ଅପରାଧ | ଉପକୂଳ ଓଡିଶା

ଆତଙ୍କବାଦୀ ଲିଙ୍କ୍‌ରେ ଓଡ଼ିଆ ଯୁବକ ଗିରଫ ଘଟଣା: ହବିବୁରଙ୍କ ବାପା କହିଲେ‘ପୁଅଠାରୁ ମୋ ଗାଁ, ଦେଶ ବଡ଼’

ଆତଙ୍କବାଦୀ ଲିଙ୍କ୍‌ରେ ଓଡ଼ିଆ ଯୁବକ ଗିରଫ ଘଟଣା: ହବିବୁରଙ୍କ ବାପା କହିଲେ‘ପୁଅଠାରୁ ମୋ ଗାଁ, ଦେଶ ବଡ଼’
ପାଟକୁରା, ୯।୮ (ଡି.ଏନ୍‌.ଏ.): ଆତଙ୍କବାଦୀ ଲିଙ୍କ୍‌ ସନ୍ଦେହରେ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ଓଡ଼ିଆ ଯୁବକ ହବିବୁର ରହମନଙ୍କୁ ସୋମବାର ଗିରଫ କରିଥିଲା। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ତେଣ୍ଡାକୁଡ଼ା ପଞ୍ଚାୟତର ମୀରମହଲା ଗ୍ରାମରେ ପୋଲିସ ପହଞ୍ଚତ୍ ତନାଘନା ଆରମ୍ଭ କରିଛି। ହବିବୁରଙ୍କ ଘର ତେଣ୍ଡାକୁଡ଼ା ପଞ୍ଚାୟତରେ ବୋଲି ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ହବିବୁରଙ୍କ ବାପା ମୀର ଆୟନ ଉଦ୍ଦିନ ମଙ୍ଗଳବାର ଗଣମାଧ୍ୟମ ଆଗରେ କହିଛନ୍ତି, ଯଦି ପୁଅ ଭୁଲ୍‌ କରିଛି ତେବେ ନିଶ୍ଚିତ ଦଣ୍ଡ ପାଇବା ଉଚିତ। ମୋ ପାଇଁ ମୋ ଗାଁ, ଦେଶ ବଡ଼, ପୁଅ ନୁହେଁ। ତାଙ୍କ ପରିବାର ଲୋକଙ୍କ କହିବା ମୁତାବକ, ହବିବୁର ତେଣ୍ଡାକୁଡ଼ା ପ୍ରାଥମିକ ବିଦ୍ୟାଳୟରେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ତାଙ୍କର ପାଠପଢ଼ା ଭଲ ହେଉ ନଥିବାରୁ ବାପା ତାଙ୍କୁ ଜାମସେଦପୁର ଓ ରାଉରକେଲାରେ ପେଣ୍ଟିଂ କାମ ଶିଖାଇଥିଲେ। ଏହାପରେ ସେ ୧୯୮୫ରେ ମୁମ୍ବାଇ ପଳାଇଥିଲେ ଓ ସେଠାରେ ଜଣେ ଖ୍ରୀଷ୍ଟିୟାନ ଝିଅଙ୍କୁ ବିବାହ କରିଥିଲେ। ଏହାର କିଛିଦିନ ପର୍ଯ୍ୟନ୍ତ ତାଙ୍କର ଘର ସହିତ ଭଲ ସମ୍ପର୍କ ନଥିଲା। ସମୟ ସମୟରେ ଫୋନ୍‌ରେ କଥାବାର୍ତ୍ତା ହେଉଥିବା ବେଳେ ୨୦୦୬ରେ ତାଙ୍କ ମଝିଆ ଭାଇ ଅତାଉର ରହମନଙ୍କ ବିବାହ ସମୟରେ ହବିବୁର ଘରକୁ ଆସିଥିଲେ। ଗତ ୬ମାସ ପୂର୍ବେ ସେ ଫୋନ ଯୋଗେ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିବା ତାଙ୍କ ଭାଇ ଅତାଉର ରହମନ ମଙ୍ଗଳବାର ପ୍ରକାଶ କରିଛନ୍ତି। ଅପରପକ୍ଷେ ପାଟକୁରା ଥାନା ଇନ୍ସପେକ୍ଟର ସୁଜିତ ପ୍ରଧାନ ଓ ଡିଏସ୍‌ପି ରଞ୍ଜନ ଦେଓ ସୋମବାର ରାତିରେ ହବିବୁରଙ୍କ ଘରେ ପହଞ୍ଚତ୍ ତାଙ୍କ ପରିବାରଙ୍କୁ ପଚରା ଉଚୁରା କରିଥିଲେ। ଆତଙ୍କବାଦୀ ଲିଙ୍କ୍‌ ଥିବା ସନ୍ଦେହରେ ଏନ୍‌ଆଇଏ ତାଙ୍କୁ ଗିରଫ କରିଥିବା ବେଳେ ଯଦି ତାର ଭୁଲ୍‌ ଥାଏ ତେବେ ସେ ଦଣ୍ଡ ପାଇବା ଉଚିତ୍‌ ବୋଲି ହବିବୁରଙ୍କ ବାପା ପୋଲିସ୍‌କୁ କହିଛନ୍ତି।
All Right Reserved By

ଅପରାଧ | ଉପକୂଳ ଓଡିଶା

ଜୁଆଆଡ୍ଡା ଉପରେ ଚଢ଼ାଉ: ୧୪ ଗିରଫ, କାର, ବାଇକ୍‌, ଟଙ୍କା ଜବତ

ଜୁଆଆଡ୍ଡା ଉପରେ ଚଢ଼ାଉ: ୧୪ ଗିରଫ, କାର, ବାଇକ୍‌, ଟଙ୍କା ଜବତ

ଯାଜପୁର ଅଫିସ, ୧୪।୧୨: ଯାଜପୁର ଜିଲା କଳିଙ୍ଗନଗର ଥାନା ପୋଲିସ ଗୁରବାର ବିଲମ୍ବିତ ରାତିରେ ବାରଗାଡିଆର ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରି ୧୪ ଜୁଆଡିଙ୍କୁ ଗିରଫ କରିଛିି। ସେମାନଙ୍କ ନିକଟରୁ ୨ ଲକ୍ଷ ୩୧ ହଜାର ଟଙ୍କା ସମେତ ୨ କାର ଓ ୯ଟି ବାଇକ ଜବତ କରିଛି। କଳିଙ୍ଗନଗର ଥାନା ଆଇଆଇସି ରାଜେନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା। 

ମଦ ଜବତ, ୨ ଗିରଫ

ମଦ ଜବତ, ୨ ଗିରଫ

ଦାରିଙ୍ଗବାଡ଼ି,୧୩।୧୨(ଡି.ଏନ.ଏ)- ଦାରିଙ୍ଗବାଡ଼ି ଥାନା ପକ୍ଷରୁ ଗୁରୁବାର ଦନେକବାଡ଼ି ପଞ୍ଚାୟତରେ ଅବକାରୀ ଚଢ଼ାଉ କରାଯାଇ ଶତାଧିକ ମହୁଲ ପୋଚ ନଷ୍ଟ କରାଯିବା ସହ ୧୦ଲିଟର ଦେଶୀ ମଦ ସହ ରନ୍ଧା ସାମଗ୍ରୀ ଜବତ ହୋଇଛି। ମଦ କାରବାରରେ ସଂପୃକ୍ତି ଅଭିଯୋଗରେ ଲିଲିମା ନାୟକ ଏବଂ ଗୋପାଳ ନାୟକଙ୍କୁ ଗିରଫ କରାଯାଇଛି। ଏ ନେଇ ନଂ.୧୫୪ ଓ ୧୫୫/୧୮ରେ ମାମଲା ରୁଜୁ ହୋଇଥିବା ଆଇଆଇସି ଅଲେଖ ଗରଡ଼ିଆ କହିଛନ୍ତି। ଏଏସଆଇ ଆର.ଭିମୋରାଓ ରେଡ୍ଡୀ, ହାବିଲଦାର  ଗଜେନ୍ଦ୍ର ବିଶୋୟୀ, ରାଇଟର ବିଦେଶୀ ବେହେରା ଚଢ଼ାଉ କରିଥିଲେ।

ଗାଡି ମଡ଼ାଇ ସାବତ ମା’ଙ୍କୁ ହତ୍ୟା : ବାପପୁଅ ଗିରଫ

ଗାଡି ମଡ଼ାଇ ସାବତ ମା’ଙ୍କୁ ହତ୍ୟା : ବାପପୁଅ ଗିରଫ

ଲହୁଣୀପଡା, ୧୩।୧୨ (ଡି.ଏନ.ଏ)- ସୁନ୍ଦରଗଡ଼  ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ଗୌଡଣୀପୋଷ ଆମଚାତି ପୋଲ ନିକଟରେ ଗତ ୨୦ ତାରିଖ ବିଳମ୍ବିତ ରାତିରେ ଘଟିଥିବା ଦୁର୍ଘଟଣାର ରହସ୍ୟ ଉନ୍ମୋଚିତ  ହୋଇଛି। ଦୁର୍ଘଟଣାରେ ମୃତ ଅଚିହ୍ନା ମହିଳାଙ୍କ ପରିଚୟ ମିଳିଛି। ସେ ହେଲେ ଆକିଲା ଖାତୁନ (୩୦)। ଏହା ଦୁର୍ଘଟଣା ନୁହେଁ, ଯୋଜନା ବଦ୍ଧ ଭାବେ ସାବତ ପୁଅ ଏମଡି ନଇମ (୨୬) ଟ୍ରକ୍‌ ଚଢ଼େଇ ସାବତ ମା’ଙ୍କୁ ହତ୍ୟା କରି ଫେରାର 

ବନ ବିଭାଗ ଜବତ କଲା ବଜ୍ରକାପ୍ତା

ବନ ବିଭାଗ ଜବତ କଲା ବଜ୍ରକାପ୍ତା

ମାଲକାନଗିରି,୧୩।୧୨ (ଡି.ଏନ୍‌.ଏ.)- ମାଲକାନଗିରି ଜିଲା ବନ ବିଭାଗ ଏକ ବଜ୍ରକାପ୍ତା ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣେ ଶିକ୍ଷକଙ୍କ ସମେତ ୭ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ସେମାନେ ହେଲେ ଏମ୍‌.ଭି.- ୪୭ ଗ୍ରାମର ଗୋକୁଳାନନ୍ଦ ମିସ୍ତ୍ରି, ଦୁଗାଲି ଗ୍ରାମର କମଳଲୋଚନ ମାଡି, ଲୁଲେର ଗ୍ରାମର ପିତମ ହରିଜନ, ସିନ୍ଧିଗୁଡା ଗ୍ରାମର ହରିବନ୍ଧୁ କମାରି, ସିନ୍ଧାବେଡା ଗ୍ରାମର ସମନ୍ଧ ପୁଜାରୀ, ପୁରୁଣାଗୁଡା ଗ୍ରାମର ଘାସିରାମ ପୁଜାରି ଏବଂ ଏମ୍‌.ଭି.-୧୦ ଗ୍ରାମର ପଙ୍କଜ ସରକାର।

ଛେଳି ଚୋରକୁ କାବୁ କରି ନିର୍ଧୁମ ଛେଚିଲେ ଗ୍ରାମବାସୀ

ଛେଳି ଚୋରକୁ କାବୁ କରି ନିର୍ଧୁମ ଛେଚିଲେ ଗ୍ରାମବାସୀ

ନିଶ୍ଚିନ୍ତକୋଇଲି,୧୩।୧୨(ସ୍ବ.ପ୍ର.): ନିଶ୍ଚିନ୍ତକୋଇଲି ଥାନା ଅଧୀନ ବୁହାଳ ଗ୍ରାମରେ ବୁଧବାର ଛେଳି ଚୋରି କରିବାକୁ ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ଗ୍ରାମବାସୀ କାବୁ କରିଥିଲେ। ପରେ ତାଙ୍କୁ ଏକ ଆମ୍ବ ଗଛରେ ବାନ୍ଧି ମାଡ଼ ମାରିଥିବା ଜଣାପଡ଼ିଛି। ଯୁବକଜଣଙ୍କ ହେଲେ କେନ୍ଦ୍ରାପଡ଼ାର ମିଟୁ ଦାସ(୨୮)। ବୁଧବାର ସକାଳେ ମିଟୁଙ୍କୁ ଥାନାକୁ ହସ୍ତାନ୍ତର କରାଯାଇଛି।

ଭିଜିଲାନ୍ସ ଜାଲରେ ଦଣ୍ଡିପୁର ସେବା ସମବାୟ ସମିତି ସମ୍ପାଦକ

ଭିଜିଲାନ୍ସ ଜାଲରେ ଦଣ୍ଡିପୁର ସେବା ସମବାୟ ସମିତି ସମ୍ପାଦକ

ନିମାପଡ଼ା,୧୨।୧୨(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ବଳଙ୍ଗା ଦଣ୍ଡିପୁର ସେବା ସମବାୟ ସମିତି ସମ୍ପାଦକ ଲାଞ୍ଚ ନେଉଥିବାବେଳେ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ବସ୍‌ରୁ ମିଳିଲା ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌

ବସ୍‌ରୁ ମିଳିଲା ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌

କୋରାପୁଟ,୧୧ା୧୨(ସ୍ବ.ପ୍ର.): ଜୟପୁରରୁ ଭୁବନେଶ୍ୱର ଯାଉଥିବା ଜ୍ୟୋତି ନାମକ ଏକ ଘରୋଇ ବସ୍‌ରୁ ସୋମବାର ରାତିରେ କୋରାପୁଟ ଟାଉନ ଥାନା ପୋଲିସ ଦୁଇଟି ବ୍ୟାଗ ଗଞ୍ଜେଇ ଜବତ କରିଛି।

ତ୍ରିଭଙ୍ଗୀପୁର ଗ୍ରାମରେ ପୋଲିସ ଚଢ଼ାଉ, ୪ ଚୋରା ମଦ ବେପାରୀ ଗିରଫ

ତ୍ରିଭଙ୍ଗୀପୁର ଗ୍ରାମରେ ପୋଲିସ ଚଢ଼ାଉ, ୪ ଚୋରା ମଦ ବେପାରୀ ଗିରଫ

ରୂପ୍‌ସା, ୧୧।୧୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ହଳଦୀପଦା ଫାଣ୍ଡି ଅନ୍ତର୍ଗତ ତ୍ରିଭଙ୍ଗୀପୁର ଗ୍ରାମରେ ସୋମବାର ରାତିରେ ପୋଲିସ ଚଢ଼ାଉ କରି ମଦ ବେପାରୀ ଲକ୍ଷ୍ମୀଧର ସେଠୀଙ୍କୁ ଗିରଫ କରିଛନ୍ତି। ତାଙ୍କଠାରୁ ଦେଶୀମଦ ଜବତ ହୋଇଛି। ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା (ନଂ. ୩୪୯/୧୮) ରୁଜୁ ହୋଇ ଗିରଫ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି।

ବିଲ୍‌ଡରଙ୍କ ଗାଡ଼ି ଉପରକୁ ଗୁଳିମାଡ଼, ଦେହରକ୍ଷୀ ଗୁରୁତର

ବେଦବ୍ୟାସ,୧୧।୧୨: ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବେଲଡିହି ଛକରେ ଅନ୍‌ମୋଲ ସିଂ ନାମକ ଜଣେ ବିଲ୍‌ଡରଙ୍କ ଗାଡ଼ି ଉପରକୁ ସୋମବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି। 

ଶିଳ୍ପ ସଚିବଙ୍କ ଘରୁ ଚୋରି ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଶିଳ୍ପ ସଚିବଙ୍କ ଘରୁ ଚୋରି ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୦ା୧୨ (ବ୍ୟୁରୋ)- ନୟାପଲ୍ଲୀ ଥାନା ଅନ୍ତର୍ଗତ ୟୁନିଟ୍‌-୮ ଗୋପବନ୍ଧୁ ଛକ ତାରିଣୀ ମନ୍ଦିର ନିକଟରେ ରହୁଥିବା ରାଜ୍ୟ ଶିଳ୍ପ ବିଭାଗର ସଚିବ ପ୍ରଣବଜ୍ୟୋତି ନାଥଙ୍କ ଘରୁ ଚୋରି ଘଟଣାରେ ୩ଜଣ ଧରାପଡିଛନ୍ତି। ନୟାପଲ୍ଲୀ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌ ସ୍ଥାନୀୟ ଅଞ୍ଚଳରେ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତ ଆଦିତ୍ୟ ପ୍ରସାଦ ସାହୁଙ୍କୁ ଗିରଫ କରିବା ସହ ଦୁଇଜଣ ନାବାଳକଙ୍କୁ ଧରିଛି। 

ଠାକୁରାଣୀଙ୍କ ମୁଖା ଓ କିରୀଟ ଚୋରି

ଠାକୁରାଣୀଙ୍କ ମୁଖା ଓ କିରୀଟ ଚୋରି

କଣାସ, ୧୦।୧୨(ସ୍ବ.ପ୍ର.)-କଣାସ ବ୍ଲକ ଅର୍ନ୍ତଗତ ଦିବ୍ୟସିଂହପୁର ପଞ୍ଚାୟତର ରାୟଗୁରୁପୁର ଗ୍ରାମର ଆରଧ୍ୟ ଠାକୁରାଣୀ ଫୁଲଦେଇଙ୍କର ଅଷ୍ଟଧାତୁରେ ମୁଖା ଓ କିରୀଟକୁ କୌଣସି ଦୁର୍ବୃତ୍ତ ରବିବାର ରାତିରେ ମନ୍ଦିର ତାଲାଭାଙ୍ଗି ନେଇଯାଇଥିବା ଜଣାପଡ଼ିଛି।

ସୁନା ଅଳଙ୍କାର, ଟଙ୍କା ଚୋରି

ସୁନା ଅଳଙ୍କାର, ଟଙ୍କା ଚୋରି

ପଦ୍ମପୁର, ୧୦।୧୨ (ଡି.ଏନ.ଏ.) - ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ମିଶ୍ରପୁର ଗ୍ରାମର ଶ୍ୟାମସୁନ୍ଦର ଦତ୍ତଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି ହୋଇଛି। ଏନେଇ ନାୟକାଣିଡିହୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରୁଛି।