇତ ଆରମ୍ଭ ମାତ୍ର, ଅନେକ ପଥ ଚାଲିବାର ଅଛି। ତେଣୁ ଓଡିଆ ଚଳଚ୍ଚିତ୍ରରେ ଗାଇବା ଆଶା ଅଛି, ବ୍ୟସ୍ତ ହେଉନାହିଁ। ଆପଣଙ୍କ ଆଦର୍ଶ କିଏ ? ଆଦର୍ଶ ବିନା ମଣିଷ ଜୀବନ ସଫଳତାର ପାହାଚ ସ୍ପର୍ଶ କରିପାରେ ନାହିଁ। ଏହାକୁ ପାଥେୟ କରି ମୁଁ ମଧ୍ୟ ସମ୍ବଲପୁରୀ ସଙ୍ଗୀତରେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କୁ ଆଦର୍ଶ ଭାବେ ଗ୍ରହଣ କରିଛି। ସେହିପରି ହିନ୍ଦୀରେ ନେହା କର୍କର, ଓଡିଆରେ ହ୍ୟୁମାନ୍‌ ସାଗର। ସଙ୍ଗୀତ ପାଇଁ ଗୁରୁଙ୍କ ଆବଶ୍ୟକତା ରହିଛି କି ? ସ୍ବର ଭଗବାନ୍‌ଙ୍କ ଦତ୍ତ। କିନ୍ତୁ ସବୁ ଭାଷାର ଲୋକ ସଙ୍ଗୀତରେ ଗୁରୁଙ୍କ ଆବଶ୍ୟକତା ଯୁଗେ ଯୁଗେ ରହିଛି। ଏବର ଯୁଗରେ ଏହାର ଗୁରୁତ୍ୱ ଅଧିକ। ତେଣୁ ମୁଁ ସମ୍ବଲପୁରରେ ଗୁରୁ ଜ୍ଞାନାଞ୍ଜନ ମହାପାତ୍ରଙ୍କଠାରୁ ୧ବର୍ଷ ସଙ୍ଗୀତ ଶିକ୍ଷା ଗ୍ରହଣ କରିଛି, ଯାହା ମୋତେ ଓଡ଼ିଆ ଗୀତ ଗାଇବା ପାଇଁ ମଧ୍ୟ କୌଣସି ପ୍ରକାର ଅସୁବିଧା ହେଉନାହିଁ। ସଙ୍ଗୀତକୁ କେମିତି ଗ୍ରହଣ କରନ୍ତି ? ବାପା କୋ-ଅପରେଟିଭ୍‌ ବ୍ୟାଙ୍କରେ ମ୍ୟାନେଜର ଭାବେ କାମ କରୁଛନ୍ତି। ମା’ ଗୃହିଣୀ। ତେଣୁ ମା’ବାପାଙ୍କ ଇଚ୍ଛା ମୁଁ ବ୍ୟାଙ୍କ ଅଫିସର କିମ୍ବା ଇଞ୍ଜିନିୟର ଭାବେ ଚାକିରି କରନ୍ତି। ତେଣୁ ସେମାନେ ମୋର ଗୀତ ଗାଇବାକୁ ସବୁବେଳେ ବିରୋଧ କରୁଥିଲେ। ଅଜା ରାମପ୍ରସାଦ ଛୁରିଆ ଉତ୍ସାହିତ କରିଥିଲେ। ତେଣୁ ସଙ୍ଗୀତ ଦୁନିଆରେ ପାଦ ଥାପିଥିଲି। ଧୀରେ ଧୀରେ ମୋର ଗୀତ ଲୋକପ୍ରିୟ ହୋଇଥିଲା। ପରବର୍ତ୍ତୀ ସମୟରେ ପରିବାର ସଦସ୍ୟ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି। କିଛି ସ୍ମୃତି ? ଭୁବନେଶ୍ୱର ଉତ୍କଳ ମଣ୍ଡପଠାରେ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବରେ ସଙ୍ଗୀତ କାର୍ଯ୍ୟକ୍ରମ କରିଥିଲି। ମୋର ଗୀତରେ ଉତ୍ସବସ୍ଥଳ ଝୁମି ଉଠିଥିଲା। ସମସ୍ତେ ସଙ୍ଗୀତ ତାଳରେ ନାଚି ଉଠିଥିଲେ। ଆୟୋଜକମାନେ ୫୦ ଟଙ୍କିଆ ୫ହଜାର ଟଙ୍କା ଦେଇଥିଲେ। ସେହି ପ୍ରଥମ ପାରିଶ୍ରମିକ ରାଶି ଏବେ ମଧ୍ୟ ସାଇତି ରଖିଛି। ଖର୍ଚ୍ଚ କରିବି ନାହିଁ ବୋଲି ଭାବିଛି। ମନେପଡ଼ିଲେ ତାକୁ ଟିକେ ଆଉଁଶିବାକୁ ଇଚ୍ଛା ଲାଗିଥାଏ। ଗୀତ ସମ୍ପର୍କରେ କିଛି କହିବେ? ପ୍ରକୃତ ସମ୍ବଲପୁରୀ ଗୀତ ଲୋପ ପାଇବାକୁ ବସୁଛି। ଯୁବ ଗୀତିକାର, ସଂଗୀତଜ୍ଞ, କଣ୍ଠଶିଳ୍ପୀମାନେ ଦ୍ୱିଅର୍ଥବୋଧକ ଗୀତରୁ ନିଜକୁ ଦୂରେଇ ରଖନ୍ତୁ। ଯୁବକମାନଙ୍କୁ ଆକୃଷ୍ଟ କରିବା ଭଳି ଗୀତ ସର୍ଜନା କରନ୍ତୁ, ଯଦ୍ଦ୍ବାରା ସମ୍ବଲପୁରୀ ଲୋକଗୀତର ଧାରା ଜାରି ରହିବ। ଆମ ସଂସ୍କୃତି, ଭାଷା ଓ ପରମ୍ପରା ବଞ୍ଚତ୍ ରହିବ, ଯାହାକୁ ନେଇ ଯୁବଗୋଷ୍ଠୀ ଗର୍ବ କରିପାରିବେ। କାର୍ଯ୍ୟପନ୍ଥା ? ଇଞ୍ଜିନିୟରିଂ ଛାତ୍ର ହୋଇଥିଲେ ସୁଦ୍ଧା ଏ କ୍ଷେତ୍ରରେ ଚାକିରି କରିବାର ମୋହ ନାହିଁ। ସଙ୍ଗୀତରେ ନିଜକୁ ସମର୍ପିତ କରିବାକୁ ମନସ୍ଥ କରିଛି। ସଂସ୍କୃତି ଓ ପରମ୍ପରା ସହ ଜଡିତ ଗୀତ ଗାଇବାକୁ ଗୁରୁତ୍ୱ ଦେବି। ଆଗାମୀ ୧ ମାସ ମଧ୍ୟରେ ସମ୍ବଲପୁରୀ ଝିଅ ଓ ସମ୍ବଲପୁରୀ ପୁଅ ଗୀତ ବଜାରକୁ ଆସିବ। ଏହାକୁ ନେଇ ବ୍ୟସ୍ତ ରହୁଛି। ସେହିପରି ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ଦିଲ୍ଲୀ ଜୁହାର ପରିବାର ଆୟୋଜିତ ନୂଆଁଖାଇ ଭେଟ୍‌ଘାଟ୍‌ରେ ସଙ୍ଗୀତ ପରିବେଷଣ କରିବି। ତେଣୁ ମୋ ମାଁ ସମଲେଇ ସାଂସ୍କୃତିକ ଅନୁଷ୍ଠାନର ୧୭ଜଣ ଟିମ୍‌କୁ ନେଇ ଗୀତ ପ୍ରସ୍ତୁତି ଚାଲିଛି।
All Right Reserved By

ଫୁରସତ |

ଯେଉଁ ଅଙ୍ଗ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ପ୍ରେମୀଯୁଗଳ...

ଯେଉଁ ଅଙ୍ଗ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ପ୍ରେମୀଯୁଗଳ...

ପ୍ରେମୀ ଯୁଗଳ ପରସ୍ପର କେଉଁ ଅଙ୍ଗପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ଜାଣିଛନ୍ତି କି? ସେମାନେ ପରସ୍ପରର ମୁଖମଣ୍ଡଳ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି। ମୁହଁର ଆକାର ପ୍ରେମ ପାଇଁ ଅଧିକ ଆକର୍ଷଣ ସୃଷ୍ଟି କରିଥାଏ ବୋଲି କାନାଡ଼ା  ନିପିସିଙ୍ଗ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମଳିଛି।

ତେଲରେ ଛାଣିଲା ପରେ... ପନିର୍‌ର ହୁଏ କ’ଣ..

ତେଲରେ ଛାଣିଲା ପରେ... ପନିର୍‌ର ହୁଏ କ’ଣ..

ଖାଦ୍ୟ ପଦାର୍ଥକୁ ତେଲରେ ଛାଣିଲା ପରେ ଏଥିରେ ଥିବା ପୋଷକତତ୍ତ୍ୱ ପରିମାଣ କମିଯାଇଥାଏ ବୋଲି ଜର୍ନାଲ ଅଫ୍‌ ଫୁଡ୍‌ ଆଣ୍ଡ ସାଇନ୍ସ୍‌ ଟେକ୍ନୋଲୋଜିି ଦ୍ୱାରା ପ୍ରକାଶିତ ତଥ୍ୟରୁ ଜାଣିବାକୁ ମିଳିଛି। 

 ଆୟୁର୍ବେଦିକ ଚିକିତ୍ସା ଫେରାଇଆଣିଲା ଜୀବନ

ଆୟୁର୍ବେଦିକ ଚିକିତ୍ସା ଫେରାଇଆଣିଲା ଜୀବନ

 ଭୋପାଳ,୧୫।୨: ଡାକ୍ତରଙ୍କ ଦ୍ୱାରା ମୃତ ଘୋଷିତ ହୋଇଥିବା ଜଣେ ବ୍ୟକ୍ତି ଆୟୁର୍ବେଦିକ ଚିକିତ୍ସା ଦ୍ୱାରା ପୁନର୍ବାର ଜୀବିତ ହେବା ସତରେ ଏକ ଆଶ୍ଚର୍ଯ୍ୟକର ଘଟଣା।

୫୫୦ ବର୍ଷ ଧରି ଅଖଣ୍ଡ ଦୀପ ଜଳୁଛି ଯେଉଁ ମନ୍ଦିରରେ...

୫୫୦ ବର୍ଷ ଧରି ଅଖଣ୍ଡ ଦୀପ ଜଳୁଛି ଯେଉଁ ମନ୍ଦିରରେ...

ଭାରତ ହେଉଛି ମନ୍ଦିରର ଦେଶ। ଏଠାରେ ଥିବା ମନ୍ଦିରରେ ଅନେକ ଅଲୌକିକ ଘଟଣା ଘଟିଥାଏ। ଯାହାର ଉତ୍ତର ଆଧୁନିକ ବିଜ୍ଞାନ ଦେବାକୁ ସକ୍ଷମ ହୋଇ ନ ଥାଏ। 

ଏମିତି ବି ଉପହାର ଯାହା ଉଭୟଙ୍କୁ ଦେଇପାରିବ ଖୁସି

ଏମିତି ବି ଉପହାର ଯାହା ଉଭୟଙ୍କୁ ଦେଇପାରିବ ଖୁସି

ଏମିତି ଦେଖିବାକୁ ଗଲେ ଆମକୁ ଭଲ ଲାଗୁଥିବା ଲୋକଙ୍କୁ ଆମେ ସମୟ ସମୟରେ ଉପହାର ଦେଇଥାଉ। ତେବେ ବେଳେବେଳେ ଉପହାର ଦେଉଥିଲେ ହେଁ ତାହା ନେଉଥିବା ଲୋକଙ୍କୁ କେତେମାତ୍ରାରେ ସନ୍ତୋଷ ଦେଇପାରୁଛି ତାହା ଜାଣିପାରି ନ ଥାଉ। ଅପରପକ୍ଷରେ ଉପହାର ଦେଇ ଯେତିକି ସନ୍ତୁଷ୍ଟ ହେବା କଥା ଆମେ ହୋଇ ପାରି ନ ଥାଉ। ତେବେ ଏମିତି କିଛି ଉପହାର ଅଛି, ଯାହା ଦେଉଥିବା ଏବଂ ନେଉଥିବା ଲୋକ ଉଭୟଙ୍କୁ ଖୁସି କରିପାରିବ। 

ଏଠାରେ ରହିଛି ପ୍ରେମ ଦିବସରେ ବିବାହ କରିବାର ନିୟମ

ଏଠାରେ ରହିଛି ପ୍ରେମ ଦିବସରେ ବିବାହ କରିବାର ନିୟମ

ଭାଲେଣ୍ଟାଇନ୍ସ ଡେ’ କିଏ କେତେ ଢଙ୍ଗରେ ପାଳନ କରିଥାଆନ୍ତି। ହେଲେ  ଛତିଶଗଡ଼ ବସ୍ତରରେ ଥିବା ଅବୁଝମାଡିଆ ଜନଜାତି ଏହି ଦିବସ ପାଳନ କରିବାରେ ସମସ୍ତଙ୍କଠାରୁ ଦୁଇ ପାଦ ଆଗରେ ବୋଲି କୁହାଯାଏ। କାରଣ ଏଠାରେ ଯେଉଁ ଯୁବତୀଙ୍କୁ କୌଣସି ଯୁବକ ପସନ୍ଦ କରନ୍ତି ଓ ଏଥିରେ ଯୁବତୀ ଜଣକ ରାଜି ହୋଇ ଯାଆନ୍ତି 

ଯେଉଁଠି ଦିନକୁ ୧୦ଟଙ୍କା ଭଡ଼ାରେ ମିଳନ୍ତି ସ୍ତ୍ରୀ...

ଯେଉଁଠି ଦିନକୁ ୧୦ଟଙ୍କା ଭଡ଼ାରେ ମିଳନ୍ତି ସ୍ତ୍ରୀ...

ମଧ୍ୟପ୍ରଦେଶ ଶିବପୁରୀ ଜିଲାରେ କେତେକ ଜନଜାତି ସମ୍ପ୍ରଦାୟର ସ୍ବାମୀ ପରିବାରର ଆର୍ଥତ୍କ ସମସ୍ୟା ଯୋଗୁ ସ୍ବଚ୍ଛଳ ବର୍ଗଙ୍କୁ ସେମାନଙ୍କର ସ୍ତ୍ରୀ ବିକ୍ରି କରିଥାନ୍ତି। ଦିନ ପିଛା ୧୦ ଟଙ୍କାରେ ସ୍ତ୍ରୀମାନଙ୍କୁ ଏଠି କରାଯାଏ ବିକ୍ରି ।

ଗୁରୁବାର ଏସବୁଠାରୁ କାହିଁକି ରହିବେ ଦୂରେଇ...

ଗୁରୁବାର ଏସବୁଠାରୁ କାହିଁକି ରହିବେ ଦୂରେଇ...

ଭାରତୀୟ ପରମ୍ପରାରେ ପୂଜା ବ୍ରତକୁ ଦିଆଯାଇଥାଏ ପ୍ରାଧାନ୍ୟ। ସପ୍ତାହରେ ବିଭିନ୍ନ ଦିନରେ ଗୃହସ୍ଥଙ୍କ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟ କରିବାକୁ ଶାସ୍ତ୍ରରେ ଦିଆଯାଇଥାଏ ପରାମର୍ଶ। ଏହାଦ୍ୱାରା ସାମାଜିକ ତଥା ପାରିବାରିକ ଜୀବନ ମାର୍ଜିତ ହୋଇଥାଏ। 

ବିଦ୍ୟୁତ୍‌ ବେଗରେ ଦୌଡୁଛି ୭ବର୍ଷର ବାଳକ

ବିଦ୍ୟୁତ୍‌ ବେଗରେ ଦୌଡୁଛି ୭ବର୍ଷର ବାଳକ

ଛୋଟବେଳୁ ଆମେ ଶୁଣିଛେ ବା ପଢ଼ିଛେ ଯେ ଶଦ୍ଦଠାରୁ ଆଲୋକର ଗତି ଅଧିକ ଦ୍ରୁତ।

କାହିଁକି ପାଳନ କରାଯାଏ ଭାଲେଣ୍ଟାଇନ୍ସ ଡେ’

କାହିଁକି ପାଳନ କରାଯାଏ ଭାଲେଣ୍ଟାଇନ୍ସ ଡେ’

ଫେବୃୟାରୀ ୧୪। ସହର ବଜାର ସବୁଠି ଦେଖିବାକୁ ମିଳୁଛି କିଛି ନିଆରା ଉତ୍ସବ। ବିଶେଷକରି ଯୁବବର୍ଗ ଏହି ଦିନକୁ ନେଇ କରିଛନ୍ତି ବିଶେଷ ଯୋଜନା। ଫେବୃୟାରୀ ୧୪ ତାରିଖକୁ ପ୍ରାୟ ସମସ୍ତଙ୍କର ଅପେକ୍ଷା ଥାଏ ।

ଏସବୁ ରାଶିର ବ୍ୟକ୍ତିଙ୍କ ଉପରେ ଭାଲେଣ୍ଟାଇନ୍‌ ଡେ ରେ  ହେବ ପ୍ରେମର ବର୍ଷା...

ଏସବୁ ରାଶିର ବ୍ୟକ୍ତିଙ୍କ ଉପରେ ଭାଲେଣ୍ଟାଇନ୍‌ ଡେ ରେ ହେବ ପ୍ରେମର ବର୍ଷା...

ଗୁରୁବାର ପାଳିତ ହେଉଛି ପ୍ରେମ ଦିବସ ଭାଲେଣ୍ଟାଇନ୍‌ ଡେ।  ପ୍ରେମର ପରିଭାଷାକୁ ପ୍ରତିପାଦିତ କରିବା ଏହି ଦିନଟିକୁ ପ୍ରେମୀ ଯୋଡ଼ା ଚାହିଁ ରହିଥାନ୍ତି।

ଝିଅଙ୍କର ବୁଦ୍ଧି ଅଧିକ... ଜାଣନ୍ତୁ ଏହାର ରହସ୍ୟ...

ଝିଅଙ୍କର ବୁଦ୍ଧି ଅଧିକ... ଜାଣନ୍ତୁ ଏହାର ରହସ୍ୟ...

ପୁଅଙ୍କ ତୁଳନାରେ ଝିଅମାନେ ଅଧିକ ବୁଦ୍ଧିଆ ବୋଲି ଗବେଷକମାନେ ଏକ ରୋଚକ ତଥ୍ୟ ଉପସ୍ଥାପନ କରିଛନ୍ତି। ପୁଅ ଅପେକ୍ଷା ଝିଅ ଅଧିକ ଭାବନାତ୍ମକ ଭାବେ କଥାବାର୍ତ୍ତା କରିଥାନ୍ତି।