ଫୁରସତ |

ସ୍ତ୍ରୀଙ୍କ ହାତ ତିଆରି କଞ୍ଚା ଇଲିଶି ଝାଲ୍‌ ଭଲ ଲାଗେ: ବିଜୟ ନାୟକ(ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ)

ସ୍ତ୍ରୀଙ୍କ ହାତ ତିଆରି କଞ୍ଚା ଇଲିଶି ଝାଲ୍‌ ଭଲ ଲାଗେ: ବିଜୟ ନାୟକ(ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ)
ବିଜୟ ନାୟକ। ଭଦ୍ରକ ଜିଲା ତିହିଡ଼ି ବ୍ଲକ୍‌ ଅନ୍ତର୍ଗତ ହଳଧରବିନ୍ଧା ଗ୍ରାମରେ ଜନ୍ମିତ ବିଜୟ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ। ଭଦ୍ରକରେ ସ୍ନାତକ ଶେଷ କରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଜି ଓ ଏମ୍‌ଫିଲ୍‌ କରିଥିଲେ। ଯାଜପୁରର ସାଧୁ ଗୌଡ଼େଶ୍ୱର ମହାବିଦ୍ୟାଳୟରେ ପ୍ରଥମେ ରାଜନୀତି ବିଜ୍ଞାନରେ ଅଧ୍ୟାପନା ଆରମ୍ଭ କରିଥିଲେ। ଏହା ପରେ ବିଭିନ୍ନ ମହାବିଦ୍ୟାଳୟରେ କାର୍ଯ୍ୟ କରିବା ପରେ ୧୯୮୮ରେ ଓଏଏସ୍‌ ପାଇ ଆସିଷ୍ଟାଣ୍ଟ ସେଟଲମେଣ୍ଟ ଅଫିସର ଭାବେ ନିଯୁକ୍ତି ପାଇଥିଲେ। ପରେ ପରେ ବିଭିନ୍ନ ବିଭାଗର ପଦ ପଦବୀରେ ରହି କାର୍ଯ୍ୟ କରିଥିବା ଏହି ପ୍ରଶାସନିକ ଅଧିକାରଙ୍କ କିଛି ବ୍ୟକ୍ତିଗତ କଥା ସ୍ଥାନ ପାଇଛି ଏଥରର ‘ନିଜକଥା’ ସ୍ତମ୍ଭରେ। ପ୍ରଥମ ଦରମା କେଉଁଥିରେ ଖର୍ଚ୍ଚ କରିଥିଲେ ? ମୋ ବୋଉକୁ କିଛି ଟଙ୍କା ଦେଇଥିଲି। ଆଉ ବାକି ଟଙ୍କା ମୋ ନିଜ ପାଇଁ ଖର୍ଚ୍ଚ କରିଛି। ଆପଣଙ୍କ ଆଦର୍ଶ କିଏ ? ମହାତ୍ମା ଗାନ୍ଧୀ ହେଉଛନ୍ତି ମୋର ଆଦର୍ଶ। ଗାନ୍ଧୀଙ୍କ ଆଦର୍ଶକୁ ଯଦିଓ ମୁଁ ସମ୍ପୂର୍ଣ୍ଣ ଭାବେ ଅନୁସରଣ କରପାରୁନି ତଥାପି କରିବା ପାଇଁ ବହୁତ ଚେଷ୍ଟା କରୁଛି। କିଛି ସ୍ମୃତିର ଘଟଣା? ଯେଉଁଦିନ ମୁଁ ସରକାରୀ କଲେଜରେ ଅଧ୍ୟାପକ ଭାବେ ନିଯୁକ୍ତି ପାଇଲି, ତାହା ମୋ ପାଇଁ ଖୁସିର ଦିନ ଥିଲା। କିନ୍ତୁ ମୋର ଜଣେ ମାମୁଙ୍କ ଦେହାନ୍ତ ମୋ ଜୀବନର ସବୁଠାରୁ ଦୁଃଖଦ ଦିନ ଥିଲା। ତାଙ୍କ ଦେହାନ୍ତ ମୋ ପାଇଁ ଗ୍ରହଣୀୟ ହୋଇପାରୁ ନ ଥିଲା। ଯଦିଓ ସେ ମୋର ମାମୁ, କିନ୍ତୁ ସେ ମୋର ସାଙ୍ଗ ଭଳି ଥିଲେ। କାରଣ ସେ ମୋଠାରୁ ମାତ୍ର ୪ବର୍ଷ ବଡ଼। ସବୁପ୍ରକାର କଥା ମୁଁ ତାଙ୍କ ପାଖରେ ବାଣ୍ଟିଥାଏ। ସାହିତ୍ୟ ପ୍ରତି ଆପଣଙ୍କ ରୁଚି ରହିଛି। କାହା ପ୍ରେରଣାରେ ଲେଖିବା ଆରମ୍ଭ କରିଥିଲେ ? ଛାତ୍ର ଜୀବନରୁ ମୁଁ ଲେଖିବା ଆରମ୍ଭ କରିଥିଲି। ବହୁତ ପଢ଼ାପଢ଼ି କରୁଥିଲି। ବିଭିନ୍ନ ସାହିତ୍ୟ ପତ୍ରିକା ପଢ଼ି ଲେଖିବା ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା। ପଢ଼ିବା ସମୟରେ ହିଁ ଶିକ୍ଷାନୁଷ୍ଠାନର ସ୍ମରଣିକା ବ୍ୟତୀତ ଅନ୍ୟାନ୍ୟ ମାଗାଜିନ୍‌ରେ ଲେଖା ପ୍ରକାଶ ପାଇଛି। କେଉଁ ସାହିତି୍ୟକଙ୍କ ଲେଖା ଆପଣଙ୍କୁ ଭଲ ଲାଗେ ? ସଚ୍ଚି ରାଉତରାୟଙ୍କ କବିତା ମୋତେ ଚମତ୍କାର ଲାଗେ। ତାଙ୍କ କବିତା ବହୁତ ଶକ୍ତିଶାଳୀ ଥାଏ। କବିତାରେ ନୂତନ ପ୍ରୟୋଗ କରିବାରେ ସେ ଅତୁଳନୀୟ। ତାଙ୍କର ‘ପ୍ରତିମା ନାୟକ’ କବିତା ମୋତେ ବହୁତ ଭଲ ଲାଗିଥିଲା। ସେହି କବିତାରେ ଜଣେ ସାଧାରଣ ନାରୀକୁ ନେଇ ସେ ଲେଖିଥିଲେ। ତାଙ୍କର ଶବ୍ଦ ପ୍ରୟୋଗ ଚମତ୍କାର ଥିଲା। ଗୀତ ଶୁଣନ୍ତି ? ହଁ, ଶୁଣିବାକୁ ଭଲଲାଗେ। ଗାଇବାକୁ ଚେଷ୍ଟା କରେ। କିନ୍ତୁ ଗାଇପାରେନି। ପୁରୁଣା ଗୀତ ମୋତେ ଶୁଣିବାକୁ ଭଲଲାଗେ। ସେତେବେଳର ଗୀତରେ ଶବ୍ଦ ସଂଯୋଜନା ଚମତ୍କାର ଥିଲା ଏବଂ ସ୍ବର ଓ ଶବ୍ଦ ଉଭୟର ସମନ୍ବୟ ରହୁଥିଲା। କେଉଁ କଣ୍ଠଶିଳ୍ପୀ ଆପଣଙ୍କ ପ୍ରିୟ ? ଅକ୍ଷୟ ମହାନ୍ତିଙ୍କ ରୋମାଣ୍ଟିକ୍‌ ଓ ହୃଦୟ ବିଦାରକ ଗୀତ ମୋତେ ବହୁତ ଭଲଲାଗେ। ଜଣାଣ ଓ ଭଜନରେ ଭିକାରୀ ବଳ ହେଉଛନ୍ତି ମୋର ପ୍ରିୟ। ଫିଲ୍ମ ଦେଖନ୍ତି? ହଁ, ଦେଖେ। ଛାତ୍ରାବସ୍ଥାରେ ରବିବାର ହେଲେ ପୁରୁଣା ଫିଲ୍ମ ଦେଖିବା ପାଇଁ ହଲ୍‌କୁ ମାଟିନ୍‌ ଶୋ’ ଦେଖିବାକୁ ଯାଉଥିଲି। କେଉଁଭଳି ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି? କଳାତ୍ମକ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରେ। ଅଭିନେତ୍ରୀ ସ୍ମିତା ପାଟିଲ ଓ ଅଭିନେତା ଓମ୍‌ ପୁରୀ ମୋର ପ୍ରିୟ। ସମୟ ମିଳିଲେ କ’ଣ କରିବାକୁ ପସନ୍ଦ କରନ୍ତି? ସମୟ ମିଳିଲେ ପଢ଼ାପଢ଼ି ଓ ଲେଖାଲେଖିରେ ସମୟ ବିତାଏ। ଯଦି ଇଚ୍ଛା ନ ହୁଏ, ତେବେ ଶୋଇକି ଭାବେ। ଟିଭି ଦେଖିନ୍ତି ? ହଁ, ଦେଖେ। ନ୍ୟୁଜ ଦେଖିବାକୁ ଭଲପାଏ। ଏହାଛଡ଼ା ଖୋଜି ଖୋଜି ଭଲ ଫିଲ୍ମ ଦେଖେ। ସ୍ତ୍ରୀଙ୍କ ହାତ ତିଆରି କେଉଁ ରୋଷେଇ ଭଲ ଲାଗେ ? ସବୁ ପ୍ରକାର ରୋଷେଇ ସେ ଭଲ କରନ୍ତି। ତେବେ ତାଙ୍କ ହାତ ରନ୍ଧା କଞ୍ଚା ଇଲିଶି ମାଛର ଝାଲ୍‌ ମୋତେ ବହୁତ ଭଲଲାଗେ। ରାଜନୀତିକୁ କିପରି ଦେଖନ୍ତି? ରାଜନୀତି ପ୍ରତି ମୋର ସକାରାତ୍ମକ ଦୃଷ୍ଟିଭଙ୍ଗୀ। ରାଜନୈତିକ ଲୋକ ଖରାପ ବୋଲି ମୁଁ ଭାବେନି। ଯଦିଓ ବର୍ତ୍ତମାନ ପ୍ରଶାସନିକ କ୍ଷେତ୍ରରେ କାର୍ଯ୍ୟ କରୁଛି କିନ୍ତୁ ଛାତ୍ରାବସ୍ଥାରେ ସବୁ ଶିକ୍ଷାନୁଷ୍ଠାନରେ ମୁଁ ଛାତ୍ରନେତା ଥିଲି। କେଉଁଭଳି ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ? ଛାତ୍ର ଜୀବନରେ ମୁଁ ଧଳା ପ୍ୟାଣ୍ଟ ଓ ଧଳା ଶାର୍ଟ ପିନ୍ଧେ। କିିନ୍ତୁ ବର୍ତ୍ତମାନ ମୁଁ ସାଧାରଣ ପୋଷାକ ପିନ୍ଧିବାକୁ ଭଲପାଏ। - ସାକ୍ଷାତ୍‌: ଅସମାପିକା ସାହୁ
All Right Reserved By

ଫୁରସତ |

ଏମିତି ଏକ ସ୍କୁଲ ଯେଉଁଠି ପଢନ୍ତି କେବଳ ଯାଆଁଳା ପିଲା

ଏମିତି ଏକ ସ୍କୁଲ ଯେଉଁଠି ପଢନ୍ତି କେବଳ ଯାଆଁଳା ପିଲା

ସ୍କୁଲରେ ପାଠ ପଢିବାକୁ ସେମିତି କିଛି ବାରଣ ନ ଥାଏ। ଅନେକ ସ୍ଥାନରେ ବାଳକ ବାଳିକାଙ୍କ ସ୍କୁଲ ଅଲଗା ଅଲଗା କରାଯାଇଥାଏ। କିନ୍ତୁ ସ୍କୁଲରେ ଜାତି ଧର୍ମ ବର୍ଣ୍ଣର କୌଣସି ବାଛ ବିଚାର ନ ଥାଏ। 

ଗୋବର ଗଣେଶଙ୍କ ପୂଜାରେ ମନୋବାଞ୍ଛା ହୁଏ ପୂରଣ

ଗୋବର ଗଣେଶଙ୍କ ପୂଜାରେ ମନୋବାଞ୍ଛା ହୁଏ ପୂରଣ

ଗାଈ ଗୋବରରେ ପ୍ରଭୁ ଶ୍ରୀଗଣେଶଙ୍କ ପ୍ରତିମା ନିର୍ମାଣ କରି ପୂଜା କଲେ ସମସ୍ତ ମନୋବାଞ୍ଛା ପୂରଣ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି। ଗୋବରରେ ସାକ୍ଷାତ୍‌ ମା’ ଲକ୍ଷ୍ମୀ ବାସ କରନ୍ତି ବୋଲି କୁହାଯାଏ। 

ପ୍ରେମରେ ଦିଏ ସଫଳତା: ଶୁକ୍ର ପର୍ବତର ତ୍ରିଶୂଳ ଚିହ୍ନ

ପ୍ରେମରେ ଦିଏ ସଫଳତା: ଶୁକ୍ର ପର୍ବତର ତ୍ରିଶୂଳ ଚିହ୍ନ

ହାତରେ ବିଭିନ୍ନ ପର୍ବତ ରହିଛି। ଏସବୁ ଭିନ୍ନ ଭିନ୍ନ ଗ୍ରହକୁ ପ୍ରତିନିଧିତ୍ୱ କରିଥାନ୍ତି। ବୁଢ଼ା ଆଙ୍ଗୁଠି ତଳେ ଥିବା କ୍ଷେତ୍ର ଶୁକ୍ର ମହାଗ୍ରହଙ୍କୁ ପ୍ରତିନିଧିତ୍ୱ କରିଥାଏ। ଏଠାରେ ତ୍ରିଶୂଳ ଆକୃତିର ଚିହ୍ନ ବ୍ୟକ୍ତିକୁ ରୋମାଣ୍ଟିକ୍‌ କରିବା ସହିତ ପ୍ରେମରେ ସଫଳତା ପ୍ରଦାନ କରିଥାଏ। 

ଯେଉଁଠି ପଥର ଗାଏ ଗୀତ...

ଯେଉଁଠି ପଥର ଗାଏ ଗୀତ...

ମହାରାଷ୍ଟ୍ର ପୁଣେ ସହରରେ ରହିଛି ଏକ ପ୍ରକାର ପଥର। ଏହାକୁ ସ୍ପର୍ଶ କଲେ ସଂଗୀତର ମଧୁର ସ୍ବର ଶୁଣିବାକୁ ମିଳୁଛି ।

ମସ୍ତିଷ୍କକୁ ଶାନ୍ତ ରଖେ  କୁଣ୍ଡଳିନୀ ଯୋଗ

ମସ୍ତିଷ୍କକୁ ଶାନ୍ତ ରଖେ କୁଣ୍ଡଳିନୀ ଯୋଗ

କୁଣ୍ଡଳିନୀ ଯୋଗ ମନ, ଶରୀର ଓ ଜ୍ଞାନେନ୍ଦ୍ରିୟକୁ ମିଳିତ କରି ଆତ୍ମାକୁ ପରମାତ୍ମାଙ୍କ ସହିତ ଯୋଡ଼ିଥାଏ। 

ସାଟେଲାଇଟ୍‌ କ୍ୟାମେରାରେ ଆଣ୍ଟାର୍କଟିକା

ସାଟେଲାଇଟ୍‌ କ୍ୟାମେରାରେ ଆଣ୍ଟାର୍କଟିକା

ଓ୍ବାଶିଂଟନ୍‌: ନାସା ସାଟେଲାଇଟ୍‌  ପ୍ରଥମଥର ପାଇଁ ଆଣ୍ଟାର୍କଟିକା ବରଫର ସ୍ପଷ୍ଟ ଫଟୋଚିତ୍ର ପ୍ରେରଣ କରିଛି। ଏହା ଆଣ୍ଟାର୍କଟିକାର ବରଫ ପାହାଡର ଉଚ୍ଚତା ମାପ କରିପାରିବ ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି। 

ସଙ୍କୁଚିତ ହୋଇପାରୁଥିବା ଡ୍ରୋନ୍‌

ସଙ୍କୁଚିତ ହୋଇପାରୁଥିବା ଡ୍ରୋନ୍‌

ଜେନେଭା: ସୁଇଜରଲାଣ୍ଡସ୍ଥିତ ଇକୋଲ ପଲିଟେକନିକ୍‌ ଫେଡେରାଲେ ଡି ଲାଉସାନେ ଏବଂ ଜ୍ୟୁରିକ୍‌ ୟୁନିଭର୍ସିଟିର ଗବେଷକମାନେ ଏକ ଡ୍ରୋନ୍‌ ବିକାଶ କରିଛନ୍ତି। 

୬୫୦ କୁଆଁରୀଙ୍କ ରକ୍ତରେ ସ୍ନାନ କରିଥିଲେ ଏଲିଜାବେଥ୍‌ ବାଥରୀ

୬୫୦ କୁଆଁରୀଙ୍କ ରକ୍ତରେ ସ୍ନାନ କରିଥିଲେ ଏଲିଜାବେଥ୍‌ ବାଥରୀ

ଇତିହାସ ପୃଷ୍ଠା ଓଲଟାଇଲେ ଅନେକ ଭୟଙ୍କର ତଥ୍ୟ ସମ୍ପର୍କରେ ଜଣାପଡିଥାଏ। ଅନେକ ଶାସକ ପ୍ରଜାଙ୍କ ଉପରେ କରୁଥିବା ଅକଥନୀୟ ଅତ୍ୟାଚାର ସମ୍ପର୍କରେ ଶୁଣିଲେ ଲୋମ ଟାଙ୍କୁରୀ ଉଠିଥାଏ। ହଙ୍ଗେରୀରେ ପଞ୍ଚଦଶ ଶତାବ୍ଦୀରେ ଏଭଳି ଜଣେ ମହିଳାଙ୍କ କାହାଣୀ ଶୁଣିଲେ ଆଜି ମଧ୍ୟ ଲୋକଙ୍କ ମନରେ ଭୟ ସଞ୍ଚାର ହୋଇଥାଏ।

ଶନିମହାଗ୍ରହଙ୍କୁ ଶାନ୍ତି ଲାଗି କରନ୍ତୁ ଘୋଡ଼ାନାଲ ପ୍ରୟୋଗ

ଶନିମହାଗ୍ରହଙ୍କୁ ଶାନ୍ତି ଲାଗି କରନ୍ତୁ ଘୋଡ଼ାନାଲ ପ୍ରୟୋଗ

ମଣିଷ ଜୀବନରେ ନାନାପ୍ରକାର ସମସ୍ୟା ଦେଖାଦେଇଥାଏ। ଏହାର ନିରାକରଣ ପାଇଁ ଜ୍ୟୋତିଷ ଶାସ୍ତ୍ର ତଥା ବାସ୍ତୁ ଶାସ୍ତ୍ରରେ ଅନେକ ପ୍ରଭାବଶାଳୀ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ସେଥିମଧ୍ୟରେ ଘୋଡ଼ାନାଲର ଉପଯୋଗ ବେଶ୍‌ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ।

ସୌଭାଗ୍ୟ ଲାଗି ଯେଉଁଠି ବରକନ୍ୟାଙ୍କ ଦେହରେ ବୋଳାଯାଏ କଳାରଙ୍ଗ...

ସୌଭାଗ୍ୟ ଲାଗି ଯେଉଁଠି ବରକନ୍ୟାଙ୍କ ଦେହରେ ବୋଳାଯାଏ କଳାରଙ୍ଗ...

ପୃଥିବୀର ଭିନ୍ନ ଭିନ୍ନ ଅଞ୍ଚଳରେ ନାନା ପ୍ରକାର ବିବାହ ପରମ୍ପରା ରହିଛି। ଏଭଳି ପରମ୍ପରା ପଛରେ ରହିଥାଏ କିଛି ରୋଚକ କାହାଣୀ। 

ଅତୁଟ ଯୌବନ ଚାହୁଁଛନ୍ତି; କରନ୍ତୁ ଶଙ୍ଖ ବାଦନ...

ଅତୁଟ ଯୌବନ ଚାହୁଁଛନ୍ତି; କରନ୍ତୁ ଶଙ୍ଖ ବାଦନ...

ଭାରତୀୟ ସଂସ୍କୃତିର ପୂଜା ସମୟରେ ଶଙ୍ଖ ବାଦନ ପରମ୍ପରା ରହିଛି। ଏହାଦ୍ୱାରା ପୂଜା ପୂର୍ବରୁ ମନରେ ଶାନ୍ତି ଆସିବା ସହିତ ପରମାତ୍ମାଙ୍କ ନିକଟବର୍ତ୍ତୀ ହେବା ପାଇଁ ନିର୍ମଳ ଭାବନା ଜାତ ହୋଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି।

ସୌଭାଗ୍ୟ ଆଣିଥାଏ ଡିମ୍ପଲ୍‌

ସୌଭାଗ୍ୟ ଆଣିଥାଏ ଡିମ୍ପଲ୍‌

ନାରୀ ପୁରୁଷଙ୍କ ଶରୀରର ଭିନ୍ନ ଭିନ୍ନ ଗଠନ ଉପରେ ଜ୍ୟୋତିଷ ଶାସ୍ତ୍ରରେ ଅନେକ ପରାମର୍ଶ ଦିଆଯାଇଛି। ଗାଲରେ ଡିମ୍ପଲ୍‌ ଥିବା ପୁରୁଷ ଓ ନାରୀ ନିଜ ମନ ପସନ୍ଦର ଜୀବନସାଥୀ ପାଇଥାନ୍ତି ବୋଲି ଏଥିରେ ଉଲ୍ଲେଖ ରହିଛି। ଏପରି ବ୍ୟକ୍ତିଙ୍କ ଜୀବନରେ କୌଣସି ସମସ୍ୟା ପ୍ରାୟତଃ ସୃଷ୍ଟି ହୋଇ ନ ଥାଏ।